ଦଲାଲ ଷ୍ଟ୍ରିଟକୁ କରୋନା ଝଟକା

ମୁମ୍ବାଇ,୨୯-୨: କରୋନା ଭାଇରସର ପ୍ରଭାବ ବିଶ୍ୱ ବଜାରରେ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ଏହାର ପ୍ରଭାବରେ ଦେଶର ଦଲାଲ ଷ୍ଟ୍ରିଟର ପୁଞ୍ଜି ବଜାରକୁ କରୋନା ଭାଇରସ ଝଟକା ଲାଗିଛି। ଶୁକ୍ରବାର ବଜାରନରେ ଅନିଶ୍ଚିତା ଲାଗି ରହିବା କାରଣରୁ ଶେୟାର କାରବାର କ୍ଷତିଗ୍ରସ୍ତ ହେବା ସହ ନିବେଶକଙ୍କୁ ୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ନିବେଶକଙ୍କ ସମ୍ପତ୍ତିରେ ୫ ଲକ୍ଷ କୋଟି ଟଙ୍କା ହ୍ରାସ ଘଟିଥିବା ଜଣାପଡ଼ିଛି। ସେନ୍‌ସେକ୍ସ ଲଗାତର ଭାବେ ୬ଟି ଶେସନ ଲାଗି କାରବାର ନିମ୍ନରେ ରହିଛି। ଏହି ସମୟରେ ସେନ୍‌ସେକ୍ସରେ ୧୪୪୮ ପଏଣ୍ଟ ହ୍ରାସ ଘଟିଛି। ଦିନ ମଧ୍ୟରେ କାରବାର ୧୫୨୫ ପଏଣ୍ଟ ଖସିବା ଯୋଗୁ ୩୦ ଶେୟାର ବିଶିଷ୍ଟ ସେନସେକ୍ସ କାରବାର ଶେଷ ହେବା ବେଳକୁ ୧୪୪୮.୩୭ ପଏଣ୍ଟ ବା ୩.୬୪% ନିମ୍ନରେ ରହି ୩୮,୨୯୭.୨୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ସେହିଭଳି ନିଫ୍ଟି କାରବାର ୪୩୧.୫୫ ପଏଣ୍ଟ ବା ୩.୭୧% ଖସିବା ଯୋଗୁ ଏହା ୧୧,୨୦୧.୭୫ ସ୍ତରରେ ବନ୍ଦ ହୋଇଛି।
କରୋନାର ପ୍ରଭାବ ସାରା ବିଶ୍ୱରେ ତ୍ୱରିତ ବେଗରେ ବ୍ୟାପୁଥିବା ଆଶଙ୍କା କରି ନିବେଶକମାନେ ଭୟଭୀତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି। କରୋନା ଯୋଗୁ ବିଶ୍ୱ ସ୍ତରର ଅର୍ଥ ବ୍ୟବସ୍ଥା ଅଧିକ ମାତ୍ରାରେ ପ୍ରଭାବିତ ହେବା ନେଇ ସେମାନେ ଆଶଙ୍କା ପ୍ରକଟ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସାରା ବିଶ୍ୱରେ ଏହି ଭାଇରସ ଯୋଗୁ ୮୩,୦୦୦ ଲୋକ ଆକ୍ରାନ୍ତ ହୋଇଛନ୍ତି। ଘରୋଇ ନିବେଶକଙ୍କ ତୁଳନାରେ ବିଦେଶୀ ନିବେଶକମାନେ ସେମାନଙ୍କ ନିବେଶ ଅର୍ଥ ପ୍ରତ୍ୟାହାର କରି ନେଉଛନ୍ତି। ଷ୍ଟକ ବଜାର ଡାଟା ମୁତାବକ ଏହି ନିବେଶକମାନେ ନେଟ୍‌ ଭିତ୍ତିରେ ପ୍ରାୟ ୯,୩୮୯ କୋଟି ଟଙ୍କା ପ୍ରତ୍ୟାହାର କରି ନେଇଛନ୍ତି। ଘରୋଇ ବଜାର ବାଦ ସାଂଘାଇ , ହଂକଂ, ସିଓଲ ଏବଂ ଟୋକିଓର ଶେୟାର ବଜାର କାରବାର ପ୍ରାୟ ୩.୭୧% ନିମ୍ନରେ ରହିଛି। ସେହିଭଳି ୟୁରୋପର ଷ୍ଟକ ବଜାର ମଧ୍ୟ ୪% ଖସିଛି। ବ୍ରେଣ୍ଟ ଅଶୋଧିତ ତୈଳ ଦର ୩.୩୮% ଖସିଥିବା ବେଳେ ଭାରତୀୟ ମୁଦ୍ରା ୫୫ ପଇସା ନିମ୍ନରେ ରହି ଡଲାର ତୁଳନାରେ ଏହାର ମୂଲ୍ୟ ୭୨.୧୬ ସ୍ତରରେ ରହିଛି। ଏହି ସମୟରେ ଅଟୋମୋବାଇଲ ଷ୍ଟକ କାରବାର ୧୧% ହ୍ରାସ ଘଟିଛି। ବିଭିନ୍ନ କ୍ଷେତ୍ରରେ ସୂଚୀରେ ୭% ହ୍ରାସ ହୋଇଥିବା ନଜରକୁ ଆସିଛି। ବଜାରର ୨୦୧୧ ଷ୍ଟକର କାରବାର କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେନସେକ୍ସର ୪୬୫ ଷ୍ଟକ କାରବାର ସକାରାତ୍ମକ ଏବଂ ୧୫୩ ଷ୍ଟକ କାରବାର ଅପରିବର୍ତ୍ତିତ ରହିଛି। ଏହାବାଦ ବେସାମରିକ ବିମାନ ଚଳାଚଳ ଷ୍ଟକ କାରବାର ୫% ହ୍ରାସ ଘଟିଥିବା ବଜାର ଡାଟାରୁ ଜଣାପଡିଛି।


All Right Reserved By Dharitri.Com

ଜିଏସ୍‌ଟି ରାଜସ୍ବରେ ଉନ୍ନତି ଲାଗି କମିଟି ବୈଠକ ମଙ୍ଗଳବାର

ନୂଆଦିଲ୍ଲୀ,୧୪-୧୦: ଜିଏସ୍‌ଟି ରାଜସ୍ବରେ ଉନ୍ନତି ଆଣିବା ଲାଗି ସରକାର ଗଠନ କରିଥିବା ଉଚ୍ଚ ସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହେବ। ଗତ ସପ୍ତାହରେ...

ଏଲ୍‌ପିୟୁ ଛାତ୍ରୀଙ୍କୁ ମାଇକ୍ରୋସଫ୍ଟର ୪୨ ଲକ୍ଷ ପ୍ୟାକେଜ

ଚଣ୍ଡୀଗଡ,୨୪-୧୨: ଲଭ୍‌ଲୀ ପ୍ରଫେଶନାଲ ୟୁନିଭର୍ସିଟି (ଏଲ୍‌ପିୟୁ) ଛାତ୍ରୀଛାତ୍ର ଚଳିତ ବର୍ଷ କ୍ୟାମ୍ପସ ନିଯୁକ୍ତିରେ ସଫଳତା ହାସଲ କରିଛନ୍ତି। ୟୁନିଭର୍ସିଟିର ଶେଷ ବର୍ଷ କମ୍ପ୍ୟୁଟର ସାଇନ୍ସ ଆଣ୍ଡ...

ଚନ୍ଦ୍ରଶେଖରପୁରରେ କ୍ୟାରେଟ୍‌ଲେନର ନୂଆ ଷ୍ଟୋର

ଭୁବନେଶ୍ୱର,୧୨-୧୦(ବ୍ୟୁରୋ) : ଗହଣା କ୍ରୟ ଟ୍ରେଣ୍ଡରେ ଏବେ ସାରା ଦେଶରେ ପରିବର୍ତ୍ତନ ଦେଖାଯାଇଛି। ଲୋକମାନେ ଅନ୍‌ଲାଇନରେ ଗହଣା ଦେଖିବା ଏବଂ ଏହାକୁ ପସନ୍ଦ କରିବା ପରେ...

ଇଏସ୍‌ଆଇ ଅଂଶଦାନ ୪%କୁ ହ୍ରାସ

ନୂଆଦିଲ୍ଲୀ,୧୪-୬: କେନ୍ଦ୍ର ସରକାର କର୍ମଚାରୀ ରାଜ୍ୟ ବୀମା ନିଗମ(ଇଏସ୍‌ଆଇ)ର ସ୍ବାସ୍ଥ୍ୟ ବୀମା କାର୍ଯ୍ୟକ୍ରମରେ ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ମୋଟ ଅଂଶଦାନକୁ ୬.୫%ରୁ ୪%କୁ ହ୍ରାସ କରିଛନ୍ତି।...

ଖଦିର ସ୍ବତନ୍ତ୍ର ବର୍ଗୀକରଣକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୭-୧୧: ବିଭିନ୍ନ ଉତ୍ପାଦର ରପ୍ତାନି ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ସ୍ବତନ୍ତ୍ର ବର୍ଗୀକରଣ ତାଲିକାରେ ଖଦି ସ୍ଥାନ ପାଇଛି। ଚଳିତ ମାସ ୪ ତାରିଖରେ...

୪ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୧-୧୦: ଚଳିତ ସପ୍ତାହରେ ଦେଶର ବିଭିନ୍ନ ପ୍ରାନ୍ତରେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ବ୍ୟାଙ୍କ ଧର୍ମଘଟ ଏବଂ ବିଧାନ ସଭା ନିର୍ବାଚନ ରହୁଥିବା ମହାରାଷ୍ଟ୍ର...

୧୦% କମିପାରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ

ନୂଆଦିଲ୍ଲୀ,୨୫-୧: ଚଳିତ ଆର୍ଥତ୍କ ବର୍ଷରେ ପ୍ରତ୍ୟକ୍ଷ ଟିକସ ବାବଦ ସଂଗ୍ରହ ୧୦% କମିପାରେ। ଦେଶର କର୍ପୋରେଟ ଏବଂ ଆୟକର ସଂଗ୍ରହ ଗତ ୨ ଦଶନ୍ଧି ମଧ୍ୟରେ...

ବିଏସ୍‌-୪ ଯାନ ବିକ୍ରି ଅବଧି ବଢ଼ାଇବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ,୧୮-୩: ବିଏସ୍‌-୪ ଯାନ ବିକ୍ରି ଏବଂ ପଞ୍ଜୀକରଣ ଅବଧି ଆସନ୍ତା ମେ ମାସ ଶେଷ ଯାଏ ବଢାଇବାକୁ ଫେଡେରେଶନ ଅଫ୍‌ ଅଟୋମୋବାଇଲ ଡିଲର୍ସ ଆସୋସିଏଶନ (ଏଫ୍‌ଏଡିଏ)...

Leave a comment

Your email address will not be published. Required fields are marked *