Posted inଫୁରସତ

୨୯ ବର୍ଷ ହେବ ଏଠି ୨୫ ପଇସାରେ ମିଳୁଛି କଚୋଡି

କୋଲକାତା: ପଶ୍ଚିମବଙ୍ଗ ମୁରାରି ପୁକର ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଘୋଷଙ୍କ ଜଳଖିଆ ଦୋକାନ ବେଶ୍‌ ଚର୍ଚ୍ଚିତ। ୧୯୯୦ ମସିହାରୁ ଏହି ଦୋକାନ ଆରମ୍ଭ କରାଯାଇଥିବା ବେଳେ ଏବେବି ସେଠାରେ ୨୫ ପଇସାରେ କଚୋଡି ମିଳିଥାଏ। କୁହାଯାଏ ଜ୍ୟୋତି ବସୁଙ୍କ ସରକାର ସମୟରେ ଲକ୍ଷ୍ମୀ ନାରାୟଣ ଏକ ଛୋଟିଆ ଘରେ ତାଙ୍କର ଏହି ଜଳଖିଆ ଦୋକାନ ଆରମ୍ଭ କରିଥିଲେ। ଏହି ଦୋକାନ ନିକଟରେ ସ୍କୁଲ ଥିବାରୁ ବହୁ ସଂଖ୍ୟାରେ ପିଲା ତାଙ୍କ ଦୋକାନକୁ ଜଳଖିଆ ଖାଇବାକୁ ଆସିଥାଆନ୍ତି। ସେତେବେଳେ ବଜାରରେ କଚୋଡିର ଦାମ ୫୦ ପଇସା ଥିବା ବେଳେ ଲକ୍ଷ୍ମୀ ନାରାୟଣ କିନ୍ତୁ ଅଧାଦାମ୍‌ ଅର୍ଥାତ୍‌ ୨୫ ପଇସାରେ ପିଲାମାନଙ୍କୁ କଚୋଡି ଦେଉଥିଲେ। ସେ କହୁଥିଲେ କେହି ପିଲା ଯେମିତି ଅଧିକ ପଇସା ଭାବି ଭୋକିଲା ନ ରହିଯାଏ। ତାଙ୍କର ଏହି ମଣିଷପଣିଆ ଆଜିବି ବଜାୟ ରହିଛି। ଦୀର୍ଘ ୨୯ ବର୍ଷ ପରେ ବି ଆଜି ସେ ୨୫ ପଇସାରେ କଚୋଡି ବିକନ୍ତି ବୋଲି କୁହନ୍ତି। ଏହାସହ ଆଳୁଚପ, ପିଆଜି, ମଟର ଚପ, ବାଇଗଣି ଆଦି ବିକ୍ରି କରୁଥିବା ବେଳେ ଏହାର ଦାମ୍‌ ଏକ ଟଙ୍କା ରଖିଥିବା କୁହନ୍ତି।


All Right Reserved By Dharitri.Com

ପ୍ରଥମ କେସ୍‌ ଜିତିଲେ ସୀମା କୁଶଓ୍ବାହ: ଆଇଏଏସ୍‌ ଅଫିସର ହେବାକୁ ଚାହୁଁଥିଲେ ‘ନିର୍ଭୟା ନାୟିକା’

ନୂଆଦିଲ୍ଲୀ: ନିର୍ଭୟା ବଳାତ୍କାର ଘଟଣାରେ ୪ ଦୋଷୀଙ୍କୁ ଫାଶୀ ମିଳିବା ପରେ ଏବେ ଚର୍ଚ୍ଚାରେ ନିର୍ଭୟାଙ୍କ ଓକିଲ ସୀମା କୁଶଓ୍ବାହ। ୨୦୧୨ର ଏହି ଘଟଣା ପରଠାରୁ...

ଦେଶ ବିଦେଶରେ ନାମ କମାଇଛନ୍ତି ଓଡ଼ିଶାର ମେଢ କାରିଗର: କେମିତି ପ୍ରସ୍ତୁତ କରନ୍ତି ମେଢ, କ’ଣ ଥାଏ ତାଙ୍କର ଜୀବନଶୈଳୀ ଜାଣନ୍ତୁ…

ସୁନ୍ଦର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମେଢ ଦେଖି ସମସ୍ତେ ଆନନ୍ଦିତ ହୁଅନ୍ତି । କିନ୍ତୁ ମେଢତିଆରି କରିଥିବା କାରିଗରମାନଙ୍କ ସମ୍ପର୍କରେ କିଏ ଭାବିଛନ୍ତି କି? କେମିତି ପ୍ରସ୍ତୁତ...

ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ରାହୁଲ ଗାନ୍ଧୀଙ୍କୁ ପଠାଇଲେ କେଶ, ଜାଣନ୍ତୁ କାହିଁକି

ଭୋପାଳ, ୨୦।୨: ମଧ୍ୟ ପ୍ରଦେଶର ଭୋପାଳରେ ଜଣେ ମହିଳା ଶିକ୍ଷୟତ୍ରୀ ଲଣ୍ଡା ହୋଇ ତାଙ୍କ କେଶ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଇଛନ୍ତି। ଦୀର୍ଘ...

ସ୍ବାମୀଙ୍କ ସ୍ମୃତିରେ ୭୩ ହଜାର ଗଛ ଲଗେଇଲେଣି ମହିଳା

ବେଙ୍ଗାଲୁରୁ, ୧୨।୬: ପରିବେଶକୁ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସମାଜର କିଛି ବ୍ୟକ୍ତି ଆଗେଇ ଆସନ୍ତି। ସେମାନଙ୍କୁ ମଧ୍ୟରେ ଜଣେ ହେଲେ ବେଙ୍ଗାଲୁରୁର ଜେନେଟ ଯଜ୍ଞଶ୍ୱରନ୍‌।...

ଜୁଆର ଆସିଲେ ବନ୍ଦ ହୋଇଯାଏ ଏୟାରପୋର୍ଟ, ଜାଣନ୍ତୁ କେଉଁଠି

ବିଶ୍ୱରେ ଏମିତି ଏକ ଏୟାରପୋର୍ଟ ରହିଛି, ଯେଉଁଠି ରନ୍‌ଓ୍ବେ ନାହିଁ। ମହାସାଗର କୂଳରେ ଅବତରଣ କରିଥାଏ ବିମାନ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ...

ଏହି ତିନି ଦିନ କାମାକ୍ଷା ମନ୍ଦିରରେ ପ୍ରବେଶ କରନ୍ତିନି କେହି…

ଗୌହାଟି ଅନ୍ତର୍ଗତ ନୀଳାଚଳ ପାହାଡ଼ରେ ସ୍ଥିତ ପୀଠରେ ବିରାଜିତ ମା’ କାମାକ୍ଷାଙ୍କୁ ମା’ ସତୀ ମଧ୍ୟ କୁହାଯାଏ। ଏଠାରେ ଦେବୀ ସତୀଙ୍କ ଯୋନି ପଡିଛି ବୋଲି...

ଏହି ଗଛରେ ଫଳେ ଟଙ୍କା

ବ୍ରିଟେନର ପିଙ୍କ ଜିଲାରେ ଏମିତି ଏକ ଗଛ ରହିଛି ଯେଉଁଥିରେ ଟଙ୍କା ଫଳେ ବୋଲି କୁହାଯାଏ। ତେବେ ଲକ୍ଷ୍ୟକଲେ ଦେଖାଯାଏ ଗଛର ଗଣ୍ଡିରେ ବିଭିନ୍ନ ଦେଶର...

ସଂଖ୍ୟାଲଘୁଙ୍କ ଏକତା ହିଁ ଦେଶର ଶକ୍ତି

ନୂଆଦିଲ୍ଲୀ: ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ୧୮ ଡିସେମ୍ବରରେ ପାଳନ କରାଯାଉଛି। ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏସମ୍ପର୍କରେ ସଚେତନତା ସୃଷ୍ଟିକରିବା ଏହି...

Leave a comment

Your email address will not be published. Required fields are marked *