Posted inଜାତୀୟ

ଦିଲ୍ଲୀ ହିଂସା: ତାହିରଙ୍କ ଘରେ ପହଞ୍ଚିଲା କ୍ରାଇମ୍‌ ବ୍ରାଞ୍ଚ ଟିମ୍‌

ନୂଆଦିଲ୍ଲୀ,୨୮।୨: ସାମୂହିକ ଭାବେ ବହିଷ୍କୃତ ହୋଇଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ତାହିର ହୁସେନଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଉସୁକାଇବା ଅଭିଯୋଗ ହୋଇଛି। ଏନେଇ ଦୟାଲପୁର ଥାନାରେ ତାଙ୍କ ନାଁରେ ଏତଲା ରୁଜୁ କରାଯାଇଛି। ଏତଲା ରୁଜୁ ହେବା ପରେ ଦିଲ୍ଲୀର ଖଜୁରୀ ଅଞ୍ଚଳରେ ଥିବା ତାଙ୍କ ଘରକୁ ସିଲ୍‌ କରି ଦିଆଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ମାମଲାର ଯାଞ୍ଚ ପାଇଁ ଶୁକ୍ରବାର ତାହିରଙ୍କ ଘରେ କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ଓ ଫରେନ୍‌ସିକ୍‌ ଟିମ୍‌ ପହଞ୍ଚି ଯାଞ୍ଚ କରିଛି। ସୁରକ୍ଷା ଦୃଷ୍ଟି ଏବଂ ପ୍ରମାଣ ପତ୍ରକୁ ନଷ୍ଟ ନ କରିବା ଉଦ୍ଦେଶ୍ୟରେ ଉକ୍ତ ବିଲ୍ଡିଂର ଆଖପାଖ ଅଞ୍ଚଳକୁ ସିଲ୍‌ କରିଦିଆଯାଇଛି। କୌଣସି ବ୍ୟକ୍ତିଙ୍କୁ ବିଲ୍ଡିଂ ପାଖକୁ ଯିବା ପାଇଁ ଅନୁମତି ଦିଆଯାଇନାହିଁ। ସୂଚନାଯୋଗ୍ୟ, ତାହିରଙ୍କ ବିରୋଧରେ ଉତ୍ତର-ପୂର୍ବ ଅଞ୍ଚଳରେ ହୋଇଥିବା ହିଂସାକୁ ଉସୁକାଇବା, ହତ୍ୟା କରିବା ଅଭିଯୋଗ ହୋଇଛି। ଗୁରୁବାର ହିଂସା ପରେ ସର୍ଚ୍ଚ ଅପରେଶନ୍‌ରେ ତାଙ୍କ ଘରୁ ପେଟ୍ରୋଲ ବମ୍‌, ପଥର ଓ ହିଂସା ପାଇଁ ବ୍ୟବହୃତ କିଛି ସାମଗ୍ରୀ ମିଳିଥିଲା। ତେବେ ଏହି ଅଭିଯୋଗ ଆସିବା ପରେ ଗୁରୁବାର ଏଏପି ତାଙ୍କୁ ସାମୂହିକ ଭାବେ ଦଳରୁ ବହିଷ୍କୃତ କରିଛି।


All Right Reserved By Dharitri.Com

ଲୋ-ବ୍ଲଡ୍‌ପ୍ରେସର୍‌ଠାରୁ ରଖେ ଦୂରେଇ ଏସବୁ ଘରୋଇ ଉପାୟ…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କୁ ଲୋ-ବ୍ଲଡ୍‌ପ୍ରେସର୍‌ ହୋଇଥାଏ। ବସିବା ଜାଗାରୁ ଉଠି ପଡ଼ିଲେ ହଠାତ୍‌ ଅନ୍ଧାର ଦିଶିବା, ହାଲିଆ ଲାଗିବା, ମୁଣ୍ଡ...

ମହାରାଷ୍ଟ୍ରରେ ଏନ୍‌ଡିଏ, ହରିୟାଣାରେ ଝୁଲା

ନୂଆଦିଲ୍ଲୀ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଶାସକ ଭାଜପା-ଶିବସେନା ମେଣ୍ଟକୁ ପୁଣିଥରେ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ ମିଳିଥିବାବେଳେ ହରିୟାଣାରେ ଗୈରିକ ଦଳ ସବୁଠୁ ବଡ଼ ଦଳ...

ପରମ୍ପରା ବଜାୟ ରଖିଲେ ମୋଦି

ନୂଆଦିଲ୍ଲୀ,୨୬।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣତନ୍ତ୍ର ଦିବସ ଅବସରରେ ପରମ୍ପରା ବଜାୟ ରଖିଛନ୍ତି ବୋଲି ଆଲୋଚନା କରାଯାଉଛି। ସାଧାରଣତନ୍ତ୍ର ଦିବସ ଅବସରରେ ମୋଦି ସାଫା ବାନ୍ଧି...

ଜିଦ୍‌ରେ ଅଟଳ ବିଦ୍ରୋହୀ ବିଧାୟକ: କହିଲେ, ଆସ୍ଥା ଭୋଟରେ ଗୃହକୁ ଯିବାର ପ୍ରଶ୍ନ ଉଠୁନି

ମୁମ୍ବାଇ, ୧୭।୭: ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ବାବଦରେ ବାଚସ୍ପତି ଶେଷ ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହାସହ ଇସ୍ତଫା ଦେଇଥିବା ୧୫ଜଣ ବିଧାୟକମାନଙ୍କୁ...

ଏଆଇଡିଏମକେ ଦଳର ହୋଡିଂ ପଡି ଯୁବତୀଙ୍କ ମୃତ୍ୟୁ

ଚେନ୍ନାଇ,୧୩।୯:ତାମିଲନାଡୁର ଚେନ୍ନାଇରେ ଏକ ଅଭାବନୀୟ ଘଟଣା ଘଟିଛି। ଏଆଇଡିଏମକେ ଦଳର ଏକ ବିଜ୍ଞାପନ ହୋଡିଂ ଗଳି ପଡିବାରୁ ଜଣେ ୨୩ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ଘଟିଛି। ଶୁବାଶ୍ରୀ...

ମ୍ୟାନମାରର ସନ୍ଦିଗ୍ଧ ଜାହାଜକୁ ଧରିଲା ରାଜବୀର

ପୋର୍ଟ ବ୍ଲେୟାର,୨୨।୯: ମ୍ୟାନମାରର ଏକ ସନ୍ଦିଗ୍ଧ ଜାହାଜକୁ ଭାରତୀୟ ତଟରକ୍ଷୀ ବାହିନୀର ଜାହାଜ ରାଜବୀର କାର ନିକୋବର ଦ୍ୱୀପ ନିକଟରେ ଧରିଥିବା ସୂଚନା ମିଳିଛି। ଏହି...

ରାଷ୍ଟ୍ରପତି ସଚିବଙ୍କ କାର୍ଯ୍ୟକାଳ ୩ ବର୍ଷ ବଢ଼ିଲା

ନୂଆଦିଲ୍ଲୀ,୨୫ା୭(ପି.ଟି.): ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଚିବ ସଞ୍ଜୟ କୋଠାରୀଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରାଯାଇଛି। ଏନେଇ ସରକାର ବୁଧବାର ଅନୁମୋଦନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ...

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନ: ଏବିଭିପି ହାତରେ ୩ ପଦବୀ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଆର୍‌ଏସ୍‌ଏସ୍‌ ସ୍ବୀକୃତିପ୍ରାପ୍ତ ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)...

Leave a comment

Your email address will not be published. Required fields are marked *