Posted inUncategorized

ମାଟ୍ରିକ୍‌ ନୋଡାଲ ସେଣ୍ଟରରେ ଅଗ୍ନିକାଣ୍ଡ: ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ୍‌ରୁମ ପାର୍ଶ୍ୱ କିରାଣି କକ୍ଷରେ ଲାଗିଲା ନିଆଁ

ସଜନାଗଡ଼,୨୮।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବଜାରସ୍ଥିତ କୈଳାସ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ଗୁରୁବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମାଟ୍ରିକ ପରୀକ୍ଷା ଲାଗି ଉକ୍ତ ବିଦ୍ୟାଳୟକୁ ନୋଡାଲ ସେଣ୍ଟର କରାଯାଇଥିବା ବେଳେ ୧୧ଟି କେନ୍ଦ୍ର ଯଥା ନୀଳଗିରି ବ୍ଲକର ୯ ଏବଂ ଓପଦା ବ୍ଲକର ୨ଟି କେନ୍ଦ୍ରର ପ୍ରଶ୍ନପତ୍ର ଗଚ୍ଛିତ ଥିଲା। ତେବେ ପ୍ରଶ୍ନପତ୍ର ଥିବା ଷ୍ଟ୍ରଙ୍ଗ୍‌ରୁମ ପାର୍ଶ୍ୱ କିରାଣି କକ୍ଷରେ ନିଆଁ ଲାଗିଥିଲା। କମ୍ପ୍ୟୁଟର, ପ୍ରିଣ୍ଟର ଆଦି ବିଭିନ୍ନ ସାମଗ୍ରୀରେ ନିଆଁ ଲାଗିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନଷ୍ଟ ହେବା ପୂର୍ବରୁ ନୀଳଗିରି ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବରପାଇ ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀ, ନୀଳଗିରି ଥାନାଧିକାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରଶ୍ନପତ୍ର ନଷ୍ଟ ହୋଇ ନ ଥିବା କହିଛନ୍ତି। ଶର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।


All Right Reserved By Dharitri.Com

Posted inUncategorized View All

ପ୍ରିୟଙ୍କା ଗାନ୍ଧୀଙ୍କ କଟିଲା ଚାଲାଣ

ଲକ୍ଷ୍ନୌ, ୨୯।୧୨: ବିନା ହେଲମେଟରେ ସ୍କୁଟିରେ ବସି ଯାତ୍ରା କରୁଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଉତ୍ତରପ୍ରଦେଶ ପୋଲିସ। ସିଏଏ...

ଫିଜିଓ ପାଟ୍ରିକ ଫର୍ହାଟଙ୍କ କାର୍ଯ୍ୟକାଳ ଶେଷ

ମାଞ୍ଚେଷ୍ଟର,୧୧।୭(ପିଟି)- ଭାରତୀୟ ଦଳର ଫିଜିଓଥେରାପିଷ୍ଟ ପାଟ୍ରିକ ଫର୍ହାଟଙ୍କ କାର୍ଯ୍ୟକାଳ ବିଶ୍ୱକପ୍‌ ସେମିଫାଇନାଲ ପରାଜୟ ସହ ଶେଷ ହୋଇଛି। ଭାରତୀୟ ଦଳ ବୁଧବାର ଓଲ୍ଡ ଟ୍ରାଫୋର୍ଡଠାରେ ନ୍ୟୁଜିଲାଣ୍ଡଠାରୁ...

ରାଜଧାନୀରେ ଦେହ ଦଲାଲ ସକ୍ରିୟ

ଭୁବନେଶ୍ୱର,୬।୩(ବ୍ୟୁରୋ): ରାଜଧାନୀରେ କମିଶନରେଟ ପୋଲିସ ଦେହ ବ୍ୟବସାୟୀ ରୋକିବାକୁ ନେଇ ପ୍ରାଣପକ୍ଷେ ଉଦ୍ୟମ ଚଳାଇଛି। ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇ ଚଢ଼ାଉ କରିବା ସହ ଅନେକ...

ସାବାସ୍‌ ଜେସିକା! ହାତ ନାହିଁ, ଗୋଡରେ ବିମାନ ଚଳାଉଛନ୍ତି

ମହିଳାମାନେ ଆଜି ପୁରୁଷଙ୍କର ସମକକ୍ଷ ହୋଇପାରିଛନ୍ତି। ବିମାନ ଚଳାଇବା, କ୍ରିକେଟ ଖେଳିବାଠାରୁ ଆରମ୍ଭ କରି ଏଭରେଷ୍ଟ ଚଢ଼ିବା ଯାଏ ସବୁ କାମ କରିପାରୁଛନ୍ତି। କିନ୍ତୁ ଶାରିରୀକ...

ଶିଶୁ ଶ୍ରମିକଙ୍କ ପାଇଁ ଆଲୋକବର୍ତ୍ତିକା ସାଜିଛନ୍ତି ଭାନୁଜା

ଉତ୍ତର ପ୍ରଦେଶ ବନାରସର କିଛି ଯୁବଗୋଷ୍ଠୀ ଉଠାଇଛନ୍ତି ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। ସ୍ଥାନୀୟ ଅଞ୍ଚଳରେ ଚାଲିଥିବା ଇଟାଭାଟିରେ କାର୍ଯ୍ୟରତ ଶ୍ରମିକଙ୍କ ଶିଶୁଙ୍କୁ ଶିକ୍ଷିତ କରିବାକୁ ଚଳାଇଛନ୍ତି...

ବିଶ୍ୱ ଦୟା ଦିବସ: ଜୀବନକୁ ସ୍ପର୍ଶ କରେ ଦୟା

ଦୟା ଜୀବନକୁ ବଦଳାଇଦିଏ। ଏହା ଆନନ୍ଦର ଅଗ୍ରଦୂତ। ଯେଉଁମାନେ ଦୟାର ଅଲୌକିକତା ଅନୁଭବ କରିଛନ୍ତି ସେମାନେ ସବୁବେଳେ ଦୟାଳୁ। ଦୟା ଭାବ ମାନବ ଜୀବନର ଏକ...

ବାଙ୍କୀ ଡବଲ ମର୍ଡର ଘଟଣା: ଆଜି ବାଙ୍କୀ ନିର୍ବାଚନମଣ୍ଡଳୀ ବନ୍ଦ କରିବ କଂଗ୍ରେସ

ବାରଙ୍ଗ,୨୯।୨ (ଡି.ଏନ.ଏ): ବାଙ୍କୀରେ ହୋଇଥିବା ଡବଲମର୍ଡର ଘଟଣାରେ ପୋଲିସ କେତେଜଣଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଚାହୁଁ ନାହିଁ। ରାଜନୈତିକ କାରଣ...

Leave a comment

Your email address will not be published. Required fields are marked *