ଉପକାରୀ ଅପରାଜିତା ଫୁଲ ଚା’

ସାରାଦିନର କାର୍ଯ୍ୟବ୍ୟସ୍ତ ମଧ୍ୟରେ ଯଦି ଥକ୍କା ଅନୁଭବ କରୁଛନ୍ତି, ତେବେ ଅପରାଜିତା ଫୁଲ ଚା’ର ସେବନ କରନ୍ତୁ। ଫୁଲଟି ଦେଖିବାକୁ ଯେତିକି ସୁନ୍ଦର ଏହାର ଔଷଧୀୟ ଫାଇଦା ମଧ୍ୟ ସେତିକି ରହିଛି। ଏହି ଫୁଲରୁ ପ୍ରସ୍ତୁତ ଚା’ କେବଳ ଥକାପଣ ଦୂର କରେ ତା’ ନୁହେଁ ବରଂ ସ୍ବାସ୍ଥ୍ୟଗତ ବିଭିନ୍ନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ଗ୍ଲାସ୍‌ ପାଣିକୁ ଭଲଭାବେ ଫୁଟାନ୍ତୁ। ସେଥିରେ ଚିନି ଏବଂ ଅପରାଜିତା ଫୁଲ ପକାଇ ୧ କପ୍‌ ହେବା ଯାଏ ଗରମ କରନ୍ତୁ। ଧୀରେ ଧୀରେ ପାଣିର ରଙ୍ଗ ନୀଳ ରଙ୍ଗ ଧାରଣ କରିବା ପରେ ଏହାକୁ ସେବନ କରନ୍ତୁ। ଗ୍ରୀନ୍‌ ଟି’କୁ ମଧ୍ୟ ଏହି ଚା’ ମାତ୍‌ ଦେବାରେ ସକ୍ଷମ। ପ୍ରତିଦିନ ସକାଳ ଅବା ସନ୍ଧ୍ୟାରେ ଏହି ଚା’ ସେବନ କଲେ ସଂକ୍ରମଣ ଜନିତ ସମସ୍ୟା, ଚର୍ମରୋଗ ମଧ୍ୟ ଭଲ ହୋଇଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ୍‌ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ଏହି ଫୁଲକୁ ଶୁଖାଇ ଏଥିରେ ଗୁଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଗୁଣ୍ଡକୁ ଚିନି ଓ ପାଣି ସହ ମିଶାଇ ସରବତ୍‌ ଆକାରରେ ମଧ୍ୟ ପିଇପାରିବେ।


All Right Reserved By

ଦାନ୍ତ ପାଇଁ କ୍ଷତିକାରକ ସୁଗାର ଫ୍ରି ଖାଦ୍ୟ

ସାଧାରଣତଃ ଡାଇବେଟିସ୍‌ ରୋଗୀ ନିଜର ଖାଦ୍ୟପେୟ ପ୍ରତି ଅଧିକ ସତର୍କତା ଅବଲମ୍ବନ କରିଥାଆନ୍ତି। ବିଶେଷଭାବରେ ଡାକ୍ତର ସେମାନଙ୍କୁ ସୁଗାର ଫ୍ରି ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥାଆନ୍ତି,...

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ...

ପହଁରିଲେ ସୁସ୍ଥ ରହେ ହୃତ୍‌ପିଣ୍ଡ

ଯଦି ଆପଣଙ୍କୁ ପହଁରିବା ପସନ୍ଦ ଥାଏ, ତେବେ ଖୁସି ହୋଇଯାନ୍ତୁ। କାରଣ ଏହା ହୃତ୍‌ପିଣ୍ଡ ଫିଟ୍‌ ରଖିବାରେ ସବୁଠୁ ଉତ୍ତମ ବ୍ୟାୟାମ୍‌। ନିକଟରେ ଆମେରିକାର ହାର୍ଭାର୍ଡ...

ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରୁଥିଲେ ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ ଅଛନ୍ତି ଗାଡ଼ିମୋଟରରେ ଯିବା ସମୟରେ ବାନ୍ତି କରିଥାନ୍ତି। ଫଳରେ ଗାଡ଼ିରେ ଯିବାକୁ ଇଚ୍ଛା ପ୍ରକାଶ କରନ୍ତି ନାହିଁ। ତେବେ ଏପରି ସମସ୍ୟାରୁ ମୁକ୍ତି...

ଏ ହେଉଛି ଦୀପିକାଙ୍କ ଫିଟ୍‌ନେସ ମନ୍ତ୍ର, ଜାଣନ୍ତୁ ପତଳା ରହିବାକୁ ନେଇ କ’ଣ ରହିଛି ତାଙ୍କ ଜୀବନଚର୍ଯ୍ୟା

ଫିଟ୍‌ ରହିବା ପାଇଁ ଅଭିନେତା ତଥା ଅଭିନେତ୍ରୀମାନେ ନିଜର ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଇଥାନ୍ତି। ଏଣୁ ଆଜିର ଯୁବପୀଢ଼ି ଅଭିନୟ ସାଙ୍ଗକୁ ସେମାନଙ୍କ ଫିଟ୍‌ନେଟ୍‌...

ଅବସାଦ ଦୂର କରେ ଶାସ୍ତ୍ରୀୟ ସଙ୍ଗୀତ

ଜଞ୍ଜାଳପୂର୍ଣ୍ଣ ଜୀବନରେ ଶାନ୍ତିରେ ନିଃଶ୍ୱାସ ମାରିବା ଏବେ କଷ୍ଟକର। ପିଲାଠୁ ନେଇ ବୟସ୍କ ସଭିଏଁ ନିଜ ନିଜ କ୍ଷେତ୍ରରେ ଚିନ୍ତିତ। ଏମିତିରେ ଅବସାଦ ଶରୀରକୁ ସମ୍ପୂର୍ଣ୍ଣ...

ହୃଦ୍‌ରୋଗ

”ଶରୀରରେ ଚର୍ବି ଜମିଲେ ଓଜନ ବଢ଼େ । ଓଜନ ବଢ଼ିଲେ ଜାତ ହୁଏ ପୃଥୁଳତା ବା ମେଦବହୁଳତା। ଚର୍ବି ଉପାଦାନ ରକ୍ତନଳୀ ଭିତରେ ଜମିଯାଇ ରକ୍ତନଳୀର...

ଅଧିକ ହଳଦୀ କ୍ଷତିକାରକ

ହଳଦୀ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସମସ୍ତଙ୍କୁ ଜଣା। ସେଥିପାଇଁ ତାକୁ ରୋଷେଇ ଘରର ଭଲ ମସଲା ବୋଲି କୁହାଯାଏ। ହେଲେ ଏବେ ଗବେଷକମାନେ କହିଛନ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *