୧ କିଲୋ ଜିଆ ଖତରୁ ୨ କୋଟିର ମାଲିକ

ମିରଟ,୨୭।୨: ଦୃଢ଼ ମନୋବଳ ଆଗରେ ସମସ୍ତ ବାଧାବିଘ୍ନ ହାର ମାନିଥାଏ। ଏହାର ଉଦାହରଣ ସୃଷ୍ଟି କରିଛନ୍ତି ଉତ୍ତରପ୍ରଦେଶର ମିରଟରେ ବାସ କରୁଥିବା ଅମିତ ତ୍ୟାଗୀ। ଏମ୍‌ବିଏ ପଢ଼ି ସେ ଚାକିରି କରିଥିଲେ। ତେବେ ଏହା ତାଙ୍କୁ ଆତ୍ମସନ୍ତୋଷ ଦେଇ ନ ଥିଲା। ତେଣୁ ସେ ଚାକରି ଛାଡ଼ି ନିଜେ କିଛି କରିବାର ଉଦ୍ୟମ ଆରମ୍ଭ କରିଥିଲେ। ୧୯୯୪ରେ ହରିଦ୍ୱାରର ଶାନ୍ତିକୁଞ୍ଜରୁ ୧ କିଲୋ ଜିଆ ଖତ କିଣି ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ଆରମ୍ଭ କରିଥିଲେ। ନିଜର ୩ ଏକର ଜମିରେ ୩୫୦ଟି ଭର୍ମି ବେଡ୍‌ ତିଆରି କରି ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି କାର୍ଯ୍ୟ କରିଥିଲେ। ଧିରେଧିରେ ବ୍ୟବସାୟ ବଢ଼ିବାରେ ଲାଗିଥିଲା। ଏବେ ସେ ୧୪ଟି ରାଜ୍ୟର ୬ ହଜାରରୁ ଅଧିକ ଚାଷୀଙ୍କୁ ଜିଆ ଖତ ଯୋଗାଉଛନ୍ତି। ତାଙ୍କର ବାର୍ଷିକ କାରବାର ୨ କୋଟି ଟଙ୍କା ଟପିଛି। ନିଜେ ରୋଜଗାର କରିବା ସହିତ ବେକାର ଯୁବବର୍ଗଙ୍କୁ ମଧ୍ୟ ସେ ଭର୍ମି କମ୍ପୋଷ୍ଟ ପ୍ରସ୍ତୁତି ତାଲିମ ଦେଇ ସେମାନଙ୍କର ଆର୍ଥିକ ସ୍ଥିତିରେ ସୁଧାର ଆଣିପାରିଛନ୍ତି।


All Right Reserved By Dharitri.Com

ଡକ୍ଟର ମ୍ୟାଙ୍ଗୋ

ଲକ୍ଷ୍ନୌ: କରୋନା ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସେବା ଓ ନିଷ୍ଠାପର କାମକୁ ସମ୍ମାନ ଜଣାଇବା ପାଇଁ ଆସିଛି ଡକ୍ଟର ମ୍ୟାଙ୍ଗୋ। କଥାଟା ଶୁଣିବାକୁ ହୁଏତ...

୧୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ କଂଗ୍ରେସର ଅସ୍ଥିତ୍ୱ ସଙ୍କଟଗ୍ରସ୍ତ!

ନୂଆଦିଲ୍ଲୀ,୧୭।୬: ସୋମବାରଠାରୁ  ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଚଳିତ ଥର ଲୋକସଭାରେ କଂଗ୍ରେସ ଦଳର ୫୨ ଜଣ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ...

ପୋଲିସ୍‌ ଷ୍ଟେଶନ୍‌ ଭିତରେ ଚାଲିଛି ପାଠଶାଳା

ଡେରାଡୁନ୍‌ର ପ୍ରେମନଗର୍‌ ପୋଲିସ୍‌ ଷ୍ଟେସନ୍‌ ଦେଶରେ ଥିବା ଅନ୍ୟ ସମସ୍ତ ପୋଲିସ୍‌ ଷ୍ଟେସନ୍‌ଠୁ ସ୍ବତନ୍ତ୍ର। ଏହାକୁ ସ୍ବତନ୍ତ୍ର କରିଛି କିଛି ମୁହୂର୍ତ୍ତରେ ପରିଣତ ହେଉଥିବା ପାଠଶାଳା।...

ମହିଳାଙ୍କୁ ରାସ୍ତାରେ ପିଟିଲେ କଂଗ୍ରେସ ନେତାଙ୍କ ଭାଇ: ଭିଡ଼ିଓ ଭାଇରାଲ

ଚଣ୍ଡିଗଡ଼,୧୫।୬: ନେତା ତ ନେତା ତାଙ୍କ ଭାଇଙ୍କ ପାଓ୍ବାର ମଧ୍ୟ ଅଧିକ। ବେଳ ପଡ଼ିଲେ ସେ ଆଇନକୁ ମଧ୍ୟ ହାତକୁ ନେଇ ପାରିବେ। ପଞ୍ଜାବ ମକ୍ତସର...

ବାତ୍ୟା ବାୟୁ ମୌସୁମୀକୁ ଉଡ଼ାଇନେବା ଆଶଙ୍କା: ଉତ୍ତରଭାରତ ହୋଇପାରେ ପ୍ରଭାବିତ

ନୂଆଦିଲ୍ଲୀ,୧୨।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶରେ ପ୍ରବେଶ କରିବା ପ୍ରକ୍ରିୟା ଜାରି ରହିଛି। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବାୟୁ ମୌସୁମୀକୁ...

ବ୍ୟବସ୍ଥା ନ କରି ସହଯୋଗ ଲୋଡ଼ିଲେ

ନୂଆଦିଲ୍ଲୀ, ୬।୫: କରୋନା ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ ଘୋଷଣା ପରେ ଗ୍ରାମାଞ୍ଚଳକୁ ଯୋଗାଯୋଗ କରୁଥିବା ଜାତୀୟ ରାଜପଥଗୁଡ଼ିକରେ ହଜାର ହଜାର ଲୋକଙ୍କ ଗହଳି ଦେଖିବାକୁ...

ଲୋକ ସଭାରେ ମିଳିଲା ମାତ୍ର ୫ ଖଣ୍ଡ ଭୋଟ: ପ୍ରାର୍ଥୀ କାନ୍ଦିକି କହିଲେ, ପରିବାରର ସଦସ୍ୟ ସଂଖ୍ୟା ୯

ଜଳନ୍ଧର, ୨୪।୫: ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ସରିଛି। କେଉଁଠି ପ୍ରାର୍ଥୀଙ୍କୁ ବିପୁଳ ଭୋଟ ମିଳିଥିବାବେଳେ, ଆଉ କେଉଁଠି ପ୍ରାର୍ଥୀଙ୍କୁ ଅଳ୍ପ ଭୋଟରେ ସନ୍ତୁଷ୍ଟ ହେବାକୁ...

ଲୋକ ସଭା, ବିଧାନସଭାରେ ଆଉ ୧୦ ବର୍ଷ ବଢ଼ିବ ସଂରକ୍ଷଣ

ନୂଆଦିଲ୍ଲୀ,୫ା୧୨(ପି.ଟି.): ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ଅନୁସୂଚିତ ଜାତି (ଏସ୍‌ସି) ଓ ଅନୁସୂଚିତ ଜନଜାତି (ଏସ୍‌ଟି)ଙ୍କ ଲାଗି ସଂରକ୍ଷଣ ସୁବିଧା ଆଉ ୧୦ ବର୍ଷ ବଢ଼ାଇବା...

Leave a comment

Your email address will not be published. Required fields are marked *