ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ଲୁଟ୍‌

ରାଜନଗର, ୭ା୬(ଡି.ଏନ.ଏ.) :କେନ୍ଦ୍ରାପଡା ଜିଲାର ରାଜନଗର ଅଞ୍ଚଳରେ ଜଣେ ଜୀବିତ ଲୋକଙ୍କୁ ମୃତ ଦର୍ଶାଇ ହରିଶ୍ଚନ୍ଦ୍ର ଟଙ୍କା ଲୁଟି ନିଆଯାଇଛି। ସୂଚନା ଅଧିକାର ଆଇନରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅପରପକ୍ଷରେ ବଞ୍ଚତ୍ ଥାଉ ଥାଉ ମୃତ ବୋଲି ଦର୍ଶାଯିବା ଖବର ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତି ଏକ ଭିଡିଓରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ା ଏହି ଭିଡିଓରେ ସେ ଜୀବିତ ଥିବା ବେଳେ ତାଙ୍କୁ କିପରି ସରପଞ୍ଚ ଓ ସରକାରୀ କର୍ମଚାରୀମାନେ ମାରି ଦେଇ ହରିଶ୍ଚନ୍ଦ୍ର ଯୋଜନା ବାବଦ ଅର୍ଥ ହଡପ କରିଛନ୍ତି ତାହା ନିଜେ ବଖାଣିଛନ୍ତି। ଏହି ଭିଡିଓ ଏବେ ଭାଇରାଲ ହୋଇଛି। ଏପଟେ ଉକ୍ତ ଘଟଣାକୁ ନେଇ ବିଭାଗୀୟ ଅଧିକାରୀମାନେ ପରସ୍ପର ଉପରେ ଦୋଷ ଲଦୁଥିବା ଖବର ମିଳିଛି ା
ମିଳିଥିବା ସୂଚନା ଅନୁଯାୟୀ, ରାଜନଗର ବ୍ଲକ ଈଶ୍ୱରପୁର ପଞ୍ଚାୟତ ଶିଳପୋଖରୀ ଗାଁର ବଂଶୀଧର ସ୍ବାଇଁ (୭୦) ଜୀବିତ ଅଛନ୍ତି। କିନ୍ତୁ ଈଶ୍ୱରପୁର ପଞ୍ଚାୟତର ହରିଶ୍ଚନ୍ଦ୍ର ଯୋଜନା ଭାଉଚର ଓ କ୍ୟାସବୁକରେ ବଂଶୀଧରଙ୍କ ୨୦୧୮ ମସିହା ସେପ୍ଟେମ୍ବର ୧୮ରେ ପରଲୋକ ଘଟିଥିବା ଉଲ୍ଲେଖ ରହିଛି। ଏପରି କି ପଞ୍ଚାୟତର ସରପଞ୍ଚ ପର୍ଶୁରାମ ବାରିକ ବଂଶୀଧରଙ୍କ ଘରେ ପହଞ୍ଚତ୍ ହରିଶ୍ଚନ୍ଦ୍ର ଯୋଜନାରେ ମୃଦଦେହ ସକତ୍ାର ପାଇଁ ୨ହଜାର ଟଙ୍କା ସରକାରୀ ସହାୟତା ଯୋଗାଇ ଦେଇଥିବା ଦର୍ଶାଯାଇଛି ା ରେକର୍ଡରେ ବଂଶୀଧରଙ୍କ ପୁଅ ଗଜେନ୍ଦ୍ର ସ୍ବାଇଁ ସରପଞ୍ଚଙ୍କଠାରୁ ୨ ହଜାର ଟଙ୍କା ସରକାରୀ ରାଶି ଗ୍ରହଣ କରିଛନ୍ତି ଓ ଏହି ଭାଉଚରରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଦସ୍ତଖତ ରହିଛି। କିନ୍ତୁ ବଂଶୀଧରଙ୍କର ଗଜେନ୍ଦ୍ର ନାମରେ କେହି ପୁଅ ନାହାନ୍ତି ା ତାଙ୍କର ଏକମାତ୍ର ପୁଅ ବାବୁରାମ କେରଳରେ କାମ କରନ୍ତି ।
ସୂଚନା ଅଧିକାର ଆଇନରେ ସେହି ଗାଁର ଜଣେ ବ୍ୟକ୍ତି ଏହି ତଥ୍ୟ ପାଇବା ପରେ ହରିଶ୍ଚନ୍ଦ୍ର ଯୋଜନାରେ ହେଉଥିବା ଦୁର୍ନୀତି ଏବେ ପଦାକୁ ଆସିଛି। ଜୀବିତ ଥିବା ବଂଶୀଧର ଏବେ ତାଙ୍କ ନାଁରେ ହୋଇଥିବା ହରିଶ୍ଚନ୍ଦ୍ର ଯୋଜନା ଭାଉଚରକୁ ଧରି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ା ସେ ଏକ ଭିଡିଓରେ ଏହି କେଳେଙ୍କାରୀରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସମ୍ପୃକ୍ତି ଥିବା ଦର୍ଶାଇଛନ୍ତି। ଏ ସମ୍ପର୍କରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରଭାତ କୁମାର ମଲ୍ଲିକଙ୍କୁ ପଚାରିବାରେ ଏହା ମୋ ସମୟର ଘଟଣା ନୁହେଁ ପୂର୍ବରୁ ଦାୟିତ୍ୱରେ ଥିବା ସାଧୁଚରଣ ସ୍ବାଇଁଙ୍କ ସମୟରେ ହୋଇଛି ବୋଲି କହିଛନ୍ତି ା ଏବେ ଘଡିଆମାଳ ପଞ୍ଚାୟତରେ କାର୍ଯ୍ୟ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ସାଧୁଚରଣଙ୍କୁ ପଚାରିବାରେ କହିଛନ୍ତି ,ବିଡିଓ ସରପଞ୍ଚଙ୍କୁ ଟଙ୍କା ବାଣ୍ଟିବା ପାଇଁ ଦିଅ ବୋଲି କହନ୍ତି, ମୁଁ ଟଙ୍କା ଦେଇଛି। କାହା ନାଁରେ ଭାଉଚର ହୋଇଛି, ମୁଁ ଜାଣିନି ବୋଲି କହିଛନ୍ତି। ସରପଞ୍ଚ ପର୍ଶୁରାମଙ୍କୁ ପଚାରିବାରେ ମୁଁ ନୁହେଁ, ପଞ୍ଚାୟତ ନିର୍ବାହୀ ଅଧିକାରୀ ହରିଶ୍ଚନ୍ଦ୍ର ଯୋଜନାରେ ଟଙ୍କା ବାଣ୍ଟିଥାନ୍ତି ବୋଲି କହିଛନ୍ତି। ତେବେ ଜଣେ ଜୀବିତ ଥିବା ବ୍ୟକ୍ତିଙ୍କୁ କାଗଜପତ୍ରରେ ମାରି ଦେବା ଘଟଣା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି ା


All Right Reserved By

ଭୂତକୋଠି ପାଲଟିଛି ଜଳସେଚନ ବିଶ୍ରାମାଗାର

ଆରଡ଼ି, ୧୯।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଆରଡ଼ି ସନ୍ନିକଟ କୁଳେଇପଦା ପଡ଼ିଆରେ ନିର୍ମିତ ଜଳସେଚନ ବିଶ୍ରାମାଗାର ଏବେ ଭୂତକୋଠି ପାଲଟିଛି। ବର୍ଷତମାମ ଗୃହରେ ତାଲା...

ଅପହୃତା ନାବାଳିକା ଭୁବନେଶ୍ୱରରୁ ଉଦ୍ଧାର: ଅଭିଯୁକ୍ତ ଯୁବକ ଗିରଫ

ନୟାଗଡ଼ ଅଫିସ/ରଣପୁର,୨୦ା୭(ସ୍ବ.ପ୍ର.): ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳରୁ ଅପହୃତ ଜଣେ ନାବାଳିକାଙ୍କୁ ପୋଲିସ ଶୁକ୍ରବାର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଦ୍ଧାର କରିଛି। ଏଥିସହିତ...

ଖଳିସାହି ପ୍ରଦୂଷିତ ପୋଖରୀରୁ ପଙ୍କୋଦ୍ଧାର ଦାବି

ଖଣ୍ଡପଡା,୯ା୬(ସ୍ବ.ପ୍ର.)-ଖଣ୍ଡପଡା ବ୍ଲକ ଅଧୀନ ଖଳିସାହି ପଞ୍ଚାୟତର ରାଜୁଆସାହି ନିକଟରେ ଥିବା ଦେବତା ପୋଖରୀର ଜଳ ପ୍ରଦୂଷିତ ହୋଇପଡିଛି। ଫଳରେ ପୋଖରୀର ଜଳ ଏବେ ବ୍ୟବହାର ନିମନ୍ତେ...

ସରକାରୀ ସ୍କୁଲରେ ପଡୁଛି ତାଲା, ଘରୋଇ ସ୍କୁଲକୁ ପ୍ରୋତ୍ସାହନ

ଜଗତ୍‌ସିଂହପୁର ଅଫିସ,୨୦ା୭: ଶିକ୍ଷାନୁଷ୍ଠାନଗୁଡିକ ପାଇଁ ରାଜ୍ୟ ସରକାରଙ୍କ ଅଜବ ନୀତିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗୋଟିଏ ପଟେ ସରକାର ଆବଶ୍ୟକ ସଂଖ୍ୟକ ଛାତ୍ରୀଛାତ୍ର...

ସରକାରୀ ସୁବିଧାରୁ ବଞ୍ଚତ୍ତ ଭିନ୍ନକ୍ଷମ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ୬ମାନସିକ ବିକାରଗ୍ରସ୍ତ

ବାଲୁଗଁା,୪ା୬(ଡି.ଏନ.ଏ.): ପରିବାର କହିଲେ ୪ ଝିଅ, ଗୋଟିଏ ପୁଅ ଓ ମା’। ବାଲୁଗଁା ଜାଗୁଳାଇ ସାହିରେ ରୁହନ୍ତି ଏହି ପରିବାର। ତେବେ ଚାରି ଝିଅ ଓ...

ଶିକାର ଉଦ୍ଦେଶ୍ୟରେ ଗୁଳିମାଡ଼: ନାବାଳକ ଗୁରୁତର

ନୟାଗଡ଼ ଅଫିସ, ୫।୭: ନୟାଗଡ଼ ସଦର ବ୍ଲକ ଇଟାଭାଟି ଥାନା ପାଲଗୁଣ୍ଠୁଣି ଗ୍ରାମର ଜଣେ ନାବାଳକ ଶୁକ୍ରବାର ସକାଳେ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି। ସେ ହେଲେ...

ଅଶାନ୍ତ ବଡନି ଗ୍ରାମ: ୩ ହଜାର ଟଙ୍କା ପାଇଁ ଗଣ୍ଡଗୋଳ, ରାମସା ଛକରେ ରାସ୍ତାରୋକୋ

ଝରିଗାଁ,୨୪।୫(ସ୍ବ.ପ୍ର): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ବଡନି ଗ୍ରାମରେ ୩ ହଜାର ଟଙ୍କାକୁ ନେଇ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସୂଚନାନୁଯାୟୀ, ଝରିଗାଁ ବ୍ଲକ...

ବୋଲଗଡ଼ ରଜ ପଡ଼ିଆରେ ମା’ ରାମଚଣ୍ଡୀ ବିଜେ

ବୋଲଗଡ଼,୧୫ା୬(ଡି.ଏନ୍‌.ଏ.): ପହିଲି ରଜ ଅବସରରେ ଶୁକ୍ରବାର ବୋଲଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ରଜଯାତ୍ରା ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି। ପାରମ୍ପରିକ ରୀତିନୀତି ଅନୁସାରେ ବୋଲଗଡ଼...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *