ହିନ୍ଦୀ ଥିଓରି ଫୁଲ୍‌ ମାର୍କ ୪୦, ଛାତ୍ର ରଖିଲେ ୮୭

ଉମରକୋଟ,୨୭ା୨ (ଡି.ଏନ.ଏ): ଛାତ୍ରଙ୍କ ଭବିଷ୍ୟତ ସହ ଖେଳ। ବୋର୍ଡ କାର୍ଯ୍ୟାଳୟର ଖାମଖିଆଲ ମୂଲ୍ୟାଙ୍କନ ଯୋଗୁ ପରୀକ୍ଷାରେ ଫୁଲ ମାର୍କଠାରୁ ଅଧିକ ମାର୍କ ରଖିଛନ୍ତି ଜଣେ ଛାତ୍ର। ହିନ୍ଦୀ ଥିଓରୀର ଫୁଲ ମାର୍କ ୪୦ ହୋଇଥିବା ସ୍ଥଳେ ୮୭ ମାର୍କ ଦିଆଯାଇଛି। ନବରଙ୍ଗପୁର ଜିଲା ଉମରକୋଟ ସ୍ଥିତ ବ୍ଲକ ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ (ବିଆଇଟି)ରେ ପଢୁଥିବା ୨ୟ ବର୍ଷର ଛାତ୍ର ତପନ ଗଣ୍ଡଙ୍କ ପରୀକ୍ଷା ଫଳାଫଳ ଏପରି ଆସିଛି। ଏହା ଦେଖି ତପନ ଆଶ୍ଚର୍ଯ୍ୟ ହୋଇଛନ୍ତି । ଶିକ୍ଷକ ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ପଢୁଥିବା ଛାତ୍ରୀଛାତ୍ରଙ୍କ ପ୍ରଥମ ଓ ୨ୟ ବର୍ଷରେ ବୋର୍ଡ ପରୀକ୍ଷା ହୋଇଥାଏ। ଛାତ୍ରୀଛାତ୍ରମାନେ ଥିଓରୀରେ ୪୪୦ ମାର୍କ , ଆସାଇନମେଣ୍ଟରେ ୧୧୦ ମାର୍କ ଏବଂ ପ୍ରାକ୍ଟିକାଲରେ ୧୦୦ ମାର୍କ ସହ ମୋଟ ୬୫୦ ମାର୍କର ପରୀକ୍ଷା ଦେଇଥାନ୍ତି। ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନରେ ତପନ ପ୍ରଥମ ବର୍ଷରେ ଯେଉଁ ପରୀକ୍ଷା ଦେଇଥିଲେ ତାହାର ଫଳାଫଳ ଗତ ୨ ଦିନ ପୂର୍ବେ ଅନ୍‌ଲାଇନ ମାଧ୍ୟମରେ ବାହାରିଥିଲା। ଏ ସଂକ୍ରାନ୍ତରେ ଅନୁଷ୍ଠାନର ଶିକ୍ଷକଙ୍କୁ ଜଣାଇଥିଲେ। ଏ ସମ୍ପର୍କରେ ବିଆଇଟି ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅନଲାଇନରୁ ପରୀକ୍ଷାଫଳ ସମ୍ପର୍କରେ ସେ ଜାଣିବାକୁ ପାଇଥିଲେ। ତେବେ ଟାବୁଲେସନ ନଚେତ ମୂଲ୍ୟାୟନ ବେଳେ ଏହି ଭୁଲ ହୋଇଥାଇପାରେ। ତପନ ଏବେ ୨ୟ ବର୍ଷରେ ପଢୁଥିବାରୁ ସେ ୨ୟ ବର୍ଷର ବୋର୍ଡ ପରୀକ୍ଷା ଦେବେ। ଶେଷ ବର୍ଷର ପରୀକ୍ଷା ଫଳରେ ଏହି ତ୍ରୁଟି ସଂଶୋଧନ ହୋଇଯିବ ବୋଲି ସେ କହିଛନ୍ତି।ଯୋଗୁ କିଛି ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ସହିତ ଖେଳ ଖେଳାଯାଉଛି । ଏହାକୁ ନେଇ ଛାତ୍ରୀଛାତ୍ର ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି।


All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି: ନେତା, ଅଫିସର ଅଭିଯୁକ୍ତ: ଅଯୋଗ୍ୟ ହିତାଧିକାରୀ ଖୋଜା ଜୋରଦାର

କଟକ ଅଫିସ, ୨୯ା୧୦: କଟକ ଜିଲାର ମାହାଙ୍ଗା ଓ ବଡମ୍ବା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ...

ଧାନଖଳାରେ ଲାଗିଲା ନିଆଁ

ରାୟଗଡ଼ା ଅଫିସ,୨୪।୧୨- ରାୟଗଡ଼ା ଜିଲା ତାଡ଼ମା ପଞ୍ଚାୟତ ମାଲିପଡ଼ା ଗ୍ରାମର ଜଗନ୍ନାଥ ପ୍ରଧାନଙ୍କର ଧାନଖଳାରେ ୧ ଏକର ଜମିର ଧାନ ଫସଲ ମଙ୍ଗଳବାର କୌଣସି କାରଣବଶତଃ...

କଣ୍ଟାପଡ଼ା ବ୍ଲକରେ ସରକାରୀ ନିୟମକୁ ଫୁ’: ସାମାଜିକ ଦୂରତା କଟକଣା ପଛ, ଜଳଖିଆ ଖିଆ ଆଗ

କଣ୍ଟାପଡା, ୧୨।୫(ଡି.ଏନ୍‌.ଏ.): ମହାମାରୀ କରୋନାରୁ ମୁକୁଳିବାକୁ ହେଲେ ସାମାଜିକ ଦୂରତ୍ୱ ରକ୍ଷା ହିଁ ଏକମାତ୍ର ଉପାୟ ବୋଲି ସ୍ବାସ୍ଥ୍ୟବିଭାଗ ପକ୍ଷରୁ ବାରମ୍ବାର ସଚେତନ କରାଯାଉଛି। ଏପରିକି...

ଭବାନୀପାଟଣାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ

ଭବାନୀପାଟଣା, ୨୫।୪ (ଡି.ଏନ.ଏ.)- କଳାହାଣ୍ଡି ଜିଲାରେ କରୋନା ମୁକାବିଲା ପାଇଁ ଭବାନୀପାଟଣା ସହର ନିକଟସ୍ଥ ବାନ୍ଦପଲାସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟଠାରେ କୋଭିଡ ହସ୍ପିଟାଲ ଶୁକ୍ରବାରଠାରୁ ଆରମ୍ଭ...

ଜଳିଗଲା ୩ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ପାଲଲହଡ଼ା, ୧୪ା୪(ଡି.ଏନ.ଏ.)- ପାଲଲହଡ଼ା ଉପଖଣ୍ଡ ମୁଖ୍ୟ ଡାକ୍ତରଖାନା ଛକ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ଥିବା ୩ ଦୋକାନରେ ସୋମବାର ବିଳମ୍ବିତ ରାତିରେ ନିଆଁ ଲାଗିଯାଇଛି...

ରୋଜଗାର ଯୋଗାଉଛି ବରିଡା ଶାଗ

ରାଇକିଆ,୨୨ା୪(ଡି.ଏନ୍‌.ଏ.)- ବରିଡା ଶାଗର ସ୍ବାଦ ନିଆରା। ଏହାର ଚାହିଦା କନ୍ଧମାଳ ଜିଲ୍ଲା ରେ ଅଧିକ ରହିଛି। ଏପ୍ରିଲ ଓ ମେ’ ମାସରେ ବହୁଳ ଭାବେ ଏହାକୁ...

ବେଆଇନ ଭାବେ ଗଞ୍ଜାମରେ ପ୍ରବେଶ କରୁଛନ୍ତି ଲୋକେ: ଏନ୍‌ଏଚ୍‌-୧୬, ସୀମାନ୍ତରେ ଯାଞ୍ଚ କରୁଛି ଟିମ୍‌

ଛତ୍ରପୁର, ୨।୫(ଡି.ଏନ୍‌.ଏ.)- କରୋନା ଜାରି ରହିଥିବା ଲକ୍‌ଡାଉନ୍‌ ସତ୍ତ୍ୱେ ଲୋକେ ବିଭିନ୍ନ ଗାଡିରେ ବେଆଇନ ଭାବେ ଗଞ୍ଜାମ ଜ଼ିଲାକୁ ପ୍ରବେଶ କରିବାରେ ଲାଗିଛନ୍ତି। ଅପରପକ୍ଷରେ କରୋନା...

ବାଲିଖାଦାନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣି ପରିବାରଲୋକଙ୍କ ରାସ୍ତାରୋକୋ

ରାସଗୋବିନ୍ଦପୁର,୯।୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଧୀନ ମୂଷାମାରୀ ବାଲିଖାଦାନ ନିକଟ ବାଲି ଷ୍ଟକ୍‌ ଥିବା ପାର୍ଶ୍ୱରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ...

Leave a comment

Your email address will not be published. Required fields are marked *