ପରକୀୟା ପ୍ରୀତି ସନ୍ଦେହ : ସ୍ତ୍ରୀକୁ ମାରିଦେବାକୁ ଉଦ୍ୟମ, ସ୍ବାମୀ କୋର୍ଟ ଚାଲାଣ

ରସୁଲପୁର,୭ା୬ (ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ ବଡକଇଁଚି ପଞ୍ଚାୟତ ପାଞ୍ଚଗୋଛିଆ ଗ୍ରାମରେ ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ସ୍ବାମୀଙ୍କୁ ଗୁରୁବାର ପୋଲିସ କୋର୍ଟଚାଲାଣ କରିଛି। ଅଭିଯୁକ୍ତ ସ୍ବାମୀ ହେଲେ ପ୍ରଶାନ୍ତ ତରେଇ।
ପ୍ରକାଶ ଯେ, ସ୍ତ୍ରୀଙ୍କ ପରକୀୟା ପ୍ରୀତିକୁ ନେଇ ପ୍ରଶାନ୍ତ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ଏ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା। ମଙ୍ଗଳବାର ରାତିରେ ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ପ୍ରଶାନ୍ତ ଚେଷ୍ଟା କରିଥିଲେ। ସ୍ତ୍ରୀଙ୍କୁ ଛାତ ଉପରକୁ ଡାକି ନେଇ ତାଙ୍କ ଗୋଡକୁ ଏକ କାଠଫାଳିଆରେ ମାଡ ମାରିବା ସହ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ। ସେଥିରେ ବିଫଳ ହେବାରୁ ଏକ ଧାରୁଆ ଅସ୍ତ୍ରରେ ମାରିବାକୁ ଚେଷ୍ଟା କରିଥିଲେ। ଏଥିରେ ତାଙ୍କ ସ୍ତ୍ରୀ ଡରିଯାଇ ଚିତ୍କାର କରିଥିଲେ। ପଡୋଶୀ ଘର ଲୋକେ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଖସି ପଳାଇଥିଲେ। ପରିବାର ଲୋକଙ୍କ ପକ୍ଷରୁ ଆହତ ମହିଳାକୁ ମଧୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏ ନେଇ କୁଆଖିଆ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମୁତାବକ ପୋଲିସ ଏକ ମାମଲା (ନଂ.୧୫୮/୧୯) ରୁଜୁ କରିଥିଲା। ବୁଧବାର ରାତିରେ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଥିଲା। ଏସଆଇ ଅନିତା ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।


All Right Reserved By Dharitri.Com

ଶ୍ରୀମନ୍ଦିରରୁ ମା’ ନାରାୟଣୀ ପୀଠକୁ ଆସିଲା ମହାପ୍ରସାଦ ଓ ଶାଢ଼ି

ଖଣ୍ଡପଡା,୪ା୭ (ସ୍ବ.ପ୍ର.): ଘୋଷଯାତ୍ରା ଅବସରରେ ପ୍ରତିବର୍ଷ ପରି ଚଳିତବର୍ଷ ରାଜ୍ୟର ସମସ୍ତ ଜିଲାରେ ଥିବା ବିଭିନ୍ନ ଶକ୍ତିପୀଠକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରୀ ଜୀଉଙ୍କ ଲାଗିମାଳ,...

ଗ୍ୟାରେଜ୍‌ରୁ ଚୋରି ଘଟଣା: ୩ ଅଭିଯୁକ୍ତ ଗିରଫ, ସାମଗ୍ରୀ ଜବତ

ଫୁଲନଖରା,୨୧।୯(ଡି.ଏନ୍‌.ଏ.): କଟକ ଜିଲା ଗୋପାଳପୁର ଜାଗୁଳାଇ ସାହିରେ ଥିବା ଏକ ଗ୍ୟାରେଜ୍‌ରୁ ଚୋରି ଘଟଣାରେ କଟକ ସଦର ପୋଲିସ ଶୁକ୍ରବାର ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।...

ଡିକି ଭାଙ୍ଗି ୨ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୧୧।୬(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଥାନା ୪ନଂ ଓ୍ବାର୍ଡ ଲକ୍ଷ୍ମୀବଜାରସ୍ଥିତ ଏକ ଜଳଖିଆ ଦୋକାନ ଆଗରେ ଥିବା ଏକ ବାଇକ୍‌ର ଡିକି ଭାଙ୍ଗି ଦୁର୍ବୃତ୍ତମାନେ ୨...

ଯୁବତୀଙ୍କୁ ଅସଦାଚରଣ, ଅଭିଯୁକ୍ତ ଗିରଫ

କଟକ ରୋଡ,୧୪ା୧୦(ଡି.ଏନ୍‌.ଏ.): ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦୁଝର ଜିଲା...

୩୨ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ, ୩।୧୦: ଖୋର୍ଦ୍ଧା ଅବକାରୀ ବିଭାଗର କର୍ମଚାରୀମାନେ ବଡ଼ବେରଣା ଗଁାରୁ ଗୁରୁବାର ପୂର୍ବାହ୍ନରେ ଚଢ଼ାଉକରି ୩୨ ଗା୍ରମ ବ୍ରାଉନସୁଗାର ଜବତ କରିଛନ୍ତି। ଏହି ଘଟଣାରେ...

ବିଳମ୍ବିତ ରାତିରେ ଆତଙ୍କ ଖେଳାଇଲେ ୫ ଯୁବକ : ବାର୍‌ରେ ପଶି ଆକ୍ରମଣ, ବାର୍‌ ଡ୍ୟାନ୍ସରଙ୍କୁ ପିଛା କରି ଲୁଟିଲେ

ଭୁବନେଶ୍ୱର,୧୧।୧୧(ବ୍ୟୁରୋ) : ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଛକରୁ ସତ୍ୟବିହାର ପର୍ଯ୍ୟନ୍ତ ଆତଙ୍କ ଖେଳାଇଥିଲେ ୫ଜଣ ଯୁବକ। ପ୍ରଥମେ କଟକ ରୋଡ୍‌ରେ ଥିବା ରେନ୍‌ ଦି...

ଘରେ ଏକୁଟିଆ ପାଇ ମହିଳାଙ୍କୁ ବଳାତ୍କାର, ଅଭିଯୁକ୍ତକୁ ଗିରଫ କଲା ଦୈତାରୀ ଥାନା ପୋଲିସ

କେନ୍ଦୁଝର,୨୦।୧୧(ସ୍ବ.ପ୍ର.): ଜଣେ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଦୈତାରୀ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ସେ ହେଲେ ସିକନ ପିଙ୍ଗୁଆ। ପୋଲିସ ଅଭିଯୋଗ...

ପୃଥକ ବିଦ୍ୟୁତ୍‌ ଦୁର୍ଘଟଣା: ଲାଇନ୍‌ମ୍ୟାନ୍‌ ମୃତ, ଶ୍ରମିକ ଗୁରୁତର

ନୟାଗଡ଼ ଅଫିସ,୧୬ା୭-ନୟାଗଡରେ ସୋମବାର ପୃଥକ ସ୍ଥାନରେ ବିଦ୍ୟୁତ୍‌ ଦୁର୍ଘଟଣାରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ନୟାଗଡ଼ ପୁରୁଣା ସହରର ଜଣେ ଲାଇନ୍‌ମ୍ୟାନ୍‌ଙ୍କ...

Leave a comment

Your email address will not be published. Required fields are marked *