ଡାକଘରୁ ହେଡ୍‌ ପୋଷ୍ଟମାଷ୍ଟର ଆସବାବପତ୍ର ଲୁଟି ନେଇଥିବା ଅଭିଯୋଗ : ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଫେରାଦ ହେଲା କର୍ମଚାରୀ ସଂଘ

ଯାଜପୁର ଟାଉନ,୭ା୬(ଡିଏନଏ)- ଯାଜପୁର ମୁଖ୍ୟ ଡାକଘରର ହେଡ୍‌ ପୋଷ୍ଟମାଷ୍ଟର ପ୍ରମୋଦ କୁମାର ହୋତା କାର୍ଯ୍ୟାଳୟର ଆସବାବପତ୍ର ଓ ବିଭିନ୍ନ କମ୍ପ୍ୟୁଟର ସାମଗ୍ରୀ ନେଇ ପଳାଇ ଯାଇଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କର୍ମଚାରୀ ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସମ୍ପୃକ୍ତ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ତଥା ଏନ୍‌ଏପିଇର କଟକ ନର୍ଥ ଡିଭିଜନ (ଜିଆର-ସି)ର ଡିଭିଜନାଲ ସେକ୍ରେଟାରୀ ଅତୁଲ୍ୟ କୁମାର ଦାସ ପୋଷ୍ଟମାଷ୍ଟର ହୋତାଙ୍କ ନାମରେ ଚିଫ୍‌ ପୋଷ୍ଟମାଷ୍ଟର ଜେନେରାଲ ସନ୍ତୋଷ କୁମାର କାମିଲା ଏବଂ ସୁପରିଟେଣ୍ଡେଣ୍ଟ ଦିଲ୍ଲୀପ କୁମାର ସାମଲଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି। ଦାସଙ୍କ ଅଭିଯୋଗ ଅନୁଯାୟୀ, ମେ ୭ରେ ହେଡ୍‌ ପୋଷ୍ଟମାଷ୍ଟର ହୋତା ପୁରୁଣା ରେକର୍ଡକୁ ଅଦରକାରୀ ଦର୍ଶାଇ ୨୦ କୁଇଣ୍ଟାଲରୁ ଅଧିକ କାଗଜପତ୍ର ଓ କମ୍ପ୍ୟୁଟର ସାମଗ୍ରୀ ନେଇଯାଇଥିଲେ। ଏହାକୁ କବାଡ଼ିଆ ଦୋକାନରେ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ମେ ୧୦ରେ କିଛି ଲୌହ ସାମଗ୍ରୀ, ଆଲୁମିନିୟମ ଚ୍ୟାନେଲ, ପୁରୁଣା ବ୍ୟାଟେରୀ ଓ ଷ୍ଟାବ୍ଲାଇଜର, ମୋଟର ଇତ୍ୟାଦି ଏକ ପିକଅପ୍‌ ଭ୍ୟାନରେ ଲଦି ନେଇଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସେହିପରି ଗତ ୫ ତାରିଖ ମଧ୍ୟ ଇଦ୍‌ ଛୁଟି ଥିବାବେଳେ ଅତି ସକାଳୁ କର୍ମଚାରୀ ଏବଂ ସହକାରୀ ପୋଷ୍ଟମାଷ୍ଟରଙ୍କ ଅନୁପସ୍ଥିତିରେ କିଛି କମ୍ପ୍ୟୁଟର ସାମଗ୍ରୀ ଓ କାର୍ଯ୍ୟାଳୟର ଆସବାବ ପତ୍ର ହୋତା ନେଇ ଯାଇଥିବା ଦାସ ଅଭିଯୋଗ କରିଛନ୍ତି। ହୋତାଙ୍କର ଇତି ମଧ୍ୟରେ ଜଗତସିଂହପୁରକୁ ବଦଳି ହୋଇଯାଇଥିବାବେଳେ ଆସବାସପତ୍ର ପରିବହନ ଆଳରେ ମୁଖ୍ୟ ଡାକଘରର ଲକ୍ଷାଧିକ ଟଙ୍କାର ସାମଗ୍ରୀକୁ ହୋତା ଲୁଟି ନେଇଥିବା ଦାସ ଓ ଅନ୍ୟ କେତେଜଣ କର୍ମଚାରୀ ଅଭିଯୋଗ କରିବା ସହିତ ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ତେବେ ଏ ସମ୍ପର୍କରେ ସମ୍ପୃକ୍ତ ପୋଷ୍ଟମାଷ୍ଟର ହୋତାଙ୍କୁ ପଚାରିବାରୁ, ସେ ଏଭଳି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହିତ କେବଳ ନିଜ ବ୍ୟବହୃତ ଆସବାସପତ୍ର ବଦଳି ହୋଇଥିବା ସ୍ଥାନକୁ ପରିବହନ କରି ଆଣିଛନ୍ତି ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦାସ ଏକ ୟୁନିଅନର କର୍ମକର୍ତ୍ତା ହୋଇଥିବାବେଳେ ସେ ନିଜେ ଅନ୍ୟ ଏକ ୟୁନିଅନର ସଭ୍ୟ ଅଟନ୍ତି। ତେଣୁ ୟୁନିଅନକୁ ନେଇ ଚାଲିଥିବା ରାଜନୀତିରେ ତାଙ୍କୁ ଛନ୍ଦି ଦିଆଯିବାକୁ ଉଦ୍ୟମ କରାଯାଇଛି ବୋଲି ହୋତା କହିଛନ୍ତି। ଏପରିକି ଅଭିଯୋଗକାରୀମାନେ ମୁଖ୍ୟ ଡାକଘରେ ନିଜର କର୍ତ୍ତବ୍ୟ ଠିକ୍‌ଭାବେ ସମ୍ପାଦନ କରୁ ନ ଥିବାବେଳେ ସେମାନଙ୍କୁ ସେ ହେଡ୍‌ ପୋଷ୍ଟମାଷ୍ଟର ହିସାବରେ ତାଗିଦ କରିଥିଲେ। ସେମାନେ ତାହାକୁ ଆକ୍ରୋଶମୂଳକ ବୋଲି ଧରିନେଇ ଏଭଳି ମିଛ ଅଭିଯୋଗ ବାଢିଛନ୍ତି ବୋଲି କହିଛନ୍ତି ା


All Right Reserved By

ଯୌତୁକଜନିତ ବଧୂ ହତ୍ୟା ନେଇ ଶାଶୁ, ଶ୍ୱଶୂର, ସ୍ବାମୀଙ୍କ ନାମରେ ଅଭିଯୋଗ

କୃଷ୍ଣପ୍ରସାଦ,୨ା୭.(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଶିଆଳ ଗାଁରେ ଜଣେ ନବ ବିବାହିତା ବଧୂଙ୍କୁ ଅଧିକ ଯୌତୁକ ଦାବି କରି ସୋମବାର ହତ୍ୟା କରାଯାଇଥିବା କୃଷ୍ଣପ୍ରସାଦ ଥାନାରେ...

ନିରାକାରପୁର ଅଞ୍ଚଳରେ ଖୋଲିଲା ୬ ଏଟିଏମ୍‌, ପ୍ରବଳ ଭିଡ଼: ଏସ୍‌ବିଆଇ ଏଟିଏମ୍‌ ନ ଖୋଲିବାରୁ ଅସନ୍ତୋଷ

ନିରାକାରପୁର,୨୬ା୫(ଡି.ଏନ.ଏ.)-ଫନୀ ବାତ୍ୟା ପରେ ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତସ୍ଥିତ ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ସେବା ଠପ୍‌ ହୋଇଯାଇଥିଲା। ଏଥିଯୋଗୁ ଗ୍ରାହକଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ...

ପ୍ରେମିକ ଗିରଫ: ଲୁଟ୍‌ ଟଙ୍କାରେ ପ୍ରେମିକାଙ୍କୁ ଦେଉଥିଲେ ଦାମୀ ଉପହାର

କେନ୍ଦ୍ରାପଡ଼ା ଅଫିସ୍‌, ୧୩ା୬: ଚୋରି, ଡକାୟତି ଟଙ୍କାରେ ପ୍ରେମିକାଙ୍କୁ ଉପହାର ଦେବା ଭଳି ବହୁ ଘଟଣା ଟିଭି ସିରିଏଲ ଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ।...

ଟ୍ରେନ୍‌ରୁ ଡେଇଁ ଅନାଥାଶ୍ରମ ମହିଳା ଗୁରୁତର

ନିରାକାରପୁର,୨୮ା୬(ଡି.ଏନ୍‌.ଏ.)-ଅନାଥାଶ୍ରମରେ ରହୁଥିବା ଜଣେ ବୃଦ୍ଧା ଗୁରୁବାର ପୂର୍ବାହ୍ନରେ ନିରାକାରପୁର ଷ୍ଟେଶନ ନିକଟସ୍ଥ ଟ୍ରେନ୍‌ରୁ ଡେଇଁ ଗୁରୁତର ହୋଇଛନ୍ତି ା ବୃଦ୍ଧା ଜଣକ ନିଜ ନାମ କହିପାରୁ...

ଦୁର୍ଘଟଣାରେ କାର୍‌ ଡ୍ରାଇଭର ଗୁରୁତର

ଧର୍ମଶାଳା,୧୮।୫(ଡି.ଏନ.ଏ.)- ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ନେଉଳପୁରଠାରେ ଶନିବାର ଅପରାହ୍ନ ୪ଟାରେ ବସ୍‌, ଟ୍ରକ୍‌ ସହ କାରର ମୁହଁାମୁହଁି ଧକ୍କା ହେବା...

ସିଆରଆରଆଇ-କନ୍ଦରପୁର ୩୩କେଭି ଫିଡର କାମ ଅଧାପନ୍ତରିଆ : ୩ ବ୍ଲକର ବିଦ୍ୟୁତ୍‌ ଉପଭୋକ୍ତା ହନ୍ତସନ୍ତ

କଟକ ସଦର, ୧୩ା୫(ଡି.ଏନ୍‌.ଏ.): କଟକ ସଦର ବ୍ଲକ ସମେତ ପଡୋସୀ ଜଗତ୍‌ସିଂହପୁର ଜିଲା ଅଧୀନ ରଘୁନାଥପୁର ଓ ବିରିଡି ବ୍ଲକ ଅଞ୍ଚଳର ବିଦ୍ୟୁତ୍‌ ସେବାକୁ ତ୍ୱରାନ୍ବିତ...

ଆଟାଚି ଧରି ଘୂରି ବୁଲୁଛନ୍ତି ଅଜଣା ବ୍ୟକ୍ତି: ପୋଲିସ ପକ୍ଷରୁ ଯାଞ୍ଚ ନ ହେବାରୁ ଅସନ୍ତୋଷ

ନିରାକାରପୁର,୨୫ା୭(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଷ୍ଟେଶନ ଅଞ୍ଚଳରେ ଦୀର୍ଘ ୪ ମାସ ହେବ ଜଣେ ଅଜଣା ବ୍ୟକ୍ତି ଆଟାଚି ଓ ପାଣି ବୋତଲ ଧରି ଘୂରି...

ଭୂତମୁଣ୍ଡାଇରେ ଟ୍ରକ୍‌ ଟର୍ମିନାଲ ନିର୍ମାଣକୁ ବିରୋଧ

କୁଜଙ୍ଗ,୨୯ା୬(ସ୍ବ.ପ୍ର.): କୁଜଙ୍ଗ ବ୍ଲକ ଭୂତମୁଣ୍ଡାଇ ପଞ୍ଚାୟତ ନିକଟବର୍ତ୍ତୀ ଜାତୀୟ ରାଜପଥ ପାର୍ଶ୍ୱରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିର୍ମାଣ ହେବାକୁ ଥିବା ଟ୍ରକ ଟର୍ମିନାଲକୁ ବିରୋଧ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *