ଏଟିଏମ୍‌ରୁ ବାହାରୁଛି ଅଧିକ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୨୭-୨: ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ୨୦୦୦ ଟଙ୍କିଆ ଭଳି ବଡ ମୂଲ୍ୟର ନୋଟକୁ ବଜାରରୁ ପ୍ରତ୍ୟାହାର ହେବା ଭଳି ପ୍ରତୀୟମାନ ହେଉଛି। ଏଭଳି ବଡ ନୋଟ୍‌ ପ୍ରିଣ୍ଟ ବନ୍ଦ ହୋଇଥିବା ଗତ ବର୍ଷ ରିଜର୍ଭ ବ୍ୟାଙ୍କ ସୂଚନା ଅଧିକାର ଯୋଗୁ ମଗାଯାଇଥିବା ତଥ୍ୟରେ ପ୍ରକାଶ କରିଥିଲା। ଗ୍ରାହକଙ୍କ ସୁବିଧା ଲାଗି ଏଟିଏମ୍‌ରେ କମ୍‌ ମୂଲ୍ୟର ନୋଟ ରଖିବା ନେଇ ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବ୍ୟାଙ୍କଗୁଡିକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଉଚ୍ଚ ପଦସ୍ତ ଅଧିକାରୀ କହିଛନ୍ତି। ମାତ୍ର କେତେକ ବ୍ୟାଙ୍କ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଏଟିଏମ୍‌କୁ ଛୋଟ ନୋଟ ବାହାରିବା ଭଳି ରିକାଲିବ୍ରେଶନ ବା ସୁବିଧା କରିସାରିନେଣି। ଏହି କ୍ରମରେ ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟ ସମାନ ନୀତି ଆପଣାଉଥିବା ଦେଖାଯାଉଛି। ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଏହାର ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ନ ଛାଡିବା ଲାଗି ସ୍ପଷ୍ଟ କରିସାରିଛି। ଏଟିଏମ୍‌ରେ ୨୦୦୦ ଟଙ୍କିଆ ନୋଟ ବନ୍ଦ କରିବା ନେଇ କୌଣସି ନିର୍ଦ୍ଦେଶ ଅର୍ଥ ମନ୍ତ୍ରଣାଳୟ ଦେଇ ନ ଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି।
୨୦୧୬-୧୭ରେ ରିଜର୍ଭ ବ୍ୟାଙ୍କ ୩୫୪୨.୯୯୧ ନିୟୁତ ୨୦୦୦ ଟଙ୍କିଆ ନୋଟ ଛାପିଥିଲା। ୨୦୧୭-୧୮ରେ ଏହା ୧୧୧.୫୦୭ ନିୟୁତ ଏବଂ ୨୦୧୮-୧୯ରେ ଏହା ୪୬.୬୯୦ ନିୟୁତକୁ ଖସିଛି। ଏଥିରୁ ଜଣାପଡୁଛି ଯେ, ଧିରେ ଧିରେ ଏହି ନୋଟଗୁଡିକ କମ୍‌ ବଜାରକୁ ଆସୁଛି। କଳାଟଙ୍କାକୁ କମାଇବା ଏବଂ ଜମାଖୋର ରୋକିବା ଲାଗି ସରକାର ଏଭଳି କରୁଥିବା କେହି କେହି କହୁଛନ୍ତି। ୨୦୦୦ ଟଙ୍କିଆ ନୋଟ ହଟାଇବା ନେଇ କୌଣସି ପ୍ରସ୍ତାବ ନାହିଁ ବୋଲି ଡିସେମ୍ବରରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର କହିଥିଲେ। ଏଣୁ ଏହାକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ମତ ଦେଇଥିଲେ। ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ପ୍ରଚଳନରେ ୨୨.୩୫ ଲକ୍ଷ କୋଟି ଟଙ୍କା ମୂଲ୍ୟର ନୋଟ ରହିଛି। ଏହା ୪ ନଭେମ୍ବର ୨୦୧୬ରେ ୧୭.୭୪ ଲକ୍ଷ କୋଟି ଟଙ୍କା ରହିଥିଲା। ଅକ୍ଟୋବର ୨୦୧୪ ଠାରୁ ଅକ୍ଟୋବର ୨୦୧୬ ମଧ୍ୟରେ ନୋଟ ପ୍ରଚଳନର ବାର୍ଷିକ ହାର ୧୪.୫୧% ରହିଛି। ଏହି ହିସାବକୁ ଦେଖିଲେ ବର୍ତ୍ତମାନ ୨୫.୦୪ ଲକ୍ଷ କୋଟି ଟଙ୍କାର ନୋଟ ଏବେ ପ୍ରଚଳନରେ ରହିବା କଥା।


All Right Reserved By Dharitri.Com

ହ୍ୟୁଣ୍ଡାଇର ନୂଆ କନେକ୍‌ଟେଡ ଏସ୍‌ୟୁଭି ‘ଭେନ୍ୟୁ’

ଭୁବନେଶ୍ୱର,୨୩-୫: ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ ପକ୍ଷରୁ ନୂଆ କନେକଟେଡ ଏସ୍‌ୟୁଭି ଭେନ୍ୟୁ ବଜାରକୁ ଆସିଛି। ଏହା କମ୍ପାନୀର ପ୍ରଥମ ସ୍ମାର୍ଟ ମୋବିଲିଟି ସଲ୍ୟୁଶନ୍ସ ହୋଇଥିବା...

ପେସାଦାରୀ ଅଭିଜ୍ଞତା ହିଁ ସବୁକିଛି: ଶକ୍ତିକାନ୍ତ

ମୁମ୍ବାଇ,୨୩-୯: ଇତିହାସର ଛାତ୍ର ଥିବା ଶକ୍ତିକାନ୍ତ ଦାସ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ୨୫ତମ ଗଭର୍ନର ହେବା ପରେ ତାଙ୍କୁ ଅନେକ ଥଟ୍ଟା ପରିହାସର ସମ୍ମୁଖୀନ ହେବାକୁ...

ବିଦେଶୀ କାରବାର ନେଇ ଚିନ୍ତାରେ ଇଣ୍ଡିଆ ଇଙ୍କ

ନୂଆଦିଲ୍ଲୀ, ୧୫। ୪ : ବିଦେଶରେ ନିଜର ୟୁନିଟ ସ୍ଥାପନା କରିଥିବା କମ୍ପାନୀଗୁଡିକ ଏବେ ଚିନ୍ତାରେ ଅଛନ୍ତି। କରୋନା ପାଇଁ ସାରା ବିଶ୍ୱ ଏବେ ଲକ୍‌ଡାଉନ...

ଶୀର୍ଷ ୬ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ ୯୮,୫୦୨ କୋଟି ବୃଦ୍ଧି

ନୂଆଦିଲ୍ଲୀ,୨୧-୪: ଦେଶର ସବୁଠାରୁ ମୂଲ୍ୟବାନ କମ୍ପାନୀଙ୍କ ମଧ୍ୟରେ ୬ଟିର ବଜାର ପୁଞ୍ଜୀକରଣ ଗତ ସପ୍ତାହରେ ୯୮,୫୦୨.୪୭ କୋଟି ଟଙ୍କା ବଢ଼ିଛି। ତନ୍ମଧ୍ୟରୁ ଆଇଟି ସେକ୍ଟରରେ ଅଗ୍ରଣୀ...

ଜ୍ୟୁରିକ ବିଶ୍ୱର ସବୁଠାରୁ ପ୍ରାଚ୍ୟୁର୍ଯ୍ୟପୂର୍ଣ୍ଣ ସହର

ନୂଆଦିଲ୍ଲୀ,୨୩-୧୧: ନିକଟରେ ପ୍ରକାଶିତ ଗ୍ଲୋବାଲ ପ୍ରସପେରିଟି ଇଣ୍ଡେକ୍ସ ବା ବିଶ୍ୱ ପ୍ରାଚୁର୍ଯ୍ୟପୂର୍ଣ୍ଣ ସୂଚୀରେ ଭାରତର ବାଙ୍ଗାଲୋର ୮୩ତମ ସ୍ଥାନରେ ରହିଛି। ଏହି ତାଲିକାରେ ଥିବା ବିଶ୍ୱର...

୨୦୨୦ ପରେ ଭାରତର ଅଭିବୃଦ୍ଧି ତ୍ୱରାନ୍ବିତ ହେବ: ବିଲ୍‌ ଗେଟ୍‌ସ

ନୂଆଦିଲ୍ଲୀ,୧୭-୧୧:ଭାରତ ନିକଟରେ ଦ୍ରୁତ ଅଭିବୃଦ୍ଧି ହାସଲ କରିବାର ଅନେକ କ୍ଷମତା ରହିଛି। ୨୦୨୦ ପରେ ଭାରତର ଜିଡିପି ଅଭିବୃଦ୍ଧି ତ୍ୱରାନ୍ବିତ ହେବ ବୋଲି ମାଇକ୍ରୋସଫ୍ଟ ସହ...

ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ; ଅପାଠୁଆଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

ଜୟପୁର,୩୦-୫: ରାଜସ୍ଥାନ ହାଇକୋର୍ଟ ଅପାଠୁଆ ଡ୍ରାଇଭରଙ୍କୁ ଡ୍ରାଇଭିଂ ଲାଇସେନ୍ସ ଜାରି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣିକିଆ ଖଣ୍ଡପୀଠ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ରାସ୍ତା...

ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ଦର ବଢ଼ିଲା;ବିମାନ ଇନ୍ଧନ ଦର କମିଲା

ନୂଆଦିଲ୍ଲୀ,୨-୯: ତୈଳ କମ୍ପାନୀଙ୍କ ପକ୍ଷରୁ ରବିବାର ବିମାନ ଇନ୍ଧନ(ଏଟିଏଫ୍‌୍‌) ଦର ହ୍ରାସ ଘୋଷଣା କରାଯାଇଥିବା ବେଳେ ଅଣ ସବ୍‌ସିଡିଯୁକ୍ତ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି କରାଯାଇଛି।...

Leave a comment

Your email address will not be published. Required fields are marked *