Posted inଖେଳ

ଖେଲୋ ଇଣ୍ଡିଆ ବ୍ୟାଡମିଣ୍ଟନ: ପୁରୁଷରେ ଆନ୍ଧ୍ର, ମହିଳାରେ ଜୈନ ଚାମ୍ପିୟନ

କଟକ ଅଫିସ,୨୭ା୨-  ସ୍ଥାନୀୟ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ଖେଲୋ ଇଣ୍ଡିଆ ୟୁନଭର୍ସିଟି ଗେମ୍ସର ବ୍ୟାଡମିଣ୍ଟନ ଇଭେଣ୍ଟ ବୁଧବାର ଶେଷ ହୋଇଛି। ଏହି ଇଭେଣ୍ଟର ପୁରୁଷ ବର୍ଗରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ମହିଳା ବର୍ଗରେ ଜୈନ ବିଶ୍ୱବିଦ୍ୟାଳୟ ଚାମ୍ପିୟନ ହୋଇଛି। ଗୁରୁବାରଠାରୁ ଏଠାରେ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଆରମ୍ଭ ହେବ।
ପୁରୁଷ ବର୍ଗରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ୩-୧ ସେଟରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ହରାଇଥିଲା। ପଞ୍ଜାବର କାର୍ତ୍ତିକ ଜିନ୍ଦଲ ୨୧-୭, ୨୧-୬ ପଏଣ୍ଟରେ ଆନ୍ଧ୍ରପ୍ରଦେଶ ଦଳର ପ୍ରଣୟ ରେଡ୍ଡୀଙ୍କୁ ହରାଇ ପ୍ରଥମ ସେଟରେ ଅଗ୍ରଣୀ ନେଇଥିଲେ। ପରବର୍ତ୍ତୀ ସେଟରେ ଆନ୍ଧ୍ରର ଜଗଦୀଶ କଲାଗା ୨୧-୧୬, ୨୧-୧୯ ପଏଣ୍ଟରେ ପଞ୍ଜାବର ଅଭିଶେକ ସାଇନିଙ୍କୁ ପରାସ୍ତ କରି ମ୍ୟାଚ୍‌କୁ ସମାନ ସ୍ଥିତିରେ ପହଞ୍ଚାଇଥିଲେ। ୩ୟ ସେଟ ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ମିକ୍ସଡ ଡବଲ୍ସ ପର୍ଯ୍ୟାୟରେ ପଞ୍ଜାବର କାର୍ତ୍ତିକ ଜିନ୍ଦଲ-ହାର୍ଦ୍ଦିକ ମକରଙ୍କ ଯୋଡ଼ି ଭେଟିଥିଲା ଆନ୍ଧ୍ରର ଗରାଗ କ୍ରୀଷ୍ଣା ପ୍ରସାଦ ଓ ଶ୍ରୀକ୍ରୀଷ୍ଣା ସାଇ କୁମାରଙ୍କ ଯୋଡ଼ିକୁ। ଆନ୍ଧ୍ରର ଯୋଡ଼ି ପ୍ରଥମ ରାଉଣ୍ଡକୁ ୧୨-୨୧ ପଏଣ୍ଟରେ ହାରିବା ପରେ ପରବର୍ତ୍ତୀ ଦୁଇ ରାଉଣ୍ଡରେ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ପରବର୍ତ୍ତୀ ଦୁଇଟି ଯାକ ରାଉଣ୍ଡ ୨୧-୧୮, ୨୧-୧୫ ପଏଣ୍ଟରେ ଜିତିଥିଲା ଆନ୍ଧ୍ରପ୍ରଦେଶ। ଏଥି ସହିତ ମ୍ୟାଚ୍‌ରେ ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟ ୨-୧ ସେଟରେ ଅଗ୍ରଣୀ ହାସଲ କରିଥିଲା। ୪ର୍ଥ ତଥା ନିର୍ଣ୍ଣାୟକ ସେଟରେ ଆନ୍ଧ୍ର ବିଜୟୀ ହୋଇ ଚାମ୍ପିୟନ ହୋଇଛି। ଏହି ସେଟରେ ଆନ୍ଧ୍ରର ଆଦିତ୍ୟ ବାପିନିଦୁ ୨୧-୧୪, ୨୧-୧୭ ପଏଣ୍ଟରେ ପଞ୍ଜାବର ହାର୍ଦ୍ଦିକ ମକରଙ୍କୁ ପରାସ୍ତ କରିଥିଲେ। ମହିଳା ବର୍ଗର ଫାଇନାଲ ମୁକାବିଲାରେ ଜୈନ ବିଶ୍ୱବିଦ୍ୟାଳୟ ୨-୦ ସେଟରେ ତାମିଲନାଡୁର ଏଏସ୍‌ଆରଏମ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଛି। ଶିଖା ରାଜେଶ ଗୌତମ ୨୧-୧୨, ୨୧-୮ ପଏଣ୍ଟରେ ଏଏସ୍‌ଆରଏମର ନିଭେତା ମୁଥୁକୁମାରଙ୍କୁ ହରାଇ ପ୍ରଥମ ସେଟକୁ ଜୈନ ବିଶ୍ୱବିଦ୍ୟାଳୟ ନାମରେ କରିଥିଲେ। ପରବର୍ତ୍ତୀ ସେଟ୍‌ଟି ମହିଳା ଡବଲ୍ସ ପର୍ଯ୍ୟାୟରେ ଖେଳାଯାଇଥିଲା। ଏଥିରେ ଜୈନ ଦଳର ଅଶ୍ୱିନୀ କେ ଭଟ୍ଟ- ଶିଖା ରାଜେଶ ଗୌତମଙ୍କ ଯୋଡ଼ି ୨୧-୭, ୨୧-୧୪ ପଏଣ୍ଟରେ ଏଏସ୍‌ଆରଏମ ବିଶ୍ୱବିଦ୍ୟାଳୟର ଭେଙ୍କଟ ରାମ୍ୟା ତୁଳସୀ-ଭି ନୀଲାଙ୍କୁ ହରାଇଥିଲେ।


All Right Reserved By Dharitri.Com

Posted inଖେଳ View All

ବାରବାଟୀ ମ୍ୟାଚର ଗୁରୁତ୍ୱ ବଢ଼ିଲା

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ...

ଏକମାତ୍ର ଟେଷ୍ଟ: ଦୃଢ଼ ସ୍ଥିତିରେ ଆଫଗାନିସ୍ତାନ

ଚିଟ୍ଟାଗଙ୍ଗ,୮।୯- ସ୍ଥାନୀୟ ଜହୁର ଅହମ୍ମଦ ଚୌଧୁରୀ ଷ୍ଟାଡିୟମରେ ଚାଲିଥିବା ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ଆଫଗାନିସ୍ତାନ ଉଭୟ ବୋଲିଂ ଓ ବ୍ୟାଟିଂରେ ଦମ୍‌ଦାର...

ଆଇଏଏଏଫ୍‌ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ

ଜେନେଭା, ୪ା୬ (ଏଏଫ୍‌ପି)-ସୁଇଜରଲାଣ୍ଡର ଟପ୍‌ କୋର୍ଟ ସୋମବାର ସାମୟିକ ଭାବେ ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍‌ ଫେଡେରେଶନ୍ସ (ଆଇଏଏଏଫ୍‌)ର ବିବାଦୀୟ ଟେଷ୍ଟୋଷ୍ଟେରୋନ ନିୟମକୁ ସସ୍‌ପେଣ୍ଡ କରିଛନ୍ତି।...

ସୁଲତାନ ଅଫ୍‌ ଜୋହର କପ୍‌: ଶିଳାନନ୍ଦଙ୍କ ଡବଲ୍‌ ଗୋଲ; ଫାଇନାଲରେ ଭାରତ

ଜୋହୋର ବାହରୁ(ମାଲେସିଆ),୧୭।୧୦(ପି.ଟି.)- ଏଠାରେ ଚାଲିଥିବା ନବମ ସୁଲତାନ ଜୋହର କପ୍‌ ହକି ଟୁର୍ନାମେଣ୍ଟରେ ଭାରତୀୟ ଜୁନିୟର ଦଳ ଫାଇନାଲରେ ପ୍ରବେଶ କରିଛି। ଅନ୍ତିମ ରାଉଣ୍ଡ ରବିନ୍‌...

ରାଜ୍ୟ ଓପନ ଚେସ୍‌: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୭।୬(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ନବରଙ୍ଗପୁର ଜିଲାର ଉମରକୋଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ପବ୍ଲିକ୍‌ ସ୍କୁଲରେ ଅନୁଷ୍ଠିତ ପ୍ରଥମ ରାଜ୍ୟ...

ଭାରତୀୟ ଡବଲ୍ସ ଯୋଡ଼ିଙ୍କ ବିଜୟ

ଜାକର୍ତ୍ତା, ୧୭ା୭ (ପି.ଟି.)-ଭରତର ଦୁଇ ଡବଲ୍ସ ଯୋଡ଼ି ଏଠାରେ ଚାଲିଥିବା ୧,୨୫୦,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର୍‌ ସୁପର ୧୦୦୦ ଟୁର୍ନାମେଣ୍ଟର...

ସ୍ୟାଣ୍ଡ ପେପର ବିକିଲେ ପ୍ରଶଂସକ

ଜୋହାନ୍ସବର୍ଗ,୨୨।୨- ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ବେଳେ ଦକ୍ଷିଣ ଆଫ୍ରିକାର କିଛି ପ୍ରଶଂସକ ଉତ୍ତେଜକ ବ୍ୟାନର ଦେଖାଇ ଡେଭିଡ୍‌ ଓ୍ବାର୍ନର ଓ ଷ୍ଟିଭ...

ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ଇଣ୍ଡିଆନ୍ସ

ବାରବାଡସ,୨୯।୫(ପିଟି)- ଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ବୁଧବାର ୩ୟ ଥର ପାଇଁ ବାପା ହୋଇଛନ୍ତି। ଏ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ପୋଲାର୍ଡ ସୂଚନା...

Leave a comment

Your email address will not be published. Required fields are marked *