Posted inଜାତୀୟ

ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୭ା୨(ପି.ଟି.): ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ବିରୋଧୀ ହିଂସା ରୋକିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟ ବୁଧବାର ଭର୍ତ୍ସନା କରିଛନ୍ତି। ଏହି ହିଂସାରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ସିଏଏ ଦଙ୍ଗାକୁ ନେଇ ହୋଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ସର୍ବୋଚ୍ଚ ଅଦାଲତ ମନା କରିଦେଇଛନ୍ତି। ହିଂସା ସୃଷ୍ଟିକାରୀଙ୍କୁ ଛାଡ଼ିଦିଆଯାଇଥିବାରୁ ଏଥିପାଇଁ ସୁପ୍ରିମକୋର୍ଟ ଖଣ୍ଡପୀଠ ଦିଲ୍ଲୀ ପୋଲିସ ଉପରେ ବର୍ଷିଥିଲେ। କୌଣସି ବ୍ୟକ୍ତିଙ୍କ ଅନୁମତିକୁ ଅପେକ୍ଷା ନ କରି ସ୍ବାଧୀନ ଭାବେ କାର୍ଯ୍ୟ କରିବା ଆବଶ୍ୟକ ଥିଲା ବୋଲି ଖଣ୍ଡପୀଠ କହିଛନ୍ତି। କେହି ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଲେ ତାହା ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ହେବ। ଶାହିନବାଗ ଆନ୍ଦୋଳନ ସମ୍ପର୍କିତ ମାମଲାର ଶୁଣାଣି ପୂର୍ବରୁ ପ୍ରଥମେ ଅନୁକୂଳ ବାତାବରଣ ଫେରାଇଆଣିବା ଜରୁରୀ ବୋଲି ଜଷ୍ଟିସ୍‌ ସଞ୍ଜୟ କିଷନ କୌଲ ଏବଂ କେ.ଏମ୍‌. ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।


All Right Reserved By Dharitri.Com

ପିଆଜ ମାଳ ପିନ୍ଧି ସଂସଦରେ ପହଞ୍ଚିଲେ ୨ ଏଏପି ଏମ୍‌ପି

ନୂଆଦିଲ୍ଲୀ,୩।୧୨: ପିଆଜ ଦାମ ବଢ଼ିଚାଲିଥିବାବେଳେ ଏହାକୁ ନିୟନ୍ତ୍ରଣ କରିବାରେ କେନ୍ଦ୍ର ସରକାର ଅସଫଳ ରହିଥିବା ପ୍ରତିବାଦ କରି ୨ ଜଣ ଏଏପି ଏମ୍‌ପି ସଂସଦରେ ପିଆଜ...

କଂଗ୍ରେସ ନେତାରୁ ଲୋକ ସେବକ ପାଲଟି ଗଲେ ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୨୫।୧୧:କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବେ ଟୁଇଟର ଆକାଉଣ୍ଟକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ। କାରଣ ସେ କଂଗ୍ରେସ ନେତାରୁ ଏବେ ପାଲଟିଯାଇଛନ୍ତି ଲୋକ ସେବକ ଓ...

୨ ଦିନ ପରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ପୁଞ୍ଚ୍‌ରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୧୫।୧୦: ପାକିସ୍ତାନ ୨ ଦିନ ଚୁପ୍‌ ରହିବା ପରେ ଜମ୍ମୁ-କଶ୍ମୀର ପୁଞ୍ଚ୍‌ ଜିଲାରେ ମଙ୍ଗଳବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ପୂର୍ବାହ୍ନ...

ବିଚାର ବିଭାଗୀୟ ହାଜତରେ କମଲନାଥଙ୍କ ଭଣଜା

ନୂଆଦିଲ୍ଲୀ,୩।୯: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ତଥା ବ୍ୟବସାୟୀ ରତୁଲ ପୁରୀଙ୍କୁ ଦିଲ୍ଲୀର ଏକ କୋର୍ଟ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି।...

ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ: ଭୁପେଶ ବାଘେଲା

ରାୟପୁର,୨୧।୪: ପ୍ରଜ୍ଞା ସିଂ ଠାକୁର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲା। ପ୍ରଜ୍ଞା ଜଣେ ପେଶାଦାର ଅପରାଧୀ। ସେ ୧୯ ବର୍ଷ...

ଫାଶୀ ପାଇଁ ପ୍ରସ୍ତୁତ ତିହାର ଜେଲ

ନୂଆଦିଲ୍ଲୀ,୩୧।୧: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କୁ ରାତି ପାହିଲେ ଫାଶୀ ଦିଆଯିବା କଥା। ହେଲେ କେତେକ କାରଣ ପାଇଁ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।...

ଆତଙ୍କବାଦ ଦମନ ପାଇଁ ସବୁ ଦେଶକୁ ଆଗେଇ ଆସିବାକୁ ପଡିବ

ଓସାକା, ୨୮।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ସବୁ ରାଷ୍ଟ୍ର ଏକ ହେବା ପାଇଁ...

ଅପରେଶନ୍‌ ଅଲ୍‌ଆଉଟ୍‌: ମିଳିତ ଭାବେ ଆକ୍ରମଣ କରିବେ ସେନା-ନୌସେନା-ବାୟୁସେନା କମାଣ୍ଡୋ

ଶ୍ରୀନଗର,୨୫।୧୧: ଜମ୍ମୁ-କଶ୍ମୀରକୁ ଆତଙ୍କବାଦ ମୁକ୍ତ କରିବା ଲାଗି ସେନା-ନୌସେନା-ବାୟୁସେନା କମାଣ୍ଡୋ ଏଣିକି ମିଳିତ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ରେ କାର୍ଯ୍ୟ କରିବେ। ଏନେଇ ଅଭ୍ୟାସ ଶେଷ ହୋଇଛି।...

Leave a comment

Your email address will not be published. Required fields are marked *