ଚାଇନା ପରେ ସ୍ପେନକୁ ବ୍ୟାପିଲା କରୋନା ଭାଇରସ୍‌: ହୋଟେଲରେ ଫସିଲେ ଶତାଧିକ ଲୋକ

ମାଦ୍ରିଦ୍‌,୨୬।୨: ସାରା ବିଶ୍ବରେ କରୋନା ଭାଇରସ୍‌ ଏବେ କାୟା ବିସ୍ତାର କରି ଚାଲିଛି। ପ୍ରଥମେ ଚାଇନାର ଉହାନ ସହରରୁ ସୃଷ୍ଟ ଏହି ଭାଇରସ୍‌ ସଂକ୍ରମଣ ଏବେ ବିଭିନ୍ନ ଦେଶକୁ ବ୍ୟାପୁଛି। ସ୍ପେନରେ କରୋନା ଭାଇରସ୍‌ର ପ୍ରଥମ ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ଇଟାଲିଆନ୍‌ ଡାକ୍ତରଙ୍କ ରକ୍ତ ନମୁନା ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ନମୁନା ରିପୋର୍ଟ ଆସିବା ପରେ କେନରୀ ଦ୍ୱୀପସ୍ଥିତ ଟେନେରିଫ୍‌ର ଏକ ହୋଟେଲରେ ତାଙ୍କୁ ଅଟକ ରଖାଯାଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଏଚ୍‌-୧୦ କୋଷ୍ଟା ଏଡିଜେ ପ୍ୟାଲେସ୍‌ ହୋଟେଲରେ ରହୁଥିବା ଶହ ଶହ ଲୋକଙ୍କୁ ସେମାନଙ୍କ ରୁମ୍‌ରେ ରହିବା ପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମେ ସେମାନଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହାପରେ ଆଗକୁ କ’ଣ କରାଯିବ, ସେ ନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି। ସୂଚନାଯୋଗ୍ୟ, ସମ୍ପୃକ୍ତ ସଂକ୍ରମିତ ଡାକ୍ତର ହେଉଛନ୍ତି ଲୋମବାର୍ଡି ଅଞ୍ଚଳର। ଯେଉଁଠାରେ ଇଟାଲିଆନ୍‌ ଅଧିକାରୀମାନେ ଉକ୍ତ ଭାଇରସ୍‌ ପ୍ରକୋପର ସାମ୍ନା କରୁଛନ୍ତି। ତେବେ ସ୍ପେନ୍‌ରେ ଏହି ଘଟଣା ପ୍ରଥମ ହୋଇଥିବା ବେଳେ ସଂକ୍ରମଣକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସହରର ପଞ୍ଚତାରକା ଥିବା ୪ଟି ହୋଟେଲରେ ରହୁଥିବା ଅତିଥିଙ୍କ ଉପରେ ତୀକ୍ଷ୍‌ଣ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।


All Right Reserved By Dharitri.Com

୬ ମାସରେ ୨୦ ଦେଶରେ ୩୮ ଖବରଦାତାଙ୍କୁ ହତ୍ୟା; ଲାଟିନ୍‌ ଆମେରିକାରେ ସର୍ବାଧିକ

ଜେନେଭା,୭।୭: ଚଳିତ ବର୍ଷ ଜାନୁୟାରୀଠାରୁ ଜୁନ୍‌ ମଧ୍ୟରେ ଗତ ୬ ମାସରେ ୨୦ ଦେଶରେ ୩୮ ଜଣ ଖବରଦାତାଙ୍କୁ ହତ୍ୟା କରାଯାଇଛି। ଜେନେଭା ସ୍ଥିତ ପ୍ରେସ୍‌...

ଅଙ୍ଗଦାନ ପାଇଁ ସଚେତନତା: ୪ ଶହ ଦିନରେ ୪୩ ଦେଶ ଯାତ୍ରା କରି ଭେଟିଲେଣି ୭୩ ହଜାର ଲୋକଙ୍କୁ

ଓ୍ବାଶିଂଟନ,୧୯।୧: ଅଙ୍ଗଦାନ ନେଇ ସଚେତନତା ସୃଷ୍ଟି ପାଇଁ ଆମେରିକାରେ ବାସ କରୁଥିବା ଜଣେ ଭାରତୀୟ ନିଜର ପ୍ରୟାସ ଅବ୍ୟାହତ ରଖିଛନ୍ତି। ଅନୀଲ ଶ୍ରୀବାସ୍ତବ ଏବଂ ତାଙ୍କ...

ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ

ଓ୍ବାଶିଂଟନ,୨୧ା୪: ଆମେରିକାର ବିଶିଷ୍ଟ ବ୍ୟବସାୟୀ ଓ୍ବିଲିୟମ୍‌ ବିଲ୍‌ ଗେଟ୍ସଙ୍କ ଭାରତୀୟ ଏଜେଣ୍ଡାର ପର୍ଦ୍ଦାଫାଶ ହୋଇଛି। ଭାରତରେ ଭାକ୍‌ସିନ ବେପାର କରିବା ପାଇଁ ଗେଟ୍ସଙ୍କୁ କିପରି ନିଶା...

କରୋନା ଆତଙ୍କବାଦଠାରୁ ବି ଭୟଙ୍କର: ଡବ୍ଲୁଏଚ୍‌ଓ

ଜେନେଭା,୧୨।୨: ଚାଇନାରେ କରୋନା ଆତଙ୍କ ସୃଷ୍ଟି କରିଛି। ଏହାଯୋଗୁ ୨୭ରୁ ଅଧିକ ଦେଶର ଲୋକେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ଇତିମଧ୍ୟରେ ଚାଇନାର ୩୦ରୁ ଅଧିକ ସହରରେ...

ଚାଇନାକୁ ଫେରିଲା କରୋନା: ଶୁଲାନ ସହର ଲକ୍‌ଡାଉନ

ବେଜିଂ,୧୧।୫: ଚାଇନାକୁ ପୁଣି ଫେରିଛି କରୋନା। ରୁଷ ସୀମା ନିକଟରେ ଅବସ୍ଥିତ ଜିଲିନ ଅଞ୍ଚଳରେ ଥିବା ଶୁଲାନ ସହରରେ ୧୭ ଜଣ କରୋନାରେ ସଂକ୍ରମିତ ହୋଇଥିବା...

ଫିଲିପାଇନ୍ସରେ ୫.୮ ତୀବ୍ରତାର ଭୂକମ୍ପ: ୫୭ ଆହତ

ମାନିଲା,୧୩।୭: ଉତ୍ତର ଫିଲିପାଇନ୍ସରେ ଶନିବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୫.୮। ଏହାର ପ୍ରଭାବରେ ଘର, ଚର୍ଚ୍ଚ ଓ...

ସ୍ମୃତିର ଅବଧି ୨ ଘଣ୍ଟା

ଶିକାଗୋ: ମିଷ୍ଟର ପରଫେକ୍ସୋନିଷ୍ଟ ଆମୀର ଖାନ୍‌ଙ୍କ ଅଭିନୀତ ବ୍ଲକବଷ୍ଟର ଫିଲ୍ମ ‘ଗଜନୀ’। ଖଳନାୟକ ଗଜନୀଙ୍କ ମରଣାନ୍ତକ ଆକ୍ରମଣରେ ଚଳଚ୍ଚିତ୍ରର ନାୟକ ସଞ୍ଜୟ ସିଙ୍ଘାଣିଆ ଓରଫ୍‌ ଆମୀର...

ଉଚ୍ଚାୟୁକ୍ତଙ୍କୁ ପାକ୍‌ର ସମନ

ଇସ୍‌ଲାବାବାଦ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯିବା ନିଷ୍ପତ୍ତିକୁ ପାକିସ୍ତାନ ଦୃଢ଼ ବିରୋଧ କରିଛି। ପାକ୍‌ ବହିର୍ବ୍ୟାପାର...

Leave a comment

Your email address will not be published. Required fields are marked *