Posted inଖେଳ

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ହ୍ୟାଟ୍ରିକ ଲକ୍ଷ୍ୟରେ ଭାରତ

ମେଲବୋର୍ନ,୨୬।୨(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣରେ ଭାରତ ଗୁରୁବାର ସ୍ଥାନୀୟ ଜଙ୍କସନ ଓଭାଲ ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡକୁ ଭେଟିବ। କ୍ରମାଗତ ଦୁଇଟି ବିଜୟ ହାସଲ କରି ଭାରତର ଆତ୍ମବିଶ୍ୱାସ ବେଶ୍‌ ଉଚ୍ଚରେ ରହିଛି। ଏବେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ହ୍ୟାଟ୍ରିକ ବିଜୟ ହାସଲ କରିବା ସହ ସେମିଫାଇନାଲର ନିକଟବର୍ତ୍ତୀ ହେବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଗତଥରର ଚାମ୍ପିୟନ ତଥା ଆୟୋଜକ ଅଷ୍ଟ୍ରେଲିଆକୁ ୧୭ ରନରେ ଏବଂ ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ୧୮ ରନରେ ପରାସ୍ତ କରିଥିଲା।
ନ୍ୟୁଜିଲାଣ୍ଡକୁ ହରାଇପାରିଲେ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ନକ୍‌ଆଉଟ୍‌ ପର୍ଯ୍ୟାୟ ନିକଟତର ହେବ। ୪ ପଏଣ୍ଟ ହାସଲ କରି ଭାରତ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଦୁଇଟି ମ୍ୟାଚ୍‌ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ୨ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଭାରତ ଉଭୟ ବୋଲିଂ ଓ ବ୍ୟାଟିଂରେ ପ୍ରଭାବୀ ପ୍ରଦର୍ଶନ କରିଛି। ୧୬ ବର୍ଷୀୟା ଓପନର ଶେଫାଳି ବର୍ମା ବାଂଲାଦେଶ ବିପକ୍ଷରେ ୧୭ ବଲରୁ ୩୯ ଓ ଅଷ୍ଟ୍ରେଲିଆ ବିପକ୍ଷରେ ୨୯ ରନର ଉପଯୋଗୀ ପାଳି ଖେଳିଥିଲେ। ଫାଷ୍ଟ ଡାଉନ୍‌ ବ୍ୟାଟ୍ସମ୍ୟାନ ଜେମିମା ରୋଡ୍ରିଗୁଏଜ ଯଥାକ୍ରମେ ଦୁଇଟି ମ୍ୟାଚ୍‌ରେ ୨୬ ଓ ୩୪ ରନ ସଂଗ୍ରହ କରିଥିଲେ। କେବଳ ଅଧିନାୟିକା ହରମନପ୍ରୀତ ଟପ୍‌ ଅର୍ଡରରେ ବଡ଼ ସ୍କୋର ହାସଲ କରିବାରେ ବିଫଳ ହୋଇଛନ୍ତି। ତାରକା ଓପନର ସ୍ମୃତି ମାନ୍ଧନା ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ଜ୍ୱର କାରଣରୁ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ଖେଳିପାରି ନ ଥିଲେ। ମିଡଲଅର୍ଡରରେ ଦୀପ୍ତି ଶର୍ମା ଅଷ୍ରେଲିଆ ବିପକ୍ଷରେ ଅପରାଜିତ ୪୯ ରନକରିଥିବା ବୋଳ ବେଦା କ୍ରିଷ୍ଣମୂର୍ତ୍ତୀ ବାଂଲାଦେଶ ବିପକ୍ଷରେ ୧୧ ବଲରୁ ୨୦ ରନ ସଂଗ୍ରହ କରି ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ବୋଲିଂ ବିଭାଗରେ ଲେଗ୍‌ ସ୍ପିନର ପୁନମ ଯାଦବ ଦୁଇଟି ଯାକ ମ୍ୟାଚ୍‌ରେ ୭ ଉଇକେଟ ନେଇ ଦଳ ବିଜୟରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ସେହିପରି ଦ୍ରୁତ ବୋଲର ଶିଖା ପାଣ୍ଡେ ୫ ଉଇକେଟ ନେଇ ତାଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରିଛନ୍ତି।
ଗତ କିଛିବର୍ଷ ହେବ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡର ରେକର୍ଡ ଭଲ ରହିଛି। ଗତ ୩ଟି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଛି। ଗୋଟିଏ ବର୍ଷ ତଳେ ନ୍ୟୁଜିଲାଣ୍ଡ ଘରୋଇ ସିରିଜରେ ଭାରତକୁ ୩-୦ରେ ପରାସ୍ତ କରିଥିଲା। ତେବେ ୨୦୧୮ ବିଶ୍ୱକପ୍‌ରେ ଭାରତ ୩୪ ରନରେ ନ୍ୟୁଜିଲାଣ୍ଡକୁ ହରାଇଥିଲା। ଏହି ମ୍ୟାଚ୍‌ରେ ହରମନପ୍ରୀତ ୧୦୨ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ନ୍ୟୁଜିଲାଣ୍ଡ ଦଳରେ ମଧ୍ୟ କେତେଜଣ ବିଶ୍ୱସ୍ତରୀୟ ଖେଳାଳି ରହିଛନ୍ତି। ଅଧିନାୟିକା ତଥା ଅଲରାଉଣ୍ଡର ସୋଫି ଡିଭାଇନ୍‌ ଓ ଟପଅର୍ଡର ବ୍ୟାଟ୍ସଓମ୍ୟାନ ସୁଜି ବେଟ୍ସଙ୍କ ସମେତ ଦ୍ରୁତ ବୋଲର ଲିଆ ତାହୁହୁ ଓ ଲେଗ୍‌ ସ୍ପିନର ଆମେଲିଆ କେର ଭାରତକୁ ସମସ୍ୟାରେ ପକାଇବେ। ଶନିବାର ନ୍ୟୁଜିଲାଣ୍ଡ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଥିଲା। ଡିଭାଇନ୍‌ ୫୫ ବଲରୁ ୭୫ ରନ ସଂଗ୍ରହ କରିଥିଲେ। ନ୍ୟୁଜିଲାଣ୍ଡ ଏକ ବିଶ୍ୱସ୍ତରୀୟ ଦଳ ହୋଇଥିବାରୁ ଭାରତ ଏହି ମ୍ୟାଚ୍‌ରେ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଦନା, ଜେମିମା ରୋଡ୍ରିଗୁଏଜ, ଦୀପ୍ତି ଶର୍ମା, ଶେଫାଳୀ ବର୍ମା, ପୁନମ ଯାଦବ, ରାଧା ଯାଦବ, ତାନିୟା ଭାଟିଆ (ଉଇକେଟକିପର), ହରଲିନ୍‌ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ, ରିଚା ଘୋଷ, ବେଦା କ୍ରିଷ୍ଣମୂର୍ତ୍ତୀ, ଶିଖା ପାଣ୍ଡେ, ଅରୁନ୍ଧତି ରେଡ୍ଡୀ ଓ ପୂଜା ବସ୍ତ୍ରକାର।
ନୂଆଦିଲ୍ଲୀ, ସୋଫି ଡିଭାଇନ (ଅଧିନାୟିକା), ରୋସେମେରି ମାଏର, ଆମେଲିଆ କେର, ସୁଜି ବେଟ୍ସ, ଲଉରେନ ଡାଉନ, ମାଡି ଗ୍ରୀନ, ହୋଲି ହଡଲଷ୍ଟୋନ, ହେଲି ଜନ୍‌ସନ, ଲେହ କାସପେରେକ, ଜେସ୍‌ କେର, କେଟେ ମାର୍ଟିନ (ଉଇକେଟକିପର), ଆନ୍ନା ପିଟରସନ, ରାଚେଲ ପ୍ରିଷ୍ଟ ଓ ଲି ତାହୁହୁ।


All Right Reserved By Dharitri.Com

Posted inଖେଳ View All

ଏଏଫସି କପ୍‌ ଉପରେ ଚେନ୍ନାଇନ୍‌ର ନଜର

ଅହମ୍ମଦାବାଦ, ୧୭।୪(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସୁପର କପ୍‌ ଫୁଟବଲ ଟାଇଟଲକୁ ଅଳ୍ପକେ ହାତଛଡ଼ା କରିଥିବା ଚେନ୍ନାଇନ୍‌ ଏଫସି ଏବେ ଏଏଫସି କପ୍‌ ଉପରେ...

ଦ୍ୱିତୀୟ ଟେଷ୍ଟ: ଇଂଲଣ୍ଡର ବୃହତ୍‌ ବିଜୟ

କେପ୍‌ ଟାଉନ,୮।୧- ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଇଂଲଣ୍ଡ ବୃହତ୍‌ ୧୮୯ ରନରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏଥିସହିତ...

ସୁଲତାନ ଜୋହର କପ୍‌ ହକି :ଭାରତ-ବ୍ରିଟେନ ଫାଇନାଲ ମୁକାବିଲା

ଜୋହର ବାହରୁ(ମାଲେସିଆ), ୧୯।୧୦- ଏଠାରେ ଚାଲିଥିବା ସୁଲତାନ ଜୋହର କପ୍‌ ଜୁନିୟର ହକି ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଭାରତ-ଗ୍ରେଟ୍‌ ବ୍ରିଟେନ ମ୍ୟାଚ ୩-୩ ଗୋଲରେ ଡ୍ର...

ପାକିସ୍ତାନ ପୂର୍ବତନ କ୍ରିକେଟର ତୌଫିକ୍‌ କରୋନା ପଜିଟିଭ୍‌

ଲଣ୍ଡନ,୨୪।୫: ପାକିସ୍ତାନ ପୂର୍ବତନ କ୍ରିକେଟର ତଥା ବ୍ୟାଟ୍ସମ୍ୟାନ ତୌଫିକ୍‌ ଉମର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କର ପରୀକ୍ଷା ହୋଇଥିଲା ଓ ଶନିବାର ସେ...

ତୃତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ମୁମ୍ବାଇ,୧୧।୧୨(ପି.ଟି.)- ନିର୍ଣ୍ଣାୟକ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବୁଧବାର ମୁହାଁମୁହିଁ ହେବେ। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବାକୁ ଥିବା ସିରିଜର ଏହି...

ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ...

ବଳାତ୍କାର ଅଭିଯୋଗକୁ ନେମାରଙ୍କ ଖଣ୍ଡନ

ରିଓ ଡି ଜେନିରୋ,୨ା୬- ବ୍ରାଜିଲ ପୋଲିସ ନିକଟରୁ ମିଳିଥିବା ତଥ୍ୟ ଅନୁଯାୟୀ ଜଣେ ଅଜଣା ମହିଳା ଫୁଟ୍‌ବଲ ଷ୍ଟାର ନେମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି।...

ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟ: ଭଲ ସ୍ଥିତିରେ ନ୍ୟୁଜିଲାଣ୍ଡ

ଖ୍ରୀଷ୍ଟଚର୍ଚ୍ଚ,୨୯ା୨- ସ୍ଥାନୀୟ ହେଗଲେ ଓଭାଲ ଗ୍ରାଉଣ୍ଡରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶନିବାର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା...

Leave a comment

Your email address will not be published. Required fields are marked *