ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବଢୁଛି

କଲିକତା, ୨୬-୨: ଜିଏସ୍‌ଟିରେ ସନ୍ଦିଗ୍ଧ ନେଣଦେଣ ବୃଦ୍ଧି ଘଟୁଥିବା ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ମଙ୍ଗଳବାର କହିଛନ୍ତି। ସେହିଭଳି ଜିଏସ୍‌ଟି ଆର୍‌ ୩ବି ଫାଇଲିଂରେ ବିଳମ୍ବ ଯୋଗୁ ଜରିମାନା ସୁଧ ବାବଦ ୪୬ ହଜାର କୋଟି ଟଙ୍କାର ଅର୍ଥ ଏବେ ମଧ୍ୟ ଲୋକଙ୍କଠାରୁ ଆଦାୟ କରିବାକୁ ବାକି ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଶିଳ୍ପ ସଂଘ ସିଆଇଆଇର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ବ୍ୟବସାୟୀ ମାନେ ଇନଭଏସ ଅପ୍‌ଲୋଡ କରିବା ଲାଗି ବିଫଳ ହେଉଛନ୍ତି। ୪୪ ହଜାର କୋଟି ଟଙ୍କାର ସନ୍ଦିଗ୍ଧ ନେଣଦେଶ ହୋଇଥିବା ସରକାର ପାର୍ଲାମେଣ୍ଟରେ ସୂଚନା ଦେଇଛନ୍ତି। ଜିଏସ୍‌ଟି ତରତର ହୋଇ ଲାଗୁ କରାଇଦିଆଗଲା। ଏଥି ଲାଗି କୌଣସି ବେଟା ଟେଷ୍ଟିଂ ହୋଇନାହିଁ। ଯାହା ଫଳରେ ସାରା ଦେଶରେ ଏଭଳି ସନ୍ଦିଗ୍ଧ ନେଣଦେଣ ବଢୁଥିବା ମିତ୍ର ମତ ପ୍ରକାଶ କରିଛନ୍ତି। କେନ୍ଦ୍ରକୁ ରାଜସ୍ବ କମ୍‌ ମିଳୁଥିବାରୁ ରାଜ୍ୟଗୁଡିକ ମଧ୍ୟ କେନ୍ଦ୍ରରୁ ଭାଗ କମ୍‌ ପାଉଛନ୍ତି। ଏପଟେ ସେସ୍‌ ଏବଂ ସରଚାର୍ଜ ବଢାଯାଉଛି ଯାହାର ଲାଭ ରାଜ୍ୟଗୁଡିକୁ ମିଳୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।


All Right Reserved By Dharitri.Com

ସେନାରେ ଅପବ୍ୟବହାର ହେଉଛି ଦିବ୍ୟାଙ୍ଗ ପେନ୍‌ସନ୍‌ ସ୍କିମ୍‌; ଅନ୍ୟ କାରଣରୁ ଭିନ୍ନକ୍ଷମ ହେଲେ ଟିକସ ଲାଗିବ

ନୂଆଦିଲ୍ଲୀ,୮-୭: ସେନାରେ ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ପେନ୍‌ସନ୍‌ ସ୍କିମ୍‌ ଅପବ୍ୟବହାର ଚାଲିଛି। ବହୁ ସଂଖ୍ୟାରେ ଅଧିକାରୀ ଓ ଯବାନ ଲଢ଼େଇ ନ କରି ଅନ୍ୟ କାରଣରୁ...

ଅକ୍ଟୋବରରେ ୮ ଦିନ ବନ୍ଦ ରହିବ ବ୍ୟାଙ୍କ

ନୂଆଦିଲ୍ଲୀ,୨୮-୯: ଆସନ୍ତା ମାସରେ ବ୍ୟାଙ୍କରେ ଜରୁରୀ କାମ କରିବା ଲାଗି ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ସାମାନ୍ୟ ଭାବିବା ଉଚିତ୍‌ ହେବ। କାରଣ ଅକ୍ଟୋବରରେ ଦଶହରା,...

ମୋରାଟୋରିୟମରେ ସାମିଲ କ୍ରେଡିଟ କାର୍ଡ ଇଏମ୍‌ଆଇ

ନୂଆଦିଲ୍ଲୀ, ୨୯। ୩: ବର୍ତ୍ତମାନ ସାରାଦେଶରେ ଏବେ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ଲୋକଙ୍କୁ ବିଭିନ୍ନ ଋଣ କ୍ଷେତ୍ରରେ କିସ୍ତି ବା ଇଏମ୍‌ଆଇ ପ୍ରଦାନରେ ରିଜର୍ଭ...

ଲଜିଷ୍ଟିକ୍ସ ଲାଗି ସ୍ବତନ୍ତ୍ର ବିଭାଗ ଗଠନ ପ୍ରସ୍ତାବ

ନୂଆଦିଲ୍ଲୀ,୨୯-୫: ଏନ୍‌ଡିଏ ସରକାରଙ୍କ ଦ୍ୱିତୀୟ ଇନିଂସ ଆରମ୍ଭ ହେବାକୁ ଯାଉଥିବା ବେଳେ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୧୦୦ ଦିନର ଏଜେଣ୍ଡା ପ୍ରସ୍ତୁତ କରାଯାଇଛି। ବ୍ୟବସାୟ ସୁବିଧା...

ଭିଡିଓ ଲିଙ୍କ ଜରିଆରେ ହାଜର ହେବେ ନୀରବ ମୋଦି

ଲଣ୍ଡନ,୨୫-୪: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି ଭିଡିଓ ଲିଙ୍କ ଜରିଆରେ ଜେଲ୍‌ରୁ ପ୍ରତ୍ୟର୍ପଣ ମାମଲାରେ ହାଜର ହେବେ। ଶୁକ୍ରବାର ଓ୍ବେଷ୍ଟମିନିଷ୍ଟର କୋର୍ଟରେ ଏହି ମାମଲାର...

ବଜେଟକୁ ଅପେକ୍ଷା ନ କରି ବିଭିନ୍ନ ପଦକ୍ଷେପ ନିଆଯାଉଛି: ନିର୍ମଳା

ନୂଆଦିଲ୍ଲୀ,୬-୧: ବିଭିନ୍ନ କ୍ଷେତ୍ର ସାମ୍ନା କରୁଥିବା ସମସ୍ୟାକୁ ବିଚାର କରି ସରକାର ପଦକ୍ଷେପ ନେଉଛନ୍ତି। ଏଥି ଲାଗି ବଜେଟ ଯାଏ ଅପେକ୍ଷା କରାଯାଉନାହିଁ ବୋଲି ଅର୍ଥମନ୍ତ୍ରୀ...

ବିମୁଦ୍ରୀକରଣ ପରେ ଫେରିଛି ୧୫ ଲକ୍ଷ କୋଟି

ନୂଆଦିଲ୍ଲୀ,୧୬-୭: ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳରେ ବିମୁଦ୍ରୀକରଣ ଘୋଷଣା ହୋଇଥିଲା। ୨୦୧୬-୧୭ରେ ସେତେବେଳେ ବଜାରରେ ପ୍ରଚଳନରେ ଥିବା ୧୫,୩୧,୦୭୩ କୋଟି ନୋଟ୍‌ ଫେରି ଆସିଛି ବୋଲି...

୧୫,୩୪୦ କୋଟି ଟଙ୍କାର ଜିଏସ୍‌ଟି କ୍ଷତିପୂରଣ

ନୂଆଦିଲ୍ଲୀ,୨୧।୫-ଚଳିତ ଆର୍ଥତ୍କ ବର୍ଷ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୧୫,୩୪୦ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି)...

Leave a comment

Your email address will not be published. Required fields are marked *