ଘରେ ପଶି ମହିଳାଙ୍କୁ ଅସଦାଚରଣ, ଅଭିଯୁକ୍ତ ଫେରାର

ଦିଗପହଣ୍ଡି,୭ା୬(ଡି.ଏନ.ଏ.)- ଦିଗପହଣ୍ଡି ଥାନା ଅଞ୍ଚଳର ଜଣେ ମହିଳାଙ୍କ ଘରେ ପଶି ଅସଦାଚରଣ ସହ କାତିରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏତଲାକୁ ଭିତ୍ତିକରି ପୋଲିସ ତଦନ୍ତ ଚଳାଇଛି। ପ୍ରକାଶ ଯେ, ବୁଧବାର ରାତିରେ ମହିଳା ଜଣକ ତାଙ୍କ ମା’ଙ୍କ ସହ ଘରେ ଶୋଇଥିଲେ। ରାତି ପ୍ରାୟ ୧୨ଟାରେ ଅଭିଯୁକ୍ତ ଜୋରଜବରଦସ୍ତ ଘରେ ପଶି ମହିଳାଙ୍କୁ ଟଣାଓଟରା କରିଥିଲେ। ଚିକତ୍ାର ଶୁଣି ତାଙ୍କ ମା’ ଉଠିପଡ଼ି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ କାତିରେ ବାମ ଗୋଡ଼କୁ ହାଣି ଦୌଡ଼ି ପଳାଇଥିବା ଏତଲାରେ ଦର୍ଶାଯାଇଛି। ମା’ଙ୍କ ବାମ ଗୋଡ଼ରେ ଆଘାତ ଲାଗିଥିବାରୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଘଟଣାର ତଦନ୍ତ ଚାଲିଥିବା ଆଇଆଇସି ଗୌରାଙ୍ଗ ଚରଣ ସାହୁ କହିଛନ୍ତି। ଗିରଫ ଭୟରେ ଅଭିଯୁକ୍ତ ଫେରାର ଅଛନ୍ତି।


All Right Reserved By

କେରଳ ବନ୍ୟାରେ ଫସିଛନ୍ତି ସାନଖେମୁଣ୍ଡିର ବହୁ ଶ୍ରମିକ

ପାଟପୁର,୧୩ା୮(ଡି.ଏନ.ଏ.)- ସାନଖେମୁଣ୍ଡି ବ୍ଲକ ପାଟପୁର, ରାଧାଦେଇପୁର, ସାତପେଣ୍ଠ ଗୋପାଳପୁର, ପ୍ରତାପଗିରି ଦଳିତ ସାହି ଗ୍ରାମର ବହୁ ବ୍ୟକ୍ତି କେରଳର ଆନ୍ନାକୁଲମ ଓ ଅଞ୍ଚଳରେ ବନ୍ୟାରେ ଫସି...

ନଦୀର ଶତ୍ରୁ ବାଲି ମାଫିଆ

ବ୍ରହ୍ମପୁର ଅଫିସ୍‌,୧୬ା୯-କେବଳ ଋଷିକୁଲ୍ୟା ନୁହେଁ, ଗଞ୍ଜାମ ଜିଲାର ଅନ୍ୟାନ୍ୟ ନଦୀଗୁଡ଼ିକର ସୁରକ୍ଷା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାଫିଆମାନେ ବେଧଡ଼କ ଭାବେ ନଦୀ ବାଲି...

ଜଙ୍ଗଲ ଅଧିକାର ଆଇନ ସଚେତନତା ସଭା: ଅସନ୍ତୋଷ ଜାହିର କଲେ ଆଦିବାସୀ, ଆନ୍ଦୋଳନ ଚେତାବନୀ

ଦିଗପହଣ୍ଡି,୨୯ା୫(ଡି.ଏନ.ଏ.)-ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜଙ୍ଗଲ ଅଧିକାର ଆଇନ ଗଞ୍ଜାମ ଜିଲା ଉପଖଣ୍ଡ ସ୍ତରୀୟ ସମୀକ୍ଷା ଓ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ...

ପାରିବାରିକ ଅଶାନ୍ତି, ଅଧ୍ୟାପକଙ୍କ ଆତ୍ମହତ୍ୟା

ଭଞ୍ଜନଗର/ଜଗନ୍ନାଥପ୍ରସାଦ,୯।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁରସ୍ଥିତ ତେନ୍ତୁଳିଆ ଦେବସ୍ଥାନ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ. ପ୍ରଭାକର ମହାପାତ୍ର ଶୁକ୍ରବାର ଆତ୍ମହତ୍ୟା...

ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଡକାୟତି ଉଦ୍ୟମ : ପୋଲିସ,ସାଇଣ୍ଟିଫିକ୍‌ ଟିମର ତନାଘନା ତଦନ୍ତ

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା – ଭଞ୍ଜନଗର ମୁଖ୍ୟରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁରଠାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ...

ଚାକିରି ନଁ।ରେ ଅର୍ଥ ଲୁଟ୍‌ ଘଟଣା:`ଯୁବକ କୋର୍ଟ ଚାଲାଣ

ଫୁଲବାଣୀ ଅଫିସ, ୨୭।୬-ଚାକିରି ଦେବା ନାମରେ କନ୍ଧମାଳର ଯୁବକଙ୍କଠାରୁ ବ୍ୟାପକ ପରିମାଣର ଅର୍ଥ ଲୁଟ୍‌ କରିବା ଅଭିଯୋଗରେ ଟାଉନ ଥାନା ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଅଟକ...

ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତ ୩ ଭାଇ ଗଲେ ଜେଲ

ଦିଗପହଣ୍ଡି୨୮।୫(ଡି.ଏନ୍‌.ଏ.): ଦିଗପହଣ୍ଡି ପୋଲିସ ମଙ୍ଗଳବାର ଚକପଡ଼ା ଗ୍ରାମର ୩ ଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରଘୁନାଥ ପ୍ରଧାନ, ସୀତାରାମ ଓ...

ଆସିଲା ଡେଙ୍ଗୁ, ଏଡିଶ ମଶାକୁ ଭୟ

ବ୍ରହ୍ମପୁର ଅଫିସ,୭ା୮-ବର୍ଷା ଆଗମନରେ ଆସିଯାଇଛି ଡେଙ୍ଗୁ ଋତୁ। ଜିଲାବାସୀଙ୍କୁ ଏବେ ଘାରିଛି ଚିନ୍ତା। ବିଶେଷକରି ବ୍ରହ୍ମପୁର ସହରରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା ଯୋଗୁ ଚିନ୍ତା ଆହୁରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *