ଯାତ୍ରା ଦାଣ୍ଡରେ ୨୨ କଳାକୁଞ୍ଜ, ୬ ରଥ

ବ୍ରହ୍ମପୁର ଅଫିସ,୭ା୬- ବ୍ରହ୍ମପୁର ଅନ୍ୟତମ ପ୍ରସିଦ୍ଧ ମା’ ତାରାଦେବୀ ଠାକୁରାଣୀ ଯାତ୍ରା ଗୁରୁବାର ୧୯ ଦିନରେ ପହଞ୍ଚିଛି।
ଯାତ୍ରାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ଯାତ୍ରାସ୍ଥଳ ତଥା ସମଗ୍ର ଲାଞ୍ଜିପଲ୍ଲୀ ଅଞ୍ଚଳ ଏବେ ଉତ୍ସବ ମୁଖର ହୋଇଉଠିଛି। ଯାତ୍ରାକୁ ଅଧିକ ଆକର୍ଷଣୀୟ କରୁଛି ବିଭିନ୍ନ ସାହି ଆଲୋକ ସାଜସଜ୍ଜା, ରଥ ଓ କଳାକୁଞ୍ଜ। ରଥ ଓ କଳାକୁଞ୍ଜ ଦେଖିବାକୁ ପ୍ରତ୍ୟେକ ସାହିରେ ଭିଡ ଜମୁଛି। ଯାତ୍ରାର ୧୯ତମ ଦିନରେ ମା’ ଅସ୍ଥାୟୀ ପୀଠରେ ବିଶ୍ରାମ ନେଇଥିଲେ। ଭୋରରୁ ମା’ଙ୍କ ରୀତିନୀତି ସହ ପୂଜାର୍ଚ୍ଚନା ହୋଇଥିଲା। ସକାଳୁ ମା’ଙ୍କ ନିକଟରେ ବାଳଭୋଗ, ଦହି ଅନ୍ନଭୋଗ ଲାଗି କରାଯାଇଥିଲା। ସନ୍ଧ୍ୟାରେ ୧୦୮ ଆଳତି ଦେଖିବାକୁ ଅସ୍ଥାୟୀ ପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଅନ୍ୟପକ୍ଷରେ ଗୁରୁବାର ସୁଦ୍ଧା ଯାତ୍ରା ଦାଣ୍ଡରେ ୬ ରଥ ଆସିଥିବା ବେଳେ ୨୨ କଳାକୁଞ୍ଜ ଯାତ୍ରା ଦାଣ୍ଡରେ ପ୍ରଦର୍ଶିତ ହୋଇଛି। ସେଥିମଧ୍ୟରେ ବ୍ରହ୍ମଣସାହିରେ ଲକ୍ଷ୍ମଣ ରଥ, ରେଡିକା ସାହି ରାମ ରଥ, ଚାଣକ୍ୟ ନଗର କୃଷ୍ଣ ରଥ, ତୋଟା ସାହିର ସାନ ଜ୍ୱଳାମୁଖୀ ଓ ହନୁମାନ ରଥ, ଦଣ୍ଡାସି ସାହିର ବନଦୁର୍ଗା ରଥ ଯାତ୍ରା ଦଣ୍ଡକୁ ଓହ୍ଲାଇଛନ୍ତି। ସେହିପରି ରେଡିକା ସାହି ଓ ପାଢୀ କଲୋନୀରେ ଜଗନ୍ନାଥ କଳାକୁଞ୍ଜ, ରାଧାକୃଷ୍ଣ ମଠ ସାହି ପଞ୍ଚୁପାଣ୍ଡବ ମହାମିଳନ, ଜେଲ ସାହି ତ୍ରିପତୀ ବାଲାଜୀ, କେଶବ ନଗର ତାରାଦେବୀ ଠାକୁରାଣୀଙ୍କ କଳାକୁଞ୍ଜ, ହାଇସ୍କୁଲ ଛକରେ ବାଦ୍ରା ଚାଲମଠାକୁରାଙ୍କ କଳାକୁଞ୍ଜ ପ୍ରଦର୍ଶିତ ହୋଇଛି। ଯାତ୍ରାର ୧୯ତମ ଦିବସରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଲୋକନୃତ୍ୟ ଦାସ କାଠିଆର ଆୟୋଜନ କରାଯାଇଥିଲା। ତେବେ ଆଉ ୪ ଦିନ ପରେ ଯାତ୍ରା ଶେଷ ହେବାକୁ ଥିବା ବେଳେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁକ୍ଷା ୩୦ ସାହିରେ ମା’ଙ୍କ ଘଟ ପରିକ୍ରମା ଶେଷ ହୋଇଛି। ଯାତ୍ରା ଉପଲକ୍ଷେ ବିଭିନ୍ନ ସାହି ବାସୀନ୍ଦାଙ୍କ ପକ୍ଷରୁ ଖୋଚୁଡି, ହାଲୁଆ ଆଦି ଭୋଗ ବଣ୍ଟନର ବ୍ୟବସ୍ଥା କରାଯାଉଥିବା କମିଟି ପକ୍ଷରୁ କୁହାଯାଇଥିବା ସନ୍ଧ୍ୟାରେ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ କୁହାଯାଇଥିଲା। ସମ୍ମିଳନୀରେ ସଭାପତି ଭାଗବତ ପ୍ରସାଦ ସିଂ ଦେଓ, ସମ୍ପାଦକ ବି. ହୃଷୀକେଶ ପାତ୍ର, ସହ ସମ୍ପାଦକ ଲଡୁ କିଶୋର ପାଣ୍ରିଗାହୀ, ଉପସଭାପତି ଭଗବାନ ଗନ୍ତାୟତ, ଜଗନ୍ନାଥ ସାବତ, ସିଏଚ ଗଙ୍ଗାଧର ପାତ୍ର, କେ. ବଳରାମ ଦାଶ ଓ ସଙ୍ଗଠକ କାହ୍ନୁଚରଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ବିଭିନ୍ନ ଦାବିରେ ଦୁଇଦିନିଆ ବଲାଙ୍ଗୀର ବନ୍ଦ

ବଲାଙ୍ଗୀର ଅଫିସ, ୨୦।୧୧: ବଲାଙ୍ଗୀରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପୁନଃ ପ୍ରତିଷ୍ଠା, ଲୋୟର ସୁକତେଲ ବୃହତ୍‌ ଜଳସେଚନ ପ୍ରକଳ୍ପ ଓ ବଲାଙ୍ଗୀର ସହରରେ ବାଇପାସ ରାସ୍ତା...

ପ୍ରଦୂଷଣ ଜ୍ୱାଳାରେ କାରୋ ନଦୀ

ବଡବିଲ, ୧୮।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ବୋହିଯାଇଥିବା ଜୀବନରେଖା ଭାବେ ପରିଚିତ କାରୋନଦୀ ଏବେ ସଙ୍କଟରେ। ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ...

ରାଜନୀତି କରିବେ ଦୂତି ଚାନ୍ଦ

ଭୁବନେଶ୍ୱର, ୨୩।୧୯(ବ୍ୟୁରୋ): ରାଜନୀତିରେ ଯୋଗଦେବେ ଆଥ୍‌ଲେଟ ଦୂତି ଚାନ୍ଦ। ସୋମବାର ଦୂତି କରିଥିବା ଏକ ଟ୍ବିଟ୍‌କୁ ନେଇ ଏହି ଚର୍ଚ୍ଚା ଜୋର୍‌ ଧରିଛି। ଏକ ଟ୍ବିଟ୍‌ରେ...

ଅସମାହିତ ପ୍ରଶ୍ନ

ଖୋର୍ଦ୍ଧାରେ ବିସ୍ତାର ଲାଭ କରିଆସିଛି ଖଣି ଓ ଡ୍ରଗ୍ସ ମାଫିଆଙ୍କ ବ୍ୟବସାୟ। କେଇଟା ମାସ, ବର୍ଷ ଭିତରେ ସେମାନଙ୍କୁ କୋଟିପତି ଓ ଲକ୍ଷପତି କରି ପକାଇଛି।...

ଗୁଡ଼ିଆପୋଖରୀ ଛକ ନିକଟରେ ଦୁର୍ଘଟଣା: ବସ୍‌ ଚକାତଳେ ଖସି ପଡ଼ି ଦୁଇ ଛାତ୍ର ମୃତ

ପୁରୁଣା ଭୁବନେଶ୍ୱର/ପିପିଲି,୯।୧୦(ଡି.ଏନ୍‌.ଏ.): ପୁରୀ-ଭୁବନେଶ୍ୱର ୩୧୬ନଂ ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକ ଡିଭାଇଡର ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ମାଙ୍କଡ଼ ଉତ୍ପାତ, ୧୨ରୁ ଊର୍ଦ୍ଧ୍ୱ ଆହତ

ବସ୍ତା, ୧୭।୭(ସ୍ବ.ପ୍ର.)-ବସ୍ତା ଥାନା କୁଳିଦା ପଞ୍ଚାୟତରେ ଗତ ୧୫ଦିନ ହେଲା ମାଙ୍କଡ଼ଙ୍କ ଉପଦ୍ରବ ଜାରି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ୫୦ରୁ ଊର୍ଦ୍ଧ୍ୱ ମାଙ୍କଡ଼ ଏହି...

ଆସିବ ନୂଆ କୃଷି ନୀତି-୨୦୧୯

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ରାଜ୍ୟରେ କୃଷକମାନଙ୍କର ଆୟ ବୃଦ୍ଧି କରିବା ଏବଂ ବଜାର ସୁବିଧା କରିବା ସକାଶେ ରାଜ୍ୟ ସରକାର ଖୁବଶୀଘ୍ର ଓଡ଼ିଶା କୃଷି ନୀତି-୨୦୧୯ ଆଣିବାକୁ ଯାଉଛନ୍ତି।...

କୁକୁଡ଼ାଖଣ୍ଡିରେ ମାପ, ଓଜନ ବିଭାଗର ଚଢ଼ାଉ

ବ୍ରହ୍ମପୁର ଅଫିସ୍‌,୨୧ା୯-ଉପଜିଲାପାଳ ସିିନ୍ଦେ ଦତ୍ତାତ୍ରେୟ ଭାଉସାହେବଙ୍କ ନିର୍ଦ୍ଦେଶକ୍ରମେ ମାପ ଓ ଓଜନ ବିଭାଗ ଏବଂ ଉପଖଣ୍ଡସ୍ତରୀୟ ପ୍ରଶାସନ ପକ୍ଷରୁ ଶୁକ୍ରବାର କୁକୁଡ଼ାଖଣ୍ଡି ତହସିଲ୍‌ ଅନ୍ତର୍ଗତ ବିଭିନ୍ନ...

Leave a comment

Your email address will not be published. Required fields are marked *