Posted inଜାତୀୟ

ମେଲାନିଆଙ୍କ ହସ୍ତାକ୍ଷରକୁ ସ୍କୁଲରେ ସାଇତା ହୋଇ ରଖାଯିବ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ପ୍ରଥମ ଥର ଭାରତକୁ ଆସିଥିବା ବେଳେ ମଙ୍ଗଳବାର ଦିଲ୍ଲୀର ୨ଟି ସ୍କୁଲକୁ ସେ ଗସ୍ତ କରିଥିଲେ। ପ୍ରଥମେ ସେ ନାନକପୁରାରେ ଥିବା ଏକ ସରକାରୀ ସ୍କୁଲକୁ ଯାଇ ସେଠାରେ ପିଲାଙ୍କ ସହ କଥାବର୍ତ୍ତା କରିଥିଲେ। ଏଥିସହ ଶ୍ରେଣୀଗୃହରେ ପିଲାଙ୍କ ସହ ମେଲାନିଆ ଖେଳିଥିଲେ। ସେହି ସମୟରେ ସେ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି। ଏହାପରେ ସେ ଆରକେ ପୁରମସ୍ଥିତ ସର୍ବୋଦୟ ସହଶିକ୍ଷା ବରିଷ୍ଠ ମାଧ୍ୟମିକ ବିଦ୍ୟାଳୟରେ ‘ହାପିନେସ୍‌ କ୍ଲାସ୍‌’ରେ ଯୋଗଦେଇଥିଲେ। ସେଠାରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ତାଙ୍କୁ ଭବ୍ୟସ୍ବାଗତ କରିଥିଲେ। ଏଥିରେ ମେଲାନିଆ ନିଜର ଖୁସିବ୍ୟକ୍ତ କରିଛନ୍ତି। ସ୍କୁଲ ଭିଜିଟ୍‌ ପରେ ସେଠାରେ ଥିବା ଭିଜିଟର ବୁକ୍‌ରେ ମେଲାନିଆ କିଛି ଲେଖି ହସ୍ତାକ୍ଷର କରିଥିଲେ। ସ୍କୁଲରେ କରାଯାଇଥିବା ଭବ୍ୟସ୍ବାଗତ ପାଇଁ ଧନ୍ୟବାଦ ଜଣାଇବା ସହ ଏହା ତାଙ୍କ ପାଇଁ ଅଭୂଲା ହୋଇ ରହିବ ବୋଲି ସେ ଲେଖିଛନ୍ତି। ତେବେ ତାଙ୍କର ଏହି ହସ୍ତାକ୍ଷରକୁ ସ୍କୁଲରେ ସାଇତା ହୋଇ ରଖାଯିବ ବୋଲି ଜଣାପଡ଼ିଛି।


All Right Reserved By Dharitri.Com

ଇସ୍ରୋ ଅଧ୍ୟକ୍ଷ ଶିବନଙ୍କୁ ମିଳିଲା କଲାମ ପୁରସ୍କାର

ଚେନ୍ନାଇ,୨୨।୮: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ ଡ. କେ ଶିବନଙ୍କୁ ଡ.ଏପିଜେ ଅବଦୁଲ କଲାମ ପୁରସ୍କାର ମିଳିଛି। ତାମିଲନାଡୁ ସରକାରଙ୍କ ଦ୍ୱାରା ତାଙ୍କୁ ଏହି...

ବଲିଉଡ୍‌ ଅଭିନେତ୍ରୀ ନିମିଙ୍କ ପରଲୋକ

ମୁମ୍ବାଇ,୨୬।୩: ବଲିଉଡର ଭେଟେରାନ୍‌ ଅଭିନେତ୍ରୀ ନିମିଙ୍କର ବୁଧବାର ୮୮ ବର୍ଷ ବୟସରେ ପରଲୋକ ହୋଇଛି। ପ୍ରଥମେ ଫିଲ୍ମ ନିର୍ମାତା ଶେଖର ଏହି ସୂଚନା ଦେଇଥିଲେ। ନିଶ୍ୱାସ...

ପଞ୍ଜାବରେ ଲକ୍‌ଡାଉନ ପ୍ରଭାବ : ୫୦% କମିଛି ଚାଷୀ ଆତ୍ମହତ୍ୟା

ଜଳନ୍ଧର,୧୨।୫: ଦେଶବ୍ୟାପୀ ଲକ୍‌ଡାଉନ ଯୋଗୁ ସମସ୍ତ କ୍ଷେତ୍ର ପ୍ରଭାବିତ ହୋଇଛି। ପ୍ରାକୃତିକ ଦୁର୍ବିପାକର ଚିର ସହଚର ପାଲଟିଥିବା କୃଷି କ୍ଷେତ୍ର ମଧ୍ୟ ଏଥିରୁ ବାଦ୍‌ ପଡ଼ି...

୩୫ ମିନିଟ୍‌ରେ ୬ ସନ୍ତାନ ଜନ୍ମ ଦେଲେ ମହିଳା

ଶୋପୁର,୨୯।୨: ମଧ୍ୟ ପ୍ରଦେଶ ଶୋପୁରର ଜିଲା ହସ୍ପିଟାଲରେ ଜଣେ ମହିଳା ଶନିବାର ସକାଳେ ମାତ୍ର ୩୫ ମିନିଟ୍‌ ମଧ୍ୟରେ ୬ ସନ୍ତାନ ଜନ୍ମ ଦେଇଥିବା ସୂଚନା...

ବର୍ଷକୁ ସିଆର୍‌ପିଏଫ୍‌ ଯବାନଙ୍କୁ ମିଳିବ ଶହେ ଦିନ ଛୁଟି: ସରକାର ଗଠନ କରିଛନ୍ତି କମିଟି

ନୂଆଦିଲ୍ଲୀ,୨୯।୧୨: ଏଣିକି ସିଆର୍‌ପିଏଫ୍‌ ଯବାନମାନେ ବର୍ଷକୁ ଶହେ ଦିନ ଛୁଟି ପାଇପାରିବେ। ଏପ୍ରସ୍ତାବ ଉପରେ ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ କମିଟି...

ମୋଦି ସରକାରଙ୍କ ଶହେ ଦିନର ବଡ଼ ଯୋଜନା: ୧୬୭ କାର୍ଯ୍ୟକୁ ଗୁୁରୁତ୍ୱ; ୩ ଲକ୍ଷ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟ ଇନିଂସ୍‌ର ପ୍ରଥମ ଶହେ ଦିନ ପାଇଁ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି କ୍ରମରେ ସରକାର ୧୬୭...

୭ମାସ ପରେ ପୁଅଙ୍କୁ ପାଖରେ ପାଇ ଭାବବିହ୍ବଳ ହେଲେ ଫାରୁକ

ନୂଆଦିଲ୍ଲୀ,୧୪।୩: ନ୍ୟାଶନାଲ କନଫରେନ୍ସର ମୁଖ୍ୟ ଫାରୁକ ଅବଦୁଲ୍ଲା ଦୀର୍ଘ ୭ ମାସ ପରେ ନଜରବନ୍ଦୀ ଥିବା ପୁଅ ଓମାର ଅବଦୁଲ୍ଲାଙ୍କୁ ଶ୍ରୀନଗରର ସାକ୍ଷାତ୍‌ କରିବା ପରେ...

ମୋଦି-ଶାହ ଆଇନଜୀବୀଙ୍କ ଭଳି କଥା କହିବା ବନ୍ଦ କରନ୍ତୁ: ସିଙ୍ଘଓ୍ବୀ

ନୂଆଦିଲ୍ଲୀ,୨୫।୧୨: ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ନେଇ କଂଗ୍ରେସ ଭାଜପା କୁ ଘେରିବାରେ ଲାଗିଛି। ଏହି ମର୍ମରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଓ୍ବୀ...

Leave a comment

Your email address will not be published. Required fields are marked *