Posted inଖେଳ

ଏଫଆଇଏଚ୍‌ ସିରିଜ ଫାଇନାଲ୍ସ: ରୁଷିଆକୁ ୧୦-୦ ହରାଇଲା ଭାରତ

ଭୁବନେଶ୍ୱର, ୭।୬(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ଏଫଆଇଏଚ୍‌ ସିରିଜ ଫାଇନାଲ୍ସ ହକି ଟୁର୍ନାମେଣ୍ଟରେ ଭାରତ ଗୋଲ ବର୍ଷା କରି ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛି। ଅନୁକୂଳ ପାଗ, ମନୋରମ ପରିିବେଶ ଓ ଦର୍ଶକଙ୍କ ଉପସ୍ଥିତିରେ ଆରମ୍ଭରୁ ଉତ୍ସାହୀ ପ୍ରଦର୍ଶନ କରିଥିବା ଭାରତ ୧୦-୦ ଗୋଲରେ ରୁଷିଆକୁ ପରାସ୍ତ କରିଛି। ଫଳରେ ନିଜର ପ୍ରଥମ ମ୍ୟାଚରେ ୩ ପଏଣ୍ଟ ସହିତ ମନପ୍ରୀତ ବାହିନୀ ଆଗକୁ ବଢ଼ିଛି। କଳିଙ୍ଗ ଷ୍ଟାଡିୟମରେ ୧୦-୦ ଗୋଲ ଦ୍ୱିତୀୟ ସର୍ବାଧିକ ଗୋଲ ବ୍ୟବାଧାନ ବିଜୟ। ୨୦୧୮ ଡିସେମ୍ବର ୭ରେ ଅନୁଷ୍ଠିତ ବିଶ୍ୱକପର ଏକ ମ୍ୟାଚରେ ଅଷ୍ଟ୍ରେଲିଆ ୧୧-୦ ଗୋଲରେ ଚାଇନାକୁ ହରାଇ କଳିଙ୍ଗ ଷ୍ଟାଡିୟମରେ ସର୍ବାଧିକ ଗୋଲ ବ୍ୟବଧାନ ବିଜୟ ରେକର୍ଡର ଅଧିକାରୀ ଅଛି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତ ବେହେରା ଅତିଥିଭାବେ ଯୋଗଦେଇ ଭାରତୀୟ ଦଳର ନୀଳକାନ୍ତ ଶର୍ମାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ।
ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୫ମ ସ୍ଥାନରେ ଥିବା ଭାରତକୁ ଏଠାରେ ମୁକାବିଲା କରିବାରେ ଅସଫଳ ରହିଥିଲା ୨୨ନମ୍ବର ଦଳ ରୁଷିଆ। ମ୍ୟାଚ ଆରମ୍ଭ ପାଇଁ ରେଫରିଙ୍କ ହ୍ବିସିଲ ବାଜିବାକ୍ଷଣି ଭାରତ ଆକ୍ରମଣ ଆରମ୍ଭ କରିଥିଲା। ଫଳ ସ୍ବରୂପ ୩ୟ ମିନିଟରେ ଭାରତକୁ ପେନାଲ୍ଟି କର୍ନର ମିଳି ଯାଇଥିଲା। ରମଣଦୀପ ସିଂ ବଲ୍‌ ପୁଶ୍‌ କରିଥିବାବେଳେ ହରମନପ୍ରୀତ ସିଂଙ୍କ ଶଟ୍‌ ରୁଷିଆ ଖେଳାଳିଙ୍କ ପାଦରେ ବାଜି ଫେରି ଆସିଥିବା। ଫଳରେ ଭାରତକୁ ଦ୍ୱିତୀୟ ପେନାଲ୍ଟି କର୍ନର ଅଫର ଦିଆ ଯାଇଥିଲା। ଏଥର ମଧ୍ୟ ହରମନପ୍ରୀତ ବିଫଳ ହୋଇଥିଲେ। ଏହି କ୍ବାର୍ଟରରେ ଭାରତ ବଲ୍‌କୁ ରୁଷିଆ ହାଫ୍‌ରେ ରଖି ଘନଘନ ଆକ୍ରମଣ କରିଥିଲା। ଫଳ ସ୍ବରୂପ ୧୩ତମ ମିନିଟରେ ଭାରତ ପାଇଁ ସୁଯେଗ ସୃଷ୍ଟି ହୋଇଥିଲା ଏବଂ ନୀଳକାନ୍ତ ଶର୍ମାଙ୍କ ଫିଲ୍ଡ ଗୋଲ ମାଧ୍ୟମରେ ଭାରତ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଅନୁରୂପ ଖେଳ ଦେଖିବାକୁ ମିିଳିଥିଲା। ରୁଷିଆର ଆକ୍ରମଣକୁ ଭାରତୀୟ ଡିଫେଣ୍ଡରମାନେ ସଫଳତାର ସହିତ ପ୍ରତିହତ କରିଥିଲେ। ଅନ୍ୟପକ୍ଷରେ ଭାରତ ଆଧିପତ୍ୟ ଜାରି ରଖି ଏକାଧିକ ସୁଯୋଗ ସୃଷ୍ଟି କରିଥିଲା। ୧୯ତମ ମିନିଟରେ ସିମରନଜିତ ସିଂ ଗୋଲ ଦେଇ ଭାରତର ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇ ଦେଇଥିଲେ। ୨୦ତମ ମିନିଟରେ ଭାରତକୁ ଏକ ପେନାଲ୍ଟି କର୍ନର ମିଳିଥିଲା। ରମଣଦୀପ ସିଂଙ୍କ ପୁଶ୍‌କୁ ଓଡ଼ିଆ ଖେଳାଳି ଅମିତ ରୋହି ଦାସ ଗୋଲରେ ପରିଣତ କରି ଷ୍ଟାଡିୟମରେ ଉପସ୍ଥିତ ଦର୍ଶକଙ୍କ ମନରେ ଉତ୍ସାହ ଭରି ଦେଇଥିଲେ। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଭାରତ ୩-୦ ଗୋଲରେ ଅଗ୍ରଣୀ ରହିଥିଲା।
ଦ୍ୱିତୀୟାର୍ଦ୍ଧରେ ରୁଷିଆ ଗୋଲ ପରିଶୋଧ ଚକ୍କରରେ ଥିବାବେଳେ ଭାରତ ଆକ୍ରମଣକୁ ଅଧିକ ଜୋରଦାର କରିଥିଲା। ରୁଷିଆ ଖେଳାଳିମାନେ ଏକାଧିକ ତୃଟି କରିିଥିବାବେଳେ କେବଳ ତୃତୀୟ କ୍ବାର୍ଟରରେ ଭାରତ ୫ଟି ଗୋଲ ସ୍କୋର କରିଥିଲା। ୩୨ତମ ମିନିଟରେ ଭାରତକୁ ମିିଳିଥିବା ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରି ଅଗ୍ରଣୀ ବ୍ୟବଧାନକୁ ୪-୦ରେ ପହଞ୍ଚାଇଥିଲେ। ଏହାର ୨ ମିନିଟ ପରେ ଅର୍ଥାତ୍‌ ୩୪ତମ ମିନିଟରେ ଆଉ ଏକ ପେନାଲ୍ଟି କର୍ନରକୁ ବରୁଣ କୁମାର ଗୋଲରେ ପରିଣତ କରିଥିଲେ। ୩୭ତମ ମିନିଟରେ ସିମରନଜିତ ସିଂଙ୍କ ପାସ୍‌କୁ ଗୁରସାହିବଜିତ ସିଂ ଗୋଲରେ ପରିଣତ କରିଥିବାବେଳେ ୪୨ତମ ମିନିଟରେ ଆକାଶଦୀପ ସିଂ ଏକ ଫିଲ୍ଡ ଗୋଲ ଦେଇଥିଲେ। ରୁଷିଆର ଦୁର୍ଦ୍ଦଶା ଏତିକିରେ ସରି ନ ଥିଲା। ୪୫ତମ ମିନିଟରେ ବିବେକ ପ୍ରସାଦ ଆଉ ଏକ ଗୋଲ ଦେଇ ତୃତୀୟ କ୍ବାର୍ଟର ଶେଷସୁଦ୍ଧା ଭାରତର ଅଗ୍ରଣୀ ବ୍ୟବଧାନକୁ ୮-୦ରେ ପହଞ୍ଚାଇଥିଲେ। ଅନ୍ତିମ କ୍ବାର୍ଟରରେ ମଧ୍ୟ ଭାରତର ଦବ୍‌ଦବା ଜାରି ରହିଥିଲା। ରୁଷିଆ ଗୋଲକିପର ବଦଳାଇ ଇଭାନ ଓଝେରଲେଭଙ୍କୁ ଆଣିଥିଲେ ହେଁ କିଛି ଫରକ ପଡ଼ି ନ ଥିଲା। ୪୮ତମ ମିନିଟରେ ଭାରତକୁ ମିଳିଥିବା ପେନାଲ୍ଟି କର୍ନରକୁ ହରମନପ୍ରୀତ ସିଂ ଗୋଲରେ ପରିଣତ କରିଥିଲେ। ମ୍ୟାଚରେ ଏହାଥିଲା ତାଙ୍କର ଦ୍ୱିତୀୟ ଗୋଲ। ୫୬ତମ ମିନିଟରେ ଆକାଶଦୀପ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୧୦ମ ଗୋଲ ସ୍କୋର କରିଥିଲେ। ଭାରତ ଶୁକ୍ରବାର ଏହାର ପରବର୍ତ୍ତୀ ମ୍ୟାଚରେ ପୋଲାଣ୍ଡକୁ ଭେଟିବ।


All Right Reserved By

Posted inଖେଳ

ଖୁବ ଶୀଘ୍ର ସ୍ଥିତି ବଦଳିବ- ବାତ୍ରା

ନୂଆଦିଲ୍ଲୀ, ୬।୬(ପି.ଟି.)- ଭାରତୀୟ ଅଲିମ୍ପିକ୍‌ କମିଟି (ଆଇଓଏ) ଉପରେ ଲାଗିଥିବା ବ୍ୟାନ ଯୋଗୁ ଚଳିତ ବର୍ଷ ଫେବୃୟାରୀଠାରୁ ଦେଶରେ କୌଣସି ଅନ୍ତର୍ଜାତୀୟ ଇଭେଣ୍ଟ ଆୟୋଜନ ହୋଇ...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ପ୍ରସ୍ତୁତି ଅନୁଧ୍ୟାନ କଲେ କ୍ରୀଡ଼ାମନ୍ତ୍ରୀ

କଟକ ଅଫିସ,୧୩ା୭- ଆଉ ୪ ଦିନ ପରେ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ କ୍ରୀଡ଼ା ଆରମ୍ଭ ହେବ । ଏ ନେଇ...

ଭାରତୀୟ ଦଳ ସହ ଗସ୍ତ କରିବେ ୪ ନେଟ୍‌ ବୋଲର

ନୂଆଦିଲ୍ଲୀ, ୧୬।୪- ଆଇସିସି ବିଶ୍ୱକପ୍‌ ଲାଗି ସୋମବାର ବିରାଟ କୋହଲିଙ୍କ ନେତୃତ୍ୱରେ ୧୫ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଥିଲା। ତେବେ ବିଶ୍ୱକପ୍‌ ସମୟରେ ଭାରତୀୟ...

ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ପାର୍ଥକ୍ୟ ରହିଛି: ରାଠୋର

ମୋହାଲି,୧୮।୯(ପି.ଟି.)- ନିର୍ଭୀକ ଓ ବେପରୁଆ କ୍ରିକେଟ ମଧ୍ୟରେ ବହୁତ ତଫାତ୍‌ ରହିଛି ଓ ଏକଥା ଦଳର ଯୁବ ଖେଳାଳିମାନଙ୍କୁ ଅବଗତ କରାଯାଇଛି ବୋଲି ନବନିଯୁକ୍ତ ବ୍ୟାଟିଂ...

ପ୍ରଥମ ରାଉଣ୍ଡରେ ହାରିଲେ ଦୁଇ ଥର ଅଲିମ୍ପିକ୍‌ ପଦକଧାରୀ ସୁଶୀଲ

ନୁର-ସୁଲତାନ (କାଜାଖସ୍ତାନ),୨୦।୯: ଦୀର୍ଘ ୮ ବର୍ଷ ପରେ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଥିବା ଦୁଇ ଥର ଅଲିମ୍ପିକ୍‌ ପଦକ ବିଜେତା ସୁଶୀଲ କୁମାର ପ୍ରଥମ ରାଉଣ୍ଡରେ...

ପ୍ରଥମ ରାଉଣ୍ଡରୁ କର୍ବର ବିଦାୟ

ପ୍ୟାରିସ,୨୬।୫(ଏଏଫ୍‌ପି)- ଜର୍ମାନୀ ୫ମ ସିଡ୍‌ ତଥା ଓ୍ବିମ୍ବେଲଡନ ଓପନ ଚାମ୍ପିୟନ ଆଞ୍ଜେଲିକ୍‌ କର୍ବର ଏଠାରେ ଆରମ୍ଭ ହୋଇଥିବା ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ପ୍ରଥମ ରାଉଣ୍ଡରୁ...

ପୂର୍ବ କ୍ରିକେଟରଙ୍କ ବିବାଦୀୟ ବୟାନ: ଆମ ପାଖରେ ପରମାଣୁ ବୋମା ଅଛି ଭାରତକୁ ଧ୍ୱଂସ କରିଦେବୁ

ଶ୍ରୀନଗର, ୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ପାକିସ୍ତାନ ନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ବିବାଦୀୟ...

ଆଫଗାନିସ୍ତାନ ବିପକ୍ଷରୁ ଅଷ୍ଟ୍ରେଲିଆ ଅଭିଯାନ

ଲଣ୍ଡନ,୧।୬(ଏଏଫ୍‌ପି)- ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ଶନିବାର ବ୍ରିଷ୍ଟଲସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ଆଫଗାନିସ୍ତାନ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଷ୍ଟିଭ୍‌ ସ୍ମିଥ୍‌ ଓ ଡେଭିଡ ଓ୍ବାର୍ନର ପୁଣି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *