ବିଲ୍ଟ ପେପର ମିଲରେ ପୁଣି ଅଚଳାବସ୍ଥା:ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ୟୁନିୟନ

ଜୟପୁର,୨୧।୪(ନି.ପ୍ର.): ଜୟପୁର ବିଲ୍ଟ ପେପର ମିଲ୍‌ରେ ପୁଣିଥରେ ଅଚଳାବସ୍ଥା ସୃଷ୍ଟି ହୋଇଛି। କଞ୍ଚାମାଲ ନାହିଁ, ପୁଣି ଆବଶ୍ୟକ କେମିକାଲର ଅଭାବ। ଗତ ଫେବୃଆରୀରୁ କର୍ମଚାରୀ ଓ ଅନ୍ୟ ଠିକା କର୍ମଚାରୀ ଦରମା ପାଇନାହାନ୍ତି। କର୍ମଚାରୀଙ୍କ ପିଲାମାନେ ଏବେ ସ୍କୁଲରେ ନାମଲେଖା କିମ୍ବା ରିଆଡମିଶନ କରିପାରୁ ନାହାନ୍ତି। ପୁରୁଣା କର୍ମଚାରୀ ସେମାନଙ୍କ ଦରମା ପାଇନାହାନ୍ତି କି ଅବସର ନେଇଥିବା କର୍ମଚାରୀ ମଧ୍ୟ ୨ ବର୍ଷ ହେବ ସେମାନଙ୍କ ବକେୟା ନେଇନାହାନ୍ତି। ପରିବାର ଭୋକ ଉପାସରେ ରହିବା ସମୟ ମଧ୍ୟ ଆସିଗଲାଣି ବୋଲି ବିଲ୍ଟ ସେବା ପେପର ମିଲ ଏମ୍ପ୍ଲୋୟର୍ସ ୟୁନିୟନର ସାଧାରଣ ସମ୍ପାଦକ ପ୍ରମୋଦ ମହାନ୍ତି କହିଛନ୍ତି। ଏଥିରେ ତୁରନ୍ତ ହସ୍ତକ୍ଷେପ କରି ସମାଧାନ ପାଇଁ ଜିଲାପାଳଙ୍କୁ ସେ ପତ୍ର ଲେଖି ଅନୁରୋଧ କରିଛନ୍ତି।ଏପ୍ରିଲ ୨୦ରୁ ପେପର ମିଲର ଉତ୍ପାଦନ ପୁଣି ବନ୍ଦ ହୋଇଛି। ମିଲ୍‌ର କର୍ମଚାରୀମାନେ ଏବେ ନିଜ ଭବିଷ୍ୟତ ନେଇ ଅନିଶ୍ଚିତତା ଭିତରେ ରହିଛନ୍ତି। ଗତ ଅକ୍ଟୋବର ୫ରେ ମିଳିତ କମିଟି ବୈଠକରେ ଜନ ପ୍ରତିନିଧି, ୪ଟି ୟୁନିୟନର ସଦସ୍ୟ, ପ୍ରଶାସନ, ମିଲ କର୍ତ୍ତୃପକ୍ଷ ଉପସ୍ଥିତ ରହି କାରଖାନା ସ୍ବାର୍ଥକୁ ଦୃଷ୍ଟିରେ ରଖି କେତେକ ସର୍ତ୍ତ ରଖାଯାଇଥିଲା। ଏଥିରେ କର୍ମଚାରୀ ଓ ମିଲ୍‌ କର୍ତ୍ତୃପକ୍ଷଙ୍କ ସହମତି ପରେ ବନ୍ଦ ହୋଇ ପଡ଼ିଥିବା ମିଲ୍‌ ଅକ୍ଟୋବର ୨୯ରେ ପୁନଃ କାର୍ଯ୍ୟକ୍ଷମ ହୋଇଥିଲା। ସେହିଦିନଠାରୁ ମିଲ୍‌ ସୁରୁଖୁରୁରେ ଚାଲିଥିବା ବେଳେ କୌଣସି ସ୍ଥାୟୀ କିମ୍ବା ଠିକା କର୍ମଚାରୀ ଅସହଯୋଗ ତଥା ବିଶୃଙ୍ଖଳା କରିନାହାନ୍ତି। ଏହି ମିଲ୍‌ ଉପରେ ୪୫୦ ସ୍ଥାୟୀ, ୭ ଶହ ଅସ୍ଥାୟୀ, ୨ ଶହ ଅଧିକାରୀ ନିୟୋଜିତ ଥିବାବେଳେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୫ ହଜାରରୁ ଅଧିକ ଲୋକ ନିର୍ଭର କରନ୍ତି। ତେଣୁ ଜୟପୁରବାସୀଙ୍କ ସ୍ବାର୍ଥ ଦୃଷ୍ଟିରେ ରଖି ମିଲ୍‌ ପୁଣି କିପରି ଚାଲିବ ଓ କର୍ମଚାରୀ ଦରମା ପାଇବେ, ଏଥିରେ ଜିଲାପାଳ ହସ୍ତକ୍ଷେପ କରିବାକୁ ନିବେଦନ କରାଯାଇଛି।


All Right Reserved By Dharitri.Com

ବାତ୍ୟା ଆଶ୍ରୟସ୍ଥଳୀରେ ଅସାମାଜିକଙ୍କ ଆଡ୍ଡା

ରାୟଗଡ଼(ଗଜପତି) ୧।୫(ଡି.ଏନ୍‌.ଏ.): ଗଜପତି ଜିଲା ରାୟଗଡ ବ୍ଲକ କାର୍ଯ୍ୟାଳୟକୁ ଲାଗି ରହିଥିବା ବାତ୍ୟା ଆଶ୍ରୟସ୍ଥଳି। ଯାହା ଏବେ  ଅସାମାଜିକଙ୍କ  ଆଡ୍ଡାସ୍ଥଳୀ ପାଲଟିଥିବା ନେଇ ସ୍ଥାନୀୟ ଲୋକେ...

କେନ୍ଦୁପତ୍ର ତୋଳାଳିଙ୍କ ପ୍ରାପ୍ୟ ଦେଉନାହାନ୍ତି କ୍ରୟକାରୀ ସଂସ୍ଥା: ଲାଇସେନ୍ସ ରଦ୍ଦ ପାଇଁ ଡିଏଫ୍‌ଓଙ୍କ ଚିଠି

ଜୟପୁର,୨୪।୪(ଡି.ଏନ୍‌.ଏ.) – ମାଲକାନଗିରି ଓ କୋରାପୁଟ ଜିଲାରେ ୨୦୧୮ରେ ତୋଳାଳିଙ୍କଠାରୁ କେନ୍ଦୁପତ୍ର କିଣିଛନ୍ତି ଘୋରଇ ସଂସ୍ଥା। କିନ୍ତୁ କିଛି ସଂସ୍ଥା ତୋଳାଳିଙ୍କୁ ପ୍ରାପ୍ୟ ଦେଇନାହାନ୍ତି। କେତେକ...

ବର୍ଷାରେ ଭିଜୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ : ଗଜା ଆଶଙ୍କା

କୁନ୍ଦୁରା,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ ରବି ଋତୁର ଧାନ ମଣ୍ଡି ହେବାକୁ ଥିବାବେଳେ ଅଚାନକ ବର୍ଷା ହେବା ଯୋଗୁ ଡଙ୍ଗରପାଉଁଶୀ ଅସ୍ଥାୟୀ ଧାନମଣ୍ଡିରେ ଗଦା...

ଗାଁର ନାଁ କାମାରଗୁଡା: ୮କିମି ଗଲେ ଡାକ୍ତରଖାନା, ୧୫ କିମି ଗଲେ ପଞ୍ଚାୟତ କାର୍ଯ୍ୟାଳୟ

ଏମଭି ୭୯,୧୨ା୭: ମାଲକାନଗିରି ଜିଲା କାଲିମେଳା ବ୍ଲକ ପଶୁଗୁ ପଞ୍ଚାୟତର ଜିନେଲଗୁଡାଠାରୁ ୪ କିମି ଦୂରରେ ରହିଛି ଆଦିବାସୀ ଗାଁ କାମାରଗୁଡା। ସ୍ବାଧୀନତାର ଦୀର୍ଘ ବର୍ଷ...

ରାୟଗଡ଼ା ବନ ବିଭାଗ, ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ

ରାୟଗଡ଼ା ଅଫିସ, ୧୫।୮-ଜିଲା ଆଇନ ସେବା ପ୍ରାଧିକରଣ ଓ ରାୟଗଡ଼ା ବନଖଣ୍ଡର ମିଳିତ ଆନୁକୂଲ୍ୟରେ ସ୍ବାଧୀନତା ଦିବସ ଅବସରରେ ଚାରାରୋପଣ କରାଯାଇଛି। ସ୍ଥାନୀୟ ଅଶୋକ ନଗରଠାରୁ...

ମୁନିଗୁଡାରେ ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ଭ

ମୁନିଗୁଡା,୧୬।୧୧: ରାୟଗଡା ଜିଲା ମୁନିଗୁଡାରେ ନୂତନ ଭାବେ ହେବାକୁ ଥିବା ଜେଏମ୍‌ଏଫ୍‌ସି କୋର୍ଟ ପାଇଁ ଶୁକ୍ରବାର ଜାଗା ଚି଼ହ୍ନଟ ପ୍ରକ୍ରିୟା ଆରମ୍ବ ହୋଇଛି। ମୁନିଗୁଡା ତହସିଲଦାର...

ବାଇପାସ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ

ମୁନିଗଡ଼ା,୧୮।୧୦(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ମୁନିଗୁଡ଼ା ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଟ୍ରାଫିକ ସମସ୍ୟା ଦୂର ଏବଂ ବାଇପାସ ରାସ୍ତା ନିର୍ମାଣ ପାଇଁ...

ଅଧାବାଟରେ ପଙ୍କଚର ହେଲା ୧୦୮: ମେଡ଼ିକାଲ ଡେରିରେ ପହଞ୍ଚି ଗଲା ରୋଗୀଙ୍କ ଜୀବନ

ରାୟଗଡା ଅଫିସ, ୧୬।୧୦: ରୋଗୀଙ୍କୁ ଧରି ଆସୁଥିଲା ୧୦୮ ଆମ୍ବୁଲାନ୍ସ। କିନ୍ତୁ ତାହା ଅଧାବାଟରେ ପଙ୍କଚର ହୋଇଗଲା। ଦୁଇଘଣ୍ଟା ପରେ ଅନ୍ୟ ଏକ ଆମ୍ବୁଲାନ୍ସ ବ୍ୟବସ୍ଥା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *