୩ ଦିନ ବର୍ଷା: ଘଣ୍ଟାକୁ ୩୦ରୁ ୪୦ କି.ମି. ପବନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳର ଭୂପୃଷ୍ଠରୁ ୯କି.ମି. ଉଚ୍ଚତାରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖ ଯାଏ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ହେବାର ସମ୍ଭାବନା ରହିଛି। ମଙ୍ଗଳବାର ଉତ୍ତର ଆଭ୍ୟନ୍ତରୀଣ ଜିଲା ସମେତ ଯାଜପୁର, ଭଦ୍ରକ, ବାଲେଶ୍ୱର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବଲାଙ୍ଗୀର ଜିଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି ଏହି ସମୟରେ ସମ୍ବଲପୁର, ଦେବଗଡ଼ ଏବଂ ସୁନ୍ଦରଗଡ଼ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ଯାଏ କଟକ, ଯାଜପୁର, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା ଏବଂ ପୁରୀ ଜିଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ଏ ସବୁ ଜିଲାରେ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏ ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ବର୍ଷା ପରେ ପରେ ୨୭ ଓ ୨୮ ତାରିଖରେ କୁହୁଡ଼ି ଅସ୍ତବ୍ୟସ୍ତ କରିବ। ନୟାଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼ ଏବଂ ଅନୁଗୋଳ ଜିଲାର କେତେକ ସ୍ଥାନରେ ପ୍ରବଳ କୁହୁଡ଼ି ହେବ। ସେହିପରି ଉପକୂଳ ଓଡ଼ିଶା, ଭଦ୍ରକ, ଯାଜପୁର, କଟକ, ଜଗତ୍‌ସିଂହପୁର, ଖୋର୍ଦ୍ଧା ପୁରୀ, ନୟାଗଡ଼, ଅନୁଗୋଳ, କନ୍ଧମାଳ ଏବଂ ରାୟଗଡ଼ା ଜିଲାର କେତେକ ଅଞ୍ଚଳରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିବ।
ବର୍ଷା, ପବନ ଏବଂ କୁହୁଡ଼ିକୁ ଦେଖି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜିଲାପାଳମାନଙ୍କୁ ସତର୍କ କରାଯାଇଛି। ପରିସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦିଆଯାଇଛି। କୁହୁଡ଼ି ପ୍ରବଳ ହେଉଥିବାରୁ ଯାନବାହନ ଚଳାଚଳ ନିୟନ୍ତ୍ରଣ ନେଇ ପୋଲିସ ଓ ପରିବହନ ବିଭାଗ ସହ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷୟକ୍ଷତି ନେଇ ରାଜ୍ୟ ଆପାତ୍‌କାଳୀନ ସେଣ୍ଟରକୁ ଜଣାଇବାକୁ କୁହାଯାଇଛି। ପାଗ ମେଘୁଆ ଥିବା ଯୋଗୁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି। ସୋମବାର ରାଜ୍ୟର ସର୍ବନିମ୍ନ ତାପମାତ୍ରା ବଲାଙ୍ଗୀରଠାରେ ୧୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିଠାରେ ୩୫.୨ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।


All Right Reserved By Dharitri.Com

ନୌବାଣିଜ୍ୟ ସ୍ମୃତିରେ ବିଭୋର ଚାନ୍ଦବାଲିି, ଧାମରା

ଚାନ୍ଦବାଲି/ଆରଡିି,୧୩ା୧୧(ଡି.ଏନ.ଏ.)-ସୁଦୂର ଅତୀତର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇ ମଙ୍ଗଳବାର ଭଦ୍ରକ ଜିଲାର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବା ଯୋଗୁ ପରିବେଶ ଉତ୍ସବମୁଖର...

ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳରେ ରାସ୍ତାରୋକ

ବାଲିଆପାଳ, ୨୭।୭(ସ୍ବ.ପ୍ର.): ନାବାଳକଙ୍କ ମୃତ୍ୟୁକୁ ନେଇ ବାଲିଆପାଳ କମର୍ଦା ମୁଖ୍ୟରାସ୍ତା ଉଲୁଡ଼ା ଛକ ନିକଟରେ ଶନିବାର ସକାଳେ ରାସ୍ତା ଅବରୋଧ କରାଯାଇଛି। ମୃତଦେହ ନେଇ ଆସିଥିବା...

ଡିସେମ୍ବର ୨୬ରୁ ଜାନୁୟାରୀ ୪ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଭିତରକନିକା ବନ୍ଦ

ରାଜନଗର,୨୪।୧୨(ଡି.ଏନ୍‌.ଏ.): ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ଚଳିତ ମାସ ଡିସେମ୍ବର ୨୬ରୁ ଜାନୁୟାରୀ ୪ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ। ଏ...

ଗଞ୍ଜାମ ଜିଲାପରିଷଦ ସଭାପତି ଦାୟିତ୍ୱ ନେଲେ ସ୍ନେହଲତା

ଛତ୍ରପୁର, ୧୧।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାପରିଷଦ ସଭାପତି ଭାବେ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଛତ୍ରପୁର ବିଧାୟକଭାବେ ନିର୍ବାଚିତ ହେବା ପରେ ସୁବାସ...

କରୋନା ମୁକାବିଲା: ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଦେଲେ ନୀଳଗିରି ବିଧାୟକ

ସଜନାଗଡ଼, ୭।୪( ଡି.ଏନ୍‌.ଏ): ମହାମାରୀ କରୋନା ମୁକାବିଲା ଲାଗି ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳୀର ବିଧାୟକ ଇଂ.ସୁକାନ୍ତ କୁମାର ନାୟକ ୩ ସ୍ବାସ୍ଥ୍ୟ କେନ୍ଦ୍ରକୁ ୩...

ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନ ଆବଶ୍ୟକ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ସମସ୍ତ ଆନ୍ଦୋଳନ ବୌଦ୍ଧିକ ସ୍ତରରୁ ଆରମ୍ଭ ହୋଇଥାଏ। ଓଡ଼ିଆ ଭାଷା ପାଇଁ ବୌଦ୍ଧିକ ଆନ୍ଦୋଳନର ଆବଶ୍ୟକତା ଅଛି। ଏଥିପାଇଁ ଉଦ୍‌ବେଳନ, ଆତ୍ମିୟତା ଓ ସଦିଚ୍ଛା...

ସରିଲା ରାଜାଙ୍କ ରିମାଣ୍ଡ ଅବଧି: ମିଳିଲାନି ନୂଆ ତଥ୍ୟ

ଜଗତ୍‌ସିଂହପୁର ଅଫିସ,୨୬ା୯: ବହୁ ଚର୍ଚ୍ଚିତ ନର୍ସ ନିହାରିକା ପାତ୍ର ହତ୍ୟା ମାମଲାର ଅଭିଯୁକ୍ତ ତଥା ପ୍ରେମିକ କିଶୋର ଚନ୍ଦ୍ର ଆଞ୍ଚଳ ଓରଫ ରାଜାଙ୍କୁ ବିରିଡ଼ି ପୋଲିସ...

ମୃତଦେହରୁ ଆଖି ଗାଏବ: ଅନୁଗୋଳ ସିଡିଏମ୍‌ଓ ଅଫିସ ଆଗରେ ଧାରଣା

ଅନୁଗୋଳ ଅଫିସ, ୨୩।୭: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ଶବାଗାରରେ ଥିବା ମୃତଦେହରୁ ଆଖି ଗାଏବ ହୋଇଯାଉଛି। ଗତ ୪ ଦିନ ମଧ୍ୟରେ ଏପରି ୨ଟି...

Leave a comment

Your email address will not be published. Required fields are marked *