ଏସ୍‌ଡିସି କପ୍‌ ଉଦ୍‌ଘାଟିତ : ପ୍ରଥମ ଦିନରେ ୪ ମ୍ୟାଚ

ଫୁଲବାଣୀ ଅଫିସ, ୨୫ା୨-ଫୁଲବାଣୀସ୍ଥିତ କରୋନେଶନ ପଡିଆରେ ଆଦିବାସୀ ଫୁଟବଲ ଚାମ୍ପିୟନଶିପ୍‌ ଏସ୍‌ଡିସି (ସ୍ବତନ୍ତ୍ର ଉନ୍ନୟନ ପରିଷଦ) କପ୍‌-୨୦୨୦ ସୋମବାର ଉଦ୍‌ଘାଟିତ ହୋଇଛି ା ସରକାରଙ୍କ ଆଇଟି ସେଲ୍‌ ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି। ପ୍ରଥମ ଦିନ ୪ଟି ମ୍ୟାଚ ଖେଳାଯାଇଛି ା ପ୍ରଥମ ମ୍ୟାଚ କନ୍ଧମାଳ ଏବଂ କେନ୍ଦୁଝର ମହିଳା ଟିମ୍‌ ମଧ୍ୟରେ ହୋଇଥିଲା ା ଏଥିରେ ୯-୦ ଗୋଲରେ କେନ୍ଦୁଝର ଜିତିଥିଲା ା ସେହିପରି ଦ୍ୱିତୀୟ ମ୍ୟାଚରେ କନ୍ଧମାଳ ପୁରୁଷ ଟିମ୍‌ ୨-୧ ଗୋଲରେ ବିପକ୍ଷ କେନ୍ଦୁଝରକୁ, ତୃତୀୟ ମ୍ୟାଚରେ ରାଇରଙ୍ଗପୁର ବାଳକ ଟିମ୍‌ ୧୫-୦ ଗୋଲରେ ବିପକ୍ଷ ମାଲକାନଗିରିକୁ ଏବଂ ଚତୁର୍ଥ ମ୍ୟାଚରେ ରାଇରଙ୍ଗପୁର ବାଳିକା ଟିମ୍‌ ବିପକ୍ଷ ମାଲକାନଗିରି ଟିମ୍‌କୁ ୨୧-୦ ଗୋଲ ବ୍ୟବଧାନରେ ହରାଇଛି ା
ଉଦ୍‌ଘାଟନୀ ଉତ୍ସବରେ ରାଜ୍ୟ ଫୁଟବଲ ଆସୋସିଏଶନ ଉପାଧ୍ୟକ୍ଷ ହୃଦୟ ରଞ୍ଜନ ବେହେରା, ଏସ୍‌ଡିସି ରାଜ୍ୟ କୋ-ଅର୍ଡିନେଟର ସ୍ବଦେଶ କୁମାର, ଜିଲା ଆଥ୍‌ଲେଟିକ ଆସୋସିଏଶନ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ଜିଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ, ପୂର୍ବତନ ଏସ୍‌ଡିସି ଅଧ୍ୟକ୍ଷ ରଦନ ମଲ୍ଲିକ, ଉପାଧ୍ୟକ୍ଷ ସୁରେଖା ପାଟ୍ଟମାଝି, ଫୁଲବାଣୀ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ା ଏହି ଜିଲାସ୍ତରୀୟ ଲିଗ୍‌ ଆସନ୍ତା ୨୮ ତାରିଖ ଯାଏ ଚାଲିବ ା


All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ନଁ।ରେ ଏତଲା ଦେଲା କୃଷକ ସଙ୍ଗଠନ

ଛତ୍ରପୁର,୧୭ା୧୨(ଡି.ଏନ.ଏ)-କାଳିଆ ଯୋଜନାରେ ରାଜ୍ୟ ସରକାର ଲୋକଙ୍କୁ ଠକିଥିବା ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନଁ। ରେ ଠକେଇ, ବିଶ୍ୱାସଭଙ୍ଗ ଓ...

ଋଣ, ଚାରା ଦେବା ନଁ।ରେ ଠକେଇ, ଜଣେ ଗିରଫ

ବାଲିଗୁଡା,୧୬ା୫(ଡି.ଏନ୍‌.ଏ.)- ବାଲିଗୁଡା ଉପଖଣ୍ଡ କୋଟଗଡ଼ ପୋଲିସ ଜଣେ ଠକକୁ ଗିରଫ କରିଛି । ଠକ ଜଣକ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ଗ୍ରାମର ଭିମରାଜ ନାୟକ। ଭିମରାଜ...

ଚାକିରି ସ୍ଥାୟୀତ୍ୱ କହି ଆଉଟସୋର୍ସିଂ ସଂସ୍ଥା ଲୁଟିଲା

ଫୁଲବାଣୀ ଅଫିସ, ୧୨ା୫- କରୋନାକୁ ପ୍ରତିହତ କରିବା ଲାଗି ସରକାର ବହୁବିଧ ପଦକ୍ଷେପ ନେଉଛନ୍ତି। କନ୍ଧମାଳ ଜିଲା ମେଡିକାଲରେ କର୍ମଚାରୀ ଅଭାବକୁ ଦୃଷ୍ଟିରେ ରଖି କେବଳ...

ଦିନକୁ ଘଣ୍ଟାଏ ଖୋଲିବ କୋର୍ଟ

କଟକ ଅଫିସ୍‌,୧୭ା୪: ଆସନ୍ତା ୨୦ ତାରିଖରୁ ସକାଳୁଆ କୋର୍ଟ ଚାଲିବ। କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ତରଫରୁ ନିମ୍ନ ଅଦାଲତଗୁଡ଼ିକୁ ନିର୍ଦ୍ଦେଶନାମା ଜାରି କରାଯାଇଛି।...

ଓଡ଼ିଶା ପାଇଁ ଆଶ୍ୱସ୍ତି: ୩ଦିନ ଧରି ପରୀକ୍ଷା ହୋଇଥିବା ସବୁ ନମୁନା ନେଗେଟିଭ୍‌

ଭୁବନେଶ୍ୱର, ୧୮।୪(ବ୍ୟୁରୋ): କରୋନା ନେଇ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର। ସାରା ବିଶ୍ୱରେ ତଥା ଦେଶରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା...

ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟିତ

ଦାରିଙ୍ଗବାଡି,୧୨।୯(ଡ.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଗୁରୁବାର ବ୍ଳକ ସ୍ତରୀୟ ଖେଳ ଓ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ଅଧ୍ୟକ୍ଷ...

ଛାତ୍ରୀଛାତ୍ରଙ୍କୁ ଜୀବନଗାଥା ଶୁଣାଇଲେ ଦିଲ୍ଲୀ ଶିଳ୍ପୀ

ପୁରୁଣା ଭୁବନେଶ୍ୱର,୨୪।୯(ଡି.ଏନ୍‌.ଏ): କଳାକୁ ଜୀବନ ଓ ଜୀବିକା କରି ଆଗକୁ ବଢିବା ପାଇଁ କେତେଜଣ ଶିଳ୍ପୀ ହିଁ ବ୍ରତ ବୋଲି ଭାବିଥାନ୍ତି। ସେହିପରି ଦିଲ୍ଲୀର ଶିଳ୍ପୀ...

ଚାକିରି ଦେବା ନଁ।ରେ ଠକେଇ ଘଟଣା: ୨ ଦିନ ରିମାଣ୍ଡରେ ରୋହିତ

ଫୁଲବାଣୀ ଅଫିସ, ୨୬ା୧୦-ଚାକିରି କରାଇ ଦେବା ନାମରେ ଲକ୍ଷାଧିକ ଟଙ୍କା ଠକି ନେଇ ଗିରଫ ହୋଇଥିବା ରେହିତ ବେହେରାଙ୍କୁ ଶୁକ୍ରବାର ଫୁଲବାଣୀ ଟାଉନ ଥାନା ପୋଲିସ...

Leave a comment

Your email address will not be published. Required fields are marked *