ଏଇ ଭାରତରେ

ଭାରତବର୍ଷରେ ଏପରି ସ୍ଥାନ ଅଛି ଯେଉଁଠି ପ୍ରତି ଘରେ ଜଣେ ମହିଳାଙ୍କର ରହିଛନ୍ତି ଏକାଧିକ ସ୍ବାମୀ। ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ। ମହାଭାରତରେ ଦ୍ରୌପଦୀଙ୍କ କଥା ସମସ୍ତେ ଅଳ୍ପବହୁତେ ଜାଣିଛନ୍ତି, ଯାହାଙ୍କର ୫ ଜଣ ସ୍ବାମୀ ଥିଲେ। ହେଲେ ରାଜସ୍ଥାନ ଓ ମଧ୍ୟପ୍ରଦେଶ ସୀମାରେ ଥିବା ଏକ ଗାଁ ମୁରୈନାରେ ପ୍ରତି ମହିଳାଙ୍କର ଏକାଧିକ ସ୍ବାମୀ ରହିଥିବା କଥା ଅନେକଙ୍କୁ ଜଣା ନ ଥିବ। ବିବାହିତ ମହିଳା ଜଣେ ଜଣେ ସ୍ବାମୀଙ୍କ ନିକଟରେ ନିର୍ଦ୍ଦିଷ୍ଟ କିଛି ସମୟ ପର୍ଯ୍ୟନ୍ତ ରହିଥାଆନ୍ତି। ତେବେ ଏହି ପରମ୍ପରା ବେଶି ପୁରୁଣା ନୁହେଁ ବୋଲି କୁହାଯାଏ। କିଛି ବର୍ଷ ପୂର୍ବେ ଗାଁ ଲୋକେ ଏହି ପ୍ରଥା ପ୍ରଚଳନ କରିଛନ୍ତି। ଏହି ଗାଁରେ ଝିଅଙ୍କ ସଂଖ୍ୟା ଖୁବ୍‌ କମ୍‌। ତେଣୁ ପଞ୍ଚାୟତର ନିଷ୍ପତ୍ତିକ୍ରମେ ଯେଉଁ ଘରେ ଏକରୁ ଅଧିକ ପୁଅ ରହିଛନ୍ତି ସେମାନେ ଗୋଟିଏ ଝିଅକୁ ବିବାହ କରିବେ ଓ ସେହି ଝିଅ ଉପରେ ସମସ୍ତଙ୍କର ସମାନ ଅଧିକାର ରହିବ। ଜଣେ ଜଣେ ଯୁବତୀ ଏଠି ସର୍ବାଧିକ ୮ ଜଣ ସ୍ବାମୀ ଗ୍ରହଣ କରିଥିବା ଦୃଷ୍ଟାନ୍ତ ରହିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଗଁାର ଝିଅ ଅଥବା ପୁଅ ଅନ୍ୟ ଗାଁରେ ବିବାହ କରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି।


All Right Reserved By Dharitri.Com

ଓଡ଼ିଆ ପାଇଁ ଲଜ୍ଜା

ଓଡ଼ିଆ, ସଂସ୍କୃତ, ତାମିଲ, ତେଲୁଗୁ, କନ୍ନଡ଼ ଏବଂ ମାଲାୟାଲମ୍‌ ଭାଷାକୁ ଭାରତରେ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି। କିନ୍ତୁ ସବୁ ଭାଷାକୁ ସମାନ ଦୃଷ୍ଟିରେ ଦେଖାଯାଉ ନାହିଁ।...

ଆଜିର ଅର୍ଥନୀତି/ ଚକିତ କଲା ଆର୍‌ବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ଗଭର୍ନର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ଆର୍ଥିକ ନୀତି କମିଟି (ଏମ୍‌ପିସି) କ୍ରମାଗତ ଭାବେ ପାଞ୍ଚଥର ସୁଧହାର (ରେପୋ ରେଟ୍‌) ହ୍ରାସ...

ଏଇ ଭାରତରେ

ନିଜେ ଦୁଃଖକଷ୍ଟ ସହି ଜନସେବା କରିବାର ଦୃଷ୍ଟାନ୍ତ ଏବେ ବି ସମାଜରେ ଦେଖିବାକୁ ମିଳେ। ତାହାର ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ହେଉଛନ୍ତି ଛତିଶଗଡ଼ର ଚିତ୍ରାଂଶ ତିଓ୍ବାରୀ।...

ଏଇ ଭାରତରେ

ଖାସିର ଜଣେ ମହିଳା ବ୍ୟାଙ୍କ ଚାକିରି ଛାଡ଼ି ନିଜର କଫି ଫାର୍ମ କରିବା ସହ ୩୦୦ରୁ ଊର୍ଦ୍ଧ୍ୱ ମହିଳା ଶ୍ରମିକଙ୍କୁ ଜୀବିକା ଯୋଗାଇଛନ୍ତି। ଏହି ମହିଳା...

ଏଇ ଭାରତରେ

‘ଜୟ ଜବାନ, ଜୟ କିଷାନ’ ସ୍ଲୋଗାନ୍‌ର ଗଭୀରତାକୁ ମର୍ମେ ମର୍ମେ ହୃଦୟଙ୍ଗମ କରିଛନ୍ତି ରାଜସ୍ଥାନର କୃଷକ ବବ୍‌ଲୁ ଚୌଧୁରୀ। ଏହାର ଗୁରୁତ୍ୱକୁ ସେ ସାଧାରଣରେ ପ୍ରତିପାଦିତ...

ପରିବେଶ ବନାମ ଆତ୍ମକୈନ୍ଦ୍ରିକତା

ଡ. ସୁବାସ ଚନ୍ଦ୍ର ପାତ୍ର ଆମେ ସମସ୍ତେ ପରିବେଶ ପ୍ରଦୂଷଣ ନେଇ ଚିନ୍ତିତ ବୋଲି ଦାବି କରୁ ବା ଛଳନା କରୁ। ଅଥଚ ଟିକେ ନିରେଖି...

ଲକ୍‌ଡାଉନ୍‌ର ଉଦ୍ଦେଶ୍ୟ

ଆକାର ପଟେଲ ଭାରତ ବିଶ୍ୱରେ ସବୁଠୁ ଅଧିତ୍କ ଦିନ ଲକ୍‌ଡାଉନରେ ରହିବାକୁ ଯାଉଛି। ଲକ୍‌ଡାଉନ ସମ୍ପର୍କରେ ଲୋକମାନଙ୍କୁ ସବୁଠୁ କମ୍‌ ସୂଚନା ଦେଇ ଓ ସବୁଠୁ...

କବି ହେବା ନୋହିଲା

ବୈକୁଣ୍ଠନାଥ ମିଶ୍ର କାହିଁକି କେଜାଣି କବିତା ଲେଖିବା ପାଇଁ ମନରେ ପ୍ରବଳ ଉତ୍କଣ୍ଠା ଜାଗ୍ରତ ହେଲା। ଉଚ୍ଚବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ବିଦ୍ୟାଳୟର ବାର୍ଷିକ ପତ୍ରିକାରେ...

Leave a comment

Your email address will not be published. Required fields are marked *