ଶୋଇବା ପୂର୍ବରୁ ପିଅନ୍ତୁ ଉଷୁମ ପାଣି, ମିଳିବ ଏହି ଫାଇଦା

ଗରମଦିନରେ ଥଣ୍ଡାପାଣି ସମସ୍ତଙ୍କର ପ୍ରିୟ ହୋଇଥାଏ। କିନ୍ତୁ ଉଷୁମ ପାଣି ଦେହକୁ ସୁସ୍ଥ ରଖିଥାଏ। ଉଷୁମ ପାଣି ପିଇଲେ ଶରୀରରୁ ବ୍ୟାକ୍ଟେରିଆ ମରି ଯାଇଥାନ୍ତି। ଅଧିକାଂଶ ଲୋକ ସୁସ୍ଥ ରହିବାକୁ ସକାଳେ ଉଷୁମ ପାଣି ପିଇଥାନ୍ତି। କିନ୍ତୁ ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ପିଇଲେ ଅନେକ ଫାଇଦା ମିଳିଥାଏ। ଆସନ୍ତୁ ଜାଣିବା…

କୋଷ୍ଠକାଠିନ୍ୟ ଦୂର ହୁଏ : ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣି ନିୟମିତ ଭାବେ ପିଇଲେ ହଜମ ପ୍ରକ୍ରିୟା ଠିକ୍‌ରେ ହୋଇଥାଏ। ଫଳରେ କୋଷ୍ଠ୍ୟ କାଠିନ୍ୟ ସହଜରେ ଦୂର ହୋଇଥାଏ।

ହୃଦୟକୁ ସୁସ୍ଥ ରଖେ : ହୃଦରୋଗୀ ସବୁଦିନ ଉଷୁମପାଣି ପିଇବା ଉଚିତ୍‌। ଏପରି କଲେ ରକ୍ତଚାପ ନିୟନ୍ତ୍ରଣରେ ରହିବା ସହିତ ହୃଦଘାତ ଆଶଙ୍କା କମ୍‌ ରହିଥାଏ।

ମେଦବହୁଳତା ଦୂର କରେ: ପ୍ରତିଦିନ ରାତିରେ ଉଷୁମ ପାଣି ପିଇବା ଦ୍ୱାରା ଚର୍ବି କମିଥାଏ।

କିଡ୍‌ନୀ ସମସ୍ୟା ଦୂର ହୁଏ : ପ୍ରତିଦିନ ରାତିରେ ଖାଇ ସାରିବା ପରେ ଅର୍ଥାତ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ପିଇଲେ କିଡ୍‌ନୀ ସମସ୍ୟା ଦୂରେଇ ଯାଏ।

ଥଣ୍ଡା ଦୂର ହୁଏ : ଥଣ୍ଡା ହୋଇଥିଲେ ପ୍ରତିଦିନ ରାତିରେ ଉଷୁମ ପାଣି ପିଇଲେ ଆରାମ ଲାଗେ।

ଗଣ୍ଠିଦରଜ ଦୂର ହୁଏ: ନିୟମିତ ଉଷୁମ ପାଣିରେ ଗାଧୋଇଲେ ଗଣ୍ଠିଦରଜ କମିଥାଏ।


All Right Reserved By Dharitri.Com

ଘରୋଇ ଉପାୟରେ ତ୍ୱଚାରେ ଆସିବ ଚମକ

ସାଧାରଣତଃ ଗୋରା ଏବଂ କୋମଳ ତ୍ୱଚା ପାଇଁ ଲୋକେ ଡାକ୍ତରଙ୍କ ନିକଟକୁ ଯାଇ ଅନେକ ଅର୍ଥ ବ୍ୟୟ କରିଥାନ୍ତି। କିଛି ଦିନ ଗୋରା ଦେଖାଯିବା ପରେ...

ରାତିରେ ଭିଜାଇ ସକାଳୁ ଖାଆନ୍ତୁ ଅଲ୍‌ମଣ୍ଡ, ମିଳିବ ଏସବୁ ଫାଇଦା

ଶୀତଦିନେ ଅନେକ ଲୋକ ଡ୍ରାଏଫ୍ରୁଟ୍ସକୁ ଖାଦ୍ୟପେୟରେ ସାମିଲ କରିଥାଆନ୍ତି। ସେଥିମଧ୍ୟରୁ ଅଲମଣ୍ଡ (ବାଦାମ) ଅନ୍ୟତମ। ଏହା ଉପାଦେୟ ପୋଷକ ତତ୍ତ୍ୱରେ ଭରପୂର। ବିଶେଷକରି ତ୍ୱଚା ଓ...

ରକ୍ତଚାପ କମାଏ କଖାରୁ ମଞ୍ଜି

୨୮ ଗ୍ରାମ୍‌ କଖାରୁ ମଞ୍ଜିରେ୧୫୧ କ୍ୟାଲୋରି,୧୭ ଗ୍ରାମ୍‌ ଫାଇବର, ୭ ଗ୍ରାମ୍‌ ପ୍ରୋଟିନ୍‌, ୪ ଗ୍ରାମ୍‌ ମନୋସାଚ୍ୟୁରେଟେଡ ଫ୍ୟାଟ୍‌,୬ ଗ୍ରାମ ଓମେଗା-୬ ଫ୍ୟାଟ୍‌, ମାଙ୍ଗାନିଜ, ମ୍ୟାଗ୍ନେସିୟମ,...

ମୌସୁମୀର ମଜା ନେବା ପୂର୍ବରୁ ଜାଣନ୍ତୁ, ଏହା ଜନିତ ସ୍ବାସ୍ଥ୍ୟ ସମସ୍ୟା: ଏଥିରୁ ବଞ୍ଚତ୍ବାର ୫ଟି ଉପାୟ

ପ୍ରଚଣ୍ଡ ତାତି, ଅସହ୍ୟ ଗରମ ପରେ ମୌସୁମୀର ଆଗମନ ଯେତିକି ଖୁସି ଦେଇଥାଏ, ତା’ଠୁ ଅଧିକ ଚିନ୍ତାରେ ପକାଇଥାଏ ଏହାଜନିତ ସଂକ୍ରମଣ ରୋଗ। ତେବେ ବର୍ଷାଦିନେ...

କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର...

ରୁଟିରେ ଗୁଆଘିଅ ଲଗାଇ ଖାଇଲେ ଓଜନ କମିବ

ସୁସ୍ଥ ରହିବା ପାଇଁ ସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଉନ୍ନତ ଜୀବନଶୈଳୀର ଆବଶ୍ୟକତା ରହିଛି। ହେଲେ ଆଜିକାଲିର ଲୋକମାନେ ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ପରିବର୍ତ୍ତେ ଜଙ୍କ୍‌ ଫୁଡ୍‌...

ଉପକାରୀ ଅଦା ରସ

ଅଦା ରସରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଯଦି ଜଣେ ବ୍ୟକ୍ତି ପ୍ରତିଦିନ ୧୦-୨୦ ମିଲିଲିଟର ଅଦା ରସରେ ଅଳ୍ପ ଗୁଡ଼ ମିଶାଇ...

ସ୍ବାସ୍ଥ୍ୟ ଉପକାରୀ କିସ୍‌ମିସ୍‌: ଏହିସବୁ ରୋଗରୁ ଦିଏ ମୁକ୍ତି

କିସ୍‌ମିସ୍‌ ସ୍ବାସ୍ଥ୍ୟ ଉପକାରୀ । ଏହାକୁ ପ୍ରତିଦିନ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଓଜନ୍‌ କମ୍‌ କରିବା ପାଇଁ ମଧ୍ୟ...

Leave a comment

Your email address will not be published. Required fields are marked *