Posted inଫୁରସତ

ମଣିଷଙ୍କ ପରି ସେଲ୍‌ଫି ନେଉଛି ଗରିଲା

ଆଜିକାଲି ଯାହାକୁ ଦେଖ ସେଲ୍‌ଫି ନେବାରେ ବ୍ୟସ୍ତ। ସାଧାରଣତଃ ମଣିଷ ସେଲ୍‌ଫି ନେବାର ଦେଖିଛନ୍ତି। କିନ୍ତୁ କେବେ ଜୀବଜନ୍ତୁ ସେଲ୍‌ଫି ନେବାର ଦେଖିଛନ୍ତି କି? ବିଶ୍ୱାସ ନ ହେଲେ ବି ସତ। ଆଜି ଏମିତି ଦୁଇ ଗରିଲା ସମ୍ପର୍କରେ କହିବୁ ସେମାନେ ବି ସେଲ୍‌ଫି ନେବାରେ ବ୍ୟସ୍ତ। କାଙ୍ଗୋର ଏକ ନ୍ୟାଶନାଲ ପାର୍କରେ ଦୁଇଜଣ ଅଫିସର ସେଲ୍‌ଫି ନେଉଥିଲେ। ଏହି ସମୟରେ ସେହି ପାର୍କରେ ରହୁଥିବା ନଦକାଶି ଏବଂ ମାତବିଶି ନାମକ ଦୁଇଟି ଗରିଲା ଏହା ଦେଖି ଅଫିସର ଦୁଇଜଣଙ୍କ ସହ ଠିଆ ହୋଇ ସେଲ୍‌ଫି ନେଉଥିବା ଫଟୋରୁ ଜଣାପଡୁଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକେ ଏହାକୁ ବହୁଳମାତ୍ରାରେ ଶେୟାର ବି କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଆଫ୍ରିକାର ସବୁଠୁ ପୁରୁଣା ପାର୍କ ବିରୁଙ୍ଗା। ଏଠାରେ ବିଶ୍ୱର ଏକ ତୃତୀୟାଂଶ ଗରିଲା ଅଛନ୍ତି। ଏହି ସେଲ୍‌ଫି ଆଣ୍ଟି ପଚିଂ ଗ୍ରୁପ୍‌ ନାମକ ଏକ ଫେସବୁକ୍‌ ପେଜ୍‌ରେ ଶେୟାର କରାଯାଇଛି। ଏହି ପୋଷ୍ଟକୁ ଏବେସୁଦ୍ଧା ୧୮ ହଜାର ଲୋକ ଶେୟାର କରିଥିବାବେଳେ ୧୯ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍‌ କରିଛନ୍ତି। ଏହା ସହିତ କମେଣ୍ଟ ବି କିଛି କମ୍‌ ନୁହେଁ।


All Right Reserved By

ଯେଉଁଠି ମୃତ ବ୍ୟକ୍ତିଙ୍କୁ ପୋଡ଼ାଯାଏ ନାହିଁ କି, ପୋତା ଯାଏ ନାହିଁ

ଆଫ୍ରିକାର ମସାଈ ଜନଜାତି ନିଜ ପରମ୍ପରା ପାଇଁ ବେଶ୍‌ ଚର୍ଚ୍ଚିତ। ହଜାର ହଜାର ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନେ ନିଜକୁ ଆଧୁନିକତାଠାରୁ ସମ୍ପୂର୍ଣ୍ଣ ଦୂରରେ ରଖିଛନ୍ତି।...

୭୬ ବର୍ଷୀୟ ବୃଦ୍ଧଙ୍କ ଅଟୋ ଆମ୍ବୁଲାନ୍ସ ସେବା : ୯୦ ଦିନରେ ବଞ୍ଚାଇଛନ୍ତି ୧୦୦ ଜଣଙ୍କ ଜୀବନ

ହରଜିନ୍ଦର ସିଂହ ନାମକ ଜଣେ ୭୬ ବର୍ଷୀୟ ବୃଦ୍ଧ ଦିଲ୍ଲୀ ରାସ୍ତାରେ ଅଟୋ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି। ସେ କୁହନ୍ତି, ଗତ ୩ ମାସ ଭିତରେ...

ଏହି ଗାଁରେ କେହି କରନ୍ତି ନାହିଁ ନିଶାଦ୍ରବ୍ୟ ସେବନ

ହରିୟାଣାର ଶେଷ ମୁଣ୍ଡରେ ଅର୍ଥାତ୍‌ ରାଜସ୍ଥାନକୁ ଲାଗି ରହିଥିବା ଗାଁ ହେଉଛି ଟିକଲା। ଏହି ଗାଁରେ କେହି କେବେ କୌଣସି ନିଶା ଦ୍ରବ୍ୟ ସେବନ କରନ୍ତି...

କାର୍ଯ୍ୟସ୍ଥଳରେ ଶୋଇପଡ଼ିବା ପାଇଁ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି

ସାଧାରଣତଃ ଭାରତୀୟମାନେ ଶୋଇବାକୁ ପସନ୍ଦ କରିଥାନ୍ତି। ଏହା ଏକ ସର୍ଭେରୁ ଜଣାପଡ଼ିଛି। ଅନ୍‌ଲାଇନ୍‌ ରିସର୍ଚ୍ଚ ଷ୍ଟାର୍ଟଅପ୍‌ ବେକାଫିଟ୍‌ ଅନୁସାରେ, ପ୍ରାୟ ୮୬ ପ୍ରତିଶତ ଭାରତୀୟ ଚାହିଁଥାନ୍ତି...

କାଓ ଥେରାପି : ଘଣ୍ଟାଏ ପାଇଁ ଦେବାକୁ ପଡ଼େ ୫ହଜାର ୨୦୦ ଟଙ୍କା

ଡଗ୍‌ ଏବଂ କ୍ୟାଟ୍‌ ଥେରାପି ସମ୍ପର୍କରେ ଜାଣିଥିବେ। କିନ୍ତୁ କାଓ ଥେରାପି ସମ୍ପର୍କରେ ଜାଣିଛନ୍ତି କି, ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ୟୁରୋପରେ...

ଏପରି ମନ୍ଦିର ଯେଉଁଠି ମାଙ୍କଡ଼ଙ୍କ ପାଖରେ ହୁଏ ଭୋଗ ଲାଗି…

ଉତ୍ତରପ୍ରଦେଶ ସୀତାପୁର ଜିଲା ଠାରୁ ୭୦ କିଲୋମିଟର ଦୂରରେ ଥିବା ଅଟବା କୁରସଠ ଗାଁରେ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ମାଙ୍କଡ଼ଙ୍କ ପାଖରେ ଭୋଗ...

ଯେଉଁଠି ଶାଳ ଗଛକୁ ଦେବତା ଭଳି ପୂଜନ୍ତି ଲୋକେ…

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ...

ଏଇ ବ୍ୟାକ୍‌ପ୍ୟାକ୍‌ରେ ରହିଯିବେ ମଣିଷ

ସ୍କୁଲ, କଲେଜ ହେଉକି ଅଫିସ୍‌ କି ଆଉଟିଂ ଏବେ ସବୁବେଳେ ଆବଶ୍ୟକ ପଡୁଛି ବ୍ୟାକ୍‌ପ୍ୟାକ୍‌। ନେବାକୁ ସୁବିଧା ହେଉଥିବାରୁ ଏହା ସମସ୍ତଙ୍କର ପ୍ରିୟ। ତେବେ ଜାପାନର...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *