ଦିବ୍ୟାଙ୍ଗ ହୋଇ ବି ଜଳସେବା ଯୋଗାଉଛନ୍ତି ପ୍ରଣତୀ

ଭୁବନେଶ୍ୱର, ୬ା୬(ବ୍ୟୁରୋ)- ସେବା କରିବାର ଦୃଢ଼ ମନୋବଳ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ତୁଷାର୍ଥ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। ଦୀର୍ଘ ୭ବର୍ଷ ଧରି ଏପରି ସେବାରେ ନିଜକୁ ନିୟୋଜିତ କରି ଆନନ୍ଦ ପାଉଥିବା ଏହି ମହିଳା ଜଣକ ହେଉଛି ପ୍ରଣତୀ ସ୍ବାଇଁ(୪୧)।
ପ୍ରଣତୀଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡ଼ାଠାରୁ ୪୦ କିିମି ଦୂର ଅଢ଼ାଙ୍ଗର ସିଙ୍ଘାଳୋ। ପ୍ରଣତୀ ପୋଲିଓ ରୋଗରେ ପୀଡ଼ିତ ହେବା ପରେ ଦିବ୍ୟାଙ୍ଗ ହୋଇଯାଇଛନ୍ତି। ତାଙ୍କର ବାମ ଗୋଡ଼ ଠିକ୍‌ ଭାବେ କାର୍ଯ୍ୟ କରୁନି। ହେଲେ ତାଙ୍କର ସେବା କରିବାର ଇଚ୍ଛା କେବେବି ଅଟକି ଯାଇନି। ପାଟକୁରା ବ୍ଲକ୍‌ ଅନ୍ତର୍ଗତ କୋରୁଆ ମହିଳା ମହାବିଦ୍ୟାଳୟରୁ ଯୁକ୍ତ୩ ପଢ଼ା ଶେଷ କରିବା ପରେ ଭୁବନେଶ୍ୱର ଚାଲି ଆସିଥିଲେ ପ୍ରଣତୀ। ଏବେ ସେ ପୁରୁଣା ଭୁବନେଶ୍ୱରର ପୁନାମାଗେଟ୍‌ ଅଞ୍ଚଳରେ ଏକ ଭଡ଼ା ଘରେ ରହୁଛନ୍ତି। ସେ ସାମାଜିକ ସେବାକୁ ଜୀବନର ବ୍ରତ କରିଛନ୍ତି। ଗତ ୭ବର୍ଷ ହେବ ପୋଖରୀପୁଟ ଓ ପଳାଶପଲ୍ଲୀକୁ ସଂଯୋଗ କରୁଥିବା କାର୍ଗିଲ ରୋଡ୍‌ରେ ଲୋକଙ୍କୁ ପିଇବା ପାଣି ଯୋଗାଉଛନ୍ତି। ତାଙ୍କର ଏପିରି ସେବା ମନୋବୃତ୍ତି ପାଇଁ ବିଏମ୍‌ସି ପକ୍ଷରୁ ତାଙ୍କୁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି। କେବଳ ଏତିକି ନୁହେଁ, ୨୦୧୩ରୁ ପ୍ରଣତୀ ଚିଲିକା ଡେଭ୍‌ଲପ୍‌ମେଣ୍ଟ ଅଥୋରିଟି(ସିଡିଏ) ଓ ଶୁଶ୍ରୁଷା କାର୍ଯ୍ୟାଳୟ ନିକଟରେ ମଧ୍ୟ ଜଳସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏକ୍ଷେତ୍ରରେ ଏସ୍‌ଟି ଜନ୍‌ ଆମ୍ବୁଲାନ୍ସ ସେବା ପକ୍ଷରୁ ତାଙ୍କୁ ମଧ୍ୟ ସହଯୋଗ ମିଳିଛି। ପ୍ରଣତୀଙ୍କୁ ଏହି କାର୍ଯ୍ୟରେ ବିକାଶ ନାମକ ଜଣେ ଛାତ୍ର ସହଯୋଗ କରୁଥିଲେ। ବାତ୍ୟାପରଠାରୁ ବିକାଶ ଆଉ ଜଳସେବା ଶିବିରକୁ ଆସୁନାହାନ୍ତି। ତେଣୁ ପ୍ରଣତୀ ଏକୁଟିଆ ଲୋକଙ୍କୁ ଜଳସେବା ଯୋଗାଉଛନ୍ତି। କେବଳ ଜଳସେବା ନୁହେଁ, ପ୍ରଣତୀ ବୃକ୍ଷରୋପଣ ସହ ବିଭିନ୍ନ ସେବାକାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି। ବାତ୍ୟା ପରେ ଗଛଗୁଡିକ ନଷ୍ଟ ହୋଇଯାଇଛି। ଯାତ୍ରୀମାନେ ପାଣି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏପରିସ୍ଥଳେ ପ୍ରଣତୀଙ୍କ ଜଳସେବା ଜୀବନଦାନ ସଦୃଶ ହୋଇଛି। ତାଙ୍କର ଏଭଳି ସେବା ମନୋବୃତ୍ତି ଅନ୍ୟମାନଙ୍କ ପାଇଁ ପ୍ରେରଣା ହେବ ନିଶ୍ଚୟ। ସୂଚନାଯେଗ୍ୟ, ବର୍ତ୍ତମାନ ବିଏମ୍‌ସି ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ମୋଟ ୧୦୩ ଜଳସେବା ଶିବିର ଚାଲିଥିବାବେଳେ ୩୫ଟି ଓ୍ବାଟର ଏଟିଏମ୍‌ ଚାଲିଛି। ତେବେ ପ୍ରଣତୀଙ୍କ ଜଳସେବା ପ୍ରଦାନରେ ଉତ୍ସାହକୁ ନେଇ ବିଏମ୍‌ସି ପକ୍ଷରୁ ବେଶ୍‌ ପ୍ରଶଂସା କରାଯାଇଛି।


All Right Reserved By Dharitri.Com

୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା : ମନ୍ଦିର ଗାଥା ଶୁଣିଲେ ଅଷ୍ଟ୍ରେଲିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୮।୭(ବ୍ୟୁରୋ): ପୁରୁଣା ଭୁବନେଶ୍ୱରରେ ଖ୍ରୀଷ୍ଟପୂର୍ବ ୧୦ମ ଶତାବ୍ଦୀରେ ନିର୍ମିତ ଶୈବାଳୟ ମୁକ୍ତେଶ୍ୱର ମନ୍ଦିରରୁ ୧୨୭ତମ ଏକାମ୍ର ଐତିହ୍ୟ ପଦଯାତ୍ରା ରବିବାର ଆରମ୍ଭ ହୋଇଥିଲା। ୨୭ଜଣ ପର୍ଯ୍ୟଟକଙ୍କୁ...

୭୫ ବର୍ଷରେ ଉତ୍କଳ ବିଶ୍ୱବିଦ୍ୟାଳୟ: ପ୍ଲାଟିନମ୍‌ ଜୁବିଲି ଉତ୍ସବକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୩।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉତ୍କଳ ବିଶ୍ୱବିଦ୍ୟାଳୟର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ପ୍ଲାଟିନମ୍‌ ଜୁବିଲି ଉତ୍ସବକୁ ଉଦ୍‌ଘାଟନ କରିଛନ୍ତି। ଏହି...

ପଡ଼ାଗଁ।ଥି ପୁଷ୍‌ପୁନି ଭେଟ୍‌ଘାଟ: କବିତା, ନାଚ୍‌ଗାନାଥି ଦେଖନହାରୀ ବିଭୋର

ବିଜେପୁର, ୧୧।୧ (ଡି.ଏନ୍‌.ଏ)- ବରଗଡ଼ ଜିଲା ବିଜେପୁର ବ୍ଲକର ଗାଁଗଁଲିଥି ବଡ଼ା ଉସ୍‌ନାକିଥି ପୁଷ୍‌ପୁନି ତିହାର ଶୁକ୍ରବାର ପାଲିତ ହୋଇଯାଇଛି। କୁକ୍‌ରା ଡକାନୁ ଘରେ ଘରେ...

ଆଜିଠୁ କାର୍ତ୍ତିକ ବ୍ରତ ଆରମ୍ଭ

ପୁରୀ ଅଫିସ,୧୪ା୧୦ : ସୋମବାରଠାରୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ। ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ କରିବେ ହବିଷିଆଳି। ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନାରେ...

ହାତୀ ନଦୀରେ ବନ୍ୟା: ୭୫ ହଜାର ଲୋକ ପ୍ରଭାବିତ; ୫୫୩୨ ହେକ୍ଟର ଚାଷ ଜମି ଜଳମଗ୍ନ

ଜୁନାଗଡ,୯।୮(ଡି.ଏନ.ଏ.)ମଙ୍ଗଳବାର, ବୁଧବାର ଉପରମୁଣ୍ଡାରେ ଲଗାଣ ବର୍ଷା ଓ ମଙ୍ଗଳପୁର ବ୍ୟାରେଜରୁ ୫ଟି ଗେଟ୍‌ରେ ପାଣି ଛଡାଯିବା ପରେ କଳାହାଣ୍ଡି ଜିଲାରେ ପ୍ରବାହିତ ହାତୀନଦୀରେ ମଙ୍ଗଳବାର ବିଳମ୍ବିତ...

୩ ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ,୩ଇଭିଏମ୍‌ ଅଚଳ

ଖୋର୍ଦ୍ଧା ଅଫିସ,୨୩।୫: ଖୋର୍ଦ୍ଧା ଜିଲା ସଦରମହକୁମାରେ ଭୋଟ ଗଣତି କେନ୍ଦ୍ରରେ ପ୍ରଥମ ରାଉଣ୍ଡରେ ଖୋର୍ଦ୍ଧା, ଚିଲିକା ଓ ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀମାନେ...

ନର୍ସ ନୀହାରିକା ହତ୍ୟା ମାମଲାର ଭିନ୍ନ ମୋଡ଼: କଟକରେ କରାଯାଇଛି ହତ୍ୟା, ବାଇକ୍‌ରେ ନେବା ଦୃଶ୍ୟ ସିସିଟିଭିରେ କଏଦ

କଟକ ଅଫିସ/ଜଗତସିଂହପୁର ଅଫିସ,୨୧।୯: ନର୍ସ ନୀହାରିକା ପାତ୍ର ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ପ୍ରଥମେ ତାଙ୍କ ପ୍ରେମିକ ହାଜିପୁରର କିଶୋର...

ଦେବୀ ନଦୀରେ ବନ୍ୟାଜଳ ବୃଦ୍ଧି, ଉପକୂଳବର୍ତ୍ତୀ ଗ୍ରାମବାସୀ ଆତଙ୍କିତ

କାକଟପୁର,୧୧।୯(ଡି.ଏନ୍‌.ଏ.): ଲଗାଣ ବର୍ଷା ଏବଂ ହୀରାକୁଦ ଡ୍ୟାମ୍‌ରୁ ବନ୍ୟାଜଳ ନିଷ୍କାସନ ହେବା ପରେ ବିଭିନ୍ନ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କ୍ରମରେ କାକଟପୁର...

Leave a comment

Your email address will not be published. Required fields are marked *