ବିଏସ୍‌ଏଫ୍‌ ଅଧିକାରୀଙ୍କ ନାଁରେ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର,୨୪ା୨(ବ୍ୟୁରୋ):ରାଜଧାନୀରେ ପୋଲିସ ଓ ଯବାନଙ୍କୁ ଘାରିଛି ପ୍ରେମ ନିଶା। କିଏ ଯୁବତୀଙ୍କୁ ରାସ୍ତା ଉପରେ ଅସଦାଚରଣ କରି ଗିରଫ ହେଲାଣି ତ ଆଉ କିଏ ବାହାଘରର ପ୍ରତିଶ୍ରୁତି ଦେଇ ବଳାତ୍କାର କଲାଣି। ପୂର୍ବରୁ ୪ ଘଟଣା ଖାକିରେ କଳଙ୍କର ଦାଗ ଲଗାଇଥିବାବେଳେ ରବିବାର ମହିଳା ଥାନାରେ ଆଉ ଏକ ଅଭିଯୋଗ ହୋଇଛି। ଜଟଣୀସ୍ଥିତ ବିଏସ୍‌ଏଫ୍‌ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ବଳାତ୍କାର ଓ ଲୁଟ୍‌ର ଶିକାର ହୋଇଥିବା ଯୁବତୀ। ପୋଲିସ ସମ୍ପୃକ୍ତ ଯୁବତୀଙ୍କ ବୟାନ ରେକର୍ଡ କରିବା ପରେ ଅଭିଯୁକ୍ତ ବିଏସ୍‌ଏଫ୍‌ ଡିଏସ୍‌ପିଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏପରି କି ପୋଲିସ ତାଙ୍କୁ ଗିରଫ କରିବାକୁ ବିଏସ୍‌ଏଫ କାର୍ଯ୍ୟାଳୟକୁ ଯାଇ ଖୋଳତାଡ଼ କରିଥିଲା। ହେଲେ ଅଭିଯୁକ୍ତ ଜଣକ ଉଚ୍ଚ ପଦରେ ଥିବାରୁ ମାମଲାକୁ ରଫାଦଫା କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ମିଳିଛି। ଘଟଣାକୁ ନେଇ ମଧ୍ୟ ଯୁବତୀଙ୍କ ଉପରେ ଚାପ ପଡୁଥିବା ସେ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ଯୁବତୀଙ୍କ ସହ ଡିଏସ୍‌ପି ଜଣକ ହ୍ବାଟ୍ସଆପ୍‌ରେ କରିଥିବା ରୋମାଣ୍ଟିକ୍‌ ଚାଟିଂ ଏବେ ଭାଇରାଲ ହେବାରେ ଲାଗିଛି। ମହିଳା ଥାନା ପୋଲିସ ଉକ୍ତ ପୋଷ୍ଟଗୁଡ଼ିକୁ ତଦନ୍ତ ପରିସରଭୁକ୍ତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ପୀଡିତା ଯୁବତୀଙ୍କ ଘର କଟକରେ ହୋଇଥିବାବେଳେ ସେ ଭୁବନେଶ୍ୱରରେ ରହି ଏକ ବିଲ୍ଡର ସଂସ୍ଥାରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ୨୦୧୭ରେ ଏକ ଜାଗା କିଣିବା ପାଇଁ ଜଗତ୍‌ସିଂପୁରର ବିଏସ୍‌ଏଫ୍‌ ଡିଏସ୍‌ପି ଜଣକ ଜାଗା କିଣିବା ପାଇଁ ଉକ୍ତ ବିଲ୍ଡର ସଂସ୍ଥାକୁ ଯାଇଥିଲେ। ସେଠାରେ ଯୁବତୀଙ୍କ ସହ ତାଙ୍କର ଭେଟ ହେବା ପରେ ଉଭୟେ ପରିଚିତ ହୋଇଥିଲେ। ସେତେବେଳେ ଅଭିଯୁକ୍ତ ଜଣକ ବିଏସ୍‌ଏଫ୍‌ରେ ଇନ୍ସପେକ୍ଟର ର଼୍ୟାଙ୍କ୍‌ରେ ରାୟପୁରଠାରେ ଅବସ୍ଥାପିତ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ଜଟଣୀକୁ ବଦଳି ହେବା ସହ ଡିଏସ୍‌ପି ର଼୍ୟାଙ୍କ୍‌କୁ ପଦୋନ୍ନତି ହୋଇଥିଲା। ସେ ସ୍ତ୍ରୀ ଓ ପିଲାଙ୍କ ସହ ଚନ୍ଦକା ନିକଟ ଏକ ଆପାର୍ଟମେଣ୍ଟରେ ରହିଥିଲେ। ଡିଏସ୍‌ପି ଜଣକ ଉକ୍ତ ଯୁବତୀଙ୍କୁ ଜମି କିଣିବା ବାହାନାରେ ଏକାଧିକ ସ୍ଥାନକୁ ଡକାଇ କଥାବାର୍ତ୍ତା ହେଉଥିଲେ। ସମୟକ୍ରମେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଘରେ ପରିବାର ଲୋକେ ନ ଥିବାବେଳେ ଘରକୁ ଯୁବତୀଙ୍କୁ ଡକାଇ ବିବାହ ଆଳ ଦେଖାଇ ବଳାତ୍କାର କରିଥିଲେ। ଏହି ସମୟର ଦୃଶ୍ୟକୁ ମଧ୍ୟ ନିଜ ମୋବାଇଲ୍‌ ଫୋନ୍‌ରେ ଭିଡିଓ ରେକର୍ଡିଂ କରି ରଖିଥିଲେ। ପରେ ଉକ୍ତ ଭିଡିଓ ଦେଖାଇବା ସହ ନାନା ଧମକ ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ଏପରି କି ଉକ୍ତ ଭିଡିଓକୁ ମୋବାଇଲ ଫୋନ୍‌ରୁ ଡିଲିଟ୍‌ କରିବା ପାଇଁ ୨୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ଟଙ୍କା ନେବା ପରେ ମଧ୍ୟ ଅଭିଯୁକ୍ତ ଡିଏସ୍‌ପି ଭିଡିଓଟିକୁ ଡିଲିଟ୍‌ ନ କରି ବ୍ଲାକ୍‌ମେଲିଂ କରି ବଳାତ୍କାର କରୁଥିଲେ। ଶେଷରେ କିଛି ଉପାୟ ନ ପାଇ ଯୁବତୀ ଜଣକ ମହିଳା ଥାନାରେ ଅଭିଯୋଗ କରିଥିଲେ।
ଏ ନେଇ ମହିଳା ଥାନା ଅଧିକାରୀ ବନୀତା ମହାରଣା କହିଛନ୍ତି, ଯୁବତୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ସହ ତଦନ୍ତ ଚାଲିଛି। ପ୍ରକୃତ ଘଟଣା ସ୍ପଷ୍ଟ ହେବା ପରେ ଡିଏସ୍‌ପିଙ୍କୁ ଗିରଫ କରାଯିବ।


All Right Reserved By Dharitri.Com

ତୃତୀୟ କମାଣ୍ଡାଣ୍ଟ୍‌ସ ସମ୍ମିଳନୀ:ଇ-ଅଫିସ ଯୋଜନାରେ ସାମିଲ ହେଲା ୫ ବାଟାଲିୟନ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ପୋଲିସ ବିଭାଗରେ କାର୍ଯ୍ୟକାରୀ ହୋଇଥିବା ଇ-ଅଫିସ ଯୋଜନାରେ ପ୍ରଥମଥର ପାଇଁ ସାମିଲ ହୋଇଛି ସ୍ପେଶାଲ ଆର୍ମ୍‌ଡ ପୋଲିସ ବାଟାଲିୟନ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଢେଙ୍କାନାଳ, କଟକ,...

୪ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ

କଟକ ରୋଡ,୧୪ା୯(ଡି.ଏନ୍‌.ଏ.): କମିଶନରେଟ ପୋଲିସର କୁଇକ ଆକ୍ସନ ଟିମ ଓ ଲକ୍ଷ୍ମୀସାଗର ପୋଲିସ ରାଜଧାନୀର ବମିଖାଲ ଅଞ୍ଚଳରେ ଚଢ଼ାଉ କରି ୩ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଗିରଫ...

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ,ଏହି ସମୟରେ ବୟସ୍କଙ୍କ ଯତ୍ନ ନିଅନ୍ତୁ : ବାଗ୍‌ଚୀ

ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ସଚେତନତା ନେଇ ପରାମର୍ଶ ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ଗୁରୁବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ...

ବିଶ୍ୱ କବି ସମ୍ମିଳନୀର ତୃତୀୟ ଦିବସ: ଓଡ଼ିଶା ବିବିଧତାର ସୁନ୍ଦର ରାଜ୍ୟ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଓଡ଼ିଶା ହେଉଛି ବିବିଧତାର ଏକ ସୁନ୍ଦର ରାଜ୍ୟ। ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ତଥା ଭାସ୍କର୍ଯ୍ୟ ହେଉଛି ସମୃଦ୍ଧଶାଳୀ। ଏ ସବୁର ପ୍ରଚାର...

ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୫ ବର୍ଷୀୟ ଏହି ଆକ୍ରାନ୍ତ ବ୍ୟକ୍ତି ଭୁବନେଶ୍ୱରର ମଧୁସୂଦନ ନଗରର ବୋଲି ସୂଚନା ମିଳିଛି। ଏ...

ରାଜଧାନୀରେ ଆମେରିକା ନିର୍ମିତ ବନ୍ଧୁକ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ): ରାଜଧାନୀରେ ଚୋରା ପିସ୍ତଲ କାରବାର, ବନ୍ଧୁକ ମୁନରେ ଲୁଟ୍‌ପାଟ ଭଳି ଘଟଣା ବଢ଼ିଚାଲିଛି । ସୋମବାର ରାତିରେ ବୁଦ୍ଧପାର୍କ ନିକଟରେ କ୍ୟୁଏଟି ଓ...

ରଙ୍ଗ୍‌ ସାଇଡ୍‌ରେ ଗଲେ ଚକ କଣା କରିଦେବ ‘ଟାୟାର କିଲର’

ଭୁବନେଶ୍ୱର,୬ା୨(ବ୍ୟୁରେ): ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ...

କନ୍ଧମାଳରେ ଖୋଲିବ ‘କିସ୍‌’ର ଶାଖା:‘କିସ୍‌’ ଓ ‘ଏମ୍‌ଡିଏଚ୍‌’ ମଧ୍ୟରେ ବୁଝାମଣା

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ):କନ୍ଧମାଳ ଜିଲା ଫୁଲବାଣୀ ସହରରେ ଖୁବ୍‌ଶୀଘ୍ର କିସ୍‌ର ଏକ ଶାଖା ଖୋଲିବାକୁ ଯାଉଛି। ଭାରତର ଲୋକପ୍ରିୟ ମସଲା ଉତ୍ପାଦନକାରୀ କମ୍ପାନୀ ଏମ୍‌ଡିଏଚ୍‌ ଓ କିସ୍‌...

Leave a comment

Your email address will not be published. Required fields are marked *