ଲାଗିଛି ନିମ୍ନମାନର ଡଷ୍ଟବିନ୍‌ ଷ୍ଟାଣ୍ଡ

କାଶୀନଗର,୨୪ା୨(ଡି.ଏନ୍‌.ଏ.) ଗଜପତି ଜିଲା କାଶୀନଗର ଏନ୍‌ଏସିରେ ସଫେଇ କାର୍ଯ୍ୟ ବନ୍ଦ ରହିଥିବା ଯୋଗୁ ବିଭିନ୍ନ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ଦେଖିବାକୁ ମିଳୁଛି। ଏଥିପାଇଁ ଅଞ୍ଚଳରେ ଘୁଷୁରିଙ୍କ ଉପଦ୍ରବ ପୁଣି ବଢ଼ିଛି। ତେବେ ଲୋକେ ଅଳିଆ ଆବର୍ଜନା ବାହାରେ ନ ଫୋପାଡ଼ି ଡଷ୍ଟବିନ୍‌ରେ ପକାଇବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ଡଷ୍ଟବିନ୍‌ ସ୍ଥାପନ ପାଇଁ ଷ୍ଟାଣ୍ଡ ପୋତାଯାଉଥିବାବେଳେ ଏଥିରେ ଡଷ୍ଟବିନ୍‌ଗୁଡ଼ିକ ଝୁଲି ରହିବ ବୋଲି ଏନ୍‌ଏସି ପକ୍ଷରୁ କୁହାଯାଉଛି। ହେଲେ ଏହି ଷ୍ଟାଣ୍ଡଗୁଡ଼ିକ ଅତି ହାଲୁକା ହୋଇଥିବାବେଳେ ଏଗୁଡ଼ିକ ଅଳିଆ ଡଷ୍ଟବିନ୍‌ର ଓଜନ ସମ୍ଭାଳିବା ପାଇଁ ଅନୁପଯୁକ୍ତ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏପରିକି ପ୍ରାୟ ୩ ଇଞ୍ଚ ଖୋଳି ଏହି ଷ୍ଟାଣ୍ଡ ପୋତି ନିମ୍ନମାନର କାମ କରାଯାଉଥିବା ସେମାନେ କହିଛନ୍ତି। ଏ ବିଷୟରେ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ଏବିଡିଓ ରାଜେନ୍ଦ୍ର ପ୍ରସାଦ ପଣ୍ଡା କହିଛନ୍ତି, ଯଦି ଲୋକେ ଅଭିଯୋଗ କରୁଛନ୍ତି ତେବେ କାମ ଠିକ୍‌ାଭାବେ ହେଉଛି କି ନାହିଁ ଦିନେ ଦୁଇଦିନ ମଧ୍ୟରେ ଦେଖି ପରବର୍ତ୍ତୀ ପଦକ୍ଷେପ ନିଆଯିବ। ସେହିପରି ୧୧ନମ୍ବର ଓ୍ବାର୍ଡ ଷ୍ଟେଟ୍‌ବ୍ୟାଙ୍କ୍‌ ଛକ ସାହିରେ ପୂର୍ବରୁ ଡଷ୍ଟବିନ୍‌ ନ ଥିବାବେଳେ ଏବେ ମଧ୍ୟ ନାହିଁ। ଫଳରେ ଲୋକେ ଏନ୍‌ଏସି କାର୍ଯ୍ୟାଳୟକୁ ଯାଇ ଏ ନେଇ ଜଣାଇଥିଲେ। ହେଲେ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଡଷ୍ଟବିନ୍‌ କାହିଁକି ମିଳିବନି ବୋଲି ପଚାରିଲେ କମ୍ପ୍ୟୁଟର୍‌ ପ୍ରୋଗ୍ରାମର୍‌ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ପଚାରି କହିବି ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ କହୁଛନ୍ତି। ତେବେ ସ୍ବଚ୍ଛତା ତଥା ବିକାଶମୂଳକ କାର୍ଯ୍ୟରେ କମ୍ପ୍ୟୁଟର ପ୍ରୋଗ୍ରାମର୍‌ଙ୍କ ସମ୍ପର୍କ କ’ଣ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଉଲ୍ଲେଖଯୋଗ୍ୟ, ଏନ୍‌ଏସି ଏବେ ସିଧାସଳଖ ପ୍ରଶାସନ ଅଧୀନରେ ରହିଥିବାବେଳେ ଏଭଳି କାର୍ଯ୍ୟ ନେଇ ଦୃଷ୍ଟି ଦେବା ସହ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ମହଲରେ ଦାବି ହୋଇଛି।


All Right Reserved By Dharitri.Com

ଅଗ୍ରୀମ ଦରମା ନେବାକୁ ମନାକଲେ ଭିମସାର ଡାକ୍ତର

ସମ୍ବଲପୁର, ୩୦।୩ (ବ୍ୟୁରୋ)-କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆହ୍ବାନ ଦେଇଛନ୍ତି। ଅନ୍ୟପକ୍ଷେ ନିଷ୍ଠାପର ସେବା ପାଇଁ ସ୍ବାସ୍ଥ୍ୟ...

ତାଳସାରି ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା: ଜିଲାପାଳ, ଏସ୍‌ପିଙ୍କୁ ଘେରିଲେ ଭୋଗରାଇବାସୀ

ଭୋଗରାଇ, ୨୬।୮( ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇର ତାଳସାରି ମେରାଇନ ଥାନା ଅଧୀନ ବହୁ ଚର୍ଚ୍ଚିତ ନାବାଳିକା ଛାତ୍ରୀ ଅଶ୍ଳୀଳ ଭିଡିଓ ଭାଇରାଲ ଓ ବ୍ଲାକ୍‌ମେଲିଂ...

ପରିତ୍ୟକ୍ତ କୂଅରୁ ଜଙ୍ଗଲି ବାର୍‌ହା ଉଦ୍ଧାର

ଛେଣ୍ଡିପଦା,୨୪।୧(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ବାହାଳସାହି ଗାଁ ନିକଟ ପରିତ୍ୟକ୍ତ କୂଅରୁ ଶୁକ୍ରବାର ଏକ ବାର୍‌ହା ଉଦ୍ଧାର ହୋଇଛି। କୂଅରେ ବାର୍‌ହା ପଡିଥିବା ନେଇ...

ସୁନ୍ଦରଗଡ଼ ଜିଲା ଅବକାରୀ ବିଭାଗର ଚଢ଼ାଉ: ୨୫ କିଗ୍ରା ଗଞ୍ଜେଇ ଜବତ, ଜଣେ ଗିରଫ

ରାଉରକେଲା ଅଫିସ,୩।୭: ସୁନ୍ଦରଗଡ଼ ଜିଲା ଅବକାରୀ ପୋଲିସ ବୁଧବାର ଲକ୍ଷାଧିକ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ଥିବା ଜଣଙ୍କୁ ଗିରଫ କରାଯାଇଛି।...

ମହେନ୍ଦ୍ର ହାଇସ୍କୁଲରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ଗୋଟିଏ ହଲ୍‌ରେ ୧୫୦ ପିଲା

ଆଠମଲ୍ଲିକ,୧୧ା୮(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସଦର ମହକୁମାସ୍ଥିତ ବହୁ ପୁରାତନ ମହେନ୍ଦ୍ର ହାଇସ୍କୁଲ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଏଠାରେ ପଢୁଥିବା ଛାତ୍ରୀଛାତ୍ରଙ୍କୁ...

ଗୋକୁଳାନନ୍ଦଜୀଉଙ୍କ ଚିତାଲାଗି

ଖଣ୍ଡପଡ଼ା,୧ା୮(ସ୍ବ.ପ୍ର.): ସିଧାମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ପବିତ୍ର ଚିତାଲାଗି ଅମାବାସ୍ୟା ଅବସରରେ ଶ୍ରୀଜୀଉଙ୍କୁ ସୁବର୍ଣ୍ଣର ଚିତାଲାଗି କରାଯାଇଥିଲା । ବୁଧବାର ପୂର୍ବାହ୍ନ ପ୍ରାୟ ସାଢେ ୧୧ଟାରେ ଶ୍ରୀଜୀଉଙ୍କ...

ଗନ୍ଧମାର୍ଦ୍ଦନକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ପ୍ରସ୍ତାବର ବିରୋଧ

ଖପ୍ରାଖୋଲ, ୧୬ା୬(ଡି.ଏନ.ଏ.):ବଲାଙ୍ଗୀର-ବରଗଡ ସୀମାନ୍ତରେ ଥିବା ଜୈବ ବିବିଧତା ଭରା ଐତିହାସିକ ତଥା ଆଧ୍ୟାମତ୍ିକ ପ୍ରାଣକେନ୍ଦ୍ର ଗନ୍ଧମାର୍ଦ୍ଦନ ପର୍ବତକୁ ବନ୍ୟଜନ୍ତୁ ସଂରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବ।...

ନିଯୁକ୍ତି ଦାବିରେ ଏନ୍‌ଟିପିସି କ୍ଷତିଗ୍ରସ୍ତଙ୍କ ଆନ୍ଦୋଳନ

କଣିହାଁ,୩।୮(ଡି.ଏନ.ଏ.) କଣିହାଁ ବ୍ଲକସ୍ଥିତ ଏନ୍‌ଟିପିସି ବିଦ୍ୟୁତ୍‌ ପ୍ରକଳ୍ପରେ ୨୫ ବର୍ଷରୁ ଊର୍ଦ୍ଧ୍ୱ ହେବ ଜମି ହରାଇଥିବା ୧୨ଟି ପରିବାର ମୁଖିଆମାନେ ସ୍ଥାୟୀ ନିଯୁକ୍ତି ଦାବିରେ ଶୁକ୍ରବାର...

Leave a comment

Your email address will not be published. Required fields are marked *