ତିତ୍‌ଲିର ବର୍ଷେ ପରେ ବି ନିର୍ମାଣ ହୋଇପାରୁନି ରାସ୍ତା

ପାରଳାଖେମୁଣ୍ଡି,୨୪ା୨(ସ୍ବ.ପ୍ର.) ଗଜପତି ଜିଲା ରାୟଗଡ଼ ବ୍ଲକ୍‌ ଅଧୀନ କଇଁପୁର-ତୁମ୍ବ ରାସ୍ତାଟି ତିତ୍‌ଲି ପର ବନ୍ୟାରେ ଧୋଇ ହୋଇଯାଇଛି। ହେଲେ ତିତ୍‌ଲିକୁ ଇତିମଧ୍ୟରେ ୧ବର୍ଷ ୪ମାସ ବିତିଯାଇଥିଲେ ମଧ୍ୟ ନୂତନ ରାସ୍ତା କିମ୍ବା ମରାମତି ହୋଇପାରିନାହିଁ। ତିତ୍‌ଲିରେ ଗଜପତି ଜିଲାର ରାୟଗଡ଼ ବ୍ଲକ୍‌ ବିଶେଷ ପ୍ରଭାବିତ ହୋଇଥିବାବେଳେ କଇଁପୁର ଠାରୁ ତୁମ୍ବ ପର୍ଯ୍ୟନ୍ତ ୩ କିମି ରାସ୍ତା ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ଯଦ୍ଦ୍ବାରା ଏହି ରାସ୍ତାରେ ଯାତାୟାତ ବିପଦପୂର୍ଣ୍ଣ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଉଲ୍ଲେଖଯୋଗ୍ୟ, ତିତ୍‌ଲି ପରେ ଜିଲାରେ ନଷ୍ଟ ହୋଇଥିବା କେତେକ ରାସ୍ତା ନିର୍ମାଣ ଓ ମରାମତି କରାଯାଇଥିଲା। ହେଲେ ଏହି ରାସ୍ତା ପ୍ରତି ଦୃଷ୍ଟି ପଡ଼ିନାହିଁ। ଏହି ରାସ୍ତା ଉପରେ କେରାଣ୍ଡି, ଓୟା, ତୁମ୍ବ ଆଦି ବିଭିନ୍ନ ପଞ୍ଚାୟତବାସୀ ନିର୍ଭରଶୀଳ। ଜିଲା ସଦର ପାରଳାଖେମୁଣ୍ଡିକୁ ଯିବା ପାଇଁ ମଧ୍ୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ହେଲେ ରାସ୍ତାର ଅବସ୍ଥା ଯେପରି ରହିଛି, ଏହି ରାସ୍ତାରେ ଯାନବାହନ ଯାତାୟାତରେ ଅସୁବିଧା ହେଉଥିବା ସେମାନେ କହିଛନ୍ତି। ତେଣୁ ଏଠାରେ ନୂତନ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ପଞ୍ଚାୟତର ଗ୍ରାମବାସୀ ଦାବି କରିଛନ୍ତି।


All Right Reserved By Dharitri.Com

ବାବା ମୁକ୍ତେଶର ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼

କେନ୍ଦୁଝର,୨୧।୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଥିବା ଶୈବପୀଠରେ ଜାଗରଯାତ୍ରା ଧୁମଧାମରେ ପାଳନ ହେଉଛି। ବିଭିନ୍ନ ଶୈବପୀଠରେ ସକାଳୁ ଭକ୍ତଙ୍କ ଭିଡ଼ ଜମିଥିଲା। ଝୁମ୍ପୁରା ବ୍ଲକ...

ଏସ୍‌ସିବି ମେଡିକାଲରେ ଦ୍ୱିତୀୟ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ: ୨ ରୋଗୀ ପାଇଲେ ନୂଆ ଜୀବନ

କଟକ ଅଫିସ,୫ା୩- ବିଶ୍ୱ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା ନିଜ ନଁାରେ ଯୋଡିଛି ଏସ୍‌ସିବି ମେଡିକାଲ। ଜଣେ ମୃତ ମହିଳାଙ୍କ ଶରୀରରୁ କିଡ୍‌ନୀ ବାହାର...

ଅଲେଖ ଧର୍ମାବଲମ୍ବୀଙ୍କ ପଣାଟେକା ଉତ୍ସବ

କୋଷ୍ଠା, ୯ା୩(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଶୂଳିଆପଦା ବ୍ଲକର ବିଭିନ୍ନ ଗ୍ରାମରେ ଦୀର୍ଘବର୍ଷ ଧରି ବସବାସ କରିଆସୁଥିବା ମହିମା ଅଲେଖ ଧର୍ମାବଲମ୍ବୀମାନେ ପିତୃପୁରୁଷଙ୍କ ସମ୍ମାନାର୍ଥେ ପ୍ରତିବର୍ଷ ଫାଲଗୁନ ପୂର୍ଣ୍ଣିମା...

ଚଳନ୍ତା ଟ୍ରକ୍‌ରୁ ପଡି ହେଲ୍‌ପର ଗୁରୁତର

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଗୋପାଳପୁର ୨୦ନଂ.ଜାତୀୟ ରାଜପଥ ନିକଟରେ ଚଳନ୍ତା ଟ୍ରକରୁ ଜଣେ ହେଲ୍‌ପର ପଡିଯାଇ ଗୁରୁତର ହୋଇଛନ୍ତି। ସେ ହେଲେ ଘଟଗାଁ ବ୍ଲକ...

କେଳୁଣୀ ମୁହାଁଣ ବନ୍ଦ ଯୋଗୁ ପ୍ରାଚୀ, କାଦୁଆରେ କୃତ୍ରିମ ବନ୍ୟା: ପାଣି ଘେରରେ ୫ ଗାଁ, ରାସ୍ତରେ ୪ଫୁଟର ପାଣି

କାକଟପୁର, ୩୦।୭(ଡି.ଏନ୍‌.ଏ.)-ପୁରୀ ଜିଲା ଅସ୍ତରଙ୍ଗ ବ୍ଲକ ତଣ୍ଡାହାର ଗ୍ରାମ ନିକଟରେ ରହିଛି କେଳୁଣୀ ମୁହାଁଣ। ଏଠାରେ ପ୍ରାଚୀ ଓ କାଦୁଆ ନଦୀ ସମୁଦ୍ରରେ ମିଶିଛନ୍ତି। ପ୍ରାଚୀ...

ଆରଏସ୍‌ପି କ୍ୱାଟର୍ସରୁ ସେକ୍ସ ରାକେଟ ଠାବ: ୫ ଗିରଫ

ରାଉରକେଲା ଅଫିସ୨।୯: ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ଏକ ଆରଏସ୍‌ପି କ୍ୱାଟର୍ସରେ ବେଧଡ଼କ ଚାଲୁଥିବା ସେକ୍ସ ରାକେଟ ଠାବ କରାଯାଇଛି। ରବିବାର ବିଳମ୍ବିତ ରାତିରେ ଉକ୍ତ ସ୍ଥାନରେ...

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଆଶୀର୍ବାଦ

କଟକ ଅଫିସ,୧୫ା୧୦: ଅର୍ଥତତ୍ତ୍ବ(ଏଟି) ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓଡ଼ିଶା କ୍ରିକେଟ୍‌ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଜାମିନ ପାଇଁ ସୋମବାର...

ପୋଲ ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର,୨୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ଜଙ୍ଘିରା ପଞ୍ଚାୟତ ବାହୁଟିଆ ଗ୍ରାମସ୍ଥ ଏକ ପୋଲ ନିକଟରୁ ଜଣେ ଯୁବକଙ୍କ ମୃତଦେହ ସୋମବାର ପୋଲିସ ଉଦ୍ଧାର...

Leave a comment

Your email address will not be published. Required fields are marked *