ସୁପ୍ରିମକୋର୍ଟଙ୍କ ରାୟ ବିରୋଧରେ ବିକ୍ଷୋଭ

କେନ୍ଦ୍ରାପଡା ଅଫିସ, ୨୪।୨: ସରକାରୀ ଚାକିରି ଓ ପଦୋନ୍ନତି କ୍ଷେତ୍ରରେ ସଂରକ୍ଷଣ ଏକ ମୌଳିକ ଅଧିକାର ନୁହେଁ। ଏହା ରାଜ୍ୟ ସରକାରଙ୍କ ଇଚ୍ଛାଧୀନ ବିଷୟ। ତେଣୁ ତଫସିଲଭୁକ୍ତ ଜାତି (ଏସ୍‌ସି) ଓ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ବର୍ଗର ଲୋକଙ୍କୁ ଚାକିରି ଦେବାପାଇଁ ରାଜ୍ୟ ସରକାରଙ୍କୁ କୌଣସି ଅଦାଲତ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଗତ ୯ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସ୍ପଷ୍ଟ କରିଛନ୍ତି। ଏହାକୁ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ପକ୍ଷରୁ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସଂଗଠନ ପକ୍ଷରୁ ରବିବାର ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ କେନ୍ଦ୍ରାପଡା ସହର ତିନିମୁହାଣି ଛକରେ ଏହି ବନ୍ଦ ଡାକରାକୁ ସମର୍ଥନ କରାଯାଇ ବିରୋଧ ପ୍ରଦର୍ଶନ ହୋଇଥିଲା। ଛକରେ କେନ୍ଦ୍ରାପଡ଼ା ଜିଲାର ଅନୁସୂଚିତ ଜାତି ଓ ଜନଜାତି ସେଲ୍‌ର କର୍ମୀମାନେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି ବିକ୍ଷୋଭ ଅପରାହ୍ନ ୧ଟାରେ ଶେଷ ହୋଇଥିଲା। ଏ ସମ୍ପର୍କରେ ଜିଲା ସଭାପତି ନଗେନ୍ଦ୍ର ଜେନା କହିଛନ୍ତି ଯେ, ସର୍ବୋଚ୍ଚ ନ୍ୟାୟାଳୟ ହେଉଛନ୍ତି ସମ୍ବିଧାନର ରକ୍ଷକ। ସମ୍ବିଧାନର ଉପଯୁକ୍ତ ବ୍ୟାଖ୍ୟା ଓ ପ୍ରୟୋଗ କରିବା ନ୍ୟାୟପାଳିକାଙ୍କ ଦାୟିତ୍ୱ। ସମ୍ବିଧାନର ଧାରା ୧୨ରୁ ଧାରା ୩୫ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ମୌଳିକ ଅଧିକାରକୁ ଦର୍ଶାଇଥାଏ। ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ସର୍ବସାଧାରଣଙ୍କ ନ୍ୟାୟ ଓ ସମତା କ୍ଷେତ୍ରରେ ବିଚ୍ୟୁତି ଆଣିବ। ଏହାଦ୍ୱାରା ଓଡ଼ିଶାର ପ୍ରାୟ ୨ କୋଟି ଓ ଦେଶର ୩୫ କୋଟି ଅନୁସୂଚିତ ଜାତି ଓ ଜନଜାତି ବ୍ୟକ୍ତିଙ୍କର ଅଧିକାର କ୍ଷୁଣ୍ଣ ହେବ। ଏହାକୁ କେନ୍ଦ୍ର ସରକାର ପୁନର୍ବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରିବା ଆବଶ୍ୟକତା ଅଛି। ସେହିପରି ସଂରକ୍ଷଣ ଆଇନକୁ ସମ୍ବିଧାନର ନବମ ଅନୁଚ୍ଛେଦରେ ସ୍ଥାନିତ କରିବାକୁ ସଂଗଠନ ପକ୍ଷରୁ ଦାବି ହୋଇଥିବା ସେ ପ୍ରକାଶ କରିଛନ୍ତି। ବିକ୍ଷୋଭରେ ଦଳିତ ନେତ୍ରୀ ପ୍ରମିଳା ସେଠୀ, ଦିଲୀପ ନାୟକ, କିଶୋର ମଲ୍ଲିକ, ପପୁ ନାୟକ, ସହଦେବ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ।


All Right Reserved By Dharitri.Com

ବାଲିଆପାଳକୁ ଲକ୍‌ଡାଉନ ଘୋଷଣା

ବାଲିଆପାଳ,୨୩।୩(ସ୍ବ.ପ୍ର/ଡି.ଏନ.ଏ.)-କରୋନା ଭୂତାଣୁର ଭୟାବହତାକୁ ଦେଖି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଲକ୍‌ଡାଉନ ଘୋଷଣା...

ଶିକ୍ଷକ ଦାବିରେ ୧୧ ଦିନ ହେଲା ସ୍କୁଲରେ ପଡିଛି ତାଲା: ତୁରନ୍ତ ସମସ୍ୟା ସମାଧାନ ନ ହେଲେ ରାସ୍ତା ଅବରୋଧ ନେଇ ଚେତାବନୀ

ଭବାନୀପାଟଣା,୨୦।୮(ଡି.ଏନ୍‌.ଏ.): ଶିକ୍ଷକ ଦାବିରେ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ବ୍ଲକ କର୍ଲାପଡା କ୍ଲଷ୍ଟର ଅନ୍ତର୍ଗତ ପରିଆ ୟୁପି ସ୍କୁଲରେ ୧୧ ଦିନ ହେଲା ତାଲା ଝୁଲୁଛି ।...

ଗ୍ରାମରୁ ବିଦ୍ୟୁତ୍‌ ସଂଯୋଗ କାଟିଦେଇଛି ସାଉଥ୍‌କୋ: ସନ୍ଧ୍ୟା ହେଲେ ଖୋଜାପଡୁଛି ଡିବି, ଲଣ୍ଠନ

କୋରୁକୋଣ୍ଡା,୧୪।୧(ଡି.ଏନ୍‌.ଏ.)-ଗ୍ରାମରେ ବିଦ୍ୟୁତ୍‌ ସଂଯୋଗ ଥାଇ ମଧ୍ୟ ଗ୍ରାମବାସୀ ସନ୍ଧ୍ୟା ହେଲେ ସବୁଦିନ ହଇରାଣ ହେଉଛନ୍ତି। ଡିବି, ଲଣ୍ଠନ ଲଗାଇ ଚଳୁଛନ୍ତି। ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ...

ବାଲିମେଳା ଡ୍ୟାମ୍‌ର ଜଳପତ୍ତନ ୧୫୧୩ ଫୁଟ ଛୁଇଁଲା

ଚିତ୍ରକୋଣ୍ଡା,୩୦।୯(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା-ବାଲିମେଳା ମାଟିବନ୍ଧରେ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଥିବା ବେଳେ ବିପଦସଂକେତ ପାଇଁ ସର୍ବାଧିକ ଜଳପତ୍ତନ ୧୫୧୮ ଫୁଟ ରହିଛି।...

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ୩ ଅଟକ

କୁକୁଡ଼ାଖଣ୍ଡି,୧ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଆଙ୍କୁଶପୁର ସଦରଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ଶନିବାର ୩ ଜଣଙ୍କୁ ଅଟକ ରଖି...

ପରିତ୍ୟକ୍ତ ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର ଘଟଣା: ହତ୍ୟା ଅଭିଯୋଗ ଆଣିଲେ ପରିବାର

ତିହିଡ଼ି,୧୧।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ନନ୍ଦପୁର ବଜାର ଓ ତିହିଡ଼ି ପୁରୁଣାହାଟ ମଧ୍ୟସ୍ଥଳରେ ଥିବା ଏକ ପରିତ୍ୟକ୍ତ ଘରୁ ମଙ୍ଗଳବାର ରାତିରେ ତିହିଡ଼ି...

ରାସ୍ତା ପୁନରୁଦ୍ଧାର ଦାବିରେ ରାଜପଥ ଅବରୋଧ

ବୋଲଗଡ଼,୨୩-୧୦(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଫାସୀଓଦା ପଞ୍ଚାୟତ କୋଟପଲ୍ଲା ଗ୍ରାମ ରାସ୍ତା ପୁନରୁଦ୍ଧାର ଦାବିରେ ସୋମବାର ଭୀମପଡାଠାରେ ଗ୍ରାମବାସୀ ୫୭ନଂ. ଜାତୀୟ ରାଜପଥ ଅବରୋଧ କରିଥିଲେ। ଭୀମପଡାଠାରୁ...

ହ୍ବାଟ୍‌ସ ଆପ୍‌, ଭିଡିଓ କଲିଂରେ ହେବ ଶୁଣାଣି

କଟକ ଅଫିସ୍‌,୯ା୪: ଲକ୍‌ଡାଉନ୍‌ର ପ୍ରଭାବ ନ୍ୟାୟିକ ବ୍ୟବସ୍ଥା ଉପରେ ପଡ଼ିଛି। ଅଦାଲତଗୁଡ଼ିକୁ ବନ୍ଦ ରଖାଯିବା ସହ ଶୁଣାଣିକୁ ମଧ୍ୟ ସ୍ଥଗିତ କରାଯାଇଛି। ଫଳରେ ଆବେଦନକାରୀ, ପ୍ରତିପକ୍ଷ...

Leave a comment

Your email address will not be published. Required fields are marked *