Posted inଖେଳ

ହାଲେପ୍‌ଙ୍କୁ ହରାଇଲେ ଆନିସିମୋଭା

ପ୍ୟାରିସ, ୬ା୬- ଗତଥରର ଚାମ୍ପିୟନ ରୋମାନିଆର ସିମୋନା ହାଲେପ୍‌ଙ୍କୁ ପରାସ୍ତ କରି ଆମେରିକାର ସ୍ବଳ୍ପ ବୟସ୍କା ଆମାଣ୍ଡା ଆନିସିମୋଭା ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ମହିଳା ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ ଏହି ୧୭ ବର୍ଷୀୟା ଅଣସିଡ୍‌ ଖେଳାଳି ତୃତୀୟ ସିଡ୍‌ ହାଲେପ୍‌ଙ୍କୁ ୬-୨, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଆନିସିମୋଭା ଏହି ବର୍ଷ ପୂର୍ବରୁ ରୋଲାଣ୍ଡ ଗ୍ୟାରୋସରେ ଗୋଟିଏ ହେଲେ ମ୍ୟାଚ ଜିତପାରି ନ ଥିଲେ। ସେ ପ୍ରଥମ ଥର ଏକ ଗ୍ରାଣ୍ଡସ୍ଲାମ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ୫୧ ନମ୍ବର ମାନ୍ୟତାପ୍ରାପ୍ତ ଖେଳାଳି ଆନିସିମୋଭା ବର୍ତ୍ତମାନ ୮ମ ସିଡ୍‌ ଅଷ୍ଟ୍ରେଲିଆର ଆସ୍‌ଲେ ବାର୍ଟିଙ୍କୁ ଭେଟିବେ। ବାର୍ଟି ଆମେରିକାର ମାଡିସନ କିଜ୍‌ଙ୍କୁ ୬-୩, ୭-୫ ସେଟ୍‌ରେ ପରାସ୍ତ କରିଛନ୍ତି। ପ୍ୟାରିସରେ ଏକମାତ୍ର ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ପୂର୍ବତନ ବିଶ୍ୱର ନମ୍ବର ଓ୍ବାନ ଖେଳାଳି ହାଲେପ୍‌ ଏହି ଟୁର୍ନାମେଣ୍ଟରେ ୨୦୧୭ ଓ ୨୦୧୪ରେ ରନର୍ସ ଅପ୍‌ ହୋଇଥିଲେ। ତାଙ୍କ ପରାଜୟ ଅର୍ଥ ମହିଳା ଡ୍ର’ରେ ଆଉ କୌଣସି ଗ୍ରାଣ୍ଡସ୍ଲାମ ଚମ୍ପିୟନ ରହିଲେ ନାହିଁ।


All Right Reserved By Dharitri.Com

Posted inଖେଳ View All

ଯୁବରାଜ ସିଂଙ୍କ ଭଉଣୀ ରିତିକାଙ୍କୁ କେମିତି ପ୍ରେମ କରି ବସିଥିଲେ ରୋହିତ୍‌ ଶର୍ମା

ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ରିତିକା ସଜଦେହଙ୍କୁ ବିବାହ କରିଛନ୍ତି। ରିତିକା ପୂର୍ବତନ ଭାରତୀୟ ଖେଳାଳି ଯୁବରାଜ ସିଂଙ୍କ ଭଉଣୀ ତାହା...

ଦୁଇ ପଦକ ନିଶ୍ଚିତ କଲେ ପ୍ରମୋଦ

ଭୁବନେଶ୍ୱର, ୨୦।୯(କ୍ରୀଡ଼ା ପ୍ରତିନିଧି)- ବ୍ୟାଙ୍କକ୍‌ଠାରେ ଚାଲିଥିବା ଥାଇଲାଣ୍ଡ ଅନ୍ତର୍ଜାତୀୟ ପାରା ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଓଡ଼ିଶାର ପ୍ରମୋଦ ଭଗତ ୨ଟି ପଦକ ଜିତିବା ନିଶ୍ଚିତ କରିଛନ୍ତି। ସେ...

ଦିନିକିଆ ସିରିଜ ଜିତିଲା ଶ୍ରୀଲଙ୍କା

କଲମ୍ବୋ, ୨୯।୭- ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଶ୍ରୀଲଙ୍କା ୩୨ଟି ବଲ ବାକି ରଖି ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି।...

ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଦଳ ଚୟନ ୧୯ରେ

ନୂଆଦିଲ୍ଲୀ, ୧୬ା୭ (ପି.ଟି.)-ଆସନ୍ତାମାସରେ ଓ୍ବେଷ୍ଟଇଣ୍ଡିଜ ଟୁର୍‌ ପାଇଁ ଭାରତୀୟ କ୍ରିକେଟ ଦଳ ଚୟନ ଚଳିତ ମସ ୧୯ ତାରିଖରେ ହେବ। ଅଗଷ୍ଟ ୩ରୁ ଆୟୋଜକ ଦେଶ...

ଭାରତ- ଓ୍ବେଷ୍ଟଇଣ୍ଡିଜ ଦ୍ୱିତୀୟ ଦିନିକିଆ

ପୋର୍ଟ ଅଫ୍‌ ସ୍ପେନ୍‌,୧୧।୮(ପି.ଟି.)- ବର୍ଷା ଯୋଗୁ ପ୍ରଥମ ଦିନିକିଆ ଧୋଇଯିବା ପରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ରବିବାର ସିରିଜର ଦ୍ୱିତୀୟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ।...

ଫେଡରରଙ୍କୁ ହରାଇଲେ ତିସିତ୍‌ସିପାସ୍‌

ଲଣ୍ଡନ୧୭ା୧୧ (ଏଏଫ୍‌ପି)-ଏଟିପି ଫାଇନାଲ୍ସରେ ପ୍ରଥମ ପଦାର୍ପଣରେ ଗ୍ରୀସ୍‌ର ଷ୍ଟିଫାନୋସ ତିସିତ୍‌ସିପାସ୍‌ ବଡ଼ ସଫଳତା ହାସଲ କରିଛନ୍ତି। ଶନିବାର ସେ ୬ଥର ଚାମ୍ପିୟନ ରୋଜର ଫେଡରରଙ୍କୁ ୬-୩,...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡର ସହଜ ବିଜୟ

କାର୍ଡିଫ, ୯ା୬- ସ୍ଥାନୀୟ ସୋଫିଆ ଗାର୍ଡେନଠାରେ ଚଳିତ ଆଇସିସି ବିଶ୍ୱକପ୍‌ ଟୁର୍ନାମେଣ୍ଟର ଏକ ମ୍ୟାଚରେ ଜାସନ ରୟଙ୍କ ଆକର୍ଷଣୀୟ ୧୫୩ ରନ ଏବଂ ଜୋସ୍‌ ବଟଲରଙ୍କ...

ନୂଆ ଉପାୟରେ ଗ୍ରୀଷ୍ମ ପ୍ରବାହକୁ ରୋକିବେ ଟୋକିଓ ଅଲିମ୍ପିକ୍ସ ଆୟୋଜକ

ଟୋକିଓ,୧୩।୯(ଏଏଫ୍‌ପି) : ଟୋକିଓ ୨୦୨୦ ଅଲିମ୍ପିକ୍ସ ଆୟୋଜକମାନେ ଇଭେଣ୍ଟବେଳେ ଗ୍ରୀଷ୍ମ ପ୍ରବାହକୁ ରୋକିବା ପାଇଁ କୃତ୍ରିମ ବରଫ ବର୍ଷା କରାଇବା ପାଇଁ ଯୋଜନା କରିଛନ୍ତି। କନୋଇଂ...

Leave a comment

Your email address will not be published. Required fields are marked *