କଖାରୁ ଫୁଲ, ଶାଗ ଖାଇ ଗୋଟିଏ ପରିବାରର ୬ ଅସୁସ୍ଥ

ନୟାଗଡ଼ ଅଫିସ/ଦଶପଲ୍ଲା,୨୩।୨(ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ସହର ହରିଡାବାରୀ ସତ୍‌ସଙ୍ଗ ବିହାର ସାହିରେ କଖାରୁ ଫୁଲ ଓ ଶାଗ ଖାଇ ରବିବାର ଗୋଟିଏ ପରିବାରର ୬ଜଣ ଅସୁସ୍ଥ ହୋଇଛନ୍ତି। ପରିବାରର ଶଙ୍କର୍ଷଣ ସାହୁ(୬୩), ମାଳତୀ ସାହୁ(୮୫), ରାଜେଶ ସାହୁ(୯),ପ୍ରତିମା ସାହୁ(୨୬), ରୀତା ସାହୁ(୨୦), ସୁଷମା ସାହୁ(୨୦) ପ୍ରମୁଖ ଅସୁସ୍ଥ ହୋଇ ଦଶପଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ସୂଚନାନୁଯାୟୀ, ରବିବାର ମଧ୍ୟାହ୍ନରେ ଶଙ୍କର୍ଷଣଙ୍କ ପରିବାରର ସଦସ୍ୟମାନେ କଖାରୁ ଫୁଲ ଓ ଶାଗ ସମେତ ଭାତ ଖାଇଥିଲେ। କିଛି ସମୟ ପରେ ସେମାନଙ୍କର ମୁଣ୍ଡ ବୁଲାଇ ହେବା ସହ ତଣ୍ଟି ଶୁଖି ଯାଇଥିଲା। ଅସୁସ୍ଥତା ଅନୁଭବ ପରେ ପରିବାର ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଚିକତ୍ସା ପରେ ସ୍ବାସ୍ଥ୍ୟରେ ଉନ୍ନତି ଘଟିଥିବା ଡାକ୍ତର କହିଛନ୍ତି।


All Right Reserved By Dharitri.Com

ଖରିଫ୍‌ ଧାନ ଶସ୍ୟବୀମା ପ୍ରଦାନ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ଜମନକିରା,୩୦।୧(ଡି.ଏନ୍‌.ଏ.): ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡ ଚାଷୀଙ୍କୁ ୨୦୧୮ ମସିହାର ଖରିଫ୍‌ ଧାନଚାଷ ବୀମାରାଶି ପ୍ରଦାନ ନେଇ ଉଭୟ ପ୍ରଶାସନ ଓ ବୀମା କମ୍ପାନୀ ବିଭିନ୍ନ...

ସହରାଞ୍ଚଳ ବିଶୋଧନ ଆରମ୍ଭ କଲା ଗୁଣପୁର ପ୍ରଶାସନ

ଗୁଣପୁର,୪।୪(ଡି.ଏନ୍.ଏ.): ରାୟଗଡା ଜିଲା ଗୁଣପୁର ପୌର ପରିଷଦ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଶନିବାର ମିଳିତ ଭାବେ ସହରର ବିଭିନ୍ନ ସ୍ଥାନରେ ବିଶୋଧନ କରାଯାଇଛି। ମେଡିକାଲ,...

ଗଲାଣି ବିଶ୍ରାମାଗାର : ଜବରଦଖଲ କରିଛନ୍ତି ଦୋକାନୀ

ବଅଁରପାଳ, ୩ା୩(ଡି.ଏନ.ଏ.) ଅନୁଗୋଳ ଜିଲାର ବଅଁରପାଳ ଭଳି ଜନଗହଳିପୂର୍ଣ୍ଣ ବଜାରରେ ବିଶ୍ରାମାଗାରଟିଏ ନ ଥିବାରୁ ବସ୍‌ ଧରିବାକୁ ଅପେକ୍ଷାରତ ଯାତ୍ରୀଙ୍କୁ ଏଠାରେ ଦୀର୍ଘ ସମୟ ଧରି...

ଆର୍‌ଡିସିଙ୍କ କାର୍ଯ୍ୟାଳୟରେ ସଂସ୍କାରବାଦୀଙ୍କ ଧାରଣା

ବ୍ରହ୍ମପୁର ଅଫିସ,୨୯ା୬-କେସି ହାଇସ୍କୁଲ ପରିସରରେ ଚାଲିଥିବା ବେସରକାରୀ ଇଂଲିଶ ମାଧ୍ୟମ ସ୍କୁଲ ଉଚ୍ଛେଦ ଦାବି ଏବେ ଜୋର ଧରିଛି ା ସାମାଜିକ ଅନୁଷ୍ଠାନ ସଂସ୍କାରବାଦୀ ପକ୍ଷରୁ...

ହାଟଡ଼ିହୀରେ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ଘଟଣା: ହଦଗଡ଼ ଫରେଷ୍ଟ ଅଫିସ ଘେରାଉ କଲେ ଅଞ୍ଚଳବାସୀ, ବ୍ୟାପକ ଭଙ୍ଗାରୁଜା

ହାଟଡିହୀ, ୧୮।୫(ସ୍ବ.ପ୍ର.)- କେନ୍ଦୁଝର ଜିଲା ହାଟଡ଼ିହୀ ଅଞ୍ଚଳରେ ହାତୀ ଆକ୍ରମଣରେ ଦୁଇଜ ପ୍ରତିବାଦରେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ ଶନିବାର ହଦଗଡ଼ ଫରେଷ୍ଟ ଅଫିସ ଘେରାଉ...

ପ୍ରଦୂଷଣ ଜ୍ୱାଳାରେ କାରୋ ନଦୀ

ବଡବିଲ, ୧୮।୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଉପକଣ୍ଠରେ ବୋହିଯାଇଥିବା ଜୀବନରେଖା ଭାବେ ପରିଚିତ କାରୋନଦୀ ଏବେ ସଙ୍କଟରେ। ବିଭିନ୍ନ କାରଖାନାର ବର୍ଜ୍ୟବସ୍ତୁ ଓ ବିଷାକ୍ତ ରାସାୟନିକ...

ପୋଲିସ ହାବୁଡ଼ରେ ବାପ-ପୁଅ ଗ୍ୟାଙ୍ଗ

ବ୍ରହ୍ମପୁର ଅଫିସ, ୮।୭-ବ୍ରହ୍ମପୁର ସହରରେ ଗତ ଏକ ମାସ ମଧ୍ୟରେ ହୋଇଥିବା ତାଲା ବନ୍ଦ ଘରୁ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ବୈଦ୍ୟନାଥପୁର ଥାନା ଇଲାକାରେ...

ପ୍ଲାଣ୍ଟରୁ ଚୋରି ଅଭିଯୋଗରେ ୨ ଗିରଫ

ବଡବିଲ, ୭।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ ପ୍ଲାଣ୍ଟରୁ ଗତ ସୋମବାର ବିଳମ୍ବିତ ରାତିରେ ଲୌହ...

Leave a comment

Your email address will not be published. Required fields are marked *