ନୁନୁକାପଶିରେ ଲୋ ଭୋଲଟେଜ୍‌ ସମସ୍ୟା: ସମାଧାନ ନ ହେଲେ ଆନ୍ଦୋଳନ

ବଇଣ୍ଡା,୬।୬(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ଗ୍ରାମରେ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ପୁରୁଣା ଟ୍ରାନ୍ସଫର୍ମରକୁ ହଟାଇ ନୂତନ ଟ୍ରାନ୍ସଫର୍ମର ଲଗାଯାଉ ନ ଥିବା ଯୋଗୁ ଲୋଭୋଲଟେଜ ସମସ୍ୟା ଦେଖାଦେଉଛି। ଫଳରେ ଲୋକେ ଗରମରେ ହନ୍ତସନ୍ତ ହେଉଛନ୍ତି। ଏ ନେଇ ବୁଧବାର ସାହିବାସୀ ବଇଣ୍ଡା ଏନ୍‌ଜେଏନ କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।
ଗ୍ରାମବାସୀ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି, ବଇଣ୍ଡାର ଉକ୍ତ ସ୍ଥାନ ଏକ ପ୍ରମୁଖ ସ୍ଥାନ ହୋଇଥିବାବେଳେ ଏବେ ବିଦ୍ୟୁତ୍‌ ସମସ୍ୟା ଏକ ନିତିଦିନିଆ ସମସ୍ୟା ପାଲଟିଗଲାଣି। ୧୦୦ରୁ ଊର୍ଦ୍ଧ୍ୱ ଉପଭୋକ୍ତା ଥିଲେ ମଧ୍ୟ ସେମାନଙ୍କୁ ସଠିକ ବିଦ୍ୟୁତ୍‌ ଯୋଗାଇ ଦିଆଯାଉ ନାହିଁ। ବାରମ୍ବାର ବିଦ୍ୟୁତ୍‌ କାଟ ସାଙ୍ଗକୁ ଲୋଭୋଲଟେଜ ସମସ୍ୟା ଫଳରେ ଅନେକ ବିଦ୍ୟୁତ୍‌ ଉପକରଣ ପୋଡ଼ିଯାଉଛି। ସାହିରେ ଥିବା ଟ୍ରାନ୍ସଫର୍ମରଟି ବହୁ ପୁରୁଣା ହୋଇଯାଇଥିବେଳେ ପ୍ରତିଦିନ ୪ରୁ୫ ଥର ଫିଉଜ ଉଡ଼ିଯାଉଛି। ଉପଭୋକ୍ତାଙ୍କ ସଂଖ୍ୟା ବଢୁଥିବାବେଳେ ଉଚ୍ଚମାନର ଟ୍ରାନ୍ସଫର୍ମର ଲଗାଯାଉ ନାହିଁ। ଫଳରେ ଅତ୍ୟଧିକ ଲୋଡ ପଡ଼ି ଟ୍ରାନ୍ସଫର୍ମରଟି ଅଚଳ ହୋଇପଡ଼ୁଛି। ଏ ନେଇ ପୂର୍ବରୁ ଏନ୍‌ଜେଏନ ଓ ସେସୁକୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ତୁରନ୍ତ ଏହାର ସମାଧାନ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ମିଟୁ ସତପଥୀ, ଗିରିଷ ଚନ୍ଦ୍ର ବେହେରା, ରମେଶ ଘିଓ୍ବାଲା, ବୀର ସତପଥୀ, ରାଜେନ୍ଦ୍ର ରାଉତ, ପ୍ରକାଶ ମିଶ୍ର, ଲୁଲୁ ସାହୁ ପ୍ରମୁଖ ଚେତାବନୀ ଦେଇଛନ୍ତି।


All Right Reserved By Dharitri.Com

ତାଳଚେରରେ ସୁଧୁରୁନି ବିଦ୍ୟୁତ୍‌ ସେବା

ତାଳଚେର, ୨୩ା୭(ନି.ପ୍ର.) ଏନଜେନରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ମୃତ୍ୟୁ ପରେ ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ କର୍ମଚାରୀମାନେ ଚଳାଇଥିବା ଆନ୍ଦୋଳନ ୩ ମାସରେ ପହଞ୍ଚିଲାଣି।...

ସଚେତନ ପରେ ପଲିଥିନ ଚଢ଼ାଉ:ଜରିମାନା ଆଦାୟ କଲା ପୌର ପ୍ରଶାସନ

ଅନୁଗୋଳ ଅଫିସ, ୨୫ା୬ଅନୁଗୋଳ ସହରରେ ପଲିଥିନ ବ୍ୟାନ କରାଯାଇଥିଲେ ବି ବହୁ ବ୍ୟବସାୟୀ ଏହାର ଉଲ୍ଲଂଘନ କରି ପଲିଥିନ ବ୍ୟବହାର କରୁଛନ୍ତି। ଗତ ତିନି ଦିନ...

ଶୈଳଶ୍ରୀକ୍ଷେତ୍ର ବାହୁଡ଼ିଲେ ମହାବାହୁ: ଆଜି ରଥ ଉପରେ ସୁନାବେଶ

ଅନୁଗୋଳ ଅଫିସ, ୧୩।୭ – ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପରେ ୯ ଦିନର ଲୀଳାଖେଳ ଶେଷ କରି ଶୈଳଶ୍ରୀକ୍ଷେତ୍ର ବାହୁଡ଼ି ଆସିଛନ୍ତି ମହାବାହୁ। ନିର୍ଦ୍ଧାରିତ ସମୟ...

ସୁଧୀର ୮୫୮୨ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୯ମ ରାଉଣ୍ଡ ସୁଦ୍ଧା ୬୫,୫୬୦ ଭୋଟ କାଉଣ୍ଟ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୩୦,୬୯୨ ଖଣ୍ଡ ଭୋଟ...

ମୃତଦେହରୁ ଆଖି ଗାଏବ ଘଟଣା: ଅଭିଯୋଗ ସଙ୍ଗିନ, ବଢ଼ାଇଲା ହୃତ୍‌ସ୍ପନ୍ଦନ

ଅନୁଗୋଳ ଅଫିସ, ୨୦।୭ – ବାରମ୍ବାର ବିବାଦ ଘେରକୁ ଆସୁଛି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ। କେତେବେଳେ ପରିଚାଳନାଗତ ଅବ୍ୟବସ୍ଥା ତ ଆଉ କେତେବେଳେ ରୋଗୀ...

ପୋଖରୀରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

ଛେଣ୍ଡିପଦା,୪ା୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ପଞ୍ଚାୟତର ଧୁଡ଼ାମାଳ ପୋଖରୀରୁ ଗୁରୁବାର ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘଟଣାରୁ ପ୍ରକାଶ ଯେ, ଛେଣ୍ଡିପଦା ଗ୍ରାମର କିଛି...

ଧଣ୍ଡାତୋପାରେ କୋଡ଼ା ସମାଜର ବାର୍ଷିକ ମହାସଭା

ବଇଣ୍ଡା,୨୬।୫(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ପରିସରରେ ତଳପଦା କୋଡ଼ା ସମାଜର ବାର୍ଷିକ ମହାସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ତ୍ରିନାଥ ଚରଣ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବାର୍ଷିକ ମହାସଭାରେ...

ଭିଜିଲାନ୍ସ ଜାଲରେ ରାସୋଳ ଥାନାଧିକାରୀ: ୫୦ ହଜାର ଟଙ୍କା ବଟି ନେଉଥିଲେ

ଢେଙ୍କାନାଳ ଅଫିସ/ରାସୋଳ (ଡି.ଏନ୍‌.ଏ.), ୨୯।୫- ମାସିକିଆ ବଟି ନେଉଥିବାବେଳେ କଟକ ଭିଜିଲାନ୍ସ ସେଲ୍‌ ହାତରେ ଧରାପଡ଼ିଛନ୍ତି ଢେଙ୍କାନାଳ ଜିଲା ରାସୋଳ ଥାନାଧିକାରୀ ତଥା ଏସ୍‌ଆଇ ସନ୍ତୋଷ...

Leave a comment

Your email address will not be published. Required fields are marked *