ପ୍ରାକୃତିକ ବିପତ୍ତିକୁ ବଳିଯାଉଛି ସଡ଼କ ଦୁର୍ଘଟଣା: ୧୦ବର୍ଷରେ ଗଲାଣି ୪୩ ହଜାର ଜୀବନ

ଭୁବନେଶ୍ୱର,୨୩ା୨(ବ୍ୟୁରୋ): ବିଭିନ୍ନ ସମୟରେ ରାଜ୍ୟରେ ହେଉଥିବା ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ଚାଲିଯାଉଛି। ଗତ ୧୦ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା, ଘୂର୍ଣ୍ଣିଝଡ଼, ବନ୍ୟା, ଡଙ୍ଗାବୁଡ଼ି, ସାପ କାମୁଡ଼ା, ଭୂସ୍ଖଳନ ଓ ପାଣିରେ ବୁଡ଼ି ୧୧,୪୪୦ ଜଣଙ୍କ ଜୀବନ ଯାଇଛି। ଏଥିଯୋଗୁ କେବଳ ୨୦୧୯-୨୦ରେ ୧୫୫୦ ଜଣଙ୍କର ପ୍ରାଣହାନି ଘଟିଛିି। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୧-୧୨ରେ ୫୦୧ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦୧୨-୧୩ରେ ୪୪୪, ୨୦୧୩-୧୪ରେ ୫୩୮, ୨୦୧୪-୧୫ରେ ୪୮୨, ୨୦୧୫-୧୬ରେ ୧୩୩୬, ୨୦୧୬-୧୭ରେ ୧୭୧୦, ୨୦୧୭-୧୮ରେ ୨୩୨୫, ୨୦୧୮-୧୯ରେ ୨୫୫୦, ୨୦୧୯-୨୦ରେ ୧୫୫୦ ଜଣଙ୍କର ଦୈବୀ ବିପତ୍ତି ଯୋଗୁ ମୃତ୍ୟୁ ଘଟିଛି।

ମାତ୍ର ସବୁଠାରୁ ବଳିଯାଉଛି ସଡ଼କ ଦୁର୍ଘଟଣା। ଯାନବାହନ ବୃଦ୍ଧି ସାଙ୍ଗକୁ ବେପରୁଆ ଗାଡ଼ି ଚାଳନା ବହୁ ଧନଜୀବନକୁ ଅକାରଣରେ ଧ୍ୱଂସ ମୁହଁକୁ ଠେଲି ଦେଉଛି। ଉଜୁଡି ଯାଉଛି ଘର, ପରିବାର। କେବଳ ଯେ ଜୀବନ ଯାଉଛି ତାହା ନୁହେଁ,ଅନେକଙ୍କୁ ସାରାଜୀବନ ଅକର୍ମଣ୍ୟ ମଧ୍ୟ କରି ଦେଉଛି। ଓଡ଼ିଶାରେ ଦେଶର ସର୍ବାଧିକ ସଡ଼କ ଦୁର୍ଘଟଣା ହେଉଛି। ଏହାକୁ ନେଇ ସୁପ୍ରିମକୋର୍ଟ କମିଟି ମଧ୍ୟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ପ୍ରତିବର୍ଷ ୧୦ପ୍ରତିଶତ ଦୁର୍ଘଟଣା ହ୍ରାସ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହି ନିର୍ଦ୍ଦେଶର ପ୍ରଭାବ ଦେଖିବାକୁ ମିଳୁ ନାହିଁ। ବର୍ଷକୁ ବର୍ଷ ଦୁର୍ଘଟଣା ହାର ବଢ଼ି ଚାଲିଥିବା ବେଳେ ସରକାର ଏବଂ ଜନସାଧାରଣଙ୍କ ପାଇଁ ଚିନ୍ତାଜନକ ହୋଇଛି। ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୨୦୧୦ରୁ ୨୦୧୯ ମଧ୍ୟରେ ରାଜ୍ୟରେ ୧ ଲକ୍ଷ ୧ ହଜାର ୩୦୫ ସଡ଼କ ଦୁର୍ଘଟଣାରେ ୪୩,୩୭୧ ଜଣ ଲୋକଙ୍କର ଜୀବନ ଯାଇଛି। ଏହି ସମୟରେ ୧ ଲକ୍ଷ ୧୨ ହଜାର ୫୩୮ ଜଣ ଆହତ ହୋଇଛନ୍ତି। ୨୦୧୦ରେ ସଡ଼କ ଦୁର୍ଘଟଣା ଯୋଗୁ ରାଜ୍ୟରେ ୩,୮୩୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୧ରେ ୩୮୦୨, ୨୦୧୨ରେ ୩୭୦୧, ୨୦୧୩ରେ ୪୦୬୨, ୨୦୧୪ରେ ୩୭୬୫ ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ୨୦୧୫ରେ ୪୩୦୩ ଜଣଙ୍କର ରାସ୍ତା ଦୁର୍ଘଟଣା ଯୋଗୁ ମୃତ୍ୟୁ ହୋଇଥିବା ବେଳେ ୨୦୧୬ରେ ୪୪୬୩, ୨୦୧୭ରେ ୪୭୯୦, ୨୦୧୮ରେ ୫୩୧୫ ଏବଂ ୨୦୧୯ରେ ୫୩୩୩ ଜଣଙ୍କର ମୃତ୍ୟୁ ହୋଇଛି। ସଡକ ଦୁର୍ଘଟଣାକୁ ରୋକିବାକୁ ସଡକ ସୁରକ୍ଷା ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଡ୍ରାଇଭିଂ ଲାଇସେନ୍ସ ଜବତ କରାଯିବା ସହ ଜରିମାନା କରାଯାଉଛି। ଜନ ସଚେତନତା ସୃଷ୍ଟି କରାଯିବା ସହ ବ୍ଲାକ ସ୍ପଟ ଠାବ କରାଯାଇ ପ୍ରତିକାର ବ୍ୟବସ୍ଥା କରାଯାଉଛି। ସୁପ୍ରିମକୋର୍ଟ କମିଟିଙ୍କ ନିର୍ଦ୍ଦେଶ ମୁତାବକ ପଦକ୍ଷେପ ନିଆଯାଉଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି।


All Right Reserved By Dharitri.Com

ଶାରୀଶୁଆ ଖଣିରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌: ୫ ଖଣି ମାଫିଆଙ୍କୁ ବାନ୍ଧିଲା; ଟ୍ରକ୍‌, ଟ୍ରାକ୍ଟର ଜବତ

ଖଇରା,୨୩।୨(ଡି.ଏନ୍‌.ଏ.): କଟକ କ୍ରାଇମ ବ୍ରାଞ୍ଚର ଏକ ଟିମ୍‌ ରବିବାର ବାଲେଶ୍ବର ଜିଲା ଖଇରା ତହସିଲର ଶାରୀଶୁଆ ପାହାଡରେ ୧୪୪ ଧାରା ଥିବା ବିଭିନ୍ନ ଖଣିରେ ଚଢାଉ...

ଘରେ ‘ଗୁଡ୍‌ ଫ୍ରାଇଡେ’ ସେଲିବ୍ରେଶନ

ଭୁବନେଶ୍ୱର, ୧୧ା୪(ବ୍ୟୁରୋ): କରୋନା କଟକଣା ପାଇଁ ସମଗ୍ର ଦେଶରେ ପୂଜାପାଠ, ପର୍ବପର୍ବାଣି ସବୁକିଛି ପ୍ରଭାବିତ ହୋଇଥିବାବେଳେ ମନ୍ଦିରରୁ ଆରମ୍ଭକରି ଚର୍ଚ୍ଚ ଓ ମସ୍‌ଜିଦ୍‌ ସବୁଠି ତାଲା...

ଛାତିରୁ ଅଲଗା ହେଲା ମୁହଁ

କଟକ ଅଫିସ,୧୮ା୪: ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ବାଳିକାଙ୍କ...

‘ମୋ ବସ୍‌’କୁ ଦେଶର ଶ୍ରେଷ୍ଠ ସିଟି ବସ୍‌ ସେବା ସମ୍ମାନ

ଭୁବନେଶ୍ୱର,୧୮ା୧୧(ବ୍ୟୁରୋ): ‘ମୋ ବସ୍‌’ ଭାରତର ଶ୍ରେଷ୍ଠ ସିଟି ବସ୍‌ ସେବା ଭାବେ ପୁରସ୍କୃତ ହୋଇଛି। ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଚାଲିଥିବା ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମ୍‌ଆଇ)...

ମଙ୍ଗଳବାର ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ

କଟକ ଅଫିସ, ୨୦।୫: ମଙ୍ଗଳବାର ସକାଳ ୯ଟାରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ଦିନ ୧୧ଟାରେ ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ଏ ନେଇ...

୨୩ରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଆସନ୍ତା ୨୩ରେ ଦିଲ୍ଲୀ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୬ରେ ଅନୁଷ୍ଠିତ ହେବାକୁ ଥିବା...

ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା

କଟକ ଅଫିସ, ୫।୯: ଭୁବନେଶ୍ୱର ରୁପାଲି ଛକରେ ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହି ନିଲମ୍ବିତ ହୋଇଥିବା ୨ଜଣ କନଷ୍ଟେବଳଙ୍କୁ ବୁଧବାର ଜିଲାପାର ବଦଳି କରାଯାଇଛି। ଡିଜିପି...

ବାଇକ୍‌-ଅଟୋ ଦୁର୍ଘଟଣା,୨ ଗୁରୁତର

ଭାପୁର,୨୦ା୬(ଡି.ଏନ୍‌.ଏ.): ଭାପୁର-ମନ୍ଦାରବେରଣୀ ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ ଏକ ବାଇକ୍‌ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁର୍ଘଟଣା ଘଟି ବୁଧବାର ୨ ଜଣ...

Leave a comment

Your email address will not be published. Required fields are marked *