ମୋବାଇଲ ପାଇ ଫେରାଇଲେ ଖବରଦାତା

ଧର୍ମଶାଳା,୨୩ା୨(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ପଡ଼ିଥିବା ଏକ ସ୍ମାର୍ଟ ମୋବାଇଲ ଫୋନ ପାଇ ଫେରାଇଛନ୍ତି ଜଣେ ଖବରଦାତା। ମିଳିଥିବା ସୂଚନା ଅନୁସାରେ ୪ଦିନ ତଳେ ରାମ୍‌କୋ ସିମେଣ୍ଟ କମ୍ପାନୀର ଜଣେ କର୍ମଚାରୀ ଆଶିଷ ଗୋଏଲ ଅଫିସ କାର୍ଯ୍ୟ ସାରି ଘରକୁ ବାଇକ ଯୋଗେ ଆସୁଥିବାବେଳେ ଭାରସାମ୍ୟ ହରାଇ ତଳେ ପଡ଼ିଯାଇଥିଲେ। ଏହି ସମୟରେ ତାଙ୍କ ସାର୍ଟର ଉପର ପକେଟରେ ଥିବା ମୋବାଇଲଟି ଛିଟିକି ରାସ୍ତାକଡ଼ରେ ଥିବା ଘାସରେ ପଡିଥିଲା। ସେ ଖୋଜାଖୋଜି କରି ନ ପାଇ ଜାରକା ବିଟ ହାଉସରେ ଏକ ଏତଲା କରିଥିଲେ। ଶନିବାର ସକାଳେ ସେହି ରାସ୍ତା ଦେଇ ଜାରକା ପଞ୍ଚାୟତ ଦୁବଗାଡ଼ିଆ ଗ୍ରାମର ଖବରଦାତା କିଶୋର ଚନ୍ଦ୍ର ରାଉତ ଆସୁଥିବା ବେଳେ ତାଙ୍କ ଦୃଷ୍ଟିରେ ମୋବାଇଲଟି ପଡ଼ିଥିଲା। ସେ ମୋବାଇଲଟିକୁ ଆଣି ଦେଖିବାବେଳକୁ ତାହା ବନ୍ଦଥିଲା। ମୋବାଇଲଟି ଖୋଲି ସେଥିରୁ ରାମକୋ ସିମେଣ୍ଟ କାରଖାନାର କିଛି ନମ୍ବର ପାଇଥିଲେ। ପରେ ଉକ୍ତ ନମ୍ବର ସହ ଯୋଗାଯୋଗ କରି କିଶୋର ମୋବାଇଲଟିକୁ ଆଶିଷଙ୍କୁ ହସ୍ତାନ୍ତର କରିଥିଲେ।


All Right Reserved By Dharitri.Com

ପୋଖରୀରୁ ଚାଷୀଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି,୧ା୧୨(ଡି.ଏନ.ଏ.)-ଦିଗପହଣ୍ଡି କୁଶପଡ଼ା ପଞ୍ଚାୟତ କେଦାରପୁର ଗାଁ ପୋଖରୀରୁ ରବିବାର ଜଣେ ଚାଷୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେ ହେଲେ ସିଦ୍ଧେଶ୍ୱର ଗାଁ ମାଳିସାହିର ରୁପାଙ୍ଗ ବେହେରା।...

ବିନାନୁମତିରେ ଗଜପତିରେ ପଶିପାରିବେନି ଆନ୍ଧ୍ର ଲୋକେ

କାଶୀନଗର ,୧୧ା୫(ଡି.ଏନ.ଏ.)- ଗଜପତି ଜିଲାରେ ଥିବା ଓଡ଼ିଶାର ବହୁ ଅଞ୍ଚଳର ସୀମା ଆନ୍ଧ୍ର ସୀମାନ୍ତକୁ ଲାଗି ରହିଛି । ପ୍ରଶାସନର ସମସ୍ତ ସତର୍କତା ସତ୍ତ୍ୱେ ଆନ୍ଧ୍ରର...

ତିନିଦିନ ହେଲା ଟେନ୍‌ସା କଲେଇପୋଷ ରାସ୍ତା ଜାମ : ଦୁର୍ଦ୍ଦଶାରେ ୫୦ହଜାର ଜନସାଧାରଣ

ଟେନ୍‌ସା, ୯।୨ (ଡି.ଏନ.ଏ)- ତିନି ଦିନ ହେଲା ଲଗାଣ ବର୍ଷା ଯୋଗୁ ପୂର୍ତ୍ତବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ସୁନ୍ଦରଗଡ଼ ଜିଲା କୋଇଡ଼ାର ବରସୁଆଁ ନୂଆପୋଲର ଉଭୟ...

ଗଞ୍ଜାମ ଜିଲା ୨୦୧୯ ନିର୍ବାଚନ: ଦଳବଦଳ ପ୍ରାର୍ଥୀଙ୍କ ବଢ଼ିଛି ଚିନ୍ତା

ବ୍ରହ୍ମପୁର ଅଫିସ,୨୮ା୪-ଗଞ୍ଜାମ ଜିଲାରେ ୨୦୧୯ ସାଧାରଣ ନିର୍ବାଚନ ଦୁଇ ପର୍ଯ୍ୟାୟରେ ସରିଯାଇଛି। ଫଳାଫଳ ଘୋଷଣାକୁ ୨୫ ଦିନ ବାକି ରହିଛି। ଦଳ ବଦଳ କରି ମଇଦାନକୁ...

ଜଙ୍ଗଲ,ବନ୍ୟଜନ୍ତୁ ସୁରକ୍ଷା ଚିନ୍ତା: ଏକାଠି ହେଲେ ୬ ବନ ସଂରକ୍ଷଣ ସମିତି ସଦସ୍ୟ

ମାଲକାନଗିରି,୧୩ା୧୨ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ପ୍ରାକୃତିକ ଜଙ୍ଗଲର ଅବକ୍ଷୟ, ମୂଲ୍ୟବାନ ଗଛସବୁ ବିଲୁପ୍ତ ହେବାରେ ଲାଗିଛି। ଏଥିସହ ବନ୍ୟଜନ୍ତୁଙ୍କ ସଂଖ୍ୟା ଦିନକୁ ଦିନ ଲୋପ ପାଉଛି।...

୧୦୦୦ଲିଟର  କ୍ଷୀରରେ ସ୍ନାନ କଲେ ଗୁଡ଼ ବଳଦେବଜୀଉ

ସୋର, ୬।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଗୁଡ଼ ଗ୍ରାମରେ ପ୍ରସିଦ୍ଧ ଗୁଡ଼ ବଳଦେବଜୀଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାମାରୀ କରୋନା ଲାଗି ସାମାଜିକ ଦୂରତ୍ୱକୁ...

ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ...

ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ, ଜ୍ୱାଇଁ ଗିରଫ

ବାଲିଅନ୍ତା,୧୩ା୯(ଡି.ଏନ.ଏ): ସ୍ତ୍ରୀଙ୍କୁ ଛାଡିବାକୁ ରାଜି ନ ହେବାରୁ ଶ୍ୱଶୁରଙ୍କୁ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେବା ଅଭିଯୋଗରେ ବାଲିଅନ୍ତା ଥାନା ପୋଲିସ ଜ୍ୱାଇଁଙ୍କୁ ଗିରଫ କରି...

Coronavirus Update


selfi corner

Archives

Model This Week

Why Dharitri

Leave a comment

Your email address will not be published. Required fields are marked *