Posted inଜାତୀୟ

ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କଲେ ରୋଗୀ

ଇନ୍ଦୋର, ୬।୬: ମଧ୍ୟପ୍ରଦେଶର ଇନ୍ଦୋରରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଚିକିତ୍ସାରେ ଅବହେଳା ଅଭିଯୋଗ କରି ଡାକ୍ତରଙ୍କ ସ୍ତ୍ରୀଙ୍କୁ ହତ୍ୟା କରାଯାଇଛି। ଏହି ଘଟଣାରେ ଡାକ୍ତରଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ମୁଖ ସମ୍ବନ୍ଧୀୟ ରୋଗରେ ପୀଡିତ ଥିବା ରଫିକ ରଶିଦ୍‌(୪୫) ନାମକ ଜଣେ ବ୍ୟକ୍ତି ଡା. ରାମକୃଷ୍ଣ ବର୍ମାଙ୍କ କ୍ଲିନିକ୍‌କୁ ଯାଇଥିଲେ। ଡାକ୍ତର କୌଣସି କାମ ପାଇଁ ବାହାରକୁ ଯାଇଥିବାବେଳେ ତାଙ୍କ ସ୍ତ୍ରୀ ଲତା କ୍ଲିନିକ୍‌ରେ ନର୍ସ ଭାବେ କାମ କରୁଥିଲେ। ସ୍ବାମୀ ନ ଥିବାରୁ ପରେ ଆସିବାକୁ ଲତା ରଶିଦ୍‌ଙ୍କୁ କହିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ରଶିଦ୍‌ ଛୁରିରେ ଲତାଙ୍କୁ ଆକ୍ରମଣ କରିଥିଲେ। ଡାକ୍ତରଙ୍କ ପୁଅ ଏହା ଦେଖି ମା’ଙ୍କୁ ବଞ୍ଚାଇବାକୁ ଆସିଯିବାରୁ ତାଙ୍କ ମଧ୍ୟ ରଶିଦ୍‌ ଆକ୍ରମଣ କରିଥିଲେ। ସେ ଏବେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି।


All Right Reserved By Dharitri.Com

ଜାଲ୍‌ ଡାକ୍ତର ସାର୍ଟିଫିକେଟ ଦେଇ ୧୦ ବର୍ଷ ହେଲା କରୁଥିଲେ ହଜାର ଅପରେଶନ

ମିରଟ୍‌,୧।୧୦: ଉତ୍ତର ପ୍ରଦେଶର ସହାରନପୁରରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜାଲ୍‌ ସାର୍ଟିଫିକେଟ ଦେଇ ଗତ୧୦ ବର୍ଷ ହେଲା ଜଣେ ନକଲି ଡାକ୍ତର ହଜାରରୁ...

ଲକ୍‌ଡାଉନ ୪.୦: ପଶ୍ଚିମବଙ୍ଗରେ ଲାଗୁ ହେବ ନାହିଁ କର୍ଫ୍ୟୁ

କୋଲକାତା,୧୮।୫: କରୋନା ଭାଇରସ୍‌ ବ୍ୟାପିବାରୁ ରୋକିବା ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ୪.୦ର ସୋମବାର ହେଉଛି ପ୍ରଥମ ଦିନ। ଇତିମଧ୍ୟରେ ପଶ୍ଚିମବଙ୍ଗ ସରକାର ଲକ୍‌ଡାଉନ...

ଆଜି ଦିଲ୍ଲୀ ଭୋଟ

ନୂଆଦିଲ୍ଲୀ, ୮ା୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ଶନିବାର ଭୋଟଗ୍ରହଣ କରାଯିବ। ଏଥିପାଇଁ ଗୂୁରୁବାର ସବୁ ଦଳ ପକ୍ଷରୁ ହାଇଭୋଲ୍ଟେଜ୍‌ ପ୍ରଚାର ସରିଥିବାବେଳେ ଶୁକ୍ରବାର...

କଶ୍ମୀରରେ ନୀରବତାର ରାଜୁତି

ଶ୍ରୀନଗର,୮ା୮(ପି.ଟି.): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରୀ ରାସ୍ତାଘାଟ ଶୂନଶାନ। ସବୁଠି ଅଖଣ୍ଡ ନୀରବତା ରାଜୁତି କରୁଛି। ଶ୍ରୀନଗର ସମେତ ବିଭିନ୍ନ ସହରରେ ପୋଲିସ ଓ...

ବିମାନରେ ଜନ୍ମଦିନ ପାଳିଲେ ତେଜସ୍ବି: ଫଟୋ ଭାଇରାଲ

ପାଟନା,୧୧।୧୧: ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବି ଯାଦବ ଏକ ଚାର୍ଟର୍ଡ ବିମାନରେ ଜନ୍ମଦିନ ପାଳିବାର...

ଇନ୍ଦିରା ଗାନ୍ଧୀଙ୍କୁ ଗିରଫ କରିଥିବା ପୂର୍ବତନ ଡିଜିପିଙ୍କ ପରଲୋକ

ଚେନ୍ନାଇ,୨୪।୬(ପି.ଟି.): ୧୯୭୭ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏକ ଦୁର୍ନୀତି ମାମଲାରେ ଗିରଫ କରିଥିବା ତାମିଲନାଡୁର ତତ୍କାଳୀନ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଭି.ଆର୍‌. ଲକ୍ଷ୍ମୀନାରାୟଣନ୍‌ଙ୍କର ରବିବାର...

ଦିଲ୍ଲୀ ହିଂସା: ରାଷ୍ଟ୍ରପତିଙ୍କୁ ଭେଟିଲେ ସୋନିଆ, ମନମୋହନ

ନୂଆଦିଲ୍ଲୀ,୨୭।୨: ରାଜଧାନୀ ଦିଲ୍ଲୀରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବ୍ୟାପିଥିବା ହିଂସା ଉଗ୍ର ରୂପ ନେଇଛି। ଏଭଳି ପରିସ୍ଥିତିକୁ ଦେଖି କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ...

କୋଟାରୁ ଫେରିବା ପାଇଁ ଅନଶନରେ ବିହାର ଛାତ୍ରୀ

କୋଟା,୨୪।୪: କରୋନା ଭାଇରସ୍‌ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ଜାରି ରହିଛି। ଏଥିଯୋଗୁ ଯିଏ ଯେଉଁଠାରେ ଅଛନ୍ତି ସେଠାରେ ହିଁ ଫସି ହୋଇରହିଛନ୍ତି। ଇତିମଧ୍ୟରେ ରାଜସ୍ଥାନ...

Leave a comment

Your email address will not be published. Required fields are marked *