ବୁମରାଙ୍କୁ କେମିତି ଖେଳିବେ ଡାହାଣହାତୀ ବ୍ୟାଟ୍ସମ୍ୟାନ

ସାଉଥମ୍ପ୍‌ଟନ, ୬।୬(ପି.ଟି.)- ଭାରତୀୟ ପେସର ଯଶପ୍ରୀତ୍‌ ବୁମରାଙ୍କ ସମ୍ମୁଖୀନ ହେବା ଯେକୌଣସି ବ୍ୟାଟ୍ସମ୍ୟାନ୍‌ଙ୍କ ପକ୍ଷେ କଷ୍ଟକର ହେଉଛି। ଏଥିଲାଗି ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ୍‌ କେଭିନ ପିଟରସନ୍‌ କେବଳ ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ଙ୍କ ନିମନ୍ତେ ଉପାୟ ବାହାର କରିଛନ୍ତି। ଡାହାଣହାତୀ ବ୍ୟାଟ୍ସମ୍ୟାନ୍‌ମାନେ ଅଫ୍‌ ଷ୍ଟମ୍ପ୍‌ରେ ବୁମରାଙ୍କ ବିପକ୍ଷରେ ଖେଳିବା ଦରକାର। ସେଠାରୁ ପଛକୁ ଘୁଞ୍ଚତ୍ ସ୍କୋୟାର ଲେଗ୍‌ ଅଞ୍ଚଳକୁ ଖେଳିହେବ। ଆଉ କୌଣସି ଶଟ୍‌ ଅଫ୍‌ ସାଇଡ୍‌କୁ ନ ଖେଳିଲେ ଡାହାଣହାତୀ ବ୍ୟାଟ୍ସମ୍ୟାନ ବୁମରାଙ୍କ ସମ୍ମୁଖରେ ଛିଡ଼ା ହୋଇପାରିବେ ବୋଲି ପିଟରସନ ଟୁଇଟ୍‌ କରିଛନ୍ତି। ଆଇସିସି ଶୀର୍ଷ ର଼୍ୟାଙ୍କଧାରୀ ଦିନିକିଆ ବୋଲର ବୁମରା ଦୁଇ ଓପନରଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଦଳକୁ ବ୍ୟାକ୍‌ଫୁଟ୍‌ ଠେଲି ଦେଇଥିଲେ। ବୁମରା ୩୫ ରନ୍‌ ବ୍ୟୟ କରି ୨ ଉଇକେଟ ଓ ୟୁଜବେନ୍ଦ୍ର ଚହଲ ୫୧ ରନ୍‌ ଖର୍ଚ୍ଚକରି ୪ ଉଇକେଟ ଦଖଲ କରିଥିଲେ। ଫଳରେ ଦକ୍ଷିଣ ଅଫ୍ରିକା ୨୨୭ ରନ୍‌ରେ ସୀମିତ ରହିଥିଲା। ୨୫ ବର୍ଷୀୟ ଅହମ୍ମଦାବାଦା ପେସରଙ୍କୁ ଅନ୍ୟତମ ଡେଥ ଓଭର ସ୍ପେଶାଲିଷ୍ଟ ବିବେଚନା କରାଯାଉଛି।


All Right Reserved By Dharitri.Com

ରୁଷିଆ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ ପ୍ରୋଗ୍ରାମ ‘ମନ କି ବାତ୍‌’ରେ ରବିବାର ରୁଷିଆ ଟେନିସ ଖେଳାଳି ଡାନିଏଲ ମେଡ୍‌ଭେଡେଭଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଶେଷ...

ଭାରତୀୟ ନାଗରିକଙ୍କୁ ବିବାହ କଲେ ପାକିସ୍ତାନ କ୍ରିକେଟର

ଦୁବାଇ,୨୧।୮: ଏଠାରେ ଆୟୋଜିତ ଏକ ଉତ୍ସବରେ ପାକିସ୍ତାନ କ୍ରିକେଟ ଦଳର ପେସର ହାସନ ଅଲୀ ମଙ୍ଗଳବାର ଭାରତୀୟ ନାଗରିକ ଶାମିଆ ଆର୍‌ଜୁଙ୍କୁ ବିବାହ କରିଛନ୍ତି। ଏହି...

ବାଂଲାଦେଶ ବିପକ୍ଷରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଲା ଭାରତ

ବର୍ମିଂହାମ, ୨।୭: ବିଶ୍ୱକପରେ ଏଜବାଷ୍ଟନରେ ଚାଲିଥିବା ଭାରତ ଓ ବାଂଲାଦେଶ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଦୁଇଟି...

ଜିମ୍ବାଓ୍ବେର କ୍ଲିନସୁଇପ୍‌

ହରାରେ, ୧୭।୪- ଭ୍ରମଣକାରୀ ୟୁଏଇ ବିପକ୍ଷରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୪ର୍ଥ ଦିନିକିଆ ମ୍ୟାଚ୍‌କୁ ଜିମ୍ବାଓ୍ବେ ୩ ଉଇକେଟ୍‌ରେ ଜିତିନେଇଛି। ପ୍ରଥମେ ବ୍ୟାଟିଂ...

ଚଳିତ ବିଶ୍ୱକପରେ ବି କେହି ଭାଙ୍ଗିପାରିଲେ ନାହିଁ ସଚିନଙ୍କ ଏହି ରେକର୍ଡ

ଲଣ୍ଡନ,୧୫।୭: ଚଳିତ ବିଶ୍ୱକପରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୬ ବର୍ଷର ରେକର୍ଡ କୌଣସି ବ୍ୟାଟ୍ସମ୍ୟାନ ଭାଙ୍ଗିବାରେ ବିଫଳ ହୋଇଛନ୍ତି । ୨୦୦୩ ବିଶ୍ୱକପରେ ସଚିନ ୬୭୩...

ହାଇକୋର୍ଟ ବାର୍‌ ଚାମ୍ପିୟନ, ଭୁବନେଶ୍ୱର ରନର୍ସଅପ୍‌

ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି)- ବିଜେବି କଲେଜ ପଡ଼ିଆରେ ୬ଷ୍ଠ ପ୍ରଶାନ୍ତ ରାଉତରାୟ ସ୍ମାରକୀ ଅଲ୍‌ ଓଡ଼ିଶା ଆଇନଜୀବୀ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି। ଗୁରୁବାର ଅନୁଷ୍ଠିତ...

ଇଂଲଣ୍ଡ ଆସେସ୍‌ ଦଳରେ ଆର୍ଚର

ଲଣ୍ଡନ,୨୭।୭- ଆସନ୍ତା ସପ୍ତାହରେ ଏଜବାଷ୍ଟନ୍‌ଠାରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଲାଗି ଶନିବାର ଇଂଲଣ୍ଡ ଦଳ ଘୋଷଣା ହୋଇଛି। ଏହି...

୫୦ ବର୍ଷୀୟ ଖେଳାଳିଙ୍କ ବିଶ୍ୱକପ୍‌ରେ ଭାଗନେବ ଭାରତ

ନୂଆଦିଲ୍ଲୀ,୨।୧୨(ପି.ଟି.)- ଆସନ୍ତାବର୍ଷ ମାର୍ଚ୍ଚ ୧୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଯାଉଛି ୫୦ ବର୍ଷୀୟ ଖେଳାଳିଙ୍କ କ୍ରିକେଟ ବିଶ୍ୱକପ୍‌ର ଦ୍ୱିତୀୟ ସଂସ୍କରଣ।...

Leave a comment

Your email address will not be published. Required fields are marked *