Posted inଫୁରସତ

ପିଲାଙ୍କୁ ପାଠ ପଢାଇବାକୁ ଆସୁଛି ସ୍କୁଲ

ମୁମ୍ବାଇର ଝୁଙ୍ଗିଆ ଇଲାକାର ବସ୍ତି ଅଞ୍ଚଳରେ ରହୁଥିବା ଗରିବ ପିଲାମାନେ ସ୍କୁଲ୍‌ ପଢ଼ିବାକୁ ନୁହଁ ବରଂ ସ୍କୁଲ୍‌ ଏମାନଙ୍କୁ ପଢ଼ାଇବାକୁ ଆସିଥାଏ। ‘ସ୍କୁଲ୍‌-ଅନ୍‌-ହ୍ବିଲ୍‌ସ’ ନାମରେ ଚାଲିଥିବା ଏହି ବସ୍‌ରେ ପାଠ ପଢ଼ାଯାଏ। ଏହି ସ୍କୁଲ୍‌ରେ ୩ ବର୍ଷରୁ ନେଇ ୧୬ ବର୍ଷ ବୟସର ପିଲା ଅଛନ୍ତି। ସକାଳ ୯ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବସ୍‌ରେ ପାଠ ପଢ଼ା ଚାଲେ। ପ୍ରତି ଶ୍ରେଣୀର ପିଲାଙ୍କୁ ଦୁଇ ଘଣ୍ଟା ଲେଖାଏ ସମୟ ଦିଆଯାଏ।

ଏହି ବସ୍‌-କମ୍‌ ସ୍କୁଲ୍‌ରେ ପିଲାଙ୍କ ପାଠ ପଢ଼ିବା ନିମନ୍ତେ ଆବଶ୍ୟକ ସମସ୍ତ ସାମଗ୍ରୀ ଉପଲବ୍ଧ ରହିଛି। ବୀଣା ସେଠ୍‌ ଲଶ୍କରୀ ପ୍ରଥମେ ଏହାକୁ ଆରମ୍ଭ କରିଥିଲେ। ସେ ସୋଶିଆଲ୍‌ ୱାର୍କରେ ମାଷ୍ଟର୍‌ ଡିଗ୍ରୀ ହାସଲ କରିଛନ୍ତି। ଭାରତରେ ଶିକ୍ଷାବ୍ୟବସ୍ଥା ଉପରେ କିଛି କରିବା ପାଇଁ ତାଙ୍କ ମନରେ ଆଗ୍ରହ ଥିଲା। ତେଣୁ ସେ ଏହି ପଦକ୍ଷେପ ଗ୍ରହଣ କଲେ। ପ୍ରାରମ୍ଭିକ ସମୟରେ ଅନେକ କଷ୍ଟ ଉଠାଇ ପ୍ରଥମେ ସେ ବସ୍ତି ପିଲାଙ୍କୁ ସେମାନଙ୍କ ଘରେ ପଢ଼ାଇଲେ। ପରେ ‘ସ୍କୁଲ୍‌ ଅନ୍‌ ହ୍ବିଲ୍‌ସ’ ଆରମ୍ଭ କଲେ। ତାଙ୍କ ସଂଗଠନ ଇତିମଧ୍ୟରେ ୨,୩୫,୦୦୦ ପିଲାଙ୍କ ଭବିଷ୍ୟତ ସୁଧାରି ସାରିଲାଣି।


All Right Reserved By Dharitri.Com

ଅଭିନବ ଶୌଚାଳୟ: କେଉଁଠି ଫୁଲ ବଗିଚାରେ ତ କେଉଁଠି ଝିଅମାନେ ଦେଖୁଥିବା ଭଳି ଲାଗିବ

ଘର, ଅଫିସ୍‌ ହେଉ କି ଶପିଂମଲ୍‌ ସବୁଠି ଥାଏ ଶୌଚାଳୟ। ବେଶ୍‌ ବ୍ୟକ୍ତିଗତ ଏହି ସ୍ଥାନ। ତେବେ ପୃଥିବୀରେ ଏମିତି ବି କିଛି ଶୌଚାଳୟ ଅଛି...

ପ୍ଲାଷ୍ଟିକମୁକ୍ତ ହେବ ଏଭରେଷ୍ଟ୍‌

କାଠମାଣ୍ଡୁ: ଏଭରେଷ୍ଟ୍‌ରେ ପ୍ଲାଷ୍ଟିକ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଏହାକୁ ୨୦୨୦ ସୁଦ୍ଧା ପ୍ଲାଷ୍ଟିକମୁକ୍ତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି ଖୁମ୍ବୁ ପାସଙ୍ଗଲାମୁୁ ରୁରାଲ୍‌...

ବ୍ୟକ୍ତିତ୍ୱ: ରାମବୃକ୍ଷ ବେନିପୁରୀ

‘ପୁଷମାସର ସକାଳ। ଖଳାରେ ଧାନ ଗଦାହେଇ ପଡ଼ିଥିଲା। ଘର ଆଗରେ ଧୁନି ଜଳୁଥିଲା। ଚାରିଆଡ଼େ କୁହୁଡ଼ି ଛାଇଯାଇଥିଲା। ଆକାଶରେ ସୂର୍ଯ୍ୟ ଦେଖା ଯାଉଥିଲେ। ତେବେ ଏମିତି...

ଘରୁ ମୂଷା ଓ ଚୁଚୁନ୍ଦ୍ରାଙ୍କୁ ତଡ଼ିବାର ସହଜ ଉପାୟ…

କେତେକଙ୍କ ଘରେ ମୂଷା ଏବଂ ଚୁଚୁନ୍ଦ୍ରା ରହିଥାନ୍ତି। ତେବେ ସେମାନଙ୍କ ଯୋଗୁ ବିଭିନ୍ନ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଥାଏ। ମୂଷା ଏବଂ ଚୁଚୁନ୍ଦ୍ରାଙ୍କୁ ଘରୁ...

ଇଣ୍ଟରନେଟ୍‌ରେ ଲୋକାଲ ଲାଙ୍ଗୁଏଜ୍‌

ଦିନ ଥିଲା ଇଣ୍ଟରନେଟ୍‌ରେ ଅନ୍ୟ ଦେଶଗୁଡିକ ଭଳି ଆମ ଦେଶରେ ମଧ୍ୟ କେବଳ ଇଣ୍ଟରନ୍ୟାଶନାଲ୍‌ ଲାଙ୍ଗୁଏଜ ଇଂଲିଶର ପ୍ରଚଳନ ଥିଲା। ହେଲେ ବର୍ତ୍ତମାନ ବିଭିନ୍ନ ଲୋକାଲ୍‌...

ଜନ୍ମ ମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

* ଜାନୁୟାରୀ: ଏହି ବ୍ୟକ୍ତିମାନେ ଜନ୍ମଜାତ ନେତା ଥା’ନ୍ତି। ଏମାନେ ସ୍ବାଧୀନ ଚିନ୍ତାଧାରା ତଥା ସୃଜନଶୀଳ ବ୍ୟକ୍ତିସମ୍ପନ୍ନ ହୋଇଥାନ୍ତି। * ଫେବୃୟାରୀ: ଏହି ବ୍ୟକ୍ତିମାନେ ବୁଦ୍ଧିମାନ...

ସବୁଠୁ ଷ୍ଟ୍ରଙ୍ଗ ଜ୍ୟାକେଟ୍‌, ଯାହା ନଷ୍ଟ ହେବା ଅସମ୍ଭବ

ଶୀତଦିନ ଆସିଲେ ବଢିଯାଏ ଶୀତବସ୍ତ୍ରର ଚାହିଦା। ନାନା ପ୍ରକାରର ଷ୍ଟାଇଲିଶ୍‌ ଶୀତବସ୍ତ୍ର ପିନ୍ଧି ଶୀତରେ ବି ଷ୍ଟାଇଲିଶ୍‌ ଲାଗିବାକୁ ସମସ୍ତେ ପ୍ରୟାସ କରନ୍ତି। ତେବେ ଶୀତବସ୍ତ୍ର...

ଏପରି ହସ୍ପିଟାଲ, ଯେଉଁଠି ରାତି ହେଲେ ଶୁଣିବାକୁ ମିଳେ ବିକଟାଳ ଶବ୍ଦ

ରୋଗ ହେଲେ ଲୋକେ ହସ୍ପିଟାଲକୁ ଯାଇଥାନ୍ତି ଚିକିତ୍ସା ପାଇଁ । ମାତ୍ର ଏମିତି ଏକ ହସ୍ପିଟାଲ ରହିଛି, ଯେଉଁଠି ରାତି ହେଲେ ବିକଟାଳ ଶବ୍ଦ ଶୁଣିବାକୁ...

Leave a comment

Your email address will not be published. Required fields are marked *