ଭାଇରାଲ ଭିଡିଓରେ ଆର୍‌ଟିଓ

ନବରଙ୍ଗପୁର,୨୨।୨(ବି.ପ୍ର.): ୫-ଟି ଅଧୀନରେ ରାଜ୍ୟର ସବୁ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଦଲାଲ ଓ ଦୁର୍ନୀତିମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। କିନ୍ତୁ ସେହି ସମାନ ସମୟରେ ନବରଙ୍ଗପୁର ଜିଲାର ଆଞ୍ଚଳିକ ପରିବହନ ଅଧିକାରୀ ଦୁର୍ନୀତି କରୁଥିବା ଅଭିଯୋଗ ଉଠିଛି। ଜଣେ ଯୁବକ ଉପରୋକ୍ତ ବିଭାଗରେ ନିଯୁକ୍ତି ପାଇଁ ତାଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ଦେଇଥିବା ଓ ଏହି କଥା ଆର୍‌ଟିଓ ସ୍ବୀକାର କରୁଥିବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ସେହିପରି ଅନ୍ୟ ଏକ ଘଟଣାରେ ଜଣଙ୍କଠାରୁ ସେ ଟଙ୍କା ନେବା ବେଳର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରୁ ଆସିଥିବା ଏକ ଫଟୋରୁ ଜଣାପଡ଼ିଛି।
ଭାଇରାଲ ହୋଇଥିବା ଭିଡିଓରେ ଜଣେ ଯୁବକ ନବରଙ୍ଗପୁର ଆର୍‌ଟିଓଙ୍କୁ କହୁଥିବା ଦେଖିବାକୁ ମିଳିଛି ଯେ ସେ ପରିବହନ ବିଭାଗରେ ନିଯୁକ୍ତି ପାଇଁ ଆର୍‌ଟିଓଙ୍କ ଘରକୁ ଯାଇ ୩୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ନିଯୁକ୍ତି ପରେ ତାଙ୍କୁ ଦରମା ମିଳୁନାହିଁ। ଟଙ୍କା ନେବା ବିଷୟକୁ ପରିବହନ ଅଧିକାରୀ ପ୍ରଥମେ ଅସ୍ବୀକାର କରି କାହାକୁ ଟଙ୍କା ଦେଇଥିଲ ବୋଲି ଯୁକ୍ତି କରିଥିଲେ। ଯୁବକ ଜଣକ ବର୍ଷା ଯୋଗୁ ଆର୍‌ଟିଓଙ୍କ ଘରେ ନେଇ ଟଙ୍କା ଦେଇଥିବା ଉତ୍ତର ଦେଉଛନ୍ତି। ତାଙ୍କ ମା’ ଓ ଭଉଣୀ ଟଙ୍କା ଦେବା କଥା ଜାଣିଛନ୍ତି ଓ ସେମାନେ ସାଥିରେ ଆସିଛନ୍ତି ବୋଲି ଯୁବକ ଜଣକ ଭିଡିଓରେ କହୁଥିବା ଦେଖିବାକୁ ମିଳିଛି। ଆର୍‌ଟିଓଙ୍କ କହିବା ପ୍ରକାରେ ସେ ବରିଷ୍ଠ କିରାଣିଙ୍କୁ ମଧ୍ୟ ୧୫ ହଜାର ଟଙ୍କା ଦେଇଥିବା କହିଛନ୍ତି। ଏହା ପରେ ପରିବହନ ଅଧିକାରୀ ୩୦ ହଜାର ଟଙ୍କା ନେଇଥିବା ସ୍ବୀକାର କରିବା ସହ ବାହାରକୁ ଯାଇ ଅନ୍ୟ କାହା ମାଧ୍ୟମରେ ଘଟଣାର ସମାଧାନ କରିବାକୁ ସେ କହୁଥିବା ଭିଡିଓରୁ ଜଣାପଡ଼ିଛି। ଭିଡିଓ ଭାଇରାଲ ହେବା ପରେ ପରିବହନ ଅଧିକାରୀ କିଛି ଟଙ୍କା ଫେରାଇଥିବା ଓ ବଳକା ଟଙ୍କା ପରେ ଫେରାଇବେ ବୋଲି କହିଥିବା ଯୁବକ ଜଣକ ‘ଧରିତ୍ରୀ’ ପ୍ରତିନିଧିଙ୍କୁ କହିଛନ୍ତି। ଟଙ୍କା ଫେରାଇବା ପରେ ପରିବହନ ଅଧିକାରୀ ପଠାଇଥିବା ଦୁଇ ବ୍ୟକ୍ତି ଓ ଅଭିଯୋଗକାରୀ ଯୁବକ ସ୍ଥାନୀୟ ସରପଞ୍ଚଙ୍କ ନିକଟକୁ ଯାଇ ଆଲୋଚନା କରିଛନ୍ତି। ଏ ବିଷୟରେ ସରପଞ୍ଚ କହିଛନ୍ତି, ବକେୟା ଟଙ୍କା ଫେରାଇବା ବିଷୟରେ ମୋ ଉପସ୍ଥିତିରେ ଆଲୋଚନା ପାଇଁ ଆସିଥିଲେ। ଆପୋଷ ବୁଝାମଣାପତ୍ର ମଧ୍ୟ ଲେଖା ହୋଇଥିଲା। ମାତ୍ର କେତେ ଟଙ୍କା ଫେରାଇଥିଲେ ଓ କେତେ ଟଙ୍କା ବକେୟା ରହିଛି ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଭିଡିଓ ଭାଇରାଲ୍‌ ପରେ ପରିବହନ ଅଧିକାରୀ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ଟଙ୍କା ନେଉଥିବା ସମୟର ଏକ ଫଟୋ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସିସିଟିଭି ଫୁଟେଜ୍‌ରୁ ଏହି ଫଟୋ ବାହାର କରାଯାଇଥିବା ବେଳେ ତାହାର ସମୟ ସ୍ପଷ୍ଟ ହୋଇନାହିଁ। ଏହି ଭିଡିଓ ଓ ଫଟୋର ସତ୍ୟତା ଜାଣିବା ପାଇଁ ପରିବହନ ଅଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ମେସେଜ୍‌ ମାଧ୍ୟମରେ ତାଙ୍କଠାରୁ ଉତ୍ତର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ମିଳିପାରିନାହିଁ।


All Right Reserved By Dharitri.Com

ସାକ୍ଷୀଗୋପାଳ ମନ୍ଦିରରେ କରୋନା କଟକଣା: ସିଂହଦ୍ୱାରରୁ ଫେରିଯାଉଛନ୍ତି ଭକ୍ତ

ସାକ୍ଷୀଗୋପାଳ, ୨୦।୩(ଡି.ଏନ.ଏ.): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଶୁକ୍ରବାରଠାରୁ ସାକ୍ଷୀଗୋପାଳ ମନ୍ଦିରରେ କରୋନା ପାଇଁ କଟକଣା କରାଯାଇଛି। ସର୍ବସାଧରଣଙ୍କ ମନ୍ଦିର ପ୍ରବେଶକୁ ସମ୍ପୁର୍ଣ୍ଣ ବନ୍ଦ କରାଯାଇଥିବା...

ଇଣ୍ଡିଆ ଗେଟ୍‌ରେ ପରିବେଶ ପାଇଁ ସଚେତନ କଲେ କପିଳ

ଭୁବନେଶ୍ୱର, ୬ା୨ (ବ୍ୟୁରୋ): ପେଟ୍ରୋଲ, ଡିଜେଲ ଚାଳିତ ଗାଡ଼ିମୋଟରର ବ୍ୟାପକ ବ୍ୟବହାର ଯୋଗୁ ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ବିଶେଷକରି ନୂଆଦିଲ୍ଲୀର ବାୟୁମଣ୍ଡଳରେ ଅମ୍ଳଜାନର ମାତ୍ରା...

ପ୍ରବାସୀ ଓଡ଼ିଆଙ୍କ ପାଇଁ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ: ଓଡ଼ିଶା ଆସୁଛନ୍ତି ୧୧୫୦ ଜଣ

ଭୁବନେଶ୍ୱର,୨ା୫(ବ୍ୟୁରୋ) : ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ପାଇଁ ରାଜ୍ୟ ସରକାର ଏକ ନୂଆ ଅଭିଯାନ ‘ଅପରେଶନ ଶୁଭଯାତ୍ରା’ ଆରମ୍ଭ କରିଛନ୍ତି। ପ୍ରବାସୀଙ୍କୁ...

ସକାଳ ୬ରୁ ଅପରାହ୍ନ ୧ ଯାଏ ଖୋଲିବ ଦୋକାନ

କଟକ ଅଫିସ୍‌,୨୯ା୪: କଟକ ଜିଲାରେ କରୋନା ସ୍ଥିତିର ସମୀକ୍ଷା ପରେ ଜିଲାପାଳ ଭବାନୀ ଶଙ୍କର ଚୟନୀ ଜିଲାରେ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବ ଏବଂ କେଉଁଟା...

ଛାତ୍ରୀଛାତ୍ରଙ୍କୁ ଘରକୁ ଯାଇ ପୁସ୍ତକ ବାଣ୍ଟିଲେ ଶିକ୍ଷକ: ମେ’ ୩ ସୁଦ୍ଧା ବଣ୍ଟାଯିବ ୧୮୭୭୨୫୮ ବହି

ବ୍ରହ୍ମପୁର ଅଫିସ,୨୬ା୪ – କରୋନା ମୁକାବିଲା ପାଇଁ ସରକାର ଲକ୍‌ଡାଉନ ଘୋଷଣା କରିଛନ୍ତି। ଏହାର ପ୍ରଭାବରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ...

ନନ୍ଦନକାନନରେ ୨ ଆନାକୋଣ୍ଡା ମୃତ, ୩ ଅସୁସ୍ଥ

ଭୁବନେଶ୍ୱର,୩୦।୧୧(ବ୍ୟୁରୋ): ନନ୍ଦନକାନନ ଆସିଥିବା ହଳଦିଆ ଆନାକୋଣ୍ଡାଙ୍କ ମଧ୍ୟରୁ ୨ଟିର ମୃତ୍ୟୁ ଘଟିଛି। ଗୁରୁବାର ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ଘଟିଥିବା ବେଳେ ଶନିବାର ଆଉ ଏକ ଆଖି...

ସିନାପାଲି କଲେଜରେ ଅଭିଭାବକ ସମ୍ମିଳନୀ:ଅଭିଭାବକ-ଅଧ୍ୟାପକ ମଧ୍ୟରେ ସମନ୍ବୟ ରହିଲେ ଶିକ୍ଷାର ବିକାଶ ସମ୍ଭବ

ସିନାପାଲି,୨୨।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲି କଲେଜରେ ଅଭିଭାକମାନଙ୍କୁ ନେଇ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି। ସିନାପାଲି କଲେଜ ସମସ୍ତ ଅଭିଭାକଅଭିଭାବିକାମାନଙ୍କୁ ନେଇ ଅନୁଷ୍ଠିତ ଏହି ସମ୍ମିଳନୀରେ...

ଜମି ଦେବାକୁ କହି ୫୫ଲକ୍ଷ ଠକେଇ: ବିଲ୍‌ଡର୍‌ ଗିରଫ

ଭୁବନେଶ୍ୱର,୩ା୨(ବ୍ୟୁରୋ): ଜମି ଦେବାକୁ କହି ୫୫ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶହୀଦନଗର ଥାନା ପୋଲିସ ଜଣେ ବିଲ୍ଡରଙ୍କୁ ଗିରଫ କରିଛି। ଗିରଫ ବିଲ୍ଡର ଜଣଙ୍କ ହେଲେ...

Leave a comment

Your email address will not be published. Required fields are marked *