ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଦାବିପତ୍ର ପ୍ରଦାନ କଲା ଗ୍ରାମ୍ୟ ପରିଚାଳନା କମିଟି

ଗଞ୍ଜାମ,୬ା୬(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ବିରୁଳି କାଇଁଚପୁର ଗ୍ରାମରେ ଆମ ଗାଁ ଆମ ବିକାଶ ଯୋଜନା ଠିକ୍‌ରେ ହୋଇ ନ ଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ଏନେଇ ଗ୍ରାମ୍ୟ ପରିଚାଳନା କମିଟିର ୫ ଜଣିଆ ପ୍ରତିନିଧି ଦଳ ଗୁରୁବାର ବ୍ଲକ କାର୍ଯ୍ୟାଳୟ ଆସି ବିଡିଓଙ୍କ ଅନୁପସ୍ଥିତିରେ ହେଡ୍‌ କ୍ଲର୍କ ଭକ୍ତଚରଣ ମାଝୀଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଥିଲେ। ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ସଭାମଣ୍ଡପ ଠିକ୍‌ ସ୍ଥାନରେ ହୋଇ ନ ଥିବା ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି। ଏଥିସହିତ ଗ୍ରାମକୁ ସଂଯୋଗ ହୋଇଥିବା ରାସ୍ତା ମରାମତି, ପୋଖରୀ ଓ ନଳକୂପ ପୁନରୁଦ୍ଧାର ଆଦି କାର୍ଯ୍ୟ ପାଇଁ ବିଡିଓ ଜ୍ୟୋତିଶଙ୍କର ରାଏ କାର୍ଯ୍ୟାଳୟରେ ପହଞ୍ଚିବା ପରେ କମିଟି ସଦସ୍ୟମାନେ ଭେଟି ଉପରୋକ୍ତ ସମସ୍ୟା ସମାଧାନ ନେଇ ଦାବି କରିଥିଲେ। ଏହି ପ୍ରତିନିଧି ଦଳରେ ପୋଇରାଶି ପଞ୍ଚାୟତର ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ବେହେରା, ଗ୍ରାମ୍ୟ କମିଟି ସଭାପତି ସୁରେନ୍ଦ୍ର ପ୍ରଧାନ,ସମ୍ପାଦକ ମଧୁସୂଦନ ବେହେରା,ସଦସ୍ୟ ପୀତାମ୍ବର ବେହେରା, ସନ୍ତୋଷ ବେହେରା, ବାବୁ ବେହେରା ପ୍ରମୁଖ ସାମିଲ ଥିଲେ।


All Right Reserved By Dharitri.Com

ନାହାନ୍ତି ଡାକ୍ତର: ଚିକିତ୍ସା ଅଭାବରୁ ଦିବ୍ୟାଙ୍ଗଙ୍କ ଜୀବନ ଗଲା

ଜଗନ୍ନାଥ ପ୍ରସାଦ, ୨୪।୧୦(ଡି.ଏନ.ଏ): ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଦୁଇଦିନ ଧରି ଡାକ୍ତର ଅନୁପସ୍ଥିତ ଥିବା ଯୋଗୁ ଜଣେ ଆୟୁଷ ଆୟୁର୍ବେଦ ଡାକ୍ତରଙ୍କ...

ଆକ୍ରମଣ ମାମଲା, ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପାଟପୁର,୩ା୧-ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ ନ୍ୟାୟଳୟର ମାଜିଷ୍ଟେଟ ବିଷ୍ଣୁ ପ୍ରସାଦ ଦେବତା ଏକ ଆକ୍ରମଣ ମାମଲାର ଶୁଣାଣି କରି ପାଟପୁର ଥାନା ଜିଉରା ଗ୍ରାମର ଅଭିଯୁକ୍ତ...

ବମକେଇରେ ପୁଣି ରାଜନୈତିକ ହିଂସା: ଅଟୋଚାଳକ ଗୁରୁତର

ଦିଗପହଣ୍ଡି,୧୧ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବମକେଇ ପଞ୍ଚାୟତରେ ପୁଣି ରାଜନୈତିକ ହିଂସା ଘଟିଛି। ଏକ ରାଜନୈତିକ ଦଳର ସମର୍ଥକ ହୃଷିକେଶ ପ୍ରଧାନଙ୍କୁ ଅନ୍ୟଏକ ଦଳର ୪ ଜଣ...

ୟୁପି ସ୍କୁଲ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ ହେବାର ୪ବର୍ଷ ବିତିଲା: ଶିକ୍ଷକ ନିଯୁକ୍ତି ହେଉନି, ଶିକ୍ଷାଦାନ ବାଧାପ୍ରାପ୍ତ

ଶେରଗଡ,୧୯ା୭(ଡି.ଏନ.ଏ.)- ଶେରଗଡ ବ୍ଲକରେ ଗତ ୨୦୧୪ରେ ୧୪ଟି ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଶିକ୍ଷାବିଭାଗ ପକ୍ଷରୁ ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ଛାତ୍ରୀଛାତ୍ରମାନେ ଗୋଟିଏ ବିଦ୍ୟାଳୟରେ...

ଟ୍ରଲିରେ ବୁହାହେଲା ମୃତଦେହ

ଭଞ୍ଜନଗର,୮।୧(ଡି.ଏନ.ଏ)- ପୁଣି ମୃତଦେହକୁ ଅସମ୍ମାନ। ଗଞ୍ଜାମ ଜିଲା ଭଞ୍ଜନଗର ମେଡିକାଲରେ ଜଣେ ଯୁବତୀଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକେ ବୁଧବାର ଟ୍ରଲିରେ ବୋହି ନେଇଥିବା...

ବ୍ରହ୍ମପୁର ବଡ଼ ମେଡିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତ ଅଭାବ: ସମସ୍ୟାର ମୁକାବିଲା ପାଇଁ ଅଣ୍ଟାଭିଡିଲା ବିଭିନ୍ନ ସଙ୍ଗଠନ

ବ୍ରହ୍ମପୁର ଅଫିସ,୨୬।୫: ଗଞ୍ଜାମ ଜିଲା ବ୍ରହ୍ମପୁର ବଡ଼ ମେଡ଼ିକାଲସ୍ଥିତ ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଦେଖା ଦେଉଛି। ଏଣୁ ରକ୍ତ ଅଭାବ ଯୋଗୁ ଗୁରୁତର ରୋଗୀଙ୍କୁ...

ଜଙ୍ଗଲ ଆଇନ ସଂଶୋଧନ ଯୋଜନା:  ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଦିବାସୀଙ୍କ ବିକ୍ଷୋଭ

ଭଞ୍ଜନଗର,୨୮।୯(ଡି.ଏନ.ଏ.)-୧୯୨୭ ମସିହା ଜଙ୍ଗଲ ଜମି ଆଇନକୁ କେନ୍ଦ୍ର ସରକାର ସଂଶୋଧନ କରିବାକୁ ଯାଉଛନ୍ତି। ଉକ୍ତ ଆଇନ କାର୍ଯ୍ୟାକାରୀ ହେଲେ ଦେଶରେ ୧୧ଲକ୍ଷ ଆଦିବାସୀ ପରିବାର ଜଙ୍ଗଲ...

ସାପ କାମୁଡ଼ାରେ ନାବାଳିକା ମୃତ

ପାଟପୁର,୨୪।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ଗ୍ରାମରେ ରବିବାର ଜଣେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର...

Leave a comment

Your email address will not be published. Required fields are marked *