Posted inଜାତୀୟ

ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା: ଦଳ ଛାଡି ଟିଆରଏସରେ ଯୋଗଦେବେ ୧୨ ବିଧାୟକ

ହାଇଦ୍ରାବାଦ, ୬।୬: ତେଲେଙ୍ଗାନାରେ କଂଗ୍ରେସକୁ ବଡ ଝଟକା ଲାଗିଛି। ରାଜ୍ୟରେ କଂଗ୍ରେସର ୧୮ ବିଧାୟକଙ୍କ ମଧ୍ୟରୁ ୧୨ ବିଧାୟକ ଦଳ ଛାଡି କେ. ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ୱାଧୀନ ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ)ରେ ଯୋଗ ଦେବାକୁ ଚାହୁଁଛନ୍ତି। ଏନେଇ ସେମାନେ ବିଧାନସଭା ବାଚସ୍ପତିଙ୍କୁ ଭେଟି ଏକ ପତ୍ର ଦେଇଛନ୍ତି। ଲୋକ ସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାଜୟ ଭୋଗିବା ପରେ ବିଭିନ୍ନ ରାଜ୍ୟରୁ କଂଗ୍ରେସ ନେତାମାନେ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେଉଥିବା ଲକ୍ଷ୍ୟ କରାଯାଉଛି। ସୂଚନାଯୋଗ୍ୟ, ତେଲେଙ୍ଗାନାରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ୧୧୯ଟି ସିଟରୁ ୮୮ ଆସନ ଜିତି ଟିଆରଏସ୍‌ ସରକାର ଗଢିଥିଲା। କଂଗ୍ରେସର ମାତ୍ର ୧୮ଟି ଆସନରେ ବିଜୟୀ ହୋଇଥିଲା। ସେହିପରି ଲୋକ ସଭା ନିର୍ବାଚନରେ ଫଳାଫଳ ଆସିବା ପରେ ରାଜ୍ୟରେ ଦଳର ନେତୃତ୍ୱକୁ ନେଇ କଂଗ୍ରେସର କିଛି ବିଧାୟକ ଅସନ୍ତୁଷ୍ଟ ଥିଲେ।


All Right Reserved By Dharitri.Com

ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଲେ ସଲମାନ୍‌: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଦେଖିଲେଣି ୮ ଲକ୍ଷରୁ ଅଧିକ

ମୁମ୍ବାଇ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବଲିଉଡ୍‌ ଅଭିନେତା ସଲମାନ୍‌ ଖାଁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ ସ୍ବଚ୍ଛ ଭାରତ...

ଶାନ୍ତ ରହିବାକୁ ଦିଲ୍ଲୀବାସୀଙ୍କୁ ନିବେଦନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୭।୧୨: ସାରାଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ବିରୋଧ କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ହିଂସାତ୍ମକ ପରିସ୍ଥିତି ଦେଖାଦେଇଛି। ବିଶେଷତଃ ଦିଲ୍ଲୀରେ ଏହାର ବହୁଳ ଭାବେ ବିରୋଧ...

ଫଡ୍‌ନବିସ ହେଲେ ଭାଜପା ବିଧାୟକ ଦଳର ନେତା

ମୁମ୍ବାଇ,୩୦।୧୦: ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଏବେ ପର୍ଯ୍ୟନ୍ତ ଅଙ୍କ ଛିଣ୍ଡି ପାରୁନାହିଁ। ଏହାରି ଭିତରେ ଭାଜପା ପକ୍ଷରୁ ପୁଣି ଥରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସଙ୍କୁ...

ଆନ୍ଧ୍ରରେ ଓ୍ବାଇଏସ୍‌ଆର୍‌ସିପି:୩୦ରେ ଶପଥ ନେବେ ଜଗନ୍‌ମୋହନ

ଅମରାବତୀ,୨୪-୫:ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନରେ ଓ୍ବାଇଏସ୍‌ଆର୍‌ ଜଗନ୍‌ମୋହନ ରେଡ୍ଡୀଙ୍କ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ସରକାର ଗଢ଼ିବାକୁ ଯାଉଛି। ଜଗନ୍‌ମୋହନ ଆସନ୍ତା ୩୦...

ବାସଭବନରେ ପହଞ୍ଚି ଆଡଭାନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୁଆଦିଲ୍ଲୀ,୮।୧୧: ରାମ ମନ୍ଦିର ଆନ୍ଦୋଳନରେ ନେତୃତ୍ୱ ନେଇଥିବା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଶୁକ୍ରବାର ୯୨ତମ ବର୍ଷ ବୟସରେ ପର୍ଦାପଣ କରିଛନ୍ତି। ଭାଜପାର ଆଉ...

ଲୋକ ସଭା, ବିଧାନସଭାରେ ସ୍ଥାନ ସଂରକ୍ଷଣ ଅବଧି ୧୦ ବର୍ଷ ବଢ଼ିବ

ନୂଆଦିଲ୍ଲୀ, ୧୩ା୧୨(ଆଇଏଏନ୍‌ଏସ୍‌):ଲୋକ ସଭା ଓ ରାଜ୍ୟ ବିଧାନସଭାଗୁଡ଼ିକରେ ଏସ୍‌ସି ଏବଂ ଏସ୍‌ଟିଙ୍କ ଲାଗି ସ୍ଥାନ ସଂରକ୍ଷଣ ଅବଧି ଆଉ ୧୦ ବର୍ଷ ବଢ଼ିବ। ଏ ସମ୍ପର୍କିତ ସମ୍ବିଧାନ...

ହାର୍ଟ ଆଟାକ୍‌ରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଚାମୁଚେ…

ବ୍ୟସ୍ତ ବହୁଳ ଜୀବନରେ ଏବେ କେତେକଙ୍କଠାରେ ଉଚ୍ଚ ରକ୍ତଚାପ ଦେଖାଯାଉଛି। ତେବେ ଏହାକୁ ସହଜରେ ଦୂରେଇ ହେବ। ଆୟୁର୍ବେଦରେ ଉଲ୍ଲେଖ ରହିଛି ପ୍ରତିଦିନ ସକାଳେ ଚାମୁଚେ...

ନିର୍ଭୟା ଦୋଶୀଙ୍କ ଫାଶୀ ଘୁଞ୍ଚାଇବାକୁ କୌଶଳ କରୁଛନ୍ତି ଓକିଲ: ଉପ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୪।୧: ବହୁ ଚର୍ଚ୍ଚିତ ୨୦୧୨ ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀଙ୍କ ଫାଶୀ ତାରିଖକୁ ଘୁଞ୍ଚାଇ ଦେବାକୁ ଦୋଷୀଙ୍କ ପକ୍ଷରୁ ଲଢୁଥିବା ଓକିଲ କୌଶଳ କରୁଛନ୍ତି ବୋଲି...

Leave a comment

Your email address will not be published. Required fields are marked *