୧୦ବର୍ଷ ପରେ ମିଳିଲା ହଜିଲା ପୁଅ

ପାରାଦୀପ, ୨୨।୨ (ସ୍ବ.ପ୍ର.): ଦୀର୍ଘ ଏକ ଦଶନ୍ଧି ହେଲା ପୁଅକୁ ହରାଇଥିବା ବେଳେ ଆଉଥରେ ପୁଅକୁ ପାଇବାର ଆଶା ଛାଡ଼ିଦେଇଥିଲେ। ହେଲେ ଶୁକ୍ରବାର ମହାଶିବରାତ୍ରୀରେ ପୁଅକୁ ଫେରିପାଇବା ପରେ ଆତମ ବିଭୋର ହୋଇପଡ଼ିଛନ୍ତି ଗଞ୍ଜାମ ଜିଲା ଜଗନ୍ନାଥ ପ୍ରସାଦ ଥାନା ଅଞ୍ଚଳର ଏକ ଦମ୍ପତି। ଘଟଣା ମୁତାବକ, ଜଗନ୍ନାଥ ପ୍ରସାଦ ଥାନା ମେଣ୍ଢପୁର ଗ୍ରାମର ଜୟନ୍ତ ସ୍ବାଇଁଙ୍କ ପୁଅ ସୁଦର୍ଶନ ୨୦୦୯ରେ ଘରୁ ବାହାରି ସୁରଟ ଯାଉଛି ବୋଲି କହିଥିଲେ। ହେଲେ ଶୁକ୍ରବାର ପାରାଦୀପ ଆଦର୍ଶଥାନା ଅଧୀନ ଶାରଳା ମନ୍ଦିର ନିକଟରୁ ସୁଦର୍ଶନଙ୍କୁ ଉଦ୍ଧାର କରି ପରିବାର ଲୋକେ ଘରକୁ ନେଇଛନ୍ତି। ସୁଦର୍ଶନ ଜଣେ ମାନସିକ ବିକାରଗସ୍ତ ଭାବେ ପାରାଦୀପରେ ବୁଲୁଥିଲେ। ଜଳଧର ବାରିକ ନାମକ ଜଣେ ସେବାକାରୀ ସୁଦର୍ଶନଙ୍କ ସେବା କରୁଥିବା ସମ୍ପର୍କିତ ଖବର ସାମାଜିକ ଗଣମାଧ୍ୟମରେ ଦେଖି ତାଙ୍କୁ ଚିହ୍ନି ପାରିଥିଲେ। ଏହାପରେ ତାଙ୍କ ପରିବାର ଲୋକେ ଗତ ଦୁଇଦିନ ହେବ ପାରାଦୀପ ଆସି ସୁଦର୍ଶନଙ୍କୁ ଖୋଜାଖୋଜି କରିଥିଲେ। ଏହାପରେ ତାଙ୍କୁ ଶାରଳା ବନ୍ଦିର ନିକଟରୁ ଉଦ୍ଧାର କରି ନିକଟସ୍ଥ ଥାନାକୁ ନେଇଥିଲେ। ସେଠାରେ ଆଇନ ଅନୁସାରେ ବିଭିନ୍ନ କାଗଜପତ୍ର ସରିବା ପରେ ପରିବାର ଲୋକେ ସୁଦର୍ଶନଙ୍କୁ ତାଙ୍କ ଘରକୁ ନେଇ ଯାଇଛନ୍ତି। ତେବେ ନଣ୍ଡା କରାଯାଇଥିବାରୁ ସୁଦର୍ଶନଙ୍କୁ ଚିହ୍ନିବା ସହଜ ହେଲା ବୋଲି ତାଙ୍କ ବାପା ଜୟନ୍ତ କହିଛନ୍ତି। ଏଥିସହ ନିଜ ଆତ୍ମିୟଙ୍କୁ ଦେଖିବା ପରେ ସୁଦର୍ଶନଙ୍କର କିଛିମାତ୍ରାରେ ସ୍ମରଣଶକ୍ତି ଫେରୁଥିବା ଦେଖାଯାଇଥିଲା। ସୁଦର୍ଶନଙ୍କର ଦୁଇଟି ପୁଅ ଅଛନ୍ତି। ସୁଦର୍ଶନ ମିଳିଯିବା ପରେ ମା-ବାପାଙ୍କୁ ପୁଅ, ସ୍ତ୍ରୀଙ୍କୁ ସ୍ବାମୀ ଓ ପିଲା ଦୁଇଟିଙ୍କୁ ବାପା ମିଳିଗଲା ବୋଲି ତାଙ୍କର ଜଣେ ସମ୍ପର୍କୀୟ କୋହଭରା କଣ୍ଠରେ କହିଛନ୍ତି।


All Right Reserved By Dharitri.Com

ଦୁର୍ନୀତିରେ ଉବୁଟୁବୁ ଖଦି ବୋର୍ଡ: ଖାଇଗଲେ ମହୁଚାଷୀଙ୍କ ଟଙ୍କା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦୁର୍ନୀତିରେ ଉବୁଟୁବୁ। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ କାର୍ଯ୍ୟାଦେଶ ବଣ୍ଟନ

ଜୁନାଗଡ,୨୪।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ବଳଦିଆମାଲ ପଞ୍ଚାୟତରେ ସୋମବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ପାଇଁ କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। ଏଥିରେ ପଞ୍ଚାୟତର ୨୯ଜଣ ହିତାଧିକାରୀଙ୍କୁ...

ସରକାରୀ ଯୋଜନାରୁ ବଁଚିତ୍‌ ଦିବ୍ୟାଙ୍ଗ ସ୍ନେହଲତା

ବିନିକା, ୨।୩ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସାରଙ୍ଗପାଲି ଗାଁ ଗିରିଟିକ୍ରା ପଡ଼ାର ସ୍ବର୍ଗତ ବିହାରୀ କ୍ଷେତୀ ଆର ରଇବାରୀକଁର ଝି’ ହେଉଛନ୍‌ ସ୍ନେହଲତା...

ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ପ୍ଳାବିତ ହେବ ୬୦ ହଜାର ହେକ୍ଟର ଚାଷ ଜମି

ଆନନ୍ଦପୁର, ୩୧।୧(ସ୍ବ.ପ୍ର.)-ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନନ୍ଦପୁର ଗସ୍ତକରି ବହୁ ପ୍ରତିକ୍ଷୀତ ଆନନ୍ଦପୁର ବ୍ୟାରେଜର ଶୁଭ ଉଦ୍‌ଘାଟନ କରିଥିଲେ। ଏହି...

ବରୁଣେଇରେ ଧର୍ମେନ୍ଦ୍ର, ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତି ସମୀକ୍ଷା କଲେ

ଖୋର୍ଦ୍ଧା ଅଫିସ,୭।୧୨: ବରୁଣେଇରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ପୂର୍ବରୁ ଶନିବାର ସେ ପ୍ରସ୍ତୁତିର ସମୀକ୍ଷା କରିଥିବା ସୂଚନା ମିଳିଛି। ପ୍ରକାଶଯୋଗ୍ୟ,...

ବାଙ୍କୀ ଡବଲ ମର୍ଡର ଘଟଣା: କ୍ରାଇମବ୍ରାଞ୍ଚ ତଦନ୍ତ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୧।୨(ବ୍ୟୁରୋ): କଟକ ଜିଲା ବାଙ୍କୀଠାରେ କିଛିଦିନ ତଳେ ଘଟିଥିବା ଡବଲ ମର୍ଡର ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ କଂଗ୍ରେସ ଟାର୍ଗେଟ କରିଛି। ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ...

ବିନା ଦୋଷରେ ଜେଲ କାଟିଲେ ବାପପୁଅ

ବାରିପଦା ଅଫିସ/ ରାଇରଙ୍ଗପୁର, ୨୯।୭(ଡି.ଏନ୍‌.ଏ.) ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ...

ତାମଡା ପକ୍ଷରୁ ଜିଲାପାଳଙ୍କୁ ଦିଆଗଲା ରିପୋର୍ଟ

ଅନୁଗୋଳ ସହର, ୪।୨ ଅନୁଗୋଳ ସହର ହୁଲୁରିସିଂହାଠାରେ ନିର୍ମାଣ ହେଉଥିବା ଏକ ଆପାର୍ଟମେଣ୍ଟକୁ ନେଇ ଅଭିଯୋଗ ଆସିବା ପରେ ତାଳଚେର-ଅନୁଗୋଳ-ମେରାମଣ୍ଡଳି ଉନ୍ନୟନ କର୍ତ୍ତୃପକ୍ଷ (ତାମଡା)ଙ୍କ ପକ୍ଷରୁ...

Leave a comment

Your email address will not be published. Required fields are marked *