ଗରିବୀ ସର୍ଭେ ଆରମ୍ଭ କଲେ ସରକାର

ନୂଆଦିଲ୍ଲୀ,୨୨-୨: ଦେଶରେ ଗରିବୀର ଆକଳନ କରିବା ଲାଗି ସରକାର ନୂଆ ସର୍ଭେ ଆରମ୍ଭ କରିଛନ୍ତି। ଏହା ମଧ୍ୟରେ ପୋଷଣର ମାତ୍ରା, ପିଇବା ପାଣି, ହାଉସିଂ, ରନ୍ଧନ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ସୁବିଧା ଭଳି ବିଭିନ୍ନ ପ୍ରସଙ୍ଗ ଦେଶର ଲୋକଙ୍କ ନିକଟରେ କେତେ ପରିମାଣରେ ପହଞ୍ଚୁଛି ତାର ଆକଳନ କରାଯିବ। ଦେଶରେ ଗରିବୀର ସ୍ତର କେମିତି ଅଛି ତାର ଏକ ମୋଟାମୋଟି ଆକଳନ କରିବା ଲାଗି ସରକାର ଏଭଳି ଏକ ପଦକ୍ଷେପ ନେଉଥିବା କୁହାଯାଇଛି। କିଛି ବର୍ଷ ତଳେ ସରକାର ଗରିବୀ ରେଖାର ବ୍ୟବହାର ବନ୍ଦ କରି ଦେଇଥିଲେ। ଗରିବଙ୍କ ପ୍ରକୃତ ଆକଳନ ଗରିବୀ ସ୍ତର ସମ୍ପର୍କରେ ପତ୍ତା ଲଗାଇବା ଦ୍ୱାରା ସାମାଜିକ କ୍ଷେତ୍ର ସମ୍ପର୍କିତ ଯୋଜନା ପ୍ରଣୟନରେ ସରକାରଙ୍କୁ ଅଧିକ ଲାଭ ମିଳିବ ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।
୨୦୧୪ରେ ସି.ରଙ୍ଗରାଜନ କମିଟି ଗରିବଙ୍କ ସଂଖ୍ୟାରେ ୧୦ କୋଟି ବୃଦ୍ଧି ନେଇ ଆକଳନ କରିଥିଲେ। ଏଥି ଲାଗି କମିଟି ସାମଗ୍ରୀ ବ୍ୟବହାର ଏବଂ ପୁଞ୍ଜି ଖର୍ଚ୍ଚକୁ ଆଧାର ଭାବେ ବିଚାର କରିଥିଲେ। ଏହାକୁ ବିଚାର କରିଲେ ଦେଶରେ ଗରିବଙ୍କ ସଂଖ୍ୟା ୩୬.୨ କୋଟି ହେବ। ଏହା ମୋଟ ଜନସଂଖ୍ୟାର ୨୯.୬% ହେବ। ସୁରେଶ ତେନ୍ଦୁଲକର କମିଟି ଦେଇଥିବା ରିପୋର୍ଟ ମୁତାବକ ଗରିବୀ ୨୬.୯୮ କୋଟି ରହିଥିଲା। ଯାହା ଦେଶର ମୋଟ ଜନସଂଖ୍ୟାର ୨୧.୯% ରହିଥିଲା। ୨୦୧୪ରେ ଏନ୍‌ଡିଏ ସରକାର ଏହି ରିପୋର୍ଟକୁ ଖାରଜ କରିଦେଇଥିଲେ। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି ଯେ, ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ଫିଲ୍ଡ ଓ୍ବାର୍କ କରାଯିବ। ଦେଶ ଏବଂ ରାଜ୍ୟଗୁଡିକର ପରଫରମାନ୍ସ କିଭଳି ରହିଛି ସେ ଉପରେ ନଜର ରଖିବାକୁ ନୀତି ଆୟୋଗକୁ କୁହାଯାଇଛି। ସର୍ଭେର ଫଳାଫଳକୁ ଜାତିସଂଘ ଉନ୍ନତୀକରଣ କାର୍ଯ୍ୟକ୍ରମ(ୟୁଏନ୍‌ଡିପି) ମଲ୍ଟି ଡାଇମେନଶନାଲ ପଭର୍ଟି ଇଣ୍ଡେକ୍ସ (ଏମ୍‌ପିଆଇ)ରେ ସାମିଲ କରାଯିବ। ଉକ୍ତ ସୂଚକାଙ୍କରେ ଦେଶର ସ୍ବାସ୍ଥ୍ୟ, ଶିକ୍ଷା, ଜୀବନ ଧାରଣ ମାନର ସ୍ତରକୁ ନେଇ ର଼୍ୟାଙ୍କ ଦିଆଯିବ।
ଏ ନେଇ ନୀତି ଆୟୋଗ ଏବଂ ମନ୍ତ୍ରଣାଳୟ ଅଧିକାରୀଙ୍କ ବୈଠକ ହୋଇଥିବା ଅଧିକାରୀ ଜଣକ କହିଛନ୍ତି। ଆକଳନ କେଉଁ ଭାବେ କରାଯିବ ସେ ନେଇ ଏଠାରେ ବିଚାର ବିମର୍ଶ ହୋଇଛି। ନୀତି ଆୟୋଗ ଏକ ଗରିବ ସୂଚକାଙ୍କ ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ଏଥିରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ର଼୍ୟାଙ୍କରେ ରଖାଯିବ। ଅଧିକରୁ ଅଧିକ ଲୋକଙ୍କୁ ଗରିବୀରୁ ବାହାରକୁ ଆଣିବା ଲାଗି ରାଜ୍ୟଗୁଡିକ ମଧ୍ୟରେ ଉତ୍ସାହ ଭାବନା ସୃଷ୍ଟି କରାଯିବାକୁ ପଦକ୍ଷେପ ନିଆଯିବ। ମୋଟାମୋଟି ଭାବେ କହିବାକୁ ଗଲେ ୟୁଏନ୍‌ ପଭର୍ଟି ଇଣ୍ଡେକ୍ସରେ ର଼୍ୟାଙ୍କ ସୁଧାର ଆଣିବା ଲାଗି ଏଭଳି ପଦକ୍ଷେପ ହାତକୁ ନିଆଯାଇଛି। ଗ୍ଲୋବାଲ ଇଣ୍ଡେକ୍ସ ମୁତାବକ, ମଲ୍ଟି ଡାଇମେନଶନାଲ ପଭର୍ଟି ପରିଭାଷାରେ ସ୍ବଳ୍ପ ରୋଜଗାର, ଖରାପ ସ୍ବାସ୍ଥ୍ୟ, ହିଂସାର ପ୍ରଭାବ ଭଳି ଅନ୍ୟ ପ୍ରସଙ୍ଗ ସାମିଲ ରହିଛି। ୟୁଏନ୍‌ଡିପିର ସୂଚକାଙ୍କ ଶିଶୁ ମୃତ୍ୟୁ ହାର, ପୋଷଣ, ଶିକ୍ଷା, ଜୀବନ ଧାରଣ ମାନ ଭଳି ବିଭିନ୍ନ ପ୍ରସଙ୍ଗକୁ ଆକଳନରେ ନେଇଥାଏ। ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ସରକାର ସ୍ବଚ୍ଛତା ଏବଂ ପାନୀୟ ଜଳ ଡାଟାକୁ ସର୍ଭେରେ ନେବେନାହିଁ।


All Right Reserved By Dharitri.Com

ମହଙ୍ଗା ହୋଇପାରେ ଜେନେରାଲ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ,୩-୧: ଜେନେରାଲ ଇନସ୍ୟୁରାନ୍ସ ବା ସାଧାରଣ ବିମା ନେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ମହଙ୍ଗା ହୋଇପାରେ। ୨୦୨୦ରେ ଜେନେରାଲ ଇନସ୍ୟୁରାନ୍ସ ପ୍ରିମିୟମ ୧୦ରୁ ୧୫%...

ନୋକିଆର ୪୨ କର୍ମଚାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ,୨୮।୫: ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ନୋକିଆର ୪୨ଜଣ କର୍ମଚାରୀ କରୋନା ଆକ୍ରାନ୍ତ ବୋଲି ଜଣାପଡିଛି। ଏମାନେ ଶ୍ରୀପେରୁମ୍‌ବୁଡୁର ତାମିଲନାଡୁ ୟୁନିଟ୍‌ରୁ କାମ କରୁଥିଲେ। ଏହି...

କେରଳ ପର୍ଯ୍ୟଟନ ଶିଳ୍ପରେ ଛାଇଲା ମାନ୍ଦାବସ୍ଥା

ତିରୁଭାନନ୍ତପୁରମ୍‌,୧୮-୯: ନିକଟରେ କେରଳର ସର୍ବବୃହତ ପର୍ବ ଓଣମ ପାଳିତ ହୋଇଯାଇଛି। ଏହି ପର୍ବ ପାଳନ ପାଇଁ ରାଜ୍ୟ ସବୁବର୍ଷ ଉତ୍ସବମୁଖର ହୋଇଉଠେ। ସ୍କୁଲ,କଲେଜକୁ ୧୦ ଦିନ...

କର୍ମଚାରୀଙ୍କ ମେଡିକ୍ଲେମ ସୁବିଧା ବନ୍ଦ କଲା ଜେଟ୍‌ ଏୟାରଓ୍ବେଜ

ମୁମ୍ବାଇ,୧-୫: ଜେଟ୍‌ ଏୟାରଓ୍ବେଜ କର୍ମଚାରୀ ଏଣିିକି ନିଜେ ନିଜର ମେଡିକ୍ଲେମ ପଲିସି ପାଇଁ ଅର୍ଥ ଖର୍ଚ୍ଚ କରିବେ।  ଅର୍ଥ ଅଭାବରୁ କମ୍ପାନୀ ଏବେ ଆଉ ମେଡିକ୍ଲେମ...

ଏସ୍‌ବିଆଇ ୟୁନୋ ଶ୍ରୀତତ୍ତ୍ୱ ସହଭାଗିତା

ଭୁବନେଶ୍ୱର,୨୭ -୫: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସ୍‌ବିଆଇ) ୟୁନୋ ଏବଂ ଆର୍ଟ ଅଫ୍‌ ଲିଭିଙ୍ଗର ଏଫ୍‌ଏମ୍‌ସିଜି ଶାଖା ଶ୍ରୀତତ୍ତ୍ୱ ଷ୍ଟ୍ରାଟେଜିକ ସହଭାଗିତାରେ ସାମିଲ ହୋଇଛନ୍ତି। ଏହା...

‘ଓଲା’ରୁ ଛଟେଇ ହେଲେ ୧୪ଶହ କର୍ମଚାରୀ

ନୂଆଦିଲ୍ଲୀ,୨୧।୫: କରୋନା ମହାମାରୀ ସଂକ୍ରମଣ ଭୟାବହତାକୁ ନଜରରେ ରଖି ସରକାର ଦେଶରେ ଘରୋଇ ଯାନବାହନ ଚଳାଇବା ଉପରେ ରୋକ ଲଗାଇଥିଲେ। ଫଳରେ କ୍ୟାବ୍‌ ସେବା ଯୋଗାଣକାରୀ...

ଫିକ୍କି ସର୍ଭେ: ଆର୍ଥିକ ବିକାଶ ହାର ୬% ରହିବ

ନୂଆଦିଲ୍ଲୀ,୨୭-୮: ଦେଶର ଆର୍ଥିକ ବିକାଶ ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ହାରାହାରି ୬ ପ୍ରତିଶତ ରହିବ ବୋଲି ଉଦ୍ୟୋଗ ଜଗତ ପ୍ରତିନିଧି ଫେଡେରେଶନ...

ଅଗଷ୍ଟରେ ଶିଳ୍ପ ଉତ୍ପାଦନ ୧.୧%କୁ ହ୍ରାସ

ନୂଆଦିଲ୍ଲୀ,୧୨-୧୦: ଚଳିତ ବର୍ଷ ଅଗଷ୍ଟ ମାସରେ ଦେଶର ଶିଳ୍ପ କ୍ଷେତ୍ର ଉତ୍ପାଦନ ୧.୧%କୁ ହ୍ରାସ ଘଟିଛି। ମାନୁଫାକ୍‌ଚରିଂ, ଶକ୍ତି ଉତ୍ପାଦନ ଏବଂ ଖଣି କ୍ଷେତ୍ରରେ କାର୍ଯ୍ୟକଳାପ...

Leave a comment

Your email address will not be published. Required fields are marked *