Posted inଖେଳ

ପ୍ରତିଭା ଖୋଜିବେ ଅନୁରାଧା

ଭୁବନେଶ୍ୱର, ୨୨।୨(କ୍ରୀଡ଼ା ପ୍ରତିନିଧି)- ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣର ଉଦ୍‌ଘାଟନୀ ସମାରୋହ ଶନିବାର କଟକରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଭୁବନେଶ୍ୱରରେ କେତେକ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତା ୧୭ଟି ଇଭେଣ୍ଟରେ ଆୟୋଜିତ ହେବ। ଏଥିପାଇଁ ପାଖାପାଖି ୩୦୦୦ ଆଥଲେଟଙ୍କ ସମାଗମ ହୋଇଛି। ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଯୁବ ଆଥଲେଟ୍‌ମାନେ ସେମାନଙ୍କ କଳାକୌଶଳ ଦେଖାଇବେ। ଏହି ସମ୍ମାନଜନକ ପ୍ରତିଯୋଗିତାରୁ ପ୍ରତିଭା ଖୋଜିବା ପାଇଁ ଅଲିମ୍ପିଆନ ଅନୁରାଧା ବିଶ୍ୱାଳଙ୍କୁ ଗୁରୁଦାୟିତ୍ୱ ଦିଆ ଯାଇଛି। ସେ ବିଶେଷ କରି ଆଥଲେଟିକ୍ସ ଭେନ୍ୟୁରେ ଉପସ୍ଥିତ ରହି ଖେଳାଳିଙ୍କ ପ୍ରତିଭାକୁ ଦେଖିବେ। ଭାରତୀୟ ଖେଳ ପ୍ରାଧିକରଣ ପକ୍ଷରୁ ଲିଖିତଭାବେ ଅନୁରାଧାଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ପୂର୍ବରୁ ଅନୁରାଧା ଗେଲ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ପ୍ର୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ମଧ୍ୟ ଜାତୀୟ ଚୟନକର୍ତ୍ତା ଦାୟିତ୍ୱ ତୁଲାଇ ସାରିଛନ୍ତି। ଏଥିରେ ସ୍ବାଭାବିକଭାବେ ଖୁସି ଜାହିର କରିବା ସହିତ ଅନୁରାଧା ଓଡ଼ିଶା ସରକାର, ନିଯୁକ୍ତି ସଂସ୍ଥା ନାଲ୍‌କୋ, କିଟ୍‌ ବିଶ୍ୱବିଦ୍ୟାଳୟକୁ ଧନ୍ୟବାଦ ଜଣାଇଛନ୍ତି।


All Right Reserved By Dharitri.Com

Posted inଖେଳ View All

ଦିନିକିଆ ପଦାର୍ପଣକୁ ମନେ ପକାଇଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୧୬।୧୦- ଭାରତୀୟ ଅଲରାଉଣ୍ଡର ବୁଧବାର ନିଜ ଦିନିକିଆ ପଦାର୍ପଣବେଳର ଏକ ଫଟୋ ଶେୟାର କରିଛନ୍ତି। ଉକ୍ତ ଫଟୋରେ ତାଙ୍କୁ ପୂର୍ବତନ ଭାରତୀୟ ଅଧିନାୟକ କପିଳ ଦେବ...

ଭାରତର ଦମ୍‌ଦାର ବିଜୟ

ଲଣ୍ଡନ, ୯।୬- ଆଇସିସି ବିଶ୍ୱକପର ରବିବାର ଅନୁଷ୍ଠିତ ହାଇ ଭୋଲ୍‌ଟେଜ୍‌ ମ୍ୟାଚରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୩୬ ରନରେ ପରାସ୍ତ କରିଛି ଟିମ୍‌ ଇଣ୍ଡିଆ। ଭାରତ...

ଆଇଏସ୍‌ଏଲ୍‌ ଅଧିକ ପେସାଦାର ହୋଇଛି: ହାବାସ

ମାରଗାଓ,୧୫।୩(ପି.ଟି.): ଏଟିକେ ଏଫ୍‌ସି ତୃତୀୟଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ୍‌) ଟାଇଟଲ ଜିତି ରେକର୍ଡ କରିଛି। ଦଳର ସଫଳତାରେ ବେଶ୍‌ ଖୁସି ହୋଇଛନ୍ତି ହେଡ୍‌...

ସ୍ଲୋ-ଓଭର ରେଟ୍‌ ପାଇଁ ନ୍ୟୁଜିଲାଣ୍ଡକୁ ଜରିମାନା

ଅକ୍‌ଲାଣ୍ଡ, ୯ା୨ (ପି.ଟି.)-ଏଠାରେ ଶନିବାର ଖେଳାଯାଇଥିବା ଭାରତ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ସ୍ଲୋ-ଓଭର ରେଟ୍‌ ବୋଲିଂ ପାଇଁ ନ୍ୟୁଜିଲାଣ୍ଡ ଦଳକୁ ସେମାନଙ୍କ...

ଛକା ମାରି ଦ୍ୱିଶତକ ପୂରଣ କଲେ ମୟଙ୍କ

ଇନ୍ଦୋର,୧୫।୧୧- ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଛକା ଲଗାଇ ଦ୍ୱିତୀୟ ଦ୍ୱିଶତକ ପୂରଣ କରିଛନ୍ତି। ସେ ୨୦୪ ବଲର ସମ୍ମୁଖୀନ ହୋଇ ୨୦୨ ରନ୍‌ କରିଛନ୍ତି।...

ଐତିହାସିକ ପିଙ୍କ୍‌ ବଲ୍‌ ଟେଷ୍ଟ; ଭାରତ ଫେଭରାଇଟ୍‌

କୋଲକାତା,୨୧।୧୧(ପି.ଟି.)- ଐତିହାସିକ ଇଡେନ ଗାର୍ଡେନରେ ଶୁକ୍ରବାରଠାରୁ ଭାରତ ଓ ଭ୍ରମଣକାରୀ ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଦିବାରାତ୍ର ଟେଷ୍ଟ। ଗୋଲାପୀ ବା ପିଙ୍କ୍‌...

ଇଣ୍ଡୋ-ପାକ୍‌ ଡେଭିସ୍‌ କପ୍‌ ମ୍ୟାଚ: ଏଆଇଟିଏ-ଆଇଟିଏଫ୍‌ ଟେଲିକନ୍‌ଫରେନ୍ସ ପୁଣି ବାତିଲ

ନୂଆଦିଲ୍ଲୀ, ୨୧ା୮ (ପି.ଟି.)- ଭାରତ ଓ ପାକିସ୍ତାନ ମଧ୍ୟରେ ଡେଭିସ କପ୍‌ ମ୍ୟାଚ ଖେଳାଯିବା ସମ୍ପର୍କରେ ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଟିଏ) ଏବଂ ଅନ୍ତର୍ଜାତୀୟ ଟେନିସ...

ପୁଅ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ କ୍ରିକେଟର, କୋଟି କୋଟି ଟଙ୍କା ରୋଜଗାର: ବାପା ଏବେ ବି ରେଳ ଷ୍ଟେଶନରେ ବିକୁଛନ୍ତି ବିସ୍କୁଟ

କୁହାଯାଏ, ପୁଅ କିମ୍ବା ଝିଅଟିଏ ଯଦି ରୋଜଗାରକ୍ଷମ ହୋଇ ନିଜ ଆୟରେ ଚଳିବା ସହ ପରିବାର ଚଳାଇଥାନ୍ତି ସେତେବେଳେ ମାବାପାଙ୍କ ଦୁଃଖ ଦୂର ହୁଏ। କିନ୍ତୁ...

Leave a comment

Your email address will not be published. Required fields are marked *