Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ଲଢ଼େଇ କରି ହାରିଲା ଭାରତ

ଭୁବନେଶ୍ୱର ୨୨।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଭାରତ ୩-୪ ଗୋଲରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ପ୍ରଥମାର୍ଦ୍ଧରେ ଅଷ୍ଟ୍ରେଲିଆ ପ୍ରଭାବୀ ରହିଥିଲେ ହେଁ ଦ୍ୱିତୀୟାର୍ଦ୍ଧରେ ଭାରତ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ମିଳିଥିବା ପେନାଲ୍ଟି କର୍ନର ମିସ୍‌ ଯୋଗୁ ଦଳ ମ୍ୟାଚ ଡ୍ର ରଖିବା ସୁଯୋଗ ହାତଛଡ଼ା କରିଥିଲା। ଅଷ୍ଟ୍ରେଲିଆର ଲାଚଲାନ ଶାର୍ପ ପ୍ଲେୟର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଏହି ମ୍ୟାଚ ପରେ ଭାରତ ୫ଟି ମ୍ୟାଚ ଖେଳି ୨ ବିଜୟ, ୧ ଶୁଟ୍‌ଆଉଟ ବିଜୟ ଓ ୨ ପରାଜୟ ସହିତ ୮ ପଏଣ୍ଟରେ ସ୍ଥିର ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ୫ ମ୍ୟାଚରେ ୨ ବିଜୟ, ୧ ଶୁଟ୍‌ ଆାଉଟ ବିଜୟ, ୧ ଶୁଟ୍‌ ଆଉଟ ପରାଜୟ ଓ ୧ ପରାଜୟ ସହିତ ୯ ପଏଣ୍ଟରେ ପହଞ୍ଚତ୍ ଯାଇଛି।
ଆରମ୍ଭରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା। ତେବେ ସ୍ପିଡ୍‌ ଗେମ୍‌ ଖେଳି ଅଷ୍ଟ୍ରେଲିଆ ଫାଇଦା ପାଇଥିଲା। ଭାରତ ତୁଳନାରେ ଅଷ୍ଟ୍ରେଲିଆର ପାସିଂ ଏବଂ ଫିନିଶିଂ ଭଲ ରହିଥିଲା। ମ୍ୟାଚର ୬ଷ୍ଠ ମିନିଟରେ ଅଧିନାୟକ ଆରନ ଜେଲସ୍କିଙ୍କ ପାସ୍‌କୁ ଗୋଲରେ ପରିଣତ କରିଥିଲେ ଡେଲାନ ଉଥରସ୍ପୁନ। ପ୍ରଥମ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୧-୦ ଗୋଲରେ ଅଗ୍ରଣୀ ଲାଭ କରିଥିଲା। ଦ୍ୱିତୀୟ କ୍ବାର୍ଟରରେ ମଧ୍ୟ ଅଷ୍ଟ୍ରେଲିିଆ ଚମତ୍କାର ଖେଳିଥିଲା। ଆକ୍ରମଣାତ୍ମକ ରଣନୀତିରେ ଡାହାଣ ପଟରୁ ବଲ୍‌ ଆଣି ଅଷ୍ଟ୍ରେଲିଆ ଖେଳାଳିମାନେ ଭାରତ ଡି’ ଏରିଆ ମଧ୍ୟରେ ପ୍ରବେଶ କରିଥିଲେ। ଲାଚଲାନ ଶାର୍ପ ବଲ୍‌କୁ ଅତି ଚତୁରତାର ସହିତ ଟମ୍‌ ୱିକହାମ୍‌ଙ୍କ ନିକଟକୁ ବଢ଼ାଇ ଦେଇଥିଲେ। ୱିକ୍ହାମ ତାହାକୁ ଗୋଲରେ ପରିଣତ କରି ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲେ।
କ୍ବାର୍ଟର ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। ୩୫ତମ ମିନିଟରେ ଭାରତ ମ୍ୟାଚରେ ପ୍ରଥମଥରପାଇଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ମାତ୍ର ରୂପିନ୍ଦରପାଲ ସିଂ ତାହାକୁ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ। ଏହାର ୧ ମିନିଟ ପରେ ଅର୍ଥାତ୍‌ ୩୬ତମ ମିନିଟରେ ଭାରତ ଦ୍ୱିତୀୟ ପେନାଲ୍ଟି କର୍ନର ପାଇଥିଲା। ଏଥର ରୂପିନ୍ଦର ମାରିଥିବା ଶଟ୍‌ ଅଷ୍ଟ୍ରେଲିଆ ଗୋଲକିପରଙ୍କ ହାତରେ ବାଜି ଫେରି ଆସୁଥିବାବେଳେ ରାଜ କୁମାର ପାଲ୍‌ଙ୍କ ରିବାଉଣ୍ଡ ଶଟ୍‌ରୁ ଭାରତ ପ୍ରଥମ ଗୋଲ ପାଇଥିଲା। ଗତ ବେଲଜିୟମ ବିପକ୍ଷ ମ୍ୟାଚରେ ପଦାର୍ପଣ କରିିଥିବା ରାଜଙ୍କ ପାଇଁ ଏହାଥିଲା ପ୍ରଥମ ଅନ୍ତର୍ଜାତୀୟ ଗୋଲ। ଏହାପରେ ୨ ମିନିଟ ମଧ୍ୟରେ ୨ଟି ଗୋଲ ଦେଇ ଅଷ୍ଟ୍ରେଲିଆ ବଡ଼ ଅଗ୍ରଣୀ ନେଇ ଯାଇଥିଲା। ୪୧ତମ ମିନିଟରେ ଲାଚଲାନ ଶାର୍ପ ଏବଂ ୪୩ତମ ମିନିଟରେ ଡାନିଏଲ ବାଲେ ଏହି ଗୋଲ ୨ଟି ଦେଇଥିଲେ। ତୃତୀୟ କ୍ବାର୍ଟର ଶେଷ ବେଳକୁ ଅଷ୍ଟ୍ରେଲିଆ ୪-୧ରେ ଅଗ୍ରଣୀ ନେଇ ଯାଇଥିଲା। ଶେଷ କ୍ବାର୍ଟରରେ କିନ୍ତୁ ଭାରତ ଆକର୍ଷଣୀୟ ଖେଳିଥିଲା। ୪୬ତମ ମିନିଟରେ ରାଜ ବ୍ୟକ୍ତିଗତଭାବେ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ୫୨ତମ ମିନିଟରେ ଦଳକୁ ମିଳିଥିବା ପେନାଲ୍ଟି କର୍ନରକୁ ରୂପିନ୍ଦର ଗୋଲରେ ପରିଣତ କରିବାରୁ ମ୍ୟାଚ ରୋମାଞ୍ଚକ ମୋଡ଼ ନେଇଥିଲା। ଶେଷ ୮ ମିନିଟରେ ଗୋଲ ପରିଶୋଧ ପାଇଁ ଭାରତ ଆପ୍ରାଣ ଉଦ୍ୟମ କରିଥିଲା। ମ୍ୟାଚ ଶେଷ ହେବାପାଇଁ ଆଉ ୩୩ ସେକେଣ୍ଡ ଥିବାବେଳେ ଭାରତ ପାଇଁ ସୁବର୍ଣ୍ଣ ସୁଯୋଗ ଆସିଥିଲା। ଦଳକୁ ମିଳିଥିବା ପେନାଲ୍ଟି କର୍ନର ସୁଯୋଗର ସଦ୍‌ବ୍ୟବହାର କରିପାରି ନ ଥିଲେ ରୂପିନ୍ଦର। ସେ ଗୋଲପୋଷ୍ଟ ବାହାରେ ବଲ୍‌ ମାରି ଷ୍ଟାଡିୟମରେ ଉପସ୍ଥିତ ଥିବା ଦର୍ଶକଙ୍କୁ ନିରାଶ କରିଥିଲେ।


All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ...

ଆଶାରାମ ବାପୁ, ରାମରହିମ୍‌ ଜେଲ୍‌ ଯାଇଛନ୍ତି,ଶାମି ବି ଯିବେ: ହାସିନ୍‌ ଜହାନ

କୋଲକାତା,୫।୯: ଭାରତୀୟ କ୍ରିକେଟ ଟିମର ଷ୍ଟାର୍‌ ପେସ ବୋଲର ମହମ୍ମଦ ଶାମିଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି ହୋଇଛି। ଶାମିଙ୍କ ପତ୍ନୀ ହାସିନ ଜହାନଙ୍କ ଦ୍ୱାରା...

ବଢ଼ିଲା ଟିମ୍‌ ଇଣ୍ଡିଆର ଚିନ୍ତା

ଖ୍ରିଷ୍ଟଚର୍ଚ୍ଚ,୨୭ା୨(ପି.ଟି.)- ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଶୋଚନୀୟ ପରାଜୟ ବରଣ କରିଥିବା ଭାରତୀୟ ଦଳର ଚିନ୍ତା ବଢ଼ିବାରେ ଲାଗିଛି।...

ସିଏଏ ପ୍ରତିବାଦ: ଝିଅ ସପକ୍ଷରେ ବାହାରିଲେ ଗାଙ୍ଗୁଲି, କହିଲେ ସାନା ଏବେ ଛୋଟ ପିଲା

କୋଲକାତା,୧୯।୧୨: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଏ ନେଇ ଅନେକ ବିରୋଧର ବାର୍ତ୍ତା ମଧ୍ୟ...

୨୦୧୮-୧୯ ଘରୋଇ ସେସନ: ୬,୪୭୧ଜଣ ଖେଳିଲେ ୨,୦୦୦ ମ୍ୟାଚ୍‌

ନୂଆଦିଲ୍ଲୀ,୧ା୫ (ପି.ଟି.)- ୨୦୧୮-୧୯ ଭାରତୀୟ ଘରୋଇ କ୍ରିକେଟ ସେସନ ଐତିହାସିକ ଥିଲା। ଏଥିରେ ମୋଟ ୨,୦୦୦ରୁ ଉର୍ଦ୍ଧ୍ୱ ମ୍ୟାଚ୍‌ ଖେଳାଯାଇଥିଲା। ୨୩ ବର୍ଷରୁ କମ୍‌ ମହିଳା...

ବାଉଣ୍ଡାରିି ନିୟମକୁ ସମାଲୋଚନା

ନୂଆଦିଲ୍ଲୀ, ୧୫ା୭ (ପି.ଟି.)-ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ବିଶ୍ୱକପ୍‌ ମ୍ୟାଚର ଯେପରି ରୋମାଞ୍ଚକ ପରିସମାପ୍ତି ଘଟିଲା, ସେନେଇ କ୍ରିକେଟ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ...

ମାର୍ଚ୍ଚ ୧ରୁ ଚେପକରେ ଧୋନୀ

ଚେନ୍ନାଇ,୧୬।୨- ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ଭାରତୀୟ ଦଳର ପରାଜୟ ପରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ନେଇ ଅନିଶ୍ଚିତତା ଲାଗି ରହିଛି।...

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

କଟକ ଅଫିସ, ୨୮ା୪-ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ...

Leave a comment

Your email address will not be published. Required fields are marked *