Posted inଖେଳ

ମୁଜିବୁର ରହମାନ ଶତବାର୍ଷିକୀ ଟି୨୦: କୋହଲି ଖେଳିବା ନେଇ ବିସିବିର ଅନୁରୋଧ

ନୂଆଦିଲ୍ଲୀ, ୨୨।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଏସିଆ ଏକାଦଶ ଓ ବିଶ୍ୱ ଏକାଦଶ ମଧ୍ୟରେ ଏକ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଆୟୋଜନ କରିବାକୁ ଯାଉଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ସାମିଲ ହେବା ନେଇ ବିସିବି ଅନୁରୋଧ ଜଣାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଏ ନେଇ ବିଚାର କରୁଛି। ଅବଶ୍ୟ ଦୁଇ ଦଳ ନେଇ ଏପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇନାହିଁ। ଏହି ଦୁଇଟି ମ୍ୟାଚ୍‌ ଆସନ୍ତା ମାର୍ଚ୍ଚ ୧୮ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ ବୋଲି ବିସିବି ମୁଖ୍ୟ କାର୍ଯ୍ୟନିର୍ବାହୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି। ଖୁବ୍‌ଶୀଘ୍ର ମ୍ୟାଚ୍‌ ସଂକ୍ରାନ୍ତରେ ସ୍ଥିତି ସ୍ପଷ୍ଟ କରାଯିବ। ଦୁଇ ଦଳରେ ବିଭିନ୍ନ ଦେଶର ଖେଳାଳିଙ୍କୁ ସାମିଲ କରିବା ନେଇ କାର୍ଯ୍ୟ ଚାଲୁ ରହିଛି ବୋଲି ବୋଲି ସେ କହିଛନ୍ତି।


All Right Reserved By Dharitri.Com

Posted inଖେଳ View All

ବିଦେଶୀ ଖେଳାଳିଙ୍କ ଅନୁପସ୍ଥିତି ନେଇ ଦୁଇ ଦଳ ଚିନ୍ତିତ

ଜୟପୁର,୨୭।୪(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୫ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଓ ସନାରଇଜର୍ସ ହାଇଦ୍ରାବାଦ ଶନିବାର ମୁହଁମୁହିଁ ହେବେ। ସ୍ଥାନୀୟ ସବାଇ ମାନସିଂ...

ଭାରତରେ ଦକ୍ଷିଣ ଆଫ୍ରିକାର ବିଜୟ ପ୍ରତିଶତ ବେଶି

ଧର୍ମଶାଳା,୭।୯- ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ରବିବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌କୁ...

ଫେସବୁକ୍‌ରେ ବକ୍ସରଙ୍କୁ ପ୍ରେମ ନିବେଦନ କରିଥିଲେ ଶିଖର ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ନିଜ ବ୍ୟାଟିଂ ପାଇଁ ଯେତିକି ଲୋକପ୍ରିୟତା ହାସଲ କରିନାହାନ୍ତି, ତାଙ୍କ ପ୍ରେମ କାହାଣୀକୁ ନେଇ ସେତିକି...

ସାଉଥ୍‌ ଏସିଆନ୍‌ ଗେମ୍ସ: ଭାରତୀୟ ମହିଳା ଫୁଟ୍‌ବଲ ଦଳକୁ ହ୍ୟାଟ୍ରିକ ସ୍ବର୍ଣ୍ଣ

ପୋଖରା (ନେପାଳ),୧୦।୧୨ (ପି.ଟି.)- ଏଠାରେ ଚାଲିଥିବା ସାଉଥ୍‌ ଏସିଆନ୍‌ ଗେମ୍ସ (ସାଗ୍‌)ର ମହିଳା ଫୁଟ୍‌ବଲରେ ଭାରତୀୟ ଦଳ ଚାମ୍ପିୟନ ହୋଇଛି। ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ...

ସମୟ ପାଇଲେ ଏହି ବହି ପଢୁଛନ୍ତି କୋହଲି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଅଛନ୍ତି। ପ୍ରଥମ ଟେଷ୍ଟରେ ଭାରତ ବିଜୟ ହାସଲ କରିଥିବାବେଳେ ଦ୍ୱିତୀୟ ଟେଷ୍ଟ ହାତେଇବା...

ଭାରତର ଦମଦାର ବିଜୟ

ଅକ୍‌ଲାଣ୍ଡ,୨୪।୧- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଦଳ ଦମଦାର ବିଜୟ ହାସଲ କରିଛି। ଘରୋଇ ଦଳ ଦ୍ୱାରା ଧାର୍ଯ୍ୟ ୨୦୩ ରନ୍‌ର ବିଶାଳ ବିଜୟ...

ଫ୍ୟାନ୍‌ ପାର୍କରେ ଭିଡ଼

ଭୁବନେଶ୍ୱର, ୨୩।୧୨(କ୍ରୀଡ଼ା ପ୍ରତିନିଧି)- ଟିକେଟ ନ ପାଇ ନିରାଶ ହୋଇଥିବା ଦର୍ଶକମାନେ ଫ୍ୟାନ ପାର୍କରେ ଭିଡ଼ ଜମାଇଥିଲେ। ଷ୍ଟାଡିୟମ ସମ୍ମୁଖ କିଲା ପଡ଼ିଆରେ ଓସିଏ ପକ୍ଷରୁ...

ଫିଫା ମହିଳା ବିଶ୍ୱକପ୍‌:ଫ୍ରାନ୍ସ ବିଜୟ ଅଭିଯାନ

ପ୍ୟାରିସ, ୮ା୬- ଫିଫା ମହିଳା ବିଶ୍ୱକପ୍‌ ଆରମ୍ଭ ହୋଇଯାଇଛି। ଆୟୋଜକ ଫ୍ରାନ୍ସ ସମ୍ପୂର୍ଣ୍ଣ ଷ୍ଟାଇଲରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଆୟୋଜକ...

Leave a comment

Your email address will not be published. Required fields are marked *