କରୋନା ଭାଇରସ: ଚାଇନାର ହୁବଇ ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୨୧ଶହ ଟପିଲା

ବେଜିଂ,୨୧।୨: ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏବେ ଏହା ବିଶ୍ୱର କିଛି ଦେଶକୁ ମଧ୍ୟ ବ୍ୟାପିସାରିଛି। ତେବେ ଚାଇନାର ହୁବଇ ଅଞ୍ଚଳରେ ଗୁରୁବାର ସୁଦ୍ଧା ମୃତକଙ୍କ ସଂଖ୍ୟା ପହଞ୍ଚିଛି ୨,୧୧୪ରେ। ସେହିଭଳି ଗୁରୁବାର ୪୧୧ ନୂଆ ସଂକ୍ରମିତଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଏହି ମହାମାରୀ ଚାଇନାରେ ପାଦ ରଖିଥିବା ବେଳେ ଏବେ ସୁଦ୍ଧା ସେଠାରେ ମୃତ୍ୟୁ ସଂଖ୍ୟା ୨୨ଶହ ଟପି ସାରିଲାଣି। ଏହାସହ ୭୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇଥିବା ଖବର ମଧ୍ୟ ମିଳିଛି। ଏହି କରୋନା ଭାଇରସ ପାଇଁ କୌଣସି ଟିକା ବା ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି ନ ଥିବା ବେଳେ ଚାଇନା ଏବେ ପ୍ଲାଜମା ଟ୍ରିଟେମଣ୍ଟ ଜରିଆରେ ସଂକ୍ରମିତଙ୍କ ଚିକିତ୍ସା କରୁଛି ବୋଲି କହୁଛି। ଏହା ଏବେ ଆଉ ଚାଇନାରେ ସୀମିତ ହୋଇ ନ ଥିବା ବେଳେ ବିଶ୍ୱବାସୀ ଏହି ମହାମାରୀର ନାଁ ଶୁଣି ଏକ ପ୍ରକାର ଭୟଭିତ ହୋଇଯାଇଛନ୍ତି କହିଲେ କିଛି ଭୁଲ୍‌ ହେବନାହିଁ।


All Right Reserved By Dharitri.Com

ଟାଇଫୁନ୍‌ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୦।୮: ଚାଇନାରେ ଟାଇଫୁନ୍‌ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ...

ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡ: ୧୨ ମୃତ

ଆଲେପ୍ପୋ, ୧୭।୬: ସିରିଆରେ ଆତଙ୍କବାଦୀଙ୍କ ମୋର୍ଟାର ସେଲିଂ ମାଡରେ ୧୨ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଆଲେପ୍ପୋ ପ୍ରଦେଶର ଦକ୍ଷିଣରେ ଥିବା ରାଶିଦ୍‌...

ଇମ୍ରାନଙ୍କ ଇସ୍ତଫା ଦାବିରେ ଦେଶବ୍ୟାପୀ ବିକ୍ଷୋଭ ଡାକରା

କରାଚୀ, ୨୦ା୧୦ (ପି.ଟି.): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ହଟାଇବା ଲାଗି ବିରୋଧୀ ଦଳ ନେତା ତଥା ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ବିଲାଓ୍ବଲ ଭୁଟ୍ଟୋ-...

ବିଶ୍ୱକୁ ବାଟ ଦେଖାଇଲେ ଗ୍ରେଟା

ଜଳବାୟୁ ପରିବର୍ତ୍ତନର ଭୟାବହତାକୁ ନେଇ ବିଶ୍ୱବ୍ୟାପୀ ନାନା ଆଶଙ୍କା ଲାଗିରହିଥିବାବେଳେ ଜାତିସଂଘ ଜଳବାୟୁ କାର୍ଯ୍ୟାନୁଷ୍ଠାନ ସମ୍ମିଳନୀରେ ଭାବଗର୍ଭକ ଭାଷଣ ଦେଇ ସମସ୍ତଙ୍କୁ ବିସ୍ମିତ କରିଦେଇଛନ୍ତି ଗ୍ରେଟା...

କରୋନାକୁ ରୋକିବାରେ ଆମେରିକା ଅସମର୍ଥ: ସୈନ୍ୟବାହିନୀର ସହାୟତା ଲୋଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୭।୪: ଆମେରିକାରେ କରୋନା ସଂକ୍ରମଣ ରୋକିବାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାରଙ୍କ ପକ୍ଷରୁ ହୋଇଥିବା ସମସ୍ତ ଉଦ୍ୟମ ଫେଲ୍‌ ମାରିଛି। ଶେଷରେ ଟ୍ରମ୍ପ୍‌ ସୈନ୍ୟବାହିନୀର ସହାୟତା...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ସିନ୍ଧ୍‌, ୧୮ା୯: ପାକିସ୍ତାନର ସିନ୍ଧ୍‌ରେ ଜଣେ ହିନ୍ଦୁ ଛାତ୍ରୀଙ୍କୁ ହତ୍ୟା କରାଯାଇଛି। ଘୋଟ୍‌କି ନିବାସୀ ନମ୍ରିତା ଚନ୍ଦାନୀ ହଷ୍ଟେଲ୍‌ରେ ରହି ମେଡିକାଲ ପଢୁଥିଲେ। ମଙ୍ଗଳବାର ହଷ୍ଟେଲ୍‌...

କ୍ଷମା ମାଗିଲେ ଜାକିର ନାଏକ

କୁଆଲାଲମ୍ପୁର,୨୧ା୮: ମାଲେସିଆରେ ରହୁଥିବା ବିବାଦୀୟ ଭାରତୀୟ ଇସ୍‌ଲାମ ଧର୍ମ ପ୍ରଚାରକ ଜାକିର ନାଏକ ତାଙ୍କର ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ପାଇଁ ମଙ୍ଗଳବାର କ୍ଷମା ମାଗିଛନ୍ତି। ତେବେ ସେ...

ଟ୍ରମ୍ପ୍‌ଙ୍କ ପକ୍ଷଚ୍ଛେଦନ ପାଇଁ ଆମେରିକା କଂଗ୍ରେସର ଉଦ୍ୟମ

ଓ୍ବାଶିଂଟନ,୧୦।୧: ଆମେରିକା ଓ ଇରାନ ପ୍ରତ୍ୟକ୍ଷ ଯୁଦ୍ଧରୁ ଛଘୁଞ୍ଚା ଦେଇଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପ୍‌ ନିଜ ଦେଶରେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ତାଙ୍କ ଯୁଦ୍ଧ କ୍ଷମତାକୁ ନେଇ...

Leave a comment

Your email address will not be published. Required fields are marked *