Posted inଜାତୀୟ

ଟ୍ରମ୍ପ-ମୋଦିଙ୍କ ରୋଡ ଶୋ’ରେ ହାଇଟେକ୍‌ ସିକ୍ୟୁରିଟି: ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଅନୁମତି!

ଅହମଦାବାଦ,୨୧।୨: ବିଶ୍ୱର ଶକ୍ତିଶାଳୀ ଦେଶର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁଜରାଟ ଅହମଦାବଦରେ ଅନୁଷ୍ଠିତ ରୋଡ ଶୋ’କୁ ନେଇ ଆସୁଛି ନୂଆ ନୂଆ ଖବର। ଏହି ବହୁ ପ୍ରତିକ୍ଷିତ ରୋଡ ଶୋ’ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଏହାର ସିକ୍ୟୁରିଟି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହେଉଛି। ଟ୍ରମ୍ପଙ୍କ ରୋଡ ଶୋ’ ସମୟରେ ହାଇଟେକ୍‌ ସିକ୍ୟୁରିଟି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସୂଚନା ମିଳିଛି। ଆମେରିକା ସିକ୍ରେଟ ଏଜେନ୍ସି ଏହାର ସମିକ୍ଷା କରୁଥିବା ସୂଚନା ମିଳିଛି। ତେବେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଏହି ରୋଡ ଶୋ’ରେ ସାମିଲ ହେବାକୁ ଚାହୁଁଥିବା ବେଳେ ତାଙ୍କ ଗାଡିକୁ ଆମେରିକା ସିକ୍ରେଟ ଏଜେନ୍ସି କୁଆଡେ ରୋଡ ଶୋ’ରେ ଯିବାକୁ ଅନୁମତି ଦେଇ ନାହିଁ ବୋଲି ଶୁଣିବାକୁ ମିଳିିଛି। କୁହାଯାଉଛି ଟ୍ରମ୍ପ ଓ ମୋଦିଙ୍କ ରୋଡ ଶୋ’ ସମୟରେ ଆମେରିକା ସିକ୍ରେଟ ଏଜେନ୍ସି ସମସ୍ତ ଭାର ବହନ କରିବ। ତେଣୁ ଟ୍ରମ୍ପଙ୍କ ରୋଡ ଶୋ’ରେ ସାମିଲ ହେବାକୁ କେଉଁ କାରକୁ ଅନୁମତି ମିଳିବ କାହାକୁ ମିଳିବ ନାହିଁ ତାହା ଆମେରିକା ସିକ୍ରେଟ ଏଜେନ୍ସି ସ୍ଥିର କରିବ।


All Right Reserved By Dharitri.Com

ଆମେରିକାରେ ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟ ଦିଲ୍ଲୀ ଫେରିଲେ

ନୂଆଦିଲ୍ଲୀ,୧୭।୧୦: ଆମେରିକାର ଅନୁପ୍ରବେଶ କରୁଥିବା ୩୧୧ ଭାରତୀୟଙ୍କୁ ଦିଲ୍ଲୀ ଫେରାଇ ଅଣାଯାଇଛି। ସେମାନଙ୍କୁ ୬୦ ଜଣିଆ ସୁରକ୍ଷାକର୍ମୀ ଭାରତ ଫେରାଇ ଆଣିଛନ୍ତି। ଅନ୍ତର୍ଜାତୀୟ ଏଜେଣ୍ଟଙ୍କ ସହାୟତାରେ...

ଜଳ ସଂରକ୍ଷଣ ପାଇଁ ଅଣ୍ଟା ଭିଡ଼ିଲେ ୨୦ ହଜାର ଲୋକ: ୩ ଘଣ୍ଟାରେ ନିର୍ମାଣ ହେଲା ୪୦ ହଜାର କୁଣ୍ଡ

ଝାବୁଆ,୧।୩: ଜଳ ସଂରକ୍ଷଣ ପାଇଁ ମଧ୍ୟପ୍ରଦେଶ ଝାବୁଆ ଜିଲାରେ ରବିବାର ୨୦ ହଜାର ଲୋକ ମିଳିତ ଭାବେ କାମ କରିଛନ୍ତି। ସେମାନେ ସକାଳ ୬ଟା ପୂର୍ବାହ୍ନ...

ହାଇଦ୍ରାବାଦ୍‌ ବଜାରରେ ମିଳୁନି ଜାତୀୟ ପତାକା

ହାଇଦ୍ରାବାଦ୍‌,୯।୧:ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦରେ ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ)କୁ ବିରୋଧ କରି ଜୋରଦାର ପ୍ରଦର୍ଶନ ଜାରି ରହିଛି। ଏହି ଆଇନକୁ ବିରୋଧ ଏବଂ ସପକ୍ଷରେ ମତ ଦେଉଥିବା...

ଚାଇନାରୁ ଆସିବ କୋଭିଡ-୧୯ କିଟ୍‌

ନୂଆଦିଲ୍ଲୀ,୧୩।୪: କରୋନା ଭାଇରସ ପ୍ରଥମେ ଚାଇନାରେ ଆରମ୍ଭ ହୋଇଥିବା ବେଳେ ଏବେ ଏହା ସାରା ବିଶ୍ୱରେ କାୟା ବିସ୍ତାର କରି ସାରିଲାଣି। ଏହାକୁ ନେଇ ଭାରତ...

ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ନୂଆଦିଲ୍ଲୀ, ୨୩।୯: ଚଳିତ ଥର ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ୨୦୧୯ ମହାରାଷ୍ଟ୍ର ବିଧାନସଭା ଆସନ ପାଇଁ ନିର୍ବାଚନ ଲଢ଼ିବ ବୋଲି ଜଣାପଡ଼ିଛି। ଏନେଇ ଏଏପି...

କଶ୍ମୀର ଦ୍ୱିପାକ୍ଷିକ ସମସ୍ୟା ଲାଗି ମଧ୍ୟସ୍ଥ ଲୋଡ଼ି ନାହାନ୍ତି ମୋଦି: ବୈଦେଶିକ ମନ୍ତ୍ରୀ ଦେଲେ ସଂକ୍ଷିପ୍ତ ଉତ୍ତର

ନୂଆଦିଲ୍ଲୀ,୨୩।୭: କଶ୍ମୀର ସମସ୍ୟା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ମନ୍ତବ୍ୟ ଉପରେ ମଙ୍ଗଳବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଏନେଇ ବୈଦେଶିକ...

ମନ୍ତ୍ରୀ ଯାଉଥିବା ବିମାନରେ ଲାଗିଲା ନିଆଁ

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀର ଏକ ଇଣ୍ଡିଗୋ ବିମାନରେ ନିଆଁ ଲାଗିଯିବାରୁ ଗୋଆରେ ଏହା ଜରୁରିକାଳୀନ ଅବତରଣ କରିଛି। ଏହି ବିମାନରେ ଗୋଆର ପରିବେଶ ମନ୍ତ୍ରୀ ନିଲେଶ କାବରାଲ...

ଗେହଲଟଙ୍କ ମୁଣ୍ଡରେ ସବୁ ଦୋଷ

ନୂଆଦିଲ୍ଲୀ/ଜୟପୁର,୨୯ା୫: ୫ ମାସ ତଳେ ଯେଉଁ ୩ ହିନ୍ଦୀଭାଷୀ ରାଜ୍ୟରେ ଭାଜପାଠାରୁ କଂଗ୍ରେସ କ୍ଷମତା ଛଡ଼ାଇନେଇଥିଲା ତନ୍ମଧ୍ୟୁ ରାଜସ୍ଥାନ ଅନ୍ୟତମ। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ...

Leave a comment

Your email address will not be published. Required fields are marked *