Posted inଫୁରସତ

କାହିଁକି କ୍ଷୀରରେ କରାଯାଏ ଭଗବାନ ଶିବଙ୍କ ଅଭିଷେକ

ଆଜି ପବିତ୍ର ମହାଶିବରାତ୍ରି। ଏହିଦିନ ଭଗବାନ ଶିବ ଓ ମା’ ପାର୍ବତୀଙ୍କ ବିବାହ ହୋଇଥିଲା। ଶିବଙ୍କୁ ଆରାଧନା କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବାର ବିଶ୍ୱାସ ରହିଛି। ଦିନଟି ଅତ୍ୟନ୍ତ ଶୁଭ ହୋଇଥିବାରୁ ଉପବାସ କରି ଶିବଙ୍କ ଉଦ୍ଦେଶ୍ୟରେ ଜାଗର ଜାଳିବାର ବିଧି ରହିଛି।

ଶିବରାତ୍ରିର ଦିନଚର୍ଯ୍ୟାକୁ ଯଦି ଦେଖାଯାଏ ତେବେ ଶ୍ରଦ୍ଧାଳୁମାନେ ପ୍ରାତଃରୁ କ୍ଷୀର, ବେଲପତ୍ର, ଫୁଲ, କଦଳୀ ଏବଂ ଅନ୍ୟାନ୍ୟ ପୂଜା ସାମଗ୍ରୀ ନେଇ ପୂଜା ଆରମ୍ଭ କରିଥାନ୍ତି। ବିଶେଷକରି କ୍ଷୀର, ଦହି, ମହୁ ଆଦିରେ ଶିବଙ୍କୁ ଅଭିଷେକ କରାଯାଇଥାଏ। ଏହା ପଛରେ ଧାର୍ମିକ ବିଶ୍ୱାସ ରହିଛି।

କୁହାଯାଏ ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ବିଷ ବାହାରିଥିଲା ତାହାକୁ ଭଗବାନ ଶିବ ପାନ କରିଥିଲେ। ଫଳରେ ତାଙ୍କ କଣ୍ଠ ନୀଳ ପଡ଼ିଯାଇଥିଲା। ବିଷର ପ୍ରଭାବ କମ୍‌ କରିବା ଲାଗି ସମସ୍ତ ଦେବତା ଶିବଙ୍କୁ ଥଣ୍ଡା କ୍ଷୀର ପିଇବାକୁ କହିଥିଲେ। ଶେଷରେ ବିଷର ପ୍ରଭାବ କମ୍‌ ହୋଇଥିଲା। ସେବେଠାରୁ ଶିବଙ୍କୁ କ୍ଷୀର, ଦହି, ମହୁ ଆଦିରେ ଅଭିଷେକ କରାଯାଉଛି। ଏହାଛଡ଼ା ହିନ୍ଦୁଧର୍ମରେ କ୍ଷୀର, ଦହି, ମହୁ, ଘିଅ, ଗୁଡ଼ ଆଦି ପଞ୍ଚାମୃତ ସମର୍ପଣ କରିବାର ପରମ୍ପରା ରହିଛି। ଏଥିରେ ଶିବ ସନ୍ତୁଷ୍ଟ ହୁଅନ୍ତି।


All Right Reserved By Dharitri.Com

ଶୁଭ ଅଶୁଭ ସଙ୍କେତ

* ଯେଉଁ ଘରେ ସର୍ବଦା ବିଲେଇ କଳି କରୁଥାନ୍ତି ସେହି ଘରେ ସବୁବେଳେ ବିବାଦ ଲାଗି ରହିଥାଏ ବୋଲି ଲୋକକଥା ରହିଛି। * ଘର ସମ୍ମୁଖରେ...

ଆନ୍ତର୍ଜାତିକ ଓଜୋନ ସ୍ତର ସଂରକ୍ଷଣ ଦିବସ : ସୁସ୍ଥ ପୃଥିବୀ ପାଇଁ ସଂକଳ୍ପ

ଓଜୋନ୍‌ ଆମ ବାୟୁମଣ୍ଡଳରେ ପୃଥିବୀ ପୃଷ୍ଠରୁ ୧୦ ରୁ ୪୦ କିଲୋମିଟର (ଷ୍ଟ୍ରାଟୋସ୍ଫିୟର)ମଧ୍ୟରେ ରହିଛି। ପୃଥିବୀ ପୃଷ୍ଠରେ ଏହାର ପରମାଣ ଖୁବ୍‌ କମ୍‌। କିନ୍ତୁ ବାୟୁମଣ୍ଡଳର...

ବସ୍‌ରେ ବଗିଚା ତିଆରି କରି ଚର୍ଚ୍ଚାରେ ଡ୍ରାଇଭର

ପ୍ରଦୂଷଣ ବୃଦ୍ଧିକୁ ନେଇ ସରକାରଙ୍କଠାରୁ ସାଧାରଣ ଜନତା ସମସ୍ତେ ଚିନ୍ତାରେ। ପ୍ରଦୂଷଣ କମ୍‌ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଉପାୟ ଅବଲମ୍ବନ...

ବଡ଼ ହୁଲା ହୁପ୍‌ ବୁଲାଇ ରେକର୍ଡ

ଅଣ୍ଟା ଚାରିପଟେ ହୁଲା ହୁପ୍‌ ବୁଲାଇବା ସହଜ କଥା ନୁହେଁ। ଅନେକ ଅଭ୍ୟାସ ପରେ ଏହା ସମ୍ଭବ ହୁଏ। ତେବେ ଗେଟି କେହାୟୋଭା ନାମ୍ନୀ ଜଣେ...

ତିନିମାସକୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କା

ଧୌଲାନା: ଘରେ ଜଳୁଛି ଗୋଟିଏ ବଲ୍‌ବ, ବୁଲୁଛି ଗୋଟିଏ ଫ୍ୟାନ, କିନ୍ତୁ ବିଦ୍ୟୁତ ବିଲ୍‌ ୫୭ ଲକ୍ଷ ଟଙ୍କାରୁ ବେଶି ଆସିଛି। ତିନିମାସକୁ ଏହି ଦେୟ...

୩ ହଜାର ଫୁଟ୍‌ ପାହାଡ଼ ଚଢ଼ିଲେ ୧୦ ବର୍ଷର ଝିଅ

ଯେଉଁ ପାହାଡ଼କୁ ଚଢ଼ିବା ସମୟରେ ପ୍ରାୟ ୩୧ଜଣଙ୍କ ମୃତ୍ୟୁ ହୋଇଛି ସେଠାରେ ଜଣେ ୧୦ ବର୍ଷର ଝିଅ ଏହାକୁ ଚଢ଼ିିବାରେ ସଫଳ ହୋଇଛନ୍ତି। ଏଥିସହ ସବୁଠୁ...

କଲେଜ ଛାତ୍ରଙ୍କ କମାଲ:ବାଇକ୍‌ ପରି ଗଡୁଛି ସାଇକେଲ

ଖୋର୍ଦ୍ଧା ଅଫିସ,୧୦।୧୨:ବାଇକ୍‌ ପରି ଗଡୁଛି ସାଇକେଲ। ଷ୍ଟାର୍ଟ ହେଉଛି। ଆକ୍ସିଲେଟର ମୋଡ଼ିଲେ ବେଗ ବଢୁଛି। ହର୍ନ ମଧ୍ୟ ବାଜୁଛି। ପେଟ୍ରୋଲ ପଡ଼ିବା ବଦଳରେ ବ୍ୟାଟେରୀ ସଂଯୋଗ...

ଗିନିଜ୍‌ ବୁକ୍‌ ରେକର୍ଡରେ ଦାନ୍ତ

ବର୍ଲିନ: ଥରେ ଭାବି ଦେଖନ୍ତୁ ତ, ଜଣେ ସୁସ୍ଥସବଳ ମିଣିଷର ଦାନ୍ତର ଲମ୍ବ କେତେ ହୋଇପାରେ? ଚିକିତ୍ସା ବିଜ୍ଞାନ ଅନୁଯାୟୀ ଦାନ୍ତର ହାରାହାରି ଲମ୍ବା ମାଢ଼ିଠାରୁ...

Leave a comment

Your email address will not be published. Required fields are marked *